ଗୋଲ୍ଡ ଆମ୍‌ନେଷ୍ଟି ସ୍କିମ୍‌ ନେଇ ସରକାରଙ୍କ ପ୍ରସ୍ତାବ ନାହିଁ

ନୂଆଦିଲ୍ଲୀ,୧-୧୧: ଚୋରା ସୁନା ଉପରେ କାର୍ଯ୍ୟାନଷ୍ଠାନ ଅନ୍ତର୍ଗତ ଗୋଲ୍ଡ ଆମ୍‌ନେଷ୍ଟି ସ୍କିମ୍‌ ଆଣିବା ଲାଗି ସରକାରଙ୍କ କୌଣସି ପ୍ରସ୍ତାବ ନାହିଁ। ଏଭଳି ଏକ ସ୍କିମଖ ଆସିବ ବୋଲି ବୁଧବାର ଗଣମାଧ୍ୟମରେ ଏକ ରିପୋର୍ଟ ଆସିବା ପରେ ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ ଏନେଇ ସ୍ପଷ୍ଟୀକରଣ ଦେଇଛନ୍ତି। ଲୋକମାନେ ସେମାନଙ୍କ ଚୋରା ସୁନାକୁ ଏହି ସ୍କିମରେ ଘୋଷଣା କରିବା ସହ କିଛି ଟିକସ ଦେଇ ଏହାକୁ ଧଳା କରିପାରିବେ ବୋଲି ରିପୋର୍ଟ ପ୍ରକାଶ ପାଇଥିଲା। ଆୟକର ବିଭାଗ ପକ୍ଷରୁ ଏଭଳି କୌଣସି ସ୍କିମ ଆଣିବାକୁ ପ୍ରସ୍ତାବ ନ ଥିବା କୁହାଯାଇଛି। ବଜେଟ ପ୍ରସ୍ତୁତି ଚାଲିଥିବା ବେଳେ ଏଭଳି ବିଭିନ୍ନ କଳ୍ପନାତ୍ମକ ରିପୋର୍ଟ ଆସିଥାଏ ବୋଲି କୁହାଯାଇଛି। ୨୦୧୭ରେ ଆସିଥିବା ଆୟ ଘୋଷଣା ଯୋଜନା-୨ ଏତେଟା ସଫଳ ହୋଇନ ଥିବାରୁ ନୂଆ ସ୍କିମକୁ ସଫଳ କରାଇବା ନେଇ ପଦକ୍ଷେପ ନିଆଯାଇଥିବା ରିପୋର୍ଟରେ ପ୍ରକାଶ ପାଇଛି। ବିନା ରସିଦରେ ସୁନା କ୍ରୟ କିମ୍ବା କଳାଟଙ୍କା ଛପାଇବା ଲାଗି ସୁନା କ୍ରୟରେ ଟିକସ ଦେଇ ଏହାକୁ ଲୋକମାନେ ଧଳାରେ ରୂପାନ୍ତରିତ କରିବା ନେଇ ଖବର ପ୍ରକାଶ ପାଇଥିଲା। ସୂଚନା ଯୋଗ୍ୟ ଦେଶ ମଧ୍ୟରେ ୨୦,୦୦୦ ଟନ୍‌ ସୁନା ପଡି ରହିଛି। ସେହିଭଳି ବେଆଇନ ଆମଦାନୀ, ପୂର୍ବପୁରୁଷଙ୍କ ହୋଲଡିଂକୁ ବିଚାର କଲେ ଏହା ୨୫ରୁ ୩୦ ହଜାର ଟନ୍‌ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଭିଭୋ ଲଞ୍ଚ କଲା ରଙ୍ଗ ବଦଳାଉଥିବା ସ୍ମାର୍ଟଫୋନ୍‌: କଭର୍‌ ଖର୍ଚ୍ଚ ବଞ୍ଚିବ !

ନୂଆଦିଲ୍ଲୀ,୧୭।୮: ଭାରତରେ ବୁଧବାର ମୋବାଇଲ ଫୋନ କମ୍ପାନୀ ଭିଭୋ ନିଜର ‘ଭି୨୫’ ଭ୍ୟାରିଆଣ୍ଟକୁ ଲଞ୍ଚ କରିଛି। ଏହି ସ୍ମାର୍ଟଫୋନ୍‌ରେ ୧୨ଜିବି ପର୍ଯ୍ୟନ୍ତ ରାମ୍‌ ସହ ମିଡିଆ...

ଏଲ୍‌ଜି ପକ୍ଷରୁ କୁକିଂ କଣ୍ଟେଷ୍ଟ

ଭୁବନେଶ୍ୱର,୧୭-୬(ବ୍ୟୁରୋ): ଏଲ୍‌ଜି ଇଲେକଟ୍ରୋନିକ୍ସ ଇଣ୍ଡିଆ ଲିମିଟେଡ ପକ୍ଷରୁ ସ୍ଥାନୀୟ ଏକ ହୋଟେଲରେ କୁକିଂ କଣ୍ଟେଷ୍ଟ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ କମ୍ପାନୀ ଘରୋଇ ବଜାରରେ ୨୨ତମ...

୩୫ ହଜାର କୋଟି କ୍ଷତି ସହିପାରେ ରେଲଓ୍ବେ

ନୂଆଦିଲ୍ଲୀ,୨୯।୭: ଚଳିତ ବର୍ଷ ରେଲଓ୍ବେ ୩୫ ହଜାର କୋଟି ଟଙ୍କାର କ୍ଷତି ସହିପାରେ। କରୋନା କାରଣରୁ ବର୍ତ୍ତମାନ ଯାତ୍ରୀବାହୀ ଟ୍ରେନ ଚଳାଚଳ ବନ୍ଦ ଥିବାରୁ ଏଭଳି...

ହିରୋର ଇଭି ସ୍କୁଟର ଉନ୍ମୋଚିତ

ନୂଆଦିଲ୍ଲୀ,୮।୧୦: ଦେଶର ପ୍ରମୁଖ ଦୁଇଚକିଆ ଯାନ ନିର୍ମାତା ହିରୋ ମୋଟକର୍ପର ବହୁ ପ୍ରତୀକ୍ଷିତ ଇଲେକ୍ଟ୍ରି ଭେଇକିଲ (ଇଭି) ଯାନର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି।...

ହ୍ୟୁଣ୍ଡାଇ ପକ୍ଷରୁ କାର୍‌ କେୟାର କ୍ୟାମ୍ପ

କଲିକତା,୧୧-୧୧: ହ୍ୟୁଣ୍ଡାଇ ପକ୍ଷରୁ ମେଗା କାର୍‌ କେୟାର କ୍ୟାମ୍ପ ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏହି କ୍ୟାମ୍ପର ଲାଭ କମ୍ପାନୀର ଗ୍ରାହକମାନେ ଏହାର ଡିଲରଶିପଗୁଡିକରେ ଚଳିତ...

ପ୍ରୋତ୍ସାହନ ଲୋଡିଲା ଶିଳ୍ପ ଜଗତ

ମୁମ୍ବାଇ,୨୩-୩: ଅର୍ଥ ବ୍ୟବସ୍ଥା ଉପରେ କରୋନାର ପ୍ରଭାବକୁ କମ୍‌ କରିବା ଲାଗି ଭାରତୀୟ ଶିଳ୍ପ ଜଗତ ପକ୍ଷରୁ ସରକାରୀ ପ୍ରୋତ୍ସାହନ ଲୋଡାଯାଇଛି। ସେହିଭଳି ଋଣ ପ୍ରଦାନ...

ମାନ୍ଦାବସ୍ଥା ପ୍ରଭାବ;୧୪ ଦିନ ଉତ୍ପାଦନ ବନ୍ଦ କଲା ମହିନ୍ଦ୍ରା

ନୂଆଦିଲ୍ଲୀ,୧୦-୮: ଘରୋଇ ଗାଡ଼ି ନିର୍ମାତା ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଚଳିତ ତ୍ରୈମାସରେ ନିଜର ବିଭିନ୍ନ କାରଖାନାରେ ୮ରୁ ୧୪ ଦିନ ପର୍ଯ୍ୟନ୍ତ ଉତ୍ପାଦନ ବନ୍ଦ କରିଦେଇଛି।...

ଆଉ ୯୦ ଟ୍ରେନ୍‌ ବାତିଲ୍‌

ନୂଆଦିଲ୍ଲୀ,୨୧-୩: ଶୁକ୍ରବାର ରେଲଓ୍ବେ ଆଉ ୯୦ ଟ୍ରେନ ବାତିଲ କରିଛି। ଏଗୁଡିକ ମାର୍ଚ୍ଚ ୨୦ରୁ ୩୧ ଯାଏ ଚଳାଚଳ କରିବ ନାହିଁ। କରୋନା ପ୍ରଭାବରୁ ଯାତ୍ରୀ...

Advertisement
Archives

Model This Week