ଗୋପନୀୟତା ଦ୍ୱାହି ଦେଲା କେନ୍ଦ୍ର;କଳାଧନର ସୂଚନା ମିିଳିବନି

ନୂଆଦିଲ୍ଲୀ,୧୮-୫: କେନ୍ଦ୍ର ସରକାର ସୁଇଜରଲାଣ୍ଡରୁ ପାଉଥିବା କଳାଧନ ସଂକ୍ରାନ୍ତୀୟ ସୂଚନା ଦେବାକୁ ମନା କରିଦେଇଛନ୍ତି। ସୂଚନା ଅଧିକାର ଆଇନ(ଆର୍‌ଟିଆଇ) ଅଧୀନରେ ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ ସରକାର ଗୋପନୀୟତାର ଦ୍ୱାହି ଦେଇଛନ୍ତି। ଭାରତ ଓ ସୁଇଜରଲାଣ୍ଡ ପ୍ରତ୍ୟେକ ମାମଲାର ସୂଚନା ଆଦାନପ୍ରଦାନ କରୁଛନ୍ତି। ତଦନୁଯାୟୀ ଯାଞ୍ଚ ହେଉଛି ଏବଂ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଏହି ପ୍ରକ୍ରିୟା ଏବେ ଜାରି ରହିଛି। ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଆର୍‌ଟିଆଇ ଜବାବରେ କୁହାଯାଇଛି ଯେ, ଗୋପନୀୟତା ନିୟମ ଅଧୀନରେ ସୁଇଜରଲାଣ୍ଡରୁ କଳାଧନ ସଂକ୍ରାନ୍ତୀୟ ସୂଚନା ଭାରତକୁ ମିଳୁଛି। ଆର୍‌ଟିଆଇରେ ସୁଇଜରଲାଣ୍ଡରୁ ମିଳୁଥିବା କଳାଧନ ସଂକ୍ରାନ୍ତୀୟ ମାମଲାର ସମସ୍ତ ସୂଚନା ମଗାଯାଇଥିଲା। ଏଥିରେ କମ୍ପାନୀ ଓ ବ୍ୟକ୍ତିବିଶେଷଙ୍କ ନାମ ଏବଂ ସେମାନଙ୍କ ବିରୋଧରେ କିପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି, ତାହା ଜଣାଇବାକୁ ଆର୍‌ଟିଆଇରେ ପ୍ରଶ୍ନ କରାଯାଇଥିଲା। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଦୁଇ ଦେଶ କଳାଧନ ସଂକ୍ରାନ୍ତୀୟ ସୂଚନାକୁ ସ୍ବତଃ ଆଦାନପ୍ରଦାନ କରିବାକୁ ଚୁକ୍ତିରେ ସ୍ବାକ୍ଷର କରିଛନ୍ତି। ଏଥିନେଇ ଆବଶ୍ୟକ ଆଇନଗତ ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇଛି। ଫଳରେ ସୁଇଜରଲାଣ୍ଡରେ ଖୋଲାଯାଇଥିବା ଭାରତୀୟ ଆକାଉଣ୍ଟ ବିଷୟରେ ଚଳିତବର୍ଷଠାରୁ ସୂଚନା ମିଳିବା ଆରମ୍ଭ ହୋଇଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡିଆନ ବ୍ୟାଙ୍କରେ ମିଶିଲା ଆଲ୍ଲାହାବାଦ ବ୍ୟାଙ୍କ ଶାଖା

ଭୁବନେଶ୍ୱର: ପୂର୍ବର ଆଲ୍ଲାହାବାଦ ବ୍ୟାଙ୍କର ଅଶୋକ ନଗର ଶାଖା ଇଣ୍ଡିଆନ ବ୍ୟାଙ୍କର ଭୁବନେଶ୍ୱର ଶାଖାରେ ମିଶ୍ରଣ ହୋଇଛି। ଏହି ଅବସରରେ ଜନପଥସ୍ଥିତ ଇଣ୍ଡିଆନ ବ୍ୟାଙ୍କ ଶାଖା...

ଚନ୍ଦା କୋଚ୍ଚର, ବେଣୁଗୋପାଳ ଧୂତ୍‌ଙ୍କୁ ଇଡି ଜେରା

ନୂଆଦିଲ୍ଲୀ,୩୦-୬: ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ସିଇଓ ଚନ୍ଦା କୋଚ୍ଚର, ତାଙ୍କ ସ୍ବାମୀ ଦୀପକ କୋଚ୍ଚର ଏବଂ ଭିଡିଓକନ ଗ୍ରୁପ୍‌...

୧୦୦ କୋଟି କାରବାରରେ ଜିଏସ୍‌ଟି ଇ-ଇନଭଏସିଂ ଅନିବାର୍ଯ୍ୟ

ନୂଆଦିଲ୍ଲୀ,୨୯-୧୧: କୌଣସି କମ୍ପାନୀ ବାର୍ଷିକ ୧୦୦ କୋଟି ଟଙ୍କାର କାରବାର କରୁଥିଲେ ସେହି କ୍ଷେତ୍ରରେ ଆସନ୍ତା ବର୍ଷ ଏପ୍ରିଲ ପହିଲାରୁ ଜିଏସ୍‌ଟି ଇ-ଇନଭଏସିଂ ଅନିବାର୍ଯ୍ୟ ହେବ...

ରାଜ୍ୟଗୁଡ଼ିକ ଲାଗି ଋଣ ସୀମା ୫%କୁ ବଢ଼ିଲା

ନୂଆଦିଲ୍ଲୀ,୧୮।୫: କେନ୍ଦ୍ର ସରକାର ରାଜ୍ୟଗୁଡ଼ିକ ଲାଗି ଋଣ ସୀମାକୁ ରବିବାର ୩%ରୁ ୫% ବଢ଼ାଇଛନ୍ତି। ଏହାଦ୍ୱାରା ରାଜ୍ୟଗୁଡିକ ୨୦୨୦-୨୧ରେ ସେମାନଙ୍କ ମୋଟ ରାଜ୍ୟ ଜିଡିପିର ୫%...

ପାମ୍‌ ଅଏଲ୍‌ ରପ୍ତାନୀ ଉପରେ କଟକଣା, ବଢ଼ିଲା ଭାରତର ଚିନ୍ତା…

ଜାକର୍ତ୍ତା/ନୂଆଦିଲ୍ଲୀ, ୨୩।୪ : ପାମ୍‌ ତେଲ ଉତ୍ପାଦନ କ୍ଷେତ୍ରରେ ଇଣ୍ଡୋନେସିଆ ବିଶ୍ୱର ଶୀର୍ଷରେ ରହିଛି। ଏହା ସତ୍ତ୍ୱେ ଦେଶରେ ପାମ୍‌ ତେଲ ସଙ୍କଟ ଦେଇଛି। ଇଣ୍ଡୋନେସିଆରେ...

ସମ୍ପତ୍ତି ବାଜ୍ୟାପ୍ତକୁ ବିରୋଧ;ସୁପ୍ରିମକୋର୍ଟରେ ମାଲ୍ୟାଙ୍କ ଆବେଦନ

ନୂଆଦିଲ୍ଲୀ,୨୯-୭: ପ୍ରତ୍ୟର୍ପଣ ମାମଲାର ସାମ୍ନା କରୁଥିବା ପଳାତକ ମଦ ବ୍ୟବସାୟୀ ବିଜୟ ମାଲ୍ୟା ଶନିବାର ସୁପ୍ରିମକୋର୍ଟରେ ସମ୍ପତ୍ତି ବାଜ୍ୟାପ୍ତ ରୋକିବାକୁ ନେଇ ମାମଲା ଦାଏର କରିଛନ୍ତି।...

କ୍ଷୁଦ୍ରଶିଳ୍ପକୁ ସହାୟତା ଦେବ ପିଏନ୍‌ବି

ଭୁବନେଶ୍ୱର,୩୧।୮: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ (ପିଏନ୍‌ବି) ପକ୍ଷରୁ ଜାତୀୟ କ୍ଷୁଦ୍ରଶିଳ୍ପ ଦିବସ ବ୍ୟାଙ୍କ ପରିସରରେ ପାଳିତ ହୋଇଯାଇଛି। ଏହି ଅବସରରେ ବ୍ୟାଙ୍କ ପକ୍ଷରୁ ‘ପିଏନ୍‌ବି ସେବା...

୨୦୩୦ ସୁଦ୍ଧା ଭାରତୀୟ ରେଳ ହେବ ‘ଗ୍ରୀନ୍‌ ରେଲଓ୍ବେ’

ଭୁବନେଶ୍ୱର,୧୩ା୭(ବ୍ୟୁରୋ)- ୨୦୩୦ ମସିହା ସୁଦ୍ଧା ଭାରତୀୟ ରେଳ ବ୍ୟବସ୍ଥାକୁ ଗ୍ରୀନ ରେଳବାଇ(ଶୂନ୍ୟ ଅଙ୍ଗାରକାମ୍ଳ ର୍ନିଗମନ)ରେ ପରିଣତ କରାଯିବ। ସମ୍ପୂର୍ଣ୍ଣ ବିଦ୍ୟୁତିକରଣ ସହ ଲୋକୋମୋଟିଭରେ ଶକ୍ତି ସକ୍ରିୟତା...

Advertisement
Archives

Model This Week