ଗୁରୁଗ୍ରାମରୁ ବିହାର ପର୍ଯ୍ୟନ୍ତ ସାଇକେଲରେ ଯାତ୍ରା କରିଥିବା ଜ୍ୟୋତିଙ୍କ ସମ୍ମାନରେ ଡାକ ଟିକେଟ ଜାରି

ପାଟନା,୨୫।୫: ଲକ୍‌ଡାଉନ ଯୋଗୁ ବାହାରେ ଫସିରହିଥିବା ଜ୍ୟୋତି ଓ ତାଙ୍କ ପିତାଙ୍କୁ ନେଇ ଏବେ ଚର୍ଚ୍ଚା ଚାରିଆଡେ। ପିତାଙ୍କୁ ସାଇକେଲରେ ବସାଇ ଗୁରୁଗ୍ରାମରୁ ବିହାର ଦରଭଙ୍ଗା ପର୍ଯ୍ୟନ୍ତ ପ୍ରାୟ ୧୨୦୦ କିଲୋମିଟର ଯାତ୍ରା କରିଥିବା ମାତ୍ର ୧୫ ବର୍ଷୀୟ ଜ୍ୟୋତିଙ୍କ ସାହସ ଓ ଉତ୍ସାହକୁ ସବୁ ମହଲରେ ପ୍ରଶଂସା କରାଯାଉଛି। ତାଙ୍କର ଏଭଳି ଐତିହାସିକା କାର୍ଯ୍ୟ ପାଇଁ ବିଭିନ୍ନ ପ୍ରକାରର ଲୋକମାନେ ଜ୍ୟୋତିଙ୍କୁ ସମ୍ମାନ ଜଣାଉଛନ୍ତି। ଇତିମଧ୍ୟରେ ଦରଭଙ୍ଗା ଡାକ ବିଭାଗ ମଧ୍ୟ ତାଙ୍କ ସମ୍ମାନରେ My Stamp ଡାକ ଟିକେଟ ଜାରି କରିଛନ୍ତି। ଦରଭଙ୍ଗା ପୋଷ୍ଟାଲ ବିଭାଗର ଅଧୀକ୍ଷକ ଉମେଶ ଚନ୍ଦ୍ର ପ୍ରସାଦ ନିଜେ ଜ୍ୟୋତିଙ୍କ ଗ୍ରାମକୁ ଯାଇ ଏହି ଡାକ ଟିକେଟ ପ୍ରଦାନ କରି ସମ୍ମାନିତ କରଥେିବା ଜଣାପଡ଼ିଛି। ଏଥିସହ ଫେରାରୀ କୁଇନ୍‌ର ମାନ୍ୟତା ପ୍ରଦାନ କରି ଅଧୀକ୍ଷକ ୫୧୦୦ଟଙ୍କାର ଏକ ଚେକ୍‌ ଓ ବସ୍ତ୍ର ପ୍ରଦାନ କରିଥିଲେ। ଏତଦ୍‌ ବ୍ୟତିତ ଡାକ କାର୍ଯ୍ୟାଳୟରେ ଜ୍ୟୋତିଙ୍କ ନାଁରେ ଏକ ଆକାଉଣ୍ଟ ଖୋଲିଥିଲେ। ସେହିପରି ଜ୍ୟୋତିଙ୍କ ପିତାଙ୍କୁ ମଧ୍ୟ ଏକ ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ଡାକ ବିଭାଗର ଅନେକ ଅଧିକାରୀ ମଧ୍ୟ ଉପସ୍ଥିତ ଥଲେ। ଜ୍ୟୋତିଙ୍କ ଅଦ୍ୟମ ସାହସ ଆଗାମୀ ପିଢ଼ି ପାଇଁ ପ୍ରେରଣାଦାୟୀ ବୋଲି ଅଧୀକ୍ଷକ ଉମେଶ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ସହ ଲଢ଼େଇ: ଏପ୍ରିଲ୍‌ ୧୪ ପର୍ଯ୍ୟନ୍ତ ନିଜକୁ ପ୍ରସ୍ତୁତ କରୁଛନ୍ତି ସରକାର; ବଢୁଥିବା ତାପମାତ୍ରା ବି ସୁହାଇବ

ନୂଆଦିଲ୍ଲୀ,୧।୪: କରୋନା ଭୂତାଣୁ ସଂକ୍ରମଣ ନେଇ ସାରା ଭାରତରେ ଆତଙ୍କ ଦେଖାଦେଇଛି। ସାମାଜିକ ଦୂରତା ଅବଲମ୍ବନ କରିବା ଲାଗି ସରକାର ୨୧ ଦିନିଆ ଲକ୍‌ ଡାଉନ୍‌...

ପୋଲିସକୁ ଦେଖି ୭ କୋଟି ଟଙ୍କାର ଅତି ଦୁର୍ଲଭ ଝିଟିପିଟି ଛାଡ଼ି ଯୁବକ ଫେରାର୍‌

କୋଲକାତା, ୧୦।୯: ସୀମା ସୁରକ୍ଷା ବଳୟ (ବିଏସ୍‌ଏଫ୍‌) ଯବାନମାନେ ପଶ୍ଚିମବଙ୍ଗ ଉତ୍ତର ୨୪ ପ୍ରଗଣା ଜିଲାର ଭାରତ-ବାଂଲାଦେଶ ସୀମା ଦେଇ ଚୋରା ଚାଲାଣ ହେଉଥିବା ୧୪ଟି...

ଏନ୍‌ଆର୍‌ସିକୁ ସମର୍ଥନ କରିବେ ନାହିଁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ରାୟପୁର,୨୧।୧୨: ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ କହିଛନ୍ତି ଯଦି ନ୍ୟାଶନାଲ ରେଜିଷ୍ଟର ଅଫ୍‌ ସିଟିଜେନ୍ସ(ଏନ୍‌ଆର୍‌ସି) ଲାଗୁ କରାଯାଏ ତେବେ ମୁଁ ପ୍ରଥମ ବ୍ୟକ୍ତି ଭାବେ ଏଥିରେ...

ପିଓକେରେ ଆତଙ୍କବାଦୀଙ୍କ ଭ୍ରାମ୍ୟମାଣ ଶିବିର

ନୂଆଦିଲ୍ଲୀ,୬-୯:କଶ୍ମୀର ସମ୍ପର୍କିତ କେନ୍ଦ୍ରର ନିଷ୍ପତ୍ତିକୁ ମାସେ ପୂରିଥିବାବେଳେ ଏହି ପ୍ରସଙ୍ଗକୁ ନେଇ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ପ୍ରଶମିତ ହୋଇନାହିଁ। ଅନ୍ତର୍ଜାତୀୟ ସମୁଦାୟ ନିକଟରେ କଶ୍ମୀର ପ୍ରସଙ୍ଗ...

ସ୍କୁଲରେ ଲାଗିଲା ପୋଷ୍ଟର: ଫି ନ ଦେଲେ ପରୀକ୍ଷା ପାଇଁ ଅନୁମତି ନାହିଁ

ମୋରାଦାବାଦ,୨୧।୧: କରୋନା ମହାମାରୀ ସଂକ୍ରମଣ ଯୋଗୁ ସ୍କୁଲ କଲେଜ ବନ୍ଦ ରହିଥିଲା। ଛାତ୍ରୀଛାତ୍ରଙ୍କ ସୁବିଧା ପାଇଁ ସ୍କୁଲ ପକ୍ଷରୁ ଅନ୍‌ଲାଇନ୍‌ରେ ପାଠପଢ଼ା ଜାରି ରଖାଯାଇଥିଲା। ତେବେ...

କରୋନା ପ୍ରଭାବ: ଚଢ଼ା ଦର ନେଉଛନ୍ତି ବ୍ୟବସାୟୀ: ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ, ଦର ନିୟନ୍ତ୍ରଣ କରିବାକୁ ଦାବି

ଭୁବନେଶ୍ୱର, ୨୪।୩(ବ୍ୟୁରୋ): କରୋନାର ମୁକାବିଲା ପାଇଁ ରାଜ୍ୟ ସରକାର ସମଗ୍ର ରାଜ୍ୟକୁ ମଙ୍ଗଳବାର ମଧ୍ୟରାତ୍ରରୁ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏହି ମହାମାରୀର କୌଣସି ପ୍ରତିକାର ନ...

କେନ୍ଦ୍ରମନ୍ତ୍ରୀ ସଦାନନ୍ଦ ହସ୍ପିଟାଲରେ ଭର୍ତ୍ତି

ବେଙ୍ଗାଲୁରୁ, ୪ା୧: କେନ୍ଦ୍ରମନ୍ତ୍ରୀ ସଦାନନ୍ଦ ଗୌଡା ଅସୁସ୍ଥ ହୋଇପଡିବାରୁ ତାଙ୍କୁ କର୍ନାଟକର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରବିବାର ଚିତ୍ରାଦୁର୍ଗା ସହରରେ ସେ କାର୍‌ରେ ବସୁଥିବାବେଳେ...

ପୁରୀରେ ଉଚ୍ଛେଦକୁ ବର୍ଷେ ପୂରିଲା: ବିକାଶରେ କରୋନା ସାଜିଛି କଣ୍ଟା

ପୁରୀ ଅଫିସ,୨୦ା୮: ପୁରୀ ହେବ ବିଶ୍ୱ ଐତିହ୍ୟ ସହର। ବଦଳିଯିବ ଏହାର ରୂପରେଖ। ଦେଶର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଭାବେ ଏହା ପରିଗଣିତ ହେବ। ଭକ୍ତ, ପର୍ଯ୍ୟଟକଙ୍କୁ...

Advertisement


Archives

Model This Week

Why Dharitri