ଗୁଗଲ ପେ ପେମେଣ୍ଟ ସିଷ୍ଟମ ଅପରେଟର ନୁହେଁ

ନୂଆଦିଲ୍ଲୀ,୨୦।୬:ଗୁଗଲ ପେ ତୃତୀୟ ପକ୍ଷ ଆପ୍‌ ପ୍ରୋଭାଇଡର କିମ୍ବା କୌଣସି ପେମେଣ୍ଟ ସିଷ୍ଟମ ପରିଚାଳନା କରୁନାହିଁ। ଦିଲ୍ଲୀ ଉଚ୍ଚ ନ୍ୟାୟାଳୟଙ୍କୁ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏଭଳି ଉତ୍ତର ରଖାଯାଇଛି। ଏଣୁ ଏହାର ପରିଚାଳନା କୌଣସି ଆଇନ ଉଲ୍ଲଂଘନ କରୁନାହିଁ ବୋଲି କେନ୍ଦ୍ରୀୟ ବ୍ୟାଙ୍କ ଉଚ୍ଚ ନ୍ୟାୟାଳୟଙ୍କୁ କହିଛି। ଏହି ମାମଲା ଉପରେ ଦିଲ୍ଲୀ ହାଇକୋର୍ଟ ଚିଫ୍‌ ଜଷ୍ଟିସ ଡି.ଏନ୍‌. ପଟେଲ ଏବଂ ଜଷ୍ଟିସ ପ୍ରତୀକ ଜଲାଲଙ୍କ ଖଣ୍ଡପୀଠ ଶୁଣାଣି କରୁଛନ୍ତି। ନ୍ୟାଶନାଲ ପେମେଣ୍ଟସ କର୍ପୋରେଶନ ଅଫ୍‌ ଇଣ୍ଡିଆ(ଏନ୍‌ପିସିଆଇ) ପକ୍ଷରୁ ପ୍ରକାଶ ପାଇଥିବା ଅଧିକୃତ ପେମେଣ୍ଟ ସିଷ୍ଟମ ଅପରେଟରଙ୍କ ତାଲିକାରେ ଗୁଗଲ ପେ ନାହିଁ କାରଣ ଏହା ପେମେଣ୍ଟ ସିଷ୍ଟମ ପରିଚାଳନା କରୁନାହିଁ। ଆର୍‌ବିଆଇଠାରୁ ଆବଶ୍ୟକ ଅନୁମତି ନ ନେଇ ଗୁଗଲ ପେ ଆର୍ଥତ୍କ ଟ୍ରାଞ୍ଜାକଶନ ସୁବିଧା ପ୍ରଦାନ କରୁଛି ବୋଲି ଅଭିଜିତ ମିଶ୍ର ଏକ ଜନସ୍ବାର୍ଥ ମାମଲା କରିଥିଲେ। ଏହା ଉପରେ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ କେନ୍ଦ୍ରୀୟ ବ୍ୟାଙ୍କର ପକ୍ଷ ଲୋଡିଥିଲେ। ଗୁଗଲ ପେ ପେମେଣ୍ଟ ଏବଂ ସେଟେଲମେଣ୍ଟ ଆଇନ ଅବମାନନା କରିଥିବା ଅଭିଯୋଗ ଅଣାଯାଇଥିଲା। ଏନ୍‌ପିସିଆଇର ପେମେଣ୍ଟ ସିଷ୍ଟମ ଅପରେଟର ତାଲିକାରେ ଗୁଗଲ ପେ ନ ଥିବା କୁହାଯାଇଥିଲା। ମାମଲାର ଆଗାମୀ ଶୁଣାଣି ଜୁଲାଇ ୨୨ରେ ହେବ।


Enter your email to get our daily news in your inbox.

All Right Reserved By Dharitri.Com

୧୩ ପଇସା ଖସିଲା ଟଙ୍କା

ମୁମ୍ବାଇ,୭-୧: ସୋମବାର ଡଲାର ତୁଳନାରେ ଟଙ୍କା ମୂଲ୍ୟ ୧୩ ପଇସା ଖସି ୭୧.୯୩ ସ୍ତରରେ ରହିଥିବା ଜଣାପଡିଛି। ବିଶ୍ୱସ୍ତରରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ଏବଂ...

ବନ୍ଦ ହେଲା ମେସେଜିଙ୍ଗ୍‌ ଆପ୍‌ ‘ହାଇକ୍‌’

ନୂଆଦିଲ୍ଲୀ,୧୯।୧: ହାଇକ୍‌ ସୋସିଆଲ୍‌ ମେସେଜିଙ୍ଗ୍‌ ଆପ୍‌ ‘ହାଇକ୍‌’କୁ ବନ୍ଦ କରିଦିଆଯାଇଛି। ଆପ୍‌ର ସହ-ପ୍ରତିଷ୍ଠାତା ତଥା ସିଇଓ କେଭିନ ଭାରତୀ ମିତ୍ତଲ ଟୁଇଟ୍‌ କରି ଏହା ନିଶ୍ଚିତ...

ରେପୋ ରେଟ୍‌ ଅପରିବର୍ତ୍ତିତ

ନୂଆଦିଲ୍ଲୀ,୮।୪: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ଶୁକ୍ରବାର ଏହାର ମୁଦ୍ରା ନୀତି ଜାରି ନିଷ୍ପତ୍ତି ଜାରି କରିଛି। ରିଜର୍ଭ ବ୍ୟାଙ୍କ ଆଜି ଏହାର ମୁଦ୍ରାନୀତି କମିଟି(ଏମପିସି) ବୈଠକରେ...

କେନ୍ଦ୍ରୀୟ ଟିକସରୁ ଓଡ଼ିଶାକୁ ୨,୧୩୧ କୋଟି

ନୂଆଦିଲ୍ଲୀ,୨୧।୪: କେନ୍ଦ୍ରୀୟ ଟିକସ ଏବଂ ଶୁଳ୍କରେ ରାଜ୍ୟଗୁଡିକର ଅଂଶ ବାବଦକୁ ଏପ୍ରିଲର କିସ୍ତି ପ୍ରଦାନ ଲାଗି କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ୪୬,୦୩୮ କୋଟି ଟଙ୍କାର...

ସୁଧ ହାର କମାଇଲା ଇପିଏଫ୍‌ଓ

ନୂଆଦିଲ୍ଲୀ,୬-୩: ଏମ୍ପ୍ଲଇଜ ପ୍ରୋଭିଡେଣ୍ଟ ଫଣ୍ଡ ଅର୍ଗାନାଇଜେଶନ(ଇପିଏଫ୍‌ଓ) ଗୁରୁବାର ଏହାର ସୁଧହାର ହ୍ରାସ କରିଛି। ଫଳରେ ଉପଭୋକ୍ତାମାନେ ଚଳିତ ଆର୍ଥତ୍କ ବର୍ଷ ଲାଗି ୮.୫% ହାରରେ ସୁଧ...

କର୍ଫ୍ୟୁ ପାଇଁ ବନ୍ଦ ରହିବ ପାସେଞ୍ଜର ଟ୍ରେନ

ନୂଆଦିଲ୍ଲୀ,୨୧-୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନତ କର୍ଫ୍ୟୁ ଆହ୍ବାନରେ ରବିବାର ପାସେଞ୍ଜର ଟ୍ରେନ ସେବା ବନ୍ଦ ରହିବ। ଶନିବାର ମଧ୍ୟରାତ୍ରଠାରୁ ରବିବାର ରାତି ୧୦ଟା ଯାଏ...

ରିସ୍କ ନେବାକୁ ଶିଳ୍ପ ଜଗତକୁ ସୀତାରାମନଙ୍କ ଆହ୍ବାନ

ନୂଆଦିଲ୍ଲୀ,୧୮।୧୧: କ୍ଷମତା ସମ୍ପ୍ରସାରଣ ଲାଗି ଶିଳ୍ପ ଜଗତ ରିସ୍କ ନେବା ଜରୁରୀ। ଏହା ହେଲେ ଯାଇ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ ବୋଲି ଅର୍ଥମନ୍ତ୍ରୀ...

ଗ୍ରାହକଙ୍କ ସନ୍ତୁଷ୍ଟିକୁ ଗୁରୁତ୍ୱ: ଅଚ୍ୟୁତାନନ୍ଦ ମେହେର

ବଲାଙ୍ଗୀରରୁ ଭୁବନେଶ୍ୱର ପର୍ଯ୍ୟନ୍ତ ଯାତ୍ରା ଅତ୍ୟନ୍ତ ରୋମାଞ୍ଚକର ଥିଲା। ଏହି ସଫଳତାର ଶ୍ରେୟ ‘ହିରୋ’ ବ୍ରାଣ୍ଡ୍‌ ଏବଂ ଆମ କର୍ମଚାରୀ ଟିମ୍‌କୁ ଯିବ। ଆଗକୁ ମଧ୍ୟ...

Advertisement
Archives

Model This Week