ଗେଷ୍ଟ ହାଉସ୍‌ରେ ଯୁବତୀଙ୍କୁ ବଳାତ୍କାର: ଅଭିଯୁକ୍ତ ଗିରଫ

ଭୁବନେଶ୍ୱର, ୧୬।୧୧(ବ୍ୟୁରୋ): ବରମୁଣ୍ଡା ଅଞ୍ଚଳର ଏକ ଗେଷ୍ଟ ହାଉସ୍‌ରେ ଜଣେ ଯୁବତୀଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ କଟକ ଜିଲା ଗୋବିନ୍ଦପୁର ଅଞ୍ଚଳର ବାବୁଲି ସାହୁଙ୍କୁ ଖଣ୍ଡଗିରି ଥାନା ପୋଲିସ ଗିରଫ କରିଛି। ଶୁକ୍ରବାର ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ସୂଚନା ମୁତାବକ, ବାବୁଲି ନୟାପଲ୍ଲୀ ଥାନା ଅଧୀନ ସାଲିଆସାହି ଅଞ୍ଚଳରେ ରହୁଥିଲେ। ତାଙ୍କର ପୁରୀ ଅଞ୍ଚଳର ଜଣେ ଯୁବତୀଙ୍କ ସହ ଭୁବନେଶ୍ୱରରେ ଦେଖାସାକ୍ଷାତ ହେବା ପରେ ବନ୍ଧୁତା ଗଢି ଉଠିଥିଲା। ଗତ ଅଗଷ୍ଟ ୧୯ ତାରିଖରେ ଉଭୟେ ଭୁବନେଶ୍ୱରରେ ବୁଲାବୁଲି କରିବା ପରେ ବରମୁଣ୍ଡା ଅଞ୍ଚଳରେ ଥିବା ଏକ ଗେଷ୍ଟ ହାଉସରେ ଏକାଠି ରହିଥିଲେ। ଉକ୍ତ ରାତିରେ ବାବୁଲି ତାଙ୍କୁ ବଳାତ୍କାର କରିଥିଲେ। ଏ ନେଇ ଯୁବତୀ ଜଣକ ପରିବାର ଲୋକଙ୍କୁ ଜଣାଇବା ପରେ ଖଣ୍ଡଗିରି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ କେସ୍‌ ନଂ. ୪୪୦/୧୯ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଗୁରୁବାର ବିଳମ୍ବିତ ରାତିରେ ଅଭିଯୁକ୍ତ ବାବୁଲିଙ୍କୁ ଗିରଫ କରାଯାଇଥିଲା। ତାଙ୍କୁ ପୋଲିସ ପଚରାଉଚରା କରିବା ପରେ ଶୁକ୍ରବାର କୋର୍ଟ ଚାଲାଣ କରିଥିଲା। ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିମାନରେ ଯାତ୍ରୀଙ୍କ ଚିକିତ୍ସା କରି ଜୀବନ ବଞ୍ଚାଇଲେ ଏମ୍‌ପି ରାଜଶ୍ରୀ ମଲ୍ଲିକ

ଭୁବନେଶ୍ୱର, ୨୩।୨(ବ୍ୟୁରୋ): ଜଗତ୍‌ସିଂହପୁର ଏମ୍‌ପି ଡା. ରାଜଶ୍ରୀ ମଲ୍ଲିକ ବୁଧବାର ଦିଲ୍ଲୀ ଯାତ୍ରା କରୁଥିବାବେଳେ ବିମାନରେ ଅସୁସ୍ଥ ହୋଇପଡ଼ିଥିବା ଜଣେ ଯାତ୍ରୀଙ୍କୁ ଚିକିତ୍ସା କରି ତାଙ୍କ...

ଆସନ୍ତା ଦୁଇଦିନ ଝଡ଼ବର୍ଷା, ୧୫ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର,୧୩ା୩(ବ୍ୟୁରୋ): ଗତ କିଛିଦିନ ହେବ କାଳବୈଶାଖୀ ଯୋଗୁ ତାତି ନିୟନ୍ତ୍ରଣରେ ରହିଛି। ଦିନର ସର୍ବୋଚ୍ଚ ତାପମାତ୍ରା ୩୦ରୁ ୩୮ ଡିଗ୍ରୀ ସେଲ୍‌ସିୟସ ମଧ୍ୟରେ ରହିଛି। ଆସନ୍ତା...

ଦେଓମାଳୀ, କୋଟିଆରେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ବର, (ବ୍ୟୁରୋ)/ପଟାଙ୍ଗୀ (ଡି.ଏନ୍‌.ଏ.), ୨୭ା୨:ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କୋରାପୁଟ ଜିଲାର ଦେଓମାଳୀ ଓ କୋଟିଆ ଗସ୍ତ କରି ବିଭିନ୍ନ ପ୍ରକଳ୍ପର ସମୀକ୍ଷା...

କଂଗ୍ରେସ ପ୍ରାର୍ଥୀଙ୍କ ପ୍ରଚାର ଆରମ୍ଭ

ଝାରସୁଗୁଡ଼ା ଅଫିସ,୧୩ା୫: ଆସନ୍ତା ୩୧ତାରିଖରେ ବ୍ରଜରାଜନଗର ଉପନିର୍ବାଚନ ଅନୁଷ୍ଠିତ ହେବ। କଂଗ୍ରେସ ଦଳର ପ୍ରାର୍ଥୀ କିଶୋର ଚନ୍ଦ୍ର ପଟେଲ ତାଙ୍କ ସମର୍ଥକଙ୍କ ସହିତ ଗୁରୁବାର ବ୍ରଜରାଜନଗର...

ପରୀକ୍ଷା ଫଳ ପ୍ରକାଶରେ ଅନିୟମିତତା ଅଭିଯୋଗ

ବ୍ରହ୍ମପୁର ଅଫିସ,୨୩ା୭-ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ବିଭିନ୍ନ ଡିଗ୍ରୀ ମହାବିଦ୍ୟାଳୟ ଯୁକ୍ତ ୩ ଦ୍ୱିତୀୟ ଓ ତୃତୀୟ ସେମିଷ୍ଟର ବ୍ୟାକ୍‌ ପେପର ପରୀକ୍ଷା ଫଳ ପ୍ରକାଶରେ ବିଳମ୍ବ...

ମହାପ୍ରଭୁଙ୍କ କୃଷ୍ଣ ବଳରାମ ବେଶ

ପୁରୀ ଅଫିସ,୧୮।୮: ଭାଦ୍ରବ କୃଷ୍ଣ ତ୍ରୟୋଦଶୀ ତିଥିରେ ସୋମବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ କୃଷ୍ଣ ବଳରାମ ବେଶ ଅନୁଷ୍ଠିତ ହୋଇଛି। ମଧ୍ୟାହ୍ନ ଧୂପ ନୀତି ପରେ ରତ୍ନସିଂହାସନରେ...

ଜିଲା ପର୍ଯ୍ୟବେକ୍ଷକଙ୍କ ନାଁ ଘୋଷଣା କଲା ବିଜେଡି, ୨୫ ନେତାଙ୍କୁ ମିଳିଲା ଦାୟିତ୍ୱ

ଭୁବନେଶ୍ୱର,୬।୧୦(ବ୍ୟୁରୋ): ବିଜେଡି ପକ୍ଷରୁ ଗୁରୁବାର ଜିଲା ପର୍ଯ୍ୟବେକ୍ଷକଙ୍କ ନାମ ଘୋଷଣା କରାଯାଇଛି। ୨୫ ଜଣ ନେତାଙ୍କୁ ମିଳିଲା ବିଭିନ୍ନ ଜିଲାର ପର୍ଯ୍ୟବେକ୍ଷକ ଦାୟିତ୍ୱ। ମନ୍ତ୍ରୀ ପ୍ରମିଳା...

ସୁନାମି ଭୟରେ ଓଡ଼ିଶାର ୩୨୬ ଗାଁ

ଭୁବନେଶ୍ୱର,୧୦।୧୦(ବ୍ୟୁରୋ): ବାଲେଶ୍ୱର, ଭଦ୍ରକ, ଗଞ୍ଜାମ, ପୁରୀ, ଜଗତ୍‌ସିଂହପୁର ଏବଂ କେନ୍ଦ୍ରାପଡ଼ାର ୩୨୬ ଗ୍ରାମକୁ ସୁନାମି ପ୍ରବଣ ଭାବେ ଚିହ୍ନଟ କରାଯାଇଛି। ସେହି ଗ୍ରାମଗୁଡ଼ିକର ଲୋକଙ୍କୁ ସୁନାମିରୁ...

Advertisement
Archives

Model This Week