Posted inଜାତୀୟ

ଗାନ୍ଦରବଲରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ

ଶ୍ରୀନଗର,୧।୧୦: ଜମ୍ମୁ-କଶ୍ମୀର ଗାନ୍ଦରବଲ ଜିଲାରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମଙ୍ଗଳବାର ମୁହାଁମୁହିଁ ହୋଇଛନ୍ତି। ଏଥିରେ ଜଣେ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ସ୍ଥାନୀୟ ଜଙ୍ଗଲରେ କିଛି ଆତଙ୍କବାଦୀ ଲୁଚିଥିବା ଖବର ପାଇ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଘେରାବନ୍ଦୀ କରାଯାଇ ସର୍ଚ୍ଚ ଅପରେଶନ୍‌ ଆରମ୍ଭ ହୋଇଥିଲା। ଆତଙ୍କବାଦୀଙ୍କୁ ଆତ୍ମସମର୍ପଣ ପାଇଁ ସତର୍କ ସୂଚନା ଦିଆଯାଇଥିଲା। ତେବେ ଆତଙ୍କବାଦୀମାନେ ପ୍ରଥମେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚଳାଇଥିଲେ। ଏହାର ଜବାବରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ପାଲଟା ଆକ୍ରମଣ କରାଯାଇଥିଲା। ଏଠାରେ ସର୍ଚ୍ଚ ଅପରେଶନ୍‌ ଜାରି ରହିଛି। ସୁରକ୍ଷା ଦୃଷ୍ଟିରୁ ସମଗ୍ର ଅଞ୍ଚଳକୁ ସୁରକ୍ଷାକର୍ମୀ ଘେରି ରହିଛନ୍ତି। ଏହାପୂର୍ବରୁ ୪ ଦିନ ତଳେ ସ୍ଥାନୀୟ ନାରନାଗ ଅଞ୍ଚଳରେ ସୁରକ୍ଷାକର୍ମୀ ୨ ଆତଙ୍କବାଦୀଙ୍କୁ ଏନ୍‌କାଉଣ୍ଟର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଧରାବିରେ ୪୩ ସଂକ୍ରମିତ, ୪ ମୃତ

ନୂଆଦିଲ୍ଲୀ,୧୩ା୪: ଏସିଆ ମହାଦେଶର ସର୍ବବୃହତ୍‌ ବସ୍ତି ଭାବେ ପରିଚିତ ମୁମ୍ବାଇର ଧରାବିରେ ୧୫ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ରବିବାର ସୁଦ୍ଧା ସେଠାରେ...

ସିବିଆଇ ତଦନ୍ତ ସହାୟକ ହେବନି: ମମତା

ନୂଆଦିଲ୍ଲୀ/କୋଲକାତା, ୫ା୬: ଓଡ଼ିଶାରେ ୩ଟି ଟ୍ରେନ୍‌ ମଧ୍ୟରେ ଦୁର୍ଘଟଣାର ତଦନ୍ତ ଦାୟିତ୍ୱ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା (ସିବିଆଇ)କୁ ଦିଆଯାଇଛି। ତେବେ ଏହି ତଦନ୍ତରୁ କୌଣସି ଫଳ...

କିଛି ଦିନ ଏକାଠି ରହିବା ‘ଲିଭ୍‌ ଇନ୍‌’ ନୁହେଁ, ହାଇକୋର୍ଟଙ୍କ ରାୟ…

ଚଣ୍ଡିଗଡ଼, ୧୩।୧୨: ଦୁଇଜଣ ବୟସ୍କ ବ୍ୟକ୍ତି କିଛି ଦିନ ଧରି ଏକାଠି ରହିଲେ ଏହାକୁ ଲିଭ-ଇନ ରିଲେଶନଶିପ୍‌ କୁହାଯିବ ନାହିଁ। ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ...

ନିର୍ବାଚନ ପାଇଁ କଂଗ୍ରେସର ଷ୍ଟାର ଫେସ ହେବେ ପ୍ରିୟଙ୍କା ଗାନ୍ଧୀ, ଏବେଠାରୁ ଆରମ୍ଭ ହେଲାଣି ରାଲି ରୋଡ ଶୋ’ର ପ୍ରସ୍ତୁତି

ନୂଆଦିଲ୍ଲୀ/ଭୋପାଳ,୨।୫: ମଧ୍ୟପ୍ରଦେଶରେ ୬ ମାସ ପରେ ହେବ ବିଧାନସଭା ନିର୍ବାଚନ। ଏଠାରେ ସିଧାସଳଖ ଲଢେଇ ଭାରତୀୟ ଜନତା ପାର୍ଟି(ଭାଜwପା) ଓ କଂଗ୍ରେସ ମଧ୍ୟରେ ହେବା ଲକ୍ଷ୍ୟ...

ପଞ୍ଜାବରେ ମେ’ ୧ ପର୍ଯ୍ୟନ୍ତ ବଢିଲା ଲକ୍‌ଡାଉନ ଅବଧି

ଚଣ୍ଡିଗଡ଼,୧୦।୪: ଦେଶରେ ତଥା ପଞ୍ଜାବରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଶୁକ୍ରବାର ରାଜ୍ୟରେ ଲକ୍‌ଡାଉନର ଅବଧି ଓ କର୍ଫ୍ୟୁକୁ ମେ’...

କହିବା ପୂର୍ବରୁ ଚିନ୍ତା କରିବାର ଥିଲା, ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ କହିଲେ ଶିନ୍ଦେ-ଫଡ଼ନଭିସ…

ମୁମ୍ବାଇ, ୩୦।୭ : ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶିୟାରୀଙ୍କ ବିବାଦୀୟ ମନ୍ତବ୍ୟ ନେଇ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ମୁହଁ ଖୋଲିଛନ୍ତି। ସେ କହିଛନ୍ତି ଯେ...

ଅଧ୍ୟକ୍ଷ ପଦ ଛାଡ଼ିବା ନିଷ୍ପତ୍ତିରେ ରାହୁଲ ଅଟଳ: ମନାଇବାରେ ୫ ମୁଖ୍ୟମନ୍ତ୍ରୀ ବିଫଳ

ନୂଆଦିଲ୍ଲୀ,୨ା୭(ଆଇଏଏନ୍‌ଏସ୍‌): ଲୋକ ସଭା ନିର୍ବାଚନରେ କଂଗ୍ରେସର ପରାଜୟ ପରେ ଅଧ୍ୟକ୍ଷ ପଦ ଛାଡିବା ନିଷ୍ପତ୍ତିରେ ରାହୁଲ ଗାନ୍ଧୀ ଅଟଳ ରହିଛନ୍ତି। ସୋମବାର ତାଙ୍କୁ ମନାଇବାକୁ ଉଦ୍ୟମ...

୫.୪୭ କୋଟି ଟଙ୍କାର ମଦ ଉପରେ ଚାଲିଲା ବୁଲଡୋଜର…

ହାଇଦ୍ରାବାଦ, ୧୫।୯ : ଆନ୍ଧ୍ରପ୍ରଦେଶ ପୋଲିସ ଏକ ବୁଲଡୋଜର ଚଲାଇ ତେଲେଙ୍ଗାନାରୁ ବେଆଇନ ଭାବେ ଆସିଥିବା ହୋଇଥିବା ୨.୪୩ ଲକ୍ଷ ମଦ ବୋତଲକୁ ନଷ୍ଟ କରି...

Advertisement
Archives

Model This Week