ଗାୟିକା ସାଜିଲେ ପ୍ରିୟା ପ୍ରକାଶ

ଥିରୁଭାନନ୍ଥପୁରମ୍‌: ଗତବର୍ଷ ଯାହାଙ୍କ ଆଖିମରା ଦୃଶ୍ୟ ଲକ୍ଷଲକ୍ଷ ଦର୍ଶକଙ୍କ ହୃଦୟକୁ ଜିଣିପାରିଥିଲା, ସେଇ ଚର୍ଚ୍ଚିତ ଅଭିନେତ୍ରୀ ହେଉଛନ୍ତି ପ୍ରିୟା ପ୍ରକାଶ ବାରିୟର। ସେ ଆଗାମୀ ମାଲାୟାଲମ୍‌ ଫିଲ୍ମ ‘ଫାଇନାଲ୍ସ’ର ଏକ ସଂଗୀତରେ ସ୍ବର ଦେଇଛନ୍ତି। ସେ ତାଙ୍କ ପ୍ରତିକ୍ରିୟାରେ କହନ୍ତି, ‘ମୋର ପ୍ରଥମ ଉଦ୍ୟମ (ଆଖିମରା ଦୃଶ୍ୟ)ରେ ଆପଣମାନେ ଖୁସି ହୋଇଥିବାରୁ ହୃଦୟର ଗଭୀରତମ ପ୍ରଦେଶରୁ କୃତଜ୍ଞତା ଜଣାଉଛି। ମୋ ବାୟୋଡାଟା ଲିଙ୍କ୍‌ ସହ କ୍ଲିକ୍‌ କରି ଉପରୋକ୍ତ ସିନେମା ସଂଗୀତର ସମ୍ପୂର୍ଣ୍ଣ ଭିଡିଓ ଦେଖିପାରିବେ।’
ଏହି ଅଭିନେତ୍ରୀ ‘ଓ୍ବିଙ୍କ ଆଣ୍ଡ ଫାୟାର ଗନ୍‌’ କିସ୍‌ ସିନ୍‌ରେ ଆଖିମାରି ଲକ୍ଷଲକ୍ଷ ପ୍ରଶଂସକଙ୍କ ହୃଦୟକୁ ଯେଭଳି ପ୍ରେମତୀର ମାରି ଦେଇଥିଲେ, ସେଥିପାଇଁ ସେ ଖୁବଶୀଘ୍ର ଚର୍ଚ୍ଚିତ ହୋଇଯାଇଥିଲେ। ଏହା ଥିଲା ଓମାର ଲୁଲୁଙ୍କ ନିର୍ଦ୍ଦେଶିତ ‘ଓରୁ ଆଦାର ଲଭ୍‌’ର ଏକ ରୋମାଣ୍ଟିକ୍‌ ଦୃଶ୍ୟ। ତାଙ୍କର ଆଖିମରା ଦୃଶ୍ୟ ସୋସିଆଲ୍‌ ମିଡିଆରେ ଭାଇରାଲ ହୋଇ ଖୁବ୍‌ ପ୍ରଶଂସା ସାଉଁଟିଥିଲା। ଆଗାମୀ ଫିଲ୍ମ ‘ଶ୍ରୀଦେବୀ ବଙ୍ଗାଲୋ’ରେ ପ୍ରିୟା ପ୍ରଥମକରି ଅଭିନୟ କରିବାକୁ ଯାଉଛନ୍ତି। ଏହାର ନିର୍ଦ୍ଦେଶନା ଦେଉଛନ୍ତି ପ୍ରଶାନ୍ତ ମାମ୍ବୁଲି।


Enter your email to get our daily news in your inbox.

All Right Reserved By Dharitri.Com

୬୦ବର୍ଷ ବୟସରେ ଟେନିସ କୋର୍ଟକୁ ଓହ୍ଲାଇଲେ ନୀନା ଗୁପ୍ତା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ନୀନା ଗୁପ୍ତା ଏବେ ଫିଲ୍ମ ସହ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌ ରହୁଛନ୍ତି। ଦୀର୍ଘ ଦିନର ବ୍ରେକ୍‌ ପରେ ସେ ବଡ଼...

‘ଲକ୍ଷ୍ମୀ ବମ୍‌’ର ନୂଆ ପୋଷ୍ଟର ରିଲିଜ୍‌: ଶାଢ଼ି ପିନ୍ଧି ଭିନ୍ନ ଲୁକ୍‌ରେ ଅକ୍ଷୟ

ଖିଲାଡି କିଙ୍ଗ୍‌ ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମ ‘ଲକ୍ଷ୍ମୀ ବମ୍‌’ର ଏକ ନୂଆ ଏବଂ ଦମ୍‌ଦାର ପୋଷ୍ଟର ରିଲିଜ୍‌ ହୋଇଛି। ନିଜେ ଅକ୍ଷୟ ଏହି ପୋଷ୍ଟରଟିକୁ...

ପୁଅ ଭିୟାନ୍‌ର ଜନ୍ମଦିନରେ ଶିଳ୍ପା କହିଲେ ‘ତୁ ମୋ’ ଗର୍ବ’

ମୁମ୍ବାଇ: ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ସୋସିଆଲ ମିଡିଆରେ ଆଜିକାଲି ବେଶ୍‌ ଆକ୍ଟିଭ୍‌ ରହୁଛନ୍ତି। ଅଧିକାଂଶ ସମୟରେ ସେ ନିଜ ଫଟୋ, ପରିବାର ସଦସ୍ୟଙ୍କ ଫଟୋ ଭିଡିଓ...

ରିଲିଜ୍‌ ହେଲା ସଞ୍ଜୟଙ୍କ କେ.ଜି.ଏଫ୍‌-୨ର ଫାଷ୍ଟ ଲୁକ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତଙ୍କ ୬୦ତମ ଜନ୍ମଦିନ ଅବସରରେ ତାଙ୍କର ପ୍ରଶଂସକଙ୍କୁ ବଡ଼ ଉପହାର ମିଳିଛି। ସାଉଥ୍‌ର ସୁପରହିଟ ଫିଲ୍ମ ‘କେ.ଜି.ଏଫ୍‌ର ଦ୍ୱିତୀୟ ଭାଗ...

ମୋଦିଙ୍କ ସହ ସେଲ୍‌ଫି ନେବାକୁ ବ୍ୟଗ୍ର ବଲିଉଡ୍‌ ଷ୍ଟାର

ନୂଆଦିଲ୍ଲୀ,୨୦।୧୦: ପ୍ରଧାନମନ୍ତ୍ରୀ ମୋଦିଙ୍କର ବିଶ୍ୱରେ ଅନେକ ପ୍ରଶଂସକ ରହିଛନ୍ତି। ଟୁଇଟରରେ ସବୁଠାରୁ ଅଧିକ ଫଲୋ କରୁଥିବା ଭାରତୀୟ ଭାବେ ମୋଦିଙ୍କ ନାଁ ରହିଛି ଆଗରେ। ତେବେ...

ଜୁନ୍‌ ୨୯ ପାଇଁ ଓ୍ବାର୍କ ପ୍ଲାନ୍‌ କରିଥିଲେ ସୁଶାନ୍ତ, ଫଟୋ ଶେୟାର କଲେ ଭଉଣୀ

ଅଭିନେତା ସୁଶାନ୍ତ ସିଂ ରାଜପୁରଙ୍କ ମୃତ୍ୟୁକୁ ଇତିମଧ୍ୟରେ ମାସେରୁ ଅଧିକ ସମୟ ହୋଇଯାଇଛି। ହେଲେ ଆଜି ବି ସେ ମସସ୍ତଙ୍କ ହୃଦୟରେ ଜୀବିତ ଅଛନ୍ତି। ସୁଶାନ୍ତ...

ମା’ଙ୍କୁ ଏହି ଫିଲ୍ମ ଆଦୌ ଦେଖାଇବାକୁ ଚାହୁଁନାହାନ୍ତି ରଣବୀର

ବଲିଉଡ୍‌ ଅଭିନେତା ରଣବୀର ସିଂ ୩୫ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ତାଙ୍କୁ ବିଭିନ୍ନ ଆଡୁ ଜନ୍ମଦିନର ଶୁଭେଚ୍ଛା ମିଳୁଛି। ବଲିଉଡ୍‌ର ଆଗଧାଡିର ନାୟକ...

ରିଲିଜ୍‌ ହେଲା ‘ଦ ଅନସଙ୍ଗ ଓ୍ବାରିୟର’ର ନୂଆ ପୋଷ୍ଟର

ମୁମ୍ବାଇ: ପୁଣି ଥରେ ବଡ ପରଦାରେ କାଜଲ ଓ ଅଜୟ ଦେବଗନଙ୍କ ଯୋଡି ଦେଖିବାକୁ ମିଳିବ। ଅଜୟ ଦେବଗନ ତାଙ୍କ ଟୁଇଟର ହ୍ୟାଣ୍ଡେଲରେ ‘ଦ ଅନସଙ୍ଗ...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *