ଗୋଟିଏ ଦିନରେ ପହଞ୍ଚିଲା ୩ ସ୍ପେଶାଲ ଟ୍ରେନ

ବଲାଙ୍ଗୀର ଅଫିସ, ୧୮ା୫: ବଲାଙ୍ଗୀର ରେଳଷ୍ଟେଶନରେ ସୋମବାର ଗୋଟିଏ ଦିନରେ ୩ଟି ଶ୍ରମିକ ସ୍ପେଶାଲ ଟ୍ରେନ ଆସି ପହଞ୍ଚତ୍ଥିଲା। ଏହି ତିନି ଟ୍ରେନ୍‌ରେ ବଲାଙ୍ଗୀର ସମେତ ଓଡିଶାର ୩୦ଜିଲାର ପ୍ରାୟ ୪ ହଜାର ପ୍ରବାସୀ ଆସିଥିଲେ। ଭୋର ୪ଟାରେ ବିଶାଖାପାଟଣାରୁ ଆସିଥିବା ଶ୍ରମିକ ସ୍ପେଶାଲ ଟ୍ରେନ ପହଞ୍ଚିଥିଲା। ଏହି ଟ୍ରେନ୍‌ରେ ୧୪୧୭ ଜଣ ପ୍ରବାସୀ ଆସିଥିଲେ। ଥର୍ମାଲ ସ୍କ୍ରିନିଂ ପରେ ସେମାନଙ୍କ ପଞ୍ଜୀକରଣ କରାଯାଇଥିଲା। ପରେ ସେମାନଙ୍କୁ ଶୁଖିଲା ଖାଦ୍ୟ ଓ ପାଣି ଯୋଗାଇ ଦିଆଯାଇଥିଲା। ଏହାପରେ ବିଭିନ୍ନ ଯାନବାହନରେ ଭିନ୍ନ ଭିନ୍ନ ଜିଲାକୁ ପଠାଯାଇଥିଲା। ବଲାଙ୍ଗୀର ଜିଲାର ୭୮୨, ସୁନ୍ଦରଗଡର ୧୮, ବରଗଡର ୪୯, ଢ଼େଙ୍କାନାଳର ୭୦, ଗଞ୍ଜାମର ୫୬, ଜଗତସିଂପୁରର ୨୨, ଭଦ୍ରକର ୪, ରାୟଗଡାର ୨୦, ବାଲେଶ୍ୱରର ୬୦, କଟକର ୪୦, ଯାଜପୁର ୧୯, କେନ୍ଦ୍ରପଡାର ୨୮, ମୟୁରଭଞ୍ଜର ୨୦, ସମ୍ବଲପୁର ୨, ଦେବଗଡର ୫ଜଣଙ୍କୁ ମିଶାଇ ସମୁଦାୟ ୧୪୧୭ ଜଣ ପ୍ରବାସୀ ଆସିଥିଲେ। ଦ୍ୱିତୀୟ ଟ୍ରେନ୍‌ ତାମିଲନାଡୁର ତିରୁଭଲ୍ଲୁର ଷ୍ଟେଶନ୍‌ରୁ ବଲାଙ୍ଗୀର ଆସିଥିଲା। ଅପରାହ୍ଣରେ ପହଞ୍ଚିଥିବା ଏହି ଟ୍ରେନ୍‌ରେ ୧୩୩୧ ଜଣ ପ୍ରବାସୀ ଆସି ପହଞ୍ଚିଥିଲେ। ସେଥିରେ ବଲାଙ୍ଗୀର ଜିଲାର ସର୍ବାଧିକ ୭୨୫ ଜଣ ରହିଛନ୍ତି। ସେହିପରି ନୂଆପଡାର ୧୮୧, କଳାହାଣ୍ଡିର ୧୬୫, ଗଞ୍ଜାମର ୬୨, ନବରଙ୍ଗପୁର ୨୯, ସୁବର୍ଣ୍ଣପୁର ୧୨, ଖୋର୍ଦ୍ଧାର ୨୪, ଯାଜପୁରର ୧୫, ଭଦ୍ରକର ୧୧, କୋରାପୁଟର ୧୪, କଟକର ୫, ବାଲେଶ୍ୱର ୫, ଦେବଗଡର ୭ ସମେତ ଅନ୍ୟ ଜିଲାର ମିଶି ୧୩୩୧ ଜଣ ପ୍ରବାସୀ ଆସିଥିଲେ। ସେ ସମସ୍ତଙ୍କୁ ମଧ୍ୟ ନିଜ ଜିଲାର କ୍ୱାରାଣ୍ଟାଇନ୍‌ ସେଣ୍ଟରକୁ ପଠାଇ ଦିଆଯାଇଛି। ସନ୍ଧ୍ୟା ପ୍ରାୟ ୭ଟାରେ ଗୁଜୁରାଟର ରାଜକୋଟରୁ ଆସିଥିବା ତୃତୀୟ ଶ୍ରମିକ ସ୍ପେଶାଲ ଟ୍ରେନ୍‌ ବଲାଙ୍ଗୀରରେ ପହଞ୍ଚିଛି। ଏହି ଟ୍ରେନ୍‌ରେ ଆସିଥିବା ପ୍ରବାସୀଙ୍କ ପଞ୍ଜୀକରଣ କରାଯାଉଛି। ଏହି ଟ୍ରେନ୍‌ରେ ମଧ୍ୟ ୩୦ ଜିଲାର ଶ୍ରମିକ ଆସିଥିବା କୁହାଯାଉଛି। ଜିଲାପାଳ ଅରିନ୍ଦମ ଡାକୁଆ, ଏସପି ସନ୍ଦୀପ ମାଡକର ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମକୁ ତଦାରଖ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅସରାଏ ବର୍ଷାରେ ରାସ୍ତାରେ ପାଣି

ମୋରଡା,୧୯ ।୬ (ଡି.ଏନ.ଏ.) ମୟୁରଭଞ୍ଜ ଜିଲା ମୋରଡା ବ୍ଲକ ଅଧୀନ ହଳଦୀପାଳ ପଞ୍ଚୟତର ହଳଦୀପାଳ ଗ୍ରାମରେ ଅସରାଏ ବର୍ଷାରେ ରାସ୍ତାରେ ବର୍ଷା ପାଣି ଲହଡି ଭାଙ୍ଗୁଛି।...

ବେଆଇନ ଶ୍ରମିକ ଚାଲାଣ: ଗୋଟିଏ ଦିନରେ ୪୧ ମଧ୍ୟସ୍ଥ, ଦଲାଲ ଗିରଫ

କଟକ ଅଫିସ,୧୩।୧୦: ବେଆଇନ ଶ୍ରମିକ ଚାଲାଣ କରୁଥିବା ଅଭିଯୋଗରେ ୪୧ ଜଣ ମଧ୍ୟସ୍ଥ ଓ ଦଲାଲଙ୍କୁ ବଲାଙ୍ଗୀର, ନୂଆପଡ଼ା ଜିଲା ପୋଲିସ ଗିରଫ କରି ଶନିବାର...

ବିଧବାଙ୍କୁ ଅସଦାଚରଣ ମାମଲା: ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ଦିଗପହଣ୍ଡି,୧୪।୪(ଡି.ଏନ୍‌.ଏ.): ଦିଗପହଣ୍ଡି ଥାନା ଅଧୀନ ଏକ ଗାଁର ଜଣେ ବିଧବା ମହିଳାଙ୍କୁ ନରସିଂହପୁର ଗାଁର ଏସ୍‌ ତ୍ରିପତୀ ରେଡ୍ଡି ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଏଥିସହ...

ଅଧ୍ୟକ୍ଷ ପଦ ଲାଗି ୧୭ ପ୍ରାର୍ଥୀ

ବାରିପଦା ଅଫିସ,୮ା୩ ମୟୂରଭଞ୍ଜ ଜିଲା ବାରିପଦା ପୌରାଧ୍ୟକ୍ଷ ପଦବୀ ଲାଗି ମୋଟ ୧୭ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି। ବିଜେଡିି, କଂଗ୍ରେସ, ଭାଜପା, ଜେଏମ୍‌ଏମ୍‌ ଓ...

ପୂର୍ବତନ ବିଧାୟକଙ୍କ ପରଲୋକ

ବାଲିଗୁଡ଼ା,୨୩ା୪(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ାର ପୂର୍ବତନ ଭାଜପା ବିଧାୟକ ସୁରେନ୍ଦ୍ର କହଁରଙ୍କ ଶନିବାର ପରଲୋକ ହୋଇଯାଇଛି। ଦେହାନ୍ତ ବେଳକୁ ତାଙ୍କୁ ୮୪ ବର୍ଷ ହୋଇଥିଲା ।...

‘କଳା, ସାହିତ୍ୟର ପ୍ରଭାବ ଆଣେ ପରିବର୍ତ୍ତନ’ ବିଶିଷ୍ଟ ସାରସ୍ବତ ପ୍ରତିଭା ଗୋବିନ୍ଦ ଚନ୍ଦ୍ର

ହାଟଡିହୀ, ୧।୭(ଡି.ଏନ୍‌.ଏ.)-କଳା, ସଂସ୍କୃତି ଓ ସାହିତ୍ୟ ମାଧ୍ୟମରେ ସାମାଜିକ ପରିବର୍ତ୍ତନ ସମ୍ଭବ । ଏଭଳି ବିଶ୍ୱାସ ରଖି କଳା ଓ ସାହିତ୍ୟର ପ୍ରଚାର ପ୍ରସାର ଲାଗି...

ଉପଭୋକ୍ତାଙ୍କୁ ଲୁଟୁଛନ୍ତି ବିଦ୍ୟୁତ୍‌ କର୍ମଚାରୀ

ଖୋର୍ଦ୍ଧା ଅଫିସ,୧୩ା୧୨: ଖୋର୍ଦ୍ଧା ବିଦ୍ୟୁତ୍‌ ସବ୍‌ଡିଭିଜନ ଅଧୀନରେ କାର୍ଯ୍ୟରତ ଜଣେ କର୍ମଚାରୀ ଉପଭୋକ୍ତାଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟ୍‌ କରିଥିବା ଅଭିଯୋଗ ଆସିଛି। ଉକ୍ତ କର୍ମଚାରୀ...

ସକ୍ରିୟ ମାମଲା-ଦୈନିକ ସଂକ୍ରମଣ ତଳ ମୁହାଁ…

ନୂଆଦିଲ୍ଲୀ, ୪।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ...

Advertisement
Archives

Model This Week