Posted inଜାତୀୟ

ଗୋରଖନାଥଙ୍କୁ ଖେଚୁଡି ଚଢ଼ାଇଲେ କଣ୍ଠଶିଳ୍ପି ଅନୁରାଧା

ଲକ୍ଷ୍ନୌ,୧୪।୧: ବଲିଉଡ୍‌ର ପ୍ରସିଦ୍ଧ କଣ୍ଠଶିଳ୍ପି ଅନୁରାଧା ପୋଡଓ୍ବାଲ ଉତ୍ତରପ୍ରଦେଶର ଗୋରଖପୁରରେ ଅବସ୍ଥିତ ଗୋରଖନାଥ ମନ୍ଦିରକୁ ମଙ୍ଗବଳାର ଗସ୍ତ କରିଛନ୍ତି। ସେଠାରେ ଗୁରୁ ଗୋରଖନାଥଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରି ଖେଚୁଡି ସମର୍ପଣ କରିଥିଲେ। ଏହାପରେ ଅନୁରାଧା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିଥିଲେ। ସେହି ସମୟରେ ଦୁହେଁ ବହୁ ସମୟ ଧରି ଧାର୍ମିକ ଆଲୋଚନା କରିଥିଲେ। ବାବା ଗୋରଖନାଥଙ୍କ ମାଟିରେ ଲାଇଭ୍‌ ପର୍‌ଫରମାନ୍ସ କରିବା ଏକ ସୌଭାଗ୍ୟର କଥା। ଆଗକୁ ବି ସୁଯୋଗ ମିଳିଲେ ସେ ଧାର୍ମିକ ଆୟୋଜନରେ ସାମିଲ ହେବେ ବୋଲି ଅନୁରାଧା କହିଛନ୍ତି। ଏହାପରେ ଯୋଗୀ ଅନୁରାଧାଙ୍କୁ କୁମ୍ଭ-୨୦୧୯ର ଏକ ପୁସ୍ତକ ଭେଟି ଦେଇଥିଲେ। ସୂଚନାଯୋଗ୍ୟ, ମଙ୍ଗଳବାର ଗୋରଖପୁର ମହୋତ୍ସବର ଉଦ୍‌ଯାପନୀ ଦିବସ ରହିଥିବା ବେଳେ ଅନୁରାଧାଙ୍କ ଲାଇଭ୍‌ ପର୍‌ଫରମାନ୍ସ ରହିଥିବାରୁ ସେ ଗୋରଖପୁର ଗସ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୬୦ ବର୍ଷ ତଳେ ଚାଇନା ନେଇଥିବା ଜମି ଫେରାଇ ଆଣିବେ ଭାରତ ସରକାର: ଭାଜପା ଏମ୍‌ପି…

ନୂଆଦିଲ୍ଲୀ,୨୦।୧୨ : ଚାଇନା ୬୦ ବର୍ଷ ତଳେ ନେଇଥିବା ଜମି ଭାରତ ସରକାର ଫେରାଇ ଆଣିବେ। ଭାଜପା ଏମ୍‌ପି ପ୍ରତାପ ପାଟିଲ ମଙ୍ଗଳବାର ଲୋକ ସଭାରେ...

ଯଦି ରାହୁଲ ଚାହାଁନ୍ତି,ମୋ ବଙ୍ଗଳା ଖାଲି କରିଦେବି: ଖାର୍ଗେ

ନୂଆଦିଲ୍ଲୀ,୨୮।୩: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ହେବା ପରେ ତାଙ୍କୁ ଏକ ମାସ ମଧ୍ୟରେ ସରକାରୀ ବଙ୍ଗଳା ଖାଲି କରିବାକୁ ଲୋକ ସଭାର...

ଫାଇଜର ଟିକାକୁ ଡବ୍ଲୁଏଚ୍‌ଓର ମଞ୍ଜୁରୀ, ଭାରତକୁ ମିଳିପାରେ ଖୁସିଖବର

ନୂଆଦିଲ୍ଲୀ,୧ ।୧: ଫାଇଜର ଓ ବାୟୋଏନଟେକର କରୋନା ଭାଇରସ ଭ୍ୟାକ୍ସିନକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚ୍‌ଓ)ର ମଞ୍ଜୁରୀ ମିଳିଯାଇଛି । ଏହାକୁ ଜରୁରୀକାଳିନ ସ୍ଥିତିରେ ବ୍ୟବହାର କରିବାକୁ...

ମୋଗା ଜିଲା ହେଲା କରୋନା ମୁକ୍ତ

ମୋଗା,୨୩।୪: ପଞ୍ଜାବରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିଚାଲିଥିବା ବେଳେ ମୋଗା ଜିଲାରୁ ଆସିଛି ଖୁସି ଖବର। ଉକ୍ତ ଜିଲାରେ ୪ କରୋନା ସଂକ୍ରମିତ ସୁସ୍ଥ ହେବା...

ବିଏସ୍‌ଏଫ୍‌ କ୍ଷମତା ବୃଦ୍ଧି ବିରୋଧରେ ପଶ୍ଚିମବଙ୍ଗ ବିଧାନସଭାରେ ପ୍ରସ୍ତାବ ଆଗତ…

କୋଲକାତା,୧୬।୧୧: ପଞ୍ଜାବ ପରେ ପଶ୍ଚିମବଙ୍ଗ ମଧ୍ୟ କେନ୍ଦ୍ରର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ବିଏସଏଫର ପରିସର ବୃଦ୍ଧି ନିଷ୍ପତ୍ତିକୁ ନେଇ ଅସନ୍ତୋଷ ପ୍ରକାଶ କରିଛି। ପଶ୍ଚିମବଙ୍ଗରେ...

ମହଙ୍ଗା ପଡ଼ିଲା ବିନା ଅନୁମତିରେ ଶୋଭାଯାତ୍ରା ବାହାର କରିବା: ଭିଏଚ୍‌ପି-ବଜରଙ୍ଗ ଦଳ ନାଁରେ ଏଫ୍‌ଆଇଆର ରୁଜୁ

ନୂଆଦିଲ୍ଲୀ,୧୮।୪:ହନୁମାନ ଜୟନ୍ତୀ ଅବସରରେ ରାଜଧାନୀ ଦିଲ୍ଲୀର ଜାହାଙ୍ଗୀରପୁରୀରେ ହୋଇଥିବା ହିଂସା ମାମଲାରେ ଦିଲ୍ଲୀ ପୋଲିସ ବଜରଙ୍ଗ ଦଳ ଏବଂ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍‌ପି) ବିରୋଧରେ...

ବିଦେଶୀ ମିଡ଼ିଆକୁ ଜବାବ୍‌: ୭ ଗୁଣା ନୁହେଁ କରୋନା ମୃତ୍ୟୁ ସଂଖ୍ୟା, କହିଲେ କେନ୍ଦ୍ର ସରକାର…

ନୂଆଦିଲ୍ଲୀ,୧୩।୬: କରୋନା ମହାମାରୀ ସଂକ୍ରମଣ ଯୋଗୁ ଭାରତରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଛି। ଏହା ସରକାରୀ ରିପୋର୍ଟଠାରୁ ୭ ଗୁଣା ଅଧିକ ବୋଲି ବିଦେଶୀ ମିଡ଼ିଆ...

ତ୍ରିପୁରା ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ କରିଥିବା ୩ ଗିରଫ

ଅଗରତାଲା,୭ ।୮: ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବଙ୍କୁ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗରେ ୩ ଜଣଙ୍କୁ ଗିରଫ କରାଯାଇଛି । ଶନିବାର ପୋଲିସ ଏହି ସୂଚନା...

Advertisement
Archives

Model This Week