Posted inଖେଳ

ଗୋଟେ ଓଭରରେ ୬ ଛକା ଲଗାଇ ସଦ୍ୱନ୍ତ୍ର କ୍ଲବରେ କାର୍ଟର

ଅକ୍‌ଲାଣ୍ଡ,୫।୧- ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନ ଲିଓ କାର୍ଟର ରବିବାର ଗୋଟେ ଓଭରରେ ୬ ଛକା ମାରି ସ୍ବତନ୍ତ୍ର ବ୍ୟାଟ୍ସମ୍ୟାନଙ୍କ କ୍ଲବରେ ସାମିଲ ହୋଇଛନ୍ତି। ଘରୋଇ ଟି୨୦ ଟୁର୍ନାମେଣ୍ଟ ସୁପର ସ୍ମାଶରେ କାନ୍‌ଟବରି କିଙ୍ଗ୍ସ ପକ୍ଷରୁ ଖେଳୁଥିବା କାର୍ଟର ନର୍ଦନ ନାଇଟ୍ସ ବିପକ୍ଷରେ ଏହି ମାଇଲଷ୍ଟୋନ ସ୍ପର୍ଶ କରିଛନ୍ତି। ୨୫ ବର୍ଷୀୟ ବ୍ୟାଟ୍ସମ୍ୟାନ ବାମହାତୀ ସ୍ପିନର ଆଣ୍ଟୋନ ଡେଭଚିଚ୍‌ଙ୍କ ଓଭରରେ ୬ ଛକା ମାରିଥିଲେ। ହେଗ୍‌ଲେ ଓଭାଲଠାରେ ୨୯ ବଲ ଖେଳି ୭୦ ରନର ବିସ୍ଫୋରକ ଇନିଂସ ଖେଳିଥିଲେ। ତାଙ୍କ ଯୋଗୁ ୨୨୦ ରନ୍‌ର ବିଶାଳ ଟାର୍ଗେଟର ପିଛା କରି ଦଳ ୭ ବଲ ବାକି ଥାଇ ବିଜୟ ହାସଲ କରିନେଇଥିଲା। ବିଶ୍ୱର ୭ମ ବ୍ୟାଟ୍ସମ୍ୟାନ ଭାବେ କାର୍ଟର ଏହି ସଫଳତା ପାଇଛନ୍ତି। ଏହି ତାଲିକାରେ ଗ୍ୟାରି ସୋବର୍ସ, ରବି ଶାସ୍ତ୍ରୀ, ହର୍ସେଲ ଗିବ୍ସ, ଯୁବରାଜ ସିଂ, ଆଫଗାନିସ୍ତାନର ହାଜାରତୁଲା ଜଜାଇ ଓ ରସ ହ୍ବାଇଟ୍‌ଲେ। ତେବେ ଟି୨୦ ଫର୍ମାଟରେ ୬ ଛକା ମାରିବାରେ କାର୍ଟର ୪ର୍ଥ ବ୍ୟାଟ୍ସମ୍ୟାନ। ତାଙ୍କ ପୂର୍ବରୁ ଯୁବରାଜ (୨୦୦୭), ହ୍ବାଇଟ୍‌ଲେ (୨୦୧୭) ଓ ଜଜାଇ (୨୦୧୮) ଏହି ସଫଳତା ହାସଲ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମ୍ୟାଚ୍‌ ପରେ ‘ସଫ୍ଟ ସିଗ୍‌ନାଲ୍‌’କୁ ନେଇ ରାଗିଯାଇ ଏଭଳି କହିଲେ କୋହଲି

ନୂଆଦିଲ୍ଲୀ,୧୯।୩: ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟି୨୦ ମ୍ୟାଚ୍‌ରେ ତୃତୀୟ ଅମ୍ପାୟାରଙ୍କ ଏକାଧିକ ଭୁଲ ନିଷ୍ପତ୍ତି ଅନେକଙ୍କୁ ଚକିତ କରିଥିଲା। ବିଶେଷକରି ଭଲ ଖେଳୁଥିବା ସୂର୍ଯ୍ୟକୁମାର ଯାଦବଙ୍କ...

ଧୋନୀଙ୍କ ପାଇଁ ପାଇଜାମା ମଧ୍ୟ ବିକି ଦେବେ ଶାହରୁଖ ଖାନ୍‌

ମହେନ୍ଦ୍ର ସିଂ ଧୋନୀଙ୍କୁ ଭାରତୀୟ କ୍ରିକେଟର ସବୁଠୁ ବଡ଼ ଖେଳାଳି କୁହାଯାଇ ନ ପାରେ। ମାତ୍ର ଅଧିନାୟକଙ୍କ କ୍ଷେତ୍ରରେ ସେ ଶ୍ରେଷ୍ଠ। ତାଙ୍କୁ ଆଇପିଏଲରେ କିଣିବା...

ଜାତୀୟ ସିନିୟର ଥ୍ରୋ ବଲ୍‌: ଓଡ଼ିଶାକୁ ବ୍ରୋଞ୍ଜ

ଭୁବନେଶ୍ୱର, ୨୯ା୩(କ୍ରୀଡ଼ା ପ୍ରତିନିଧି): ବିହାରର ଗୋପାଳଗଞ୍ଜଠାରେ ଅନୁଷ୍ଠିତ ୪୪ତମ ଜାତୀୟ ସିନିୟର ଥ୍ରୋ ବଲ୍‌ ଚାମ୍ପିୟନଶିପ୍‌ରେ ଓଡ଼ିଶା ପୁରୁଷ ଦଳ ବ୍ରୋଞ୍ଜ ପଦକ ହାସଲ କରିଛି।...

ଏହି ଖେଳାଳିଙ୍କ ଅନୁପସ୍ଥିତି ଅନୁଭବ କରୁଛି ସିଏସ୍‌କେ

ମୁମ୍ବାଇ, ୧୧ା୪- ଚଳିତ ଆଇପିଏଲରେ ପରାଜୟ ସହ ଅଭିଯାନ ଆରମ୍ଭ କରିଛି ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)। ପ୍ରତିପକ୍ଷ ଦଳ...

କିଟ୍‌କୁ ଫିକି ଇଣ୍ଡିଆ କ୍ରୀଡ଼ା ପୁରସ୍କାର

ଭୁବନେଶ୍ୱର,୨୮ା୧୧: କ୍ରୀଡ଼ାକ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଇଣ୍ଡଷ୍ଟ୍ରିଆଲ୍‌ ଟେକ୍ନୋଲୋଜି(କିଟ୍‌)କୁ ଭାରତୀୟ ବାଣିଜ୍ୟ ଓ ଶିଳ୍ପ ମହାସଂଘ (ଫିକି) ପକ୍ଷରୁ ଚଳିତ ବର୍ଷର...

ବଡ଼ ଉପଲବ୍ଧି ହାସଲ କଲେ ଅଶ୍ୱିନ୍‌

ନାଗପୁର,୯।୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟେଷ୍ଟ ଆଜିଠାରୁ ଆରମ୍ଭ ହୋଇଛି। ନାଗପୁରର ବିଦର୍ଭ କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ମ୍ୟାଚର ପ୍ରଥମ ଦିନରେ ଟିମ...

କ୍ୱାରାଣ୍ଟାଇନ୍‌ରେ କୋହଲି: ଆବଶ୍ୟକ ପଡୁଛି ଏହି ୨ ଜିନିଷ

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଫେବୃଆରୀ ୫ରୁ ଏକ ୪ ଟେଷ୍ଟ ସିରିଜ୍‌ ଆରମ୍ଭ ହେବାକୁ ଯାଉଛି। ଉଭୟ ଦଳ ପ୍ରଥମ ଦୁଇଟି ମ୍ୟାଚ୍‌ ପାଇଁ...

୩୬ ବଲ୍‌ରୁ ୧୬୦ ରନ୍‌ର ବିସ୍ଫୋରକ ଇନିଂସ ଖେଳି ଚର୍ଚ୍ଚାରେ ଏହି କ୍ରିକେଟର୍‌

ସିଡନୀ,୧୩।୧୦: ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ ଟ୍ରେଭିସ ହେଡ ୧୨୭ ବଲ୍‌ରେ ୨୩୦ ରନ୍‌ର ପାଳି ଖେଳି ହାସଲ କରିଛନ୍ତି। ବାମହାତୀ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ ଟ୍ରେଭିସ ଆଶେସ ସିରିଜ...

Advertisement
Archives

Model This Week