Posted inଜାତୀୟ

ଗୌତମ ଗମ୍ଭୀରଙ୍କ ନାମରେ ଠକେଇ ଅଭିଯୋଗ: ଚାର୍ଜଶିଟ୍‌ ଦାଖଲ

ନୂଆଦିଲ୍ଲୀ,୨୯।୯: ଭାଜପା ଏମ୍‌ପି ତଥା ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀରଙ୍କ ନାମରେ ଏକ ଠକେଇ ଅଭିଯୋଗ ହୋଇଛି। ଏନେଇ ଚାର୍ଜଶିଟ୍‌ ସାକେତ୍‌ କୋର୍ଟରେ ଦାଖଲ ହୋଇଛି। ୫୦ ଜଣ ଲୋକ ଅଭିଯୋଗ କରିଛନ୍ତି ଯେ, ସେମାନେ ୨୦୧୧ରେ ଗାଜିଆବାଦ୍‌ର ଇନ୍ଦିରାପୁରମ୍‌ରେ ଫ୍ଲାଟ୍‌ ବୁକିଂ କରିଥିଲେ। ତେବେ ଏପର୍ଯ୍ୟନ୍ତ ସେମାନଙ୍କୁ ଫ୍ଲାଟ୍‌ ମିଳି ନାହିଁ। ଗୌତମ ରୁଦ୍ର ବିଲ୍ଡଓ୍ବେଲ ରିୟଲିଟି ପ୍ରାଇଭେଟ୍‌ ଲିମିଟେଡ୍‌ର ଯୁଗ୍ମ ପରିଯୋଜନା ନିର୍ଦ୍ଦେଶକ ସହିତ ବ୍ରାଣ୍ଡ୍‌ ଆମ୍ବାସଡର୍‌ ମଧ୍ୟ ଥିଲେ। ୨୦୧୩ ଜୁନ୍‌ ୬ରେ ଫ୍ଲାଟ୍‌ ଦେବା ପାଇଁ ବିଲ୍ଡର କହିଥିଲେ ମଧ୍ୟ ଏନେଇ ୨୦୧୪ ପର୍ଯ୍ୟନ୍ତ ଟାଳଟୁଳ ନୀତି ଧରିଥିଲେ। ୨୦୧୫ ଏପ୍ରିଲ୍‌ ୧୫ରେ ଲାଇସେନ୍ସ୍‌ ଫି ନ ଦେଇ ଥିବାରୁ ପ୍ରକଳ୍ପର ଅନୁମୋଦନକୁ ରଦ୍ଦ କରାଯାଇଥିଲା। ପରେ ଏନେଇ ୨୦୧୬ରେ ମାମଲା ଦାଏର ହୋଇଥିଲା। ଗୌତମଙ୍କ ବିରୋଧରେ ଆଇପିସି ଧାରା ୪୦୬ ଏବଂ ୪୨୦ ଅନ୍ତର୍ଗତ ମାମଲା ଦାଏର ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କୁକୁରର ଶେଷକୃତ୍ୟ

ବେଙ୍ଗାଲୁରୁ, ୫ା୯: କର୍ନାଟକର ମାଙ୍ଗାଲୁରୁରେ ରବିବାର ପୋଲିସ କୁକୁର ଗୀତାର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। ୧୧ ବର୍ଷ ବୟସରେ ଶନିବାର ଲାବ୍ରେଡର ପ୍ରଜାତିର ଏହି କୁକୁର...

ଅଯୋଧ୍ୟା ବିବାଦର ଲାଇଭ୍‌ ଷ୍ଟ୍ରିମିଂ ଉପରେ ବିଚାର କରିବେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୫।୮: ଅଯୋଧ୍ୟା ବିବାଦର ଲାଇଭ୍‌ ଷ୍ଟ୍ରିମିଂ ଉପରେ ସୁପ୍ରିମ୍‌କୋର୍ଟ ବିଚାର କରିବେ ବୋଲି ସୋମବାର ସୂଚନା ଦେଇଛନ୍ତି। ସାମ୍ବିଧାନିକ ବ୍ୟବସ୍ଥାର ଅନୁଚ୍ଛେଦ ୧୯(୧)-ଏ ଅନ୍ତର୍ଗତ ଏହି...

ମନ୍ଦିରରେ ଯମରାଜା କରନ୍ତି ସ୍ବର୍ଗ କିମ୍ବା ନର୍କକୁ ଯିବାର ବିଚାର…

ସାଧାରଣରେ ବିଶ୍ୱାସ ରହିଛି ମନ୍ଦିର ବା ଦେବାଦେବୀଙ୍କ ପାଖକୁ ପ୍ରେତାତ୍ମା ଯାଆନ୍ତି ନାହିଁ। ହେଲେ ହିମାଚଳପ୍ରଦେଶର ଚମ୍ବାରେ ରହିଛି ଏଭଳି ମନ୍ଦିର ଯେଉଁଠିକୁ କେବଳ ପ୍ରେତାତ୍ମା...

ଅଙ୍ଗଦାନ କରି ୫ ଲୋକଙ୍କ ଜୀବନ ବଞ୍ଚାଇଲେ ୧୮ ବର୍ଷୀୟ ଛାତ୍ର

ଚେନ୍ନାଇ,୨୨ା୬: ଏକ ଦୁର୍ଘଟଣା ପରେ ମସ୍ତିଷ୍କକୁ ମୃତ ଘୋଷଣା କରାଯାଇଥିବା ଜଣେ ୧୮ ବର୍ଷୀୟ ଛାତ୍ରତ ତାଙ୍କ ଅଙ୍ଗ ଦାନ କରି ୫ ଜଣଙ୍କ ଜୀବନ...

କୁକୁଡ଼ା ଅଣ୍ଡା ନ ଦେବାରୁ ମାମଲା ଦାଏର…

ପୁଣେ,୨୧।୪: ଏକ ଫାର୍ମରେ କୁକୁଡ଼ା ଅଣ୍ଡା ନ ଦେବାରୁ ମାଲିକ ପୋଲିସ ଷ୍ଟେଶନରେ ପହଞ୍ଚି ଦାନା କମ୍ପାନୀ ବିରୋଧରେ ମାମଲା ଦାଏର କରିଛନ୍ତି। ଏଭଳି ଅଭାବନୀୟ...

ହିନ୍ଦୁ ଯୁବକ-ହିନ୍ଦୁ ଯୁବତୀଙ୍କୁ ମିଛ କହିବା ମଧ୍ୟ ଜିହାଦ୍‌, ଏଭଳି କହିଲେ ମୁଖ୍ୟମନ୍ତ୍ରୀ…

ଗୁଆହାଟି,୧୧।୭: ଜଣେ ହିନ୍ଦୁ ଯୁବକ ହିନ୍ଦୁ ଯୁବତୀଙ୍କୁ ମିଛ କହିବା ମଧ୍ୟ ଏକ ପ୍ରକାର ଜିହାଦ୍‌। ଏନେଇ ଖୁବ୍‌ ଶୀଘ୍ର ରାଜ୍ୟରେ ଆଇନ ଅଣାଯିବ। ଆଗାମୀ...

ସେପ୍ଟେମ୍ବରରୁ ସ୍କୁଲ ଖୋଲିବା ପାଇଁ କେନ୍ଦ୍ର ସରକାରଙ୍କ ଯୋଜନା !

ନୂଆଦିଲ୍ଲୀ, ୮।୮: କରୋନା ମହାମାରୀ ସଂକ୍ରମଣ ଯୋଗୁ ଦେଶର ସମସ୍ତ ସ୍କୁଲ କଲେଜ ବନ୍ଦ ରହିଛି। ଏପରିସ୍ଥଳେ କେନ୍ଦ୍ର ସରକାର ସେପ୍ଟେମ୍ବରଠାରୁ ସ୍କୁଲ ଖୋଲିବା ଉପରେ...

କୋଭାକ୍ସିନକୁ ଖୁବ୍‌ଶୀଘ୍ର ଡବ୍ଲ୍ୟୁଏଚ୍‌ଓ ମଞ୍ଜୁରୀ

କରୋନାର ତୃତୀୟ ଲହରକୁ ରୋକିବା ପାଇଁ ଟିକାକରଣ ଜରୁରୀ ହୋଇପଡ଼ିଥିବାବେଳେ କୋଭାକ୍ସିନକୁ ନେଇ ବଡ଼ ଖବର ଆସିଛି। କୋଭାକ୍ସିନ ନିର୍ମାତା କମ୍ପାନୀ ଭାରତ ବାୟୋଟେକ୍‌ ପକ୍ଷରୁ...

Advertisement
Archives

Model This Week