Posted inଜାତୀୟ

ଗୋଆରେ ବୁଲା ଗାଈ ଖାଉଛନ୍ତି ମାଛ-ମାଂସ: ଅଭ୍ୟାସ ପରିବର୍ତ୍ତନ କରି ଶାକାହାରୀ କରିବାକୁ ମନ୍ତ୍ରୀ ଦେଲେ ପରାମର୍ଶ

ପଣଜୀ,୨୨।୧୦: ଗୋଆରେ ବୁଲା ଗାଈ ରାସ୍ତାରେ ପଡ଼ିଥିବା ମାଛ-ମାଂସ ଖାଉଛନ୍ତି। ଏହା ଦ୍ୱାରା ସେମାନଙ୍କଠାରେ ବିଭିନ୍ନ ରୋଗ ସୃଷ୍ଟି ହେବାର ଆଶଙ୍କା ରହିଛି। ତେବେ ସେମାନଙ୍କର ଅଭ୍ୟାସରେ ପରିବର୍ତ୍ତନ ଅଣାଯାଇ ଶାକାହାରୀ କରିବାକୁ ମନ୍ତ୍ରୀ ମାଇକଲ ଲୋବୋ ପରାମର୍ଶ ଦେଇଛନ୍ତି। ମନ୍ତ୍ରୀଙ୍କ ଲଭଳି ମନ୍ତବ୍ୟ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ବୁଲାଗାଈଙ୍କୁ ଗୋଶାଳାକୁ ଅଣାଯାଇ ସେଠାରେ ତାଙ୍କର ଅଭ୍ୟାସ ପରିବର୍ତ୍ତନ କରାଯିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ଏକ କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ କହିଥିଲେ ଯେ, ସ୍ଥାନୀୟ କଲଗୁଣ୍ଟରେ ଏକ ଗୋଶାଳା ନିର୍ମାଣ କରାଯାଇ ସେଠାରେ ୭୬ ବୁଲା ଗାଈଙ୍କୁ ଅଣାଯାଇ ଗୋଖାଦ୍ୟ ଦିଆ ଯାଇଥିଲା। ମାତ୍ର ଗାଈ ସେସବୁ ଖାଇ ନ ଥିଲେ। ରାସ୍ତାରେ ବୁଲି ମାଛ-ମାଂସ ଖାଇ ସେମାନଙ୍କ ଅଭ୍ୟାସରେ ପରିବର୍ତ୍ତନ ଆସିଥିବାରୁ ଏଭଳି ହୋଇଛି। ତେବେ ସେମାନଙ୍କର ଚିକିତ୍ସା କରାଯାଉଥିବା ମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଷୀମାନେ ଭାରତର ଶକ୍ତି: ରାହୁଲ

ନୂଆଦିଲ୍ଲୀ, ୧୭ା୭(ପି.ଟି.) : ଚାଷୀମାନେ ହେଉଛନ୍ତି ଭାରତର ଶକ୍ତି। ଯଦି ଆମେ ସେମାନଙ୍କ କଥା ଶୁଣିବା ଏବଂ ସେମାନଙ୍କ ଦୃଷ୍ଟିକୋଣକୁ ବୁଝିପାରିବା, ତେବେ ଦେଶର ଅନେକ...

ସବୁ ଭାରତୀୟଙ୍କର କଶ୍ମୀର ଉପରେ ଅଧିକାର ରହିଛି: କମାଲ ଆର ଖାନ

ଶ୍ରୀନଗର,୫।୮: ବର୍ତ୍ତମାନ ଜମ୍ମୁ କଶ୍ମୀରରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ଲାଗିରହିଛି। ଗୋଟିଏ ପଟେ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ଓ ଓମାର ଅବଦୁଲ୍ଲାଙ୍କୁ ନଜରବନ୍ଦୀ ରଖାଯାଇଥିବା...

ଏମ୍ସ ସର୍ଭର ହ୍ୟାକ ଏକ ଆତଙ୍କବାଦୀ ଷଡ଼ଯନ୍ତ୍ର : ପୂର୍ବତନ ଦିଲ୍ଲୀ ଡିସିପି…

ନୂଆଦିଲ୍ଲୀ,୩।୧୨ : ଦିଲ୍ଲୀ ଏମ୍ସ ସର୍ଭର ଉପରେ ହୋଇଥିବା ସାଇବର ଆକ୍ରମଣକୁ ଇତିମଧ୍ୟରେ ୧୦ ଦିନ ବିତିଛି। ଦେଶର ସୁରକ୍ଷା ଏଜେନ୍ସିଗୁଡ଼ିକୁ ଏହା ଚିନ୍ତାରେ ପକାଇ...

କେଜରିଓ୍ବାଲଙ୍କୁ ଭାଜପାର ପ୍ରଶ୍ନ, କାହିଁକି ହୋଇଛ ମୁଖ୍ୟମନ୍ତ୍ରୀ, ଦୁର୍ଯ୍ୟୋଧନଙ୍କ ସହ କଲେ ତୁଳନା

ନୂଆଦିଲ୍ଲୀ,୧୪।୭: ଏବେ ପ୍ରବଳ ବର୍ଷାରେ ଉବୁଟୁବୁ ହେଉଛି ଦିଲ୍ଲୀ। ବନ୍ୟାରେ ସମ୍ପୂର୍ଣ୍ଣ ଦିଲ୍ଲୀ ଏକ ପ୍ରକାର ବୁଡି ଯାଇଛି କହିଲେ ଚଳେ। ଏଭଳି ସ୍ଥିତିରେ ଦିଲ୍ଲୀର...

ପଞ୍ଜାବରେ ଫେରିଲା ରାତ୍ରିକାଳୀନ କର୍ଫ୍ୟୁ: ମାସ୍କ ନ ପିନ୍ଧିଲେ ହଜାରେ ଟଙ୍କା ଜରିମାନା

ଚଣ୍ଡିଗଡ଼,୨୫।୧୧: ଦିଲ୍ଲୀ-ଏନ୍‌ସିଆରରେ କରୋନାର ଗମ୍ଭୀର ସ୍ଥିତିକୁ ଦୃଷ୍ଟିରେ ରଖି ପଞ୍ଜାବ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ବୁଧବାର ରାଜ୍ୟରେ ନୂଆ କଟକଣା ଜାରି କରିଛନ୍ତି...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଚାଲିଗଲା ୩ ପୋଲିସକର୍ମୀଙ୍କ ଜୀବନ

ହାଇଦ୍ରାବାଦ,୨୪।୭: ଆନ୍ଧ୍ରପ୍ରଦେଶର ଚିତ୍ତୋର ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ତିନିଜଣ ବେଙ୍ଗାଲୁରୁ ପୋଲିସ ମୃତ୍ୟୁବରଣ କରିଥିବା ବେଳେ ୪...

ରିଲାଏନ୍ସ ଜିଓର ବାର୍ଷିକ ଫଳାଫଳ

ନୂଆଦିଲ୍ଲୀ,୨୨।୪: ଦେଶର ସର୍ବବୃହତ୍‌ ଟେଲିକମ୍‌ ଓ ଡିଜିଟାଲ ସେବା ପ୍ରଦାନକାରୀ କମ୍ପାନୀ ରିଲାଏନ୍ସ ଜିଓ ଇନ୍‌ଫୋକମ୍‌ ଲିମିଟେଡ୍‌ ପକ୍ଷରୁ ଶୁକ୍ରବାର ୨୦୨୨-୨୩ ଆର୍ଥିକ ବର୍ଷର ବାର୍ଷିକ ଫଳାଫଳ...

ରାଜନୀତିରେ ବାଧା ସାଜିଲେ ଛାଡ଼ି ଦେବି ଅଭିନୟ – କମଲ ହାସନ

କୋଏମ୍ବାଟୁର,୪ା୪- ରାଜନୈତିକ ଅଭିଯାନରେ ବାଧା ସୃଷ୍ଟି ହେଲେ ଛାଡ଼ି ଦେବି ଅଭିନୟ। ଏଭଳି ମନ୍ତବ୍ୟ ଦେଇଛନ୍ତି ଅଭିନେତାରୁ ରାଜନେତା ପାଲଟିଥିବା କମଲ ହାସନ। ଏକ ଖବରଦାତା...

Advertisement
Archives

Model This Week