‘ଗୁଡ୍‌ ନ୍ୟୁଜ୍‌’ ସହ ଅକ୍ଷୟ କରିପାରନ୍ତି ରେକର୍ଡ

ମୁମ୍ବାଇ: ଶ୍ୱଶୁର ରାଜେଶ୍‌ ଖାନ୍ନାଙ୍କ ରେକର୍ଡ ଭାଙ୍ଗିବେକି ଅକ୍ଷୟ! ସମସ୍ତଙ୍କ ନଜର ଏବେ ଅକ୍ଷୟଙ୍କ ଫିଲ୍ମ ‘ଗୁଡ୍‌ ନ୍ୟୁଜ୍‌’ ଉପରେ। ଆପଣ ଟିକେ କନ୍‌ଫ୍ୟୁଜ୍‌ ହେଉଛନ୍ତି କି? ତା’ହେଲେ ଆମେ ଆପଣଙ୍କ କନ୍‌ଫ୍ୟୁଜନ୍‌ ଏବେ ଦୂର କରିଦେଉଛୁ। ଫ୍ରାଇଡେ ବକ୍ସରେ ରିଲିଜ୍‌ ହୋଇଯାଇଛି ବଲିଉଡ୍‌ ଖିଲାଡି ଅକ୍ଷୟ କୁମାରଙ୍କ ଫିଲ୍ମ ‘ଗୁଡ୍‌ ନ୍ୟୁଜ୍‌’। ଏହା ହେଉଛି ୨୦୧୯ରେ ଅକ୍ଷୟଙ୍କ ଚତୁର୍ଥ ଫିଲ୍ମ। ପୂର୍ବରୁ ଫିଲ୍ମ ‘କେସରୀ’, ‘ମିଶନ୍‌ ମଙ୍ଗଲ୍‌’ ଏବଂ ‘ହାଉସ୍‌ଫୁଲ୍‌-୪’ ରିଲିଜ୍‌ ହେବା ସହ ବକ୍ସ ଅଫିସରେ ହିଟ୍‌ ମଧ୍ୟ ହୋଇଥିଲା। ଏବେ ଯଦି ‘ଗୁଡ୍‌ ନ୍ୟୁଜ୍‌’ ମଧ୍ୟ ହିଟ୍‌ ହୋଇଯାଏ ତା’ହେଲେ ଅକ୍ଷୟ ନିଜ ଶ୍ୱଶୁର ତଥା ବଲିଉଡ୍‌ ସୁପର୍‌ଷ୍ଟାର ଦିବଂଗତ ରାଜେଶ୍‌ ଖାନ୍ନାଙ୍କ ଏକ ଅନ୍‌ବ୍ରେକେବଲ୍‌ ରେକର୍ଡ ଭାଙ୍ଗିପାରନ୍ତି।
ଏହି ରେକର୍ଡ ହେଲା ବ୍ୟାକ୍‌-ଟୁ-ବ୍ୟାକ୍‌ ୧୫ ହିଟ୍‌ ଫିଲ୍ମ ଦେବା। ହଁ, ଆପଣ ଠିକ୍‌ ଅନୁମାନ କରୁଛନ୍ତି। ହିନ୍ଦୀ ସିନେମାର ଏହା ଏଭଳି ଏକ ରେକର୍ଡ, ଯାହାକୁ ଆଜି ଯାଏଁ କେହି ଭାଙ୍ଗି ପାରିନାହାନ୍ତି। ଏପରି କି, ଖୋଦ୍‌ ବଲିଉଡ୍‌ ମହାନାୟକ ଅମିତାଭ୍‌ ବଚ୍ଚନ ମଧ୍ୟ ଏହି ରେକର୍ଡ ବ୍ରେକ୍‌ କରିପାରି ନ ଥିବା କୁହାଯାଉଛି। ହେଲେ ‘ଗୁଡ୍‌ ନ୍ୟୁଜ୍‌’ ଯଦି ହିଟ୍‌ ହୋଇଯାଏ, ତେବେ ରାଜେଶ ଖାନ୍ନାଙ୍କ ଜ୍ୱାଇଁ ଅକ୍ଷୟ କୁମାର ନିଶ୍ଚୟ ଏହି ରେକର୍ଡ ବ୍ରେକ୍‌ କରିବା ଦିଗରେ ଆଉ ପାଦେ ଆଗେଇ ଯିବେ।
ଏଯାଏ ବ୍ୟାକ୍‌-ଟୁ-ବ୍ୟାକ୍‌ ୧୧ ହିଟ୍‌ ଫିଲ୍ମ ଦେଇସାରିଥିବା ଅକ୍ଷୟଙ୍କ ୪ଟି ଫିଲ୍ମ ହିଟ୍‌ ହୋଇଗଲେ ସେ ଏହି ରେକର୍ଡ ବ୍ରେକ୍‌ କରିପାରିବେ। ୨୦୨୦ରେ ତାଙ୍କ ‘ସୂର୍ୟବଂଶୀ’, ‘ଲକ୍ଷ୍ମୀ ବମ୍ବ’ , ‘ପୃଥ୍ବୀରାଜ୍‌’ ଏବଂ ‘ବଚ୍ଚନ ପାଣ୍ଡେ’ ରିଲିଜ୍‌ ହେବ। ଅକ୍ଷୟଙ୍କ ରିଲିଜ୍‌ ହୋଇଥିବା ୧୧ ଗତ ୩ବର୍ଷ ମଧ୍ୟରେ ଫିଲ୍ମ ବକ୍ସ ଅଫିସ୍‌ରେ ପାଖାପାଖି ୧୫୫୦ କୋଟି ନଗଦ ଟଙ୍କାର ବ୍ୟବସାୟ କରିସାରିଛି। ଏହି କ୍ରମରେ ‘ଗୁଡ୍‌ ନ୍ୟୁଜ୍‌’କୁ ନେଇ ମଧ୍ୟ ଖୁବ୍‌ ଆଶା ରହିଛି। ଫିଲ୍ମଟି ବକ୍ସ ଅଫିସ୍‌ରେ ସଫଳ ହେଲେ, ଅକ୍ଷୟଙ୍କ ଏହି ରେକର୍ଡ ବଜାୟ ରହିବ। ତେବେ ଫିଲ୍ମରେ ଅକ୍ଷୟଙ୍କ ସହ କରୀନା କପୁର ଖାନ୍‌, ଦିଲ୍‌ଜିତ ଦୋସାଞ୍ଝ ଏବଂ କିୟାରା ଆଡ୍‌ଭାନୀମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ଅଡୁଆ ବଢ଼ିଲା: ଜାମିନ ବିହୀନ ଗିରଫ ପରୱାନା ରହିତାଦେଶ ହଟାଇଲେ…

କଟକ,୨୫।୮(କାର୍ତ୍ତିକ ସାହୁ): ବାରମ୍ବାର ସମୟ ନେଇ ନିମ୍ନ ଅଦାଲତରେ ହାଜର ନ ହେବା କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଫଳରେ ଗିରଫଦାରିକୁ ନେଇ…

୩୦ ଯାଏ ବଢ଼ିଲା ଓଏସ୍‌ଏସ୍‌ଟିଇଟି ପଞ୍ଜୀକରଣ, ସେପ୍ଟେମ୍ବର ୩୦…

କଟକ,୨୫।୮(କାର୍ତ୍ତିକ ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଓଡ଼ିଶା ସେକେଣ୍ଡାରି ସ୍କୁଲ ଟିଚର୍ସ ଇଲିଜିବିଲିଟି ଟେଷ୍ଟ (ଓଏସ୍‌ଏସ୍‌ଟିଇଟି) ୨୦୨୬ ନିମନ୍ତେ ପଞ୍ଜୀକରଣ ଅବଧିକୁ ଅଗଷ୍ଟ…

ପୁଣି ଲଘୁଚାପ: ୨୮ରୁ ଆହୁରି ବଢ଼ିବ ବର୍ଷା, ଏସବୁ ଜିଲାକୁ ଓ୍ବାର୍ନିଂ…

ଭୁବନେଶ୍ୱର, ୨୫ା୮(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆସନ୍ତା ୨୪ ଘଣ୍ଟାରେ ଉତ୍ତର ପଶ୍ଚିମ ଆଡ଼କୁ ଗତି କରିବା ସହ ଝାଡ଼ଖଣ୍ଡ ଓ ଉତ୍ତର ଓଡ଼ିଶା…

“ବିବାହ ନ କଲେ ଆତ୍ମହତ୍ୟା କରିବି” କହି ନେଇଗଲେ, ପ୍ରେମିକା ୩ ମାସର ଗର୍ଭବତୀ ହେବା ପରେ ଫେରାର୍; ପରିଶେଷରେ…

ଦେବଗଡ଼,୨୫।୮(ଶଶାଙ୍କ ଶେଖର ଝାଙ୍କର): ବିବାହର ମିଛ ପ୍ରତିଶ୍ରୁତି ଦେଇ ପ୍ରେମିକାଙ୍କ ସହ ବାରମ୍ବାର ଶାରୀରିକ ସମ୍ପର୍କ ସ୍ଥାପନ କରିବା ଏବଂ ପରବର୍ତ୍ତୀ ସମୟରେ ପ୍ରତାରଣା କରିବା ଅଭିଯୋଗରେ…

ଗୁରୁଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ଏଣ୍ଟ୍ରି, ୫ ରାଶିଙ୍କ ଲାଗିଲା ଲଟେରୀ! ବଢିବ ଧନ-ସମ୍ପତ୍ତି…

ଦ୍ରିକ ପଞ୍ଚାଙ୍ଗ ଅନୁସାରେ, ମଙ୍ଗଳ ଗ୍ରହ ବୃହସ୍ପତି (ଦେବଗୁରୁ ବୃହସ୍ପତି)ଙ୍କ ଦ୍ୱାରା ଶାସିତ ପୁନର୍ୱାସୁ ନକ୍ଷତ୍ରରେ ୨ ସେପ୍ଟେମ୍ୱର, ୨୦୨୬ ରେ ପ୍ରବେଶ କରିବାକୁ ଯାଉଛି। ମଙ୍ଗଳ…

ସାଂଘାତିକ! ଶେଷରେ ପାରାଦୀପ ସମୁଦ୍ରରୁ ମିଳିଲା ନିଖୋଜ ଜାହାଜର…

ନୂଆଦିଲ୍ଲୀ,୨୫।୮: ସମୁଦ୍ର ଗର୍ଭରେ ବିରାଟ ବଡ଼ MV ଓସେନ ୱିନର ଜାହାଜ ଗାଏବ ହୋଇଯିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏତେ ବଡ଼ ସର୍ଚ୍ଚ ଅପରେସନ୍…

ରାହୁଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ଉଗ୍ର ଚାଲ! ୨ ସେପ୍ଟେମ୍ବର ପର୍ଯ୍ୟନ୍ତ ଏହି ୫ଟି ରାଶି ଉପରେ ବଡ଼ ସଙ୍କଟ

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ସେନାପତି ମଙ୍ଗଳ ଏବଂ ଛାୟା ଗ୍ରହ ରାହୁଙ୍କ ସମ୍ବନ୍ଧକୁ ଅତ୍ୟନ୍ତ ଉଗ୍ର ଓ ସମ୍ବେଦନଶୀଳ ମାନାଯାଏ। ପରାକ୍ରମ, ଉର୍ଜା ଏବଂ କ୍ରୋଧର କାରକ…

ଏକାଠି ହେଲେ ଭାରତ-ଚାଇନା ସେନା, ଓଡ଼ିଶା ସମୁଦ୍ରରେ ଚାଲିଛି ଜୋର୍‌ ଅପରେଶନ

ନୂଆଦିଲ୍ଲୀ,୨୫।୮: ସମୁଦ୍ର ଗର୍ଭରେ ବିରାଟ ବଡ଼ MV ଓସେନ ୱିନର ଜାହାଜ ଗାଏବ ହୋଇଯିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏତେ ବଡ଼ ସର୍ଚ୍ଚ ଅପରେସନ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri