ଗୋରେଖନାଥ ପୀଠ: ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ପ୍ରସାଦ ସେବନ ବ୍ୟବସ୍ଥା ବନ୍ଦ

ରଘୁନାଥପୁର,୨। ୧ (ଡି.ଏନ.ଏ.)- ଜଗତ୍‌ସିଂହପୁର ଜିଲା ରଘୁନାଥପୁର ବ୍ଲକ କେରେକେରାସ୍ଥିତ ପ୍ରଭୁ ଗୋରେଖନାଥ ପୀଠରେ ନୂଆବର୍ଷ ସନ୍ଧ୍ୟାରୁ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ପ୍ରସାଦ ସେବନ ବ୍ୟବସ୍ଥାକୁ ବନ୍ଦ ରଖାଯାଇଛି। ତେବେ ପ୍ରଭୁଙ୍କ ନୀତି ପ୍ରସାଦକୁ ଛାଡି ଦେଲେ ଅନ୍ୟ କୌଣସି ଅନ୍ନପ୍ରସାଦ ପ୍ରଶାସନର ବିନା ଅନୁମତିରେ ରୋଷେଇ କରାଯାଇପାରିବ ନାହିଁ। ଏ ସମ୍ପର୍କିତ ନୋଟିସ ଟ୍ରଷ୍ଟର କାର୍ଯ୍ୟନିର୍ବାହୀ ଅଧିକାରୀ ଓ ସମସ୍ତ ସଭ୍ୟଙ୍କ ଦସ୍ତଖତ ଥାଇ ପୀଠ ମଧ୍ୟରେ ଲଗାଯାଇଛି। ଏହାଛଡା ପ୍ରସାଦ ପ୍ରସ୍ତୁତ ହେଉଥିବା ପାକଶାଳାରେ ଟ୍ରଷ୍ଟବୋର୍ଡ ପକ୍ଷରୁ ତାଲା ପକାଇ ବନ୍ଦ କରାଯାଇଛି।

ସୂଚନାଯୋଗ୍ୟ, ଗତବର୍ଷ ଅଗଷ୍ଟ ୧୫ତାରିଖରୁ ଟ୍ରଷ୍ଟ ବୋର୍ଡ ପକ୍ଷରୁ ଭକ୍ତ ତଥା ଶ୍ରଦ୍ଧାଳୁ ଯାତ୍ରୀଙ୍କ ପାଇଁ ସୁଲଭ ମୂଲ୍ୟରେ ପ୍ରସାଦ ଯୋଗାଇ ଦେବାକୁ ବ୍ୟବସ୍ଥା କରାଯାଇଥିଲା। ଜିଲାପାଳ ନିଜେ ଆସି ଭକ୍ତଙ୍କ ଉଦ୍ଦେଶ୍ୟରେ ଏହି କାର୍ଯ୍ୟର ଉଦ୍‌ଘାଟନ ପାଇଁ ସ୍ଥିର ହୋଇଥିଲା। ତେବେ ଏଠାରେ ପ୍ରସାଦ ପ୍ରସ୍ତୁତ କରି ବିକ୍ରୟ କରୁଥିବା ପୂଜକଙ୍କ ଆପତ୍ତିକ୍ରମେ, ସେମାନଙ୍କ ପେଟପାଟଣା କଥା ଚିନ୍ତା କରି ଜିଲାପାଳ ଏହି ବ୍ୟବସ୍ଥାକୁ ବନ୍ଦ କରି ଆଲୋଚନା ମାଧ୍ୟମରେ ସ୍ଥିର କରିବାକୁ ମ୍ୟାନେଜିଂ ଟ୍ରଷ୍ଟି ତଥା ଉପଜିଲାପାଳଙ୍କୁ କହିଥିଲେ। ଗତ ୧୫ଦିନ ତଳେ ପୂଜକ, ଟ୍ରଷ୍ଟ ବୋର୍ଡ ସଭ୍ୟ ମ୍ୟାନେଜିଂ ଟ୍ରଷ୍ଟିଙ୍କ ଉପସ୍ଥିତରେ ଏ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଡିସେମ୍ବର ଶେଷ ସୁଦ୍ଧା ବାର୍ଷିକ ୩ ଲକ୍ଷ ଟଙ୍କା ଟ୍ରଷ୍ଟ ବୋର୍ଡକୁ ପୈଠ କରି ପୂଜକମାନେ ପ୍ରସାଦ ପ୍ରସ୍ତୁତ କରିବାକୁ ସ୍ଥିର ହୋଇଥିଲା। ତେବେ ନିର୍ଦ୍ଧାରିତ ସମୟରେ ପୂଜକମାନେ ଏଥିରେ ସହଯୋଗ ନ କରିବାରୁ ମ୍ୟାନେଜିଂ ଟ୍ରଷ୍ଟିଙ୍କ ନିର୍ଦ୍ଦେଶକ୍ରମେ ପ୍ରସାଦ ସେବନ ବ୍ୟବସ୍ଥାକୁ ବନ୍ଦ ରଖାଗଲା ବୋଲି ନିର୍ବାହୀ ଅଧିକାରୀ ସଂଗ୍ରାମ କେଶରୀ ଭଳ ପ୍ରକାଶ କରିଛନ୍ତି। ନୋଟିସ ମରାଯିବା ସମୟରେ ସଭ୍ୟ ସୁରେନ୍ଦ୍ରନାଥ ସ୍ବାଇଁ, ଆଇନଜୀବୀ ଜୀବନ ବଲ୍ଲଭ ମହାନ୍ତି, ପ୍ରଦୀପ୍ତ ମହାନ୍ତି, କ୍ଷୀରୋଦ ମହାନ୍ତି, ବାଦଲ କୁମାର ଯୋଗାଣିଆ, ସୁଶାନ୍ତ କୁମାର ଦାଶ ଓ ସୂର୍ଯ୍ୟନାରାୟଣ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ନୂଆବର୍ଷରେ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି କେବଳ ଦିନକ ପାଇଁ ଟ୍ରଷ୍ଟ ବୋର୍ଡ ପକ୍ଷରୁ ପ୍ରସାଦ ସେବନ ପାଇଁ ଛାଡି ଦିଆଯାଇଥିଲା। ଗୁରୁବାରଠାରୁ ଏହି ନିର୍ଦ୍ଦେଶାନାମା ଲାଗୁ ହେବ ବୋଲି ନିର୍ବାହୀ ଅଧିକାରୀ ଭଳ କହିଛନ୍ତି। ତେବେ ପୀଠରେ ପ୍ରସାଦ ସେବନ ପାଇଁ, ମାନସିକଧାରୀଙ୍କ ପକ୍ଷରୁ ପ୍ରସ୍ତୁତ କରାଯାଉଥିବା ପ୍ରସାଦରେ ମଧ୍ୟ ରୋକ ଲାଗିବା ନେଇ ଚିନ୍ତା ପ୍ରକଟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦେଓ ନଦୀ ପୋଲ ଉପରେ ଗୋ-ଚାଲାଣ ଗାଡ଼ି ସହ ଅଟୋର ମୁହାଁମୁହିଁ ଧକ୍କା: ଗୋଟିଏ ବଳଦ ମୃତ, ଗୋ-ମାଫିଆ…

ପାଟଣା, ୨ା୭ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା-କରଞ୍ଜିଆ ଦେଇଯାଇଥିବା ୨୨୦ ନମ୍ବର ଜାତୀୟ ରାଜପଥରେ ଏକ ବଡ଼ଧରଣର ସଡ଼କ ଦୁର୍ଘଟଣା ଘଟିଯାଇଛି। ସାହାରପଡା ସ୍ଥିତ…

ଡୋକରୀଦର ଝରଣା ନିକଟରେ ଅଜଣା ମୃତଦେହ: ଖବର ପାଇ ବି ପହଞ୍ଚିଲାନି ପୋଲିସ, ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ

କୋକସରା, ୨ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଖଲିଗଡ ପାଦଦେଶରେ ଥିବା ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଗୁଡହାଣ୍ଡି ଡୋକରୀ ଚଞ୍ଚରାର ‘ଡୋକରୀଦର’ ଝରଣା ନିକଟରେ…

ବଦଳିଲା ଭାରତ-ଇଂଲଣ୍ଡ ଟି-୨୦ ମ୍ୟାଚର ସମୟ, ଜାଣନ୍ତୁ କେତେବେଳେ ଆରମ୍ଭ ହେବ…

ନୂଆଦିଲ୍ଲୀ,୨।୭: ଭାରତୀୟ କ୍ରିକେଟ ଦଳ ବର୍ତ୍ତମାନ ଇଂଲଣ୍ଡ ଗସ୍ତରେ ଅଛି। ଟିମ ଇଣ୍ଡିଆ ଇଂଲଣ୍ଡ ବିପକ୍ଷରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳୁଛି। ବର୍ଷା ଯୋଗୁ…

ବରଗଡ଼ ମଣ୍ଡିରୁ ଆସିଲା ଚିନ୍ତାଜନକ ଚିତ୍ର: ବିକ୍ରି ଧାନରୁ ବାହାରିଲାଣି ଗଜା, ଚାଷୀଙ୍କୁ ମିଳିନି ପ୍ରାପ୍ୟ; କଟନୀ-ଛଟନୀ…

ବରଗଡ଼,୨।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ଗତମାସ ୩୦ତାରିଖରୁ ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ସରିଯାଇଛି। କିନ୍ତୁ ବିଭାଗୀୟ ଅବ୍ୟବସ୍ଥା ଯୋଗୁ ଏପର୍ଯ୍ୟନ୍ତ ଧାନ କିଣାବିକାରେ ଚାଷୀଙ୍କ ଦୁଃଖ…

ସିଂହ ରାଶିରେ ଶୁକ୍ରଙ୍କ ଗୋଚର: ଜୁଲାଇ ୪ରୁ ଚମକିବ ଏହି ୪ ରାଶିର ଭାଗ୍ୟ, ଧନଲାଭ ସହ ମିଳିବ ସୁଖ-ସମୃଦ୍ଧି

ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ର ଗ୍ରହଙ୍କୁ ସୁଖ, ସମୃଦ୍ଧି, ପ୍ରେମ, ସୌନ୍ଦର୍ଯ୍ୟ ଓ ଭୌତିକ ସୁଖ-ସୁବିଧାର କାରକ ବୋଲି କୁହାଯାଏ। ଯେତେବେଳେ ବି ଶୁକ୍ର ନିଜର ରାଶି ପରିବର୍ତ୍ତନ…

ଗଜପତି ଜିଲା ଭାରତୀୟ ଜନତା ପାର୍ଟି ଯୁବମୋର୍ଚ୍ଚାର ନୂଆ ଟିମ ଘୋଷିତ

ମୋହନା,୨।୭,( ମନ୍ମଥ ମିଶ୍ର ): ଭାରତୀୟ ଜନତା ପାର୍ଟିର ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡାଙ୍କ ସୁପାରିଶ ଓ ଗଜପତି ଜିଲା ସଭାପତି ନବ କିଶୋର…

ଜୁଆ ଖେଳୁଥିବା ସମୟରେ ବାଲାଜୀ ରାଇସ ମିଲରେ ପୋଲିସର ଚଢ଼ାଉ

ରିଷିଡା, ୨।୭,(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ଅନ୍ତର୍ଗତ ଗଜବାହଲ ପଞ୍ଚାୟତ ସ୍ଥିତ ବାଲାଜୀ ରାଇସ ମିଲ ଭିତରେ ଗୁରୁବାର କୌଣସି ସୂତ୍ରରୁ ଖବର ପାଇ…

ଘରେ ପାଠ ପଢିବାକୁ କହିବାରୁ ରାଜି ନ ହୋଇ ଚରମ ପଦକ୍ଷେପ ନେଲେ ନାବାଳିକା

ଦାରିଙ୍ଗବାଡି, ୨।୭, (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଘଟିଯାଇଛି ବଡ଼ ଅଘଟଣ ଜଣେ ଯୁକ୍ତ ୨ ପଢୁଥିବା ଛାତ୍ରୀ ପାଠ ପଢିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri