Posted inଫୁରସତ

ଗୋଲକିପର୍‌ ବିଲେଇ

ନୂଆଦିଲ୍ଲୀ: ବିଲେଇ ପୁଣି ଗୋଲ୍‌ କିପିଂ କିରପାରେ! ଏକଥା ଅନେକଙ୍କୁ ବିସ୍ମିତ କରିବା ସ୍ବାଭାବିକ। ହେଲେ ବିଲେଇର ଗୋଲ୍‌ କିପିଂ ଦକ୍ଷତାକୁ ଲୋକେ ଏବେ ସୋସିଆଲ୍‌ ମିଡିଆରେ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। କ୍ରୀସ୍‌ ଡିକ୍ସନ ନାମକ ଜଣେ ୟୁଟ୍ୟୁବର ନିଜର ଏକ ଭିଡିଓ ଶେୟାର କରି ଏହା ଜଣାଇଛନ୍ତି। ଡିକ୍ସନ ଫୁଟବଲ୍‌ ଖେଳୁଥିବା ବେଳର ଏକ ଭିଡିିଓ ଶେୟାର କରିଛନ୍ତି, ଯେଉଁଥିରେ ତାଙ୍କ ପୋଷା ବିଲେଇ ଗୋଲ୍‌ କିପିଂ କରୁଛି। ଡିକ୍ସନ୍‌ ବାରମ୍ବାର ବଲ୍‌ଟିକୁ ଗୋଲ୍‌ପୋଷ୍ଟ ଭିତରକୁ ପହଞ୍ଚାଇବା ପାଇଁ ଚେଷ୍ଟା କରୁଥିବା ବେଳେ ବିଲେଇଟି ସୁନ୍ଦର ଭାବରେ ଅଟକାଇ ପାରୁଛି। ବିଲେଇର ଏଭଳି ଦକ୍ଷତାକୁ ଦେଖିବା ପାଇଁ ଖୁବ୍‌ ମଜା ଲାଗୁଛି। ଏମିତିକି ଶେଷ ପର୍ଯ୍ୟନ୍ତ ବିଲେଇଟି ଡିକ୍ସନଙ୍କୁ ଗୋଲ୍‌ ସ୍କୋର କରିବାର ସୁଯୋଗ ଦେଉନାହିଁ। ସେଥିପାଇଁ ଏବେ ଏହି ଭିଡ଼ିଓଟି ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଏହି ଭିଡ଼ିଓଟି ସୋସିଆଲ୍‌ ମିଡିଆରେ ଶେୟାର କରିବାର ମାତ୍ର ଦିନକ ପରେ ୩.୭ ମିଲିୟନ୍‌ରୁ ଅଧିକ ଲୋକ ଦେଖି ସାରିଛନ୍ତି। ପ୍ରାୟ ଦେଢ ଲକ୍ଷ ଲୋକ ଏହାକୁ ଲାଇକ୍‌ କରିଥିବା ବେଳେ ୩୪ହଜାରରୁ ଅଧିକ ଲୋକ ରିଟୁଇଟ୍‌ କରି ଛନ୍ତି। ଏହି ସଂଖ୍ୟା ଆହୁରି ବଢ଼ିବାରେ ଲାଗିଛି। ଭିଡିଓକୁ ଦେଖି ଲୋକେ ସୁନ୍ଦର ସୁନ୍ଦର ପ୍ରତିକ୍ରିୟା ଦେଇଛନ୍ତି। କେହି ବିଲେଇକୁ କୁକୁର ଭଳି ଦକ୍ଷ ବୋଲି ବର୍ଣ୍ଣନା କରିଥିବା ବେଳେ କେହି ଆଉକେହି ବିଲେଇକୁ ଖେଳ ପଡ଼ିଆରେ ଖେଳାଳିଙ୍କ ସହ ଭାଗ ନେବା ପାଇଁ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ଶିକ୍ଷୟତ୍ରୀ ଲଣ୍ଡା ହୋଇ ରାହୁଲ ଗାନ୍ଧୀଙ୍କୁ ପଠାଇଲେ କେଶ, ଜାଣନ୍ତୁ କାହିଁକି

ଭୋପାଳ, ୨୦।୨: ମଧ୍ୟ ପ୍ରଦେଶର ଭୋପାଳରେ ଜଣେ ମହିଳା ଶିକ୍ଷୟତ୍ରୀ ଲଣ୍ଡା ହୋଇ ତାଙ୍କ କେଶ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ପାଖକୁ ପଠାଇଛନ୍ତି। ଦୀର୍ଘ...

ଯାଆଁଳା ଭଉଣୀଙ୍କ ସହ ଘଟିଲା ଏମିତି, ସମସ୍ତେ ହେଲେ ଆଶ୍ଚର୍ଯ୍ୟ

ଦୁନିଆରେ କିଛି ଜିନିଷ ଅଚାନକ ଘଟିପାରେ। କିନ୍ତୁ ବେଳେବେଳେ କିଛି ଘଟଣା ଏମିତି ଘଟେ, ଯାହାକୁ ସହଜେ ବିଶ୍ୱାସ କରି ହୁଏ ନାହିଁ। ଆମେରିକାର ଅରେଞ୍ଜ୍‌...

ବର୍ଷାପାଣି ବୁନ୍ଦା ହୋଇଥାଏ ଗୋଲାକାର, ଜାଣନ୍ତୁ ଏହା ପଛର କାରଣ

ଆମ ଚତୁଃପାର୍ଶ୍ୱରେ ପ୍ରତିଦିନ ଅନେକ ଘଟଣା ଘଟିଥାଏ। ମାତ୍ର ଆମେ କିଛି ଜିନିଷ ବିଷୟରେ ଅଜ୍ଞ ଥାଉ। ଯେମିତି କି ବର୍ଷା ପାଣି କାହିଁକି ଗୋଲାକାର...

ଯେଉଁଠି ପ୍ରତିଦିନ ବୃଦ୍ଧିପାଉଛି ଗଣେଶଙ୍କ ମୂର୍ତ୍ତିର ଉଚ୍ଚତା

ଛତିଶଗଡ଼ର ଦାନ୍ତେୱାଡ଼ା ଅଞ୍ଚଳର ଢୋଲକଲ ପାହାଡ଼ରେ ରହିଛି ଏକ ରହସ୍ୟମୟ ଗଣେଶ ମୂର୍ତ୍ତି। ପ୍ରାୟ ୧୧୦୦ ବର୍ଷ ପୁରୁଣା ଏହି ମୂର୍ତ୍ତିଟିର ଉଚ୍ଚତା ପ୍ରତିଦିନ ବୃଦ୍ଧି...

ଇଚ୍ଛା ଥିଲା କାର୍‌ କିଣିବାକୁ, ପାଖରେ ଅର୍ଥ ନ ଥିବାରୁ ମୁହଁରେ କାର୍‌ ଲୋଗୋ ଟାଟୁ କଲେ ଏହି ଯୁବକ

ଦୁନିଆରେ ବିଭିନ୍ନ ପ୍ରକାରର ଲୋକ ଅଛନ୍ତି। ସମସ୍ତଙ୍କ ରୁଚି ବି ଅଲଗା ଅଲଗା। କିଛି ଲୋକ ଗାଡ଼ି କିଣି ଚଢ଼ିବା ପାଇଁ ବହୁତ ପସନ୍ଦ କରିଥାନ୍ତି।...

ସୋସିଆଲ ମିଡିଆରେ ଏମିତି ଫଟୋ ଛାଡ଼ିଲେ ଯୁବକ, ବଦଳାଇବାକୁ ପଡ଼ିଲା ଜେଲ୍‌ର ୬୦୦ ତାଲା

ଯେତେବେଳେ କୌଣସି ବ୍ୟକ୍ତି ଜୀବନର ପ୍ରଥମ ଚାକିରି ଆରମ୍ଭ କରନ୍ତି ସେତେବେଳେ ଚେଷ୍ଟା କରିଥାନ୍ତି ତାଙ୍କ ନିଯୁକ୍ତି ସମୟର ଫଟୋ ସବୁଠୁ ଭଲ ହେଉ। ମାତ୍ର...

ବିବାହ ସମୟରେ ବରଙ୍କୁ ଉପହାରରେ ଦିଆଯାଏ କନ୍ୟାଙ୍କ କେଶ

ଲମ୍ବା କେଶ ପାଇଁ ପ୍ରସିଦ୍ଧ ଚାଇନାର ଗୁଆଗଶି ଅଞ୍ଚର ହୁଆଙ୍ଗଲୁଓ ଗାଁ। ଏହାକୁ ଲଙ୍ଗ ହେୟାର ଭିଲେଜ ବୋଲି ମଧ୍ୟ କୁହାଯାଏ। କାରଣ ଏଠାକାର ସମସ୍ତ...

ଅଜବ ଅଣ୍ଡା ଦେଖି ଆଶ୍ଚର୍ଯ୍ୟ ହେଲେ ଦମ୍ପତି

ସାଧାରଣତଃ ପଶୁପକ୍ଷୀଙ୍କ ଅଣ୍ଡା ଦେଖିଥିବେ ମାତ୍ର ଫିନ୍‌ଲ୍ୟାଣ୍ଡ୍‌ ବୁଲିବାକୁ ଯାଇଥିବା ଦମ୍ପତି ସମୁଦ୍ରକୂଳରେ ଅଜବ ଅଣ୍ଡା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହି ଅଣ୍ଡା କୌଣସି ପଶୁ...

Advertisement
Archives

Model This Week