ଗାଡ଼ି ଚଳାଇବା ବେଳେ ମୋବାଇଲରେ କଥା ହେବା ହେଲା କାଳ: ଅଟୋ ଓଲଟି ୭ ଛାତ୍ରୀଛାତ୍ର ଆହତ, ଜଣେ ଗୁରୁତର

ଚନ୍ଦ୍ରଗିରି,୯।୮(ଡି.ଏନ୍‌.ଏ.): ଗଜପତି ଜିଲା ମୋହନା ଥାନା ଜାଲିବାଡ଼ଇ ଗ୍ରାମ ନିକଟରେ ଶୁକ୍ରବାର ସକାଳେ ଏକ ଅଟୋ ଓଲଟି ପଡିବାରୁ ୮ ଛାତ୍ରୀଛାତ୍ର ଆହତ ହୋଇଥିବା ବେଳେ ଜଣେ ଛାତ୍ର ଗୁରୁତର ହୋଇଛନ୍ତି। ଗୁରୁତର ଛାତ୍ର ହେଲେ ଅଲିଫ ବୀର(୧୫)। ସେହିଭଳି ଆହତମାନେ ହେଲେ ମଧିୟାସ ଲିମା(୧୩), ରେହାନ ନାୟକ(୦୭), ମୋନାଲିସା ପରିଚ୍ଛା (୧୬), ଲିଲି ବୀର(୧୩), ସାଇନା ଲିମା (୦୪), ମଧୁସ୍ମିତା ନାୟକ(୪), ଓ ସାହିଲ ଛିଞ୍ଚାଣି (୧୪)। ସମସ୍ତଙ୍କୁ ପ୍ରଥମେ ଚନ୍ଦ୍ରଗିରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ବେଳେ ଅଲିଫଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ମେଡିକାଲକୁ ନେବାକୁ ପ୍ରୟାସ କରାଯାଉଛି।

ସୂଚନାନୁଯାୟୀ, ସବୁଦିନ ପରି ଶୁକ୍ରବାର ଶିଙ୍କୁଳିପଦର ଗ୍ରାମରୁ ୧୨ ଜଣ ଛାତ୍ରୀଛାତ୍ରଙ୍କୁ ନେଇ ଏକ ଅଟୋ(ଓଡି୦୭ଓ୍ବାଇ ୪୮୦୫) ଚନ୍ଦ୍ରଗିରି ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ତେବେ ଡ୍ରାଇଭର ମୋବାଇଲରେ କଥା ହୋଇ ଗାଡ଼ି ଚଳାଉଥିବା ଯୋଗୁ ଜାଲିବାଡ଼ଇ ଗ୍ରାମ ବୁଲାଣି ରାସ୍ତାରେ ଅଟୋଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଖବର ପାଇ ସ୍ଥାନୀୟଲୋକେ ଘଟଣାସ୍ଥଳରେ ପହଞ୍ଚି ଆହତ ଛାତ୍ରୀଛାତ୍ରଙ୍କୁ ଉଦ୍ଧାର କରି କାର୍‌ ଏବଂ ଅନ୍ୟ ଅଟୋ ସାହାଯ୍ୟରେ ଚନ୍ଦ୍ରଗିରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଖବର ପାଇ ଚନ୍ଦ୍ରଗିରି ମେଡିକାଲରେ ମୋହନା ଥାନା ପୋଲିସ ଏସ୍‌ଆଇ ଆଲୋକ ରଞ୍ଜନ ଜଗଦଳା ଏବଂ ତାଙ୍କ ଟିମ୍‌ ପହଞ୍ଚି ଆହତମାନଙ୍କ ସ୍ବାସ୍ଥ୍ୟବସ୍ଥା ବୁଝିଛନ୍ତି। ଏଥିସହ ଦୁର୍ଘଟଣା ଘଟାଇଥିବା ଅଟୋକୁ ଜବତ କରି ଚନ୍ଦ୍ରଗିରି ପୋଲିସ ଫାଣ୍ଡିକୁ ଆଣି ତଦନ୍ତ ଚଳାଇଛନ୍ତି। କିନ୍ତୁ ଦୁର୍ଘଟଣା ଘଟାଇଥିବା ଡ୍ରାଇଭର ଫେରାର ଅଛି।


Enter your email to get our daily news in your inbox.

All Right Reserved By Dharitri.Com

୭ ଦିନ ହେଲା ପାଇପ୍‌ରେ ପାଣି ଆସୁନି, ପ୍ରତିବାଦ କଲେ ମହିଳା

ଗଞ୍ଜାମ,୧୩ା୫(ଡି.ଏନ୍‌.ଏ.): ଦିନକୁ ଦିନ ପ୍ରବଳ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଅସହ୍ୟ ଗୁଳୁଗୁଳି l ଖରାର ଉତ୍ତାପ ଏତେ ପ୍ରଖର ଯେ, ଲୋକେ ଘରୁ ବାହାରକୁ ବାହାରି...

ପାରାଦୀପ ବନ୍ଦର: ୧୧୬.୧୩ ମିଲିଅନ ଟନ୍‌ ପଣ୍ୟ କାରବାର

ପାରାଦୀପ,୨ା୪(ସ୍ବ.ପ୍ର.): ବିଶ୍ୱ ବଜାରରେ ଲୁହାପଥର କାରବାର କ୍ଷେତ୍ରରେ ମାନ୍ଦାବସ୍ଥା, କରୋନା ମହାମାରୀ ଭଳି ନକାରାତ୍ମକ କାରବାର ସତ୍ତ୍ୱେ ୨୦୨୧-୨୨ ଆର୍ଥିକ ବର୍ଷରେ ପାରାଦୀପ ବନ୍ଦର ରେକର୍ଡ...

ପର୍ଯ୍ୟଟନସ୍ଥଳୀ: ଆପ୍‌ଖୋଲ

ବରଗଡ଼ ଜିଲାର ଡେବ୍ରିଗଡ଼ ଅଭୟାରଣ୍ୟ। ଏଠାରେ ରହିଥିବା ଖୋଲ (ପାହାଡ଼ ମଝିରେ ଫାଙ୍କ) ରେ ସର୍ବଦା ପାଣି ଜମି ରୁହେ। ଲୋକେ ତାକୁ କୁହନ୍ତି ଆପ୍‌ଖୋଲ।...

ଖସିଲା ମୁଖ୍ୟ ଫାଟକ ଛାତ ପଲସ୍ତରା

ଅନୁଗୋଳ ଅଫିସ, ୧୬।୫: ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ ମୁଖ୍ୟ ଫାଟକ ଛାତରୁ ରବିବାର ବଡ଼ ଆକାରର ସିମେଣ୍ଟ ପଲସ୍ତରା ଖସିପଡ଼ିଛି। ଉକ୍ତ ଫାଟକ ଦେଇ ଏକ...

ବଜେଟ ଅଧିବେଶନ ପୂର୍ବରୁ କରାଯିବ କୋଭଡ ଟେଷ୍ଟ

ଭୁବନେଶ୍ୱର, ୧୫।୩(ବ୍ୟୁରୋ): ଆସନ୍ତା ୨୩ରୁ ବସିବ ବଜେଟ ଅଧିବେଶନ । ଏହାପୂର୍ବରୁ ଆଜି ବସିଥିବା ସର୍ବଦଳୀୟ ବୈଠକ ଶେଷ ହୋଇଛି । ତେବେ ବୈଠକରେ ଅନେକ...

ଜଳିଗଲା ଚଳନ୍ତା କାର୍‌: ଅଗ୍ନିଶମ ବିଭାଗକୁ ଦୋଷ ଦେଲେ ମାଲିକ

ନବରଙ୍ଗପୁର,୨୬ା୧: ନବରଙ୍ଗପୁର ଜିଲା କୁର୍ଲୁଘାଟି ନିକଟରେ ମଙ୍ଗଳବାର ଏକ ଚଳନ୍ତା କାର୍‌ ଜଳିଯାଇଛି। ତେବେ ଗାଡ଼ିଟି ପୋଡି ସମ୍ପୂର୍ଣ୍ଣ ନଷ୍ଟ ହୋଇଥିଲେ ମଧ୍ୟ ଏଥିରେ କେହି...

ଶ୍ମଶାନ ସ୍ଥାନ, ନାଳରେ ଆବର୍ଜନାକୁ ନେଇ ଅସନ୍ତୋଷ

ଫୁଲବାଣୀ ଅଫିସ, ୧୩ା୩-ଫୁଲବାଣୀ ପୌର ପରିଷଦ ଅଧୀନ ପେଞ୍ଜିସାହିର ଶ୍ମଶାନ ସ୍ଥାନକୁ ଏବେ ପୌର ପରିଷଦ ନିଜ ଦଖଲକୁ ନେଇଛି। ଶ୍ମଶାନ ପାଇଁ ପୌର ପରିଷଦ...

ଗ୍ରାମାଞ୍ଚଳରେ ୩୬୦, ସହରାଞ୍ଚଳରେ ୯ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର

ବାଲେଶ୍ୱର ଅଫିସ, ୯।୪-ବାଲେଶ୍ୱର ଜିଲାରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ମଙ୍ଗଳବାର ସୁଦ୍ଧା ଜିଲାର ୩୬୦ଟି ପଞ୍ଚାୟତରେ ୩୬୦ଟି ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର...

Advertisement
Archives

Model This Week