ଗାଡ଼ିର ଥାର୍ଡ ପାର୍ଟି ବୀମା ପ୍ରିମିୟମ ବଢ଼ିବ

ନୂଆଦିଲ୍ଲୀ,୨୧-୫: ବୀମା ନିୟାମକ ଆଇଆର୍‌ଡିଏଆଇ ଚଳିତ ଆର୍ଥିକ ବର୍ଷରେ କାର୍‌,ଦୁଇ ଚକିଆ ଏବଂ ବାଣିଜି୍ୟକ ଯାନର ଥାର୍ଡ ପାର୍ଟି ବୀମା ପ୍ରିମିୟମ ବୃଦ୍ଧି କରିବାକୁ ଯାଉଛନ୍ତି। ପ୍ରାପ୍ତ ସୂଚନାନୁଯାୟୀ, ୨୦୧୯-୨୦ ଆର୍ଥିକ ବର୍ଷ ଲାଗି ୧୦୦୦ ସିସିରୁ କମ୍‌ କାର୍‌ ପାଇଁ ଥାର୍ଡ ପାର୍ଟି ବୀମା ପ୍ରିମିୟମକୁ ୧୮୫୦ ଟଙ୍କାରୁ ୨୧୨୦ ଟଙ୍କାକୁ ବୃଦ୍ଧି କରିବାକୁ ଯାଉଛି। ସେହିପରି ୧୦୦୦ସିସିରୁ ଊର୍ଦ୍ଧ୍ୱ ଏବଂ ୧୫୦୦ ସିସିରୁ ମଧ୍ୟରେ କାର୍‌ ପାଇଁ ପ୍ରିମିୟମ ୨୮୬୩ ଟଙ୍କାରୁ ୩୩୦୦ ଟଙ୍କାକୁ ବୃଦ୍ଧି ପାଇବ। ତେବେ ୧୫୦୦ ସିସିର ଲକ୍‌ଜରୀ କାର୍‌ ପାଇଁ ଥାର୍ଡ ପାର୍ଟି ବୀମା ପ୍ରିମିୟମରେ କୌଣସି ପରିବର୍ତ୍ତନ କର ନ ଯାଇ ବର୍ତ୍ତମାନର ୭୮୯୦ ଟଙ୍କାରେ ସ୍ଥିର ରଖିବାକୁ ନିଷ୍ପତ୍ତି ହୋଇଛି। ସାଧାରଣତଃ ଏପ୍ରିଲ ପହିଲାରୁ ଥାର୍ଡ ପାର୍ଟି ବୀମା ପ୍ରିମିୟମ ସମ୍ପର୍କରେ ଆଇଆର୍‌ଡିଏଆଇ ନିଷ୍ପତ୍ତି ନେଇଥାଏ। ତେବେ ଚଳିତବର୍ଷର ପୁରୁଣା ହାରକୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଜାରି ରଖିବାକୁ କୁହାଯାଇଛି। ବର୍ତ୍ତମାନ ବୀମା ନିୟାମକ ଥାର୍ଡ ପାର୍ଟି ବୀମା ପ୍ରିମିୟମ ବୃଦ୍ଧି ନେଇ ଏକ ଚିଠାପ୍ରସ୍ତାବ ଜାରି କରିଛି। ଚଳିତ ମାସ ୨୯ତାରିଖ ସୁଦ୍ଧା ଏ ସମ୍ପର୍କରେ ନିଜର ମତ ପ୍ରକାଶ କରିବାକୁ ସମ୍ବନ୍ଧିତ ପକ୍ଷଙ୍କୁ କୁହାଯାଇଛି। ଚିଠା ପ୍ରସ୍ତାବ ଅନୁଯାୟୀ, ୭୫ସିସିର ଦୁଇଚକିଆ ଗାଡ଼ି ପାଇଁ ବୀମା ପ୍ରିମିୟମକୁ ୪୨୭ ଟଙ୍କାରୁ ୪୮୨ ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିପରି ୭୫ସିସିରୁ ୩୫୦ସିସି ମଧ୍ୟରେ ଥିବା ଗାଡ଼ି ପାଇଁ ମଧ୍ୟ ପ୍ରିମିୟମ ବଢ଼ାଯିବାର ପ୍ରସ୍ତାବ ଦିଆଯାଇଛି। କିନ୍ତୁ ୩୫୦ସିସିରୁ ଅଧିକ ସୁପରବାଇକ ପାଇଁ ପ୍ରିମିୟମ ଯଥାସ୍ଥିତି ରଖାଯାଇଛି। ଅପରପକ୍ଷରେ ଘରୋଇ ଇଲେକ୍ଟ୍ରିକ କାର୍‌ ଓ ଦୁଇ ଚକିଆ ଯାନ ପାଇଁ ପ୍ରିମିୟମକୁ ୧୫% ହ୍ରାସ କରାଯିବାକୁ ପ୍ରସ୍ତାବ ଦିଆଯାଇଛି। ଅନୁରୂପ ଭାବେ ଇ-ରିକ୍ସାର ପ୍ରିମିୟମ ଅପରିବର୍ତ୍ତିତ ରଖାଯାଇଥିବା ବେଳେ ସ୍କୁଲ ବସ୍‌ ପାଇଁ ଏହା ବୃଦ୍ଧି କରାଯିବାର ପ୍ରସ୍ତାବ ଦିଆଯାଇଛି। ସେହିପରି ଟ୍ୟାକ୍ସି, ବସ୍‌ ଓ ଟ୍ରକ୍‌, ଟ୍ରାକ୍ଟର ପାଇଁ ଥାର୍ଡ ପାର୍ଟି ପ୍ରିମିୟମ ବୃଦ୍ଧି କରାଯିବାର ପ୍ରସ୍ତାବ ରହିଛି। ଏଥିସହିତ ନୂଆ କାର୍‌ ମାମଲାରେ ଗୋଟିଏ ଥର ୩ ବର୍ଷ ପାଇଁ ପ୍ରିମିୟମ ହାର ଏବଂ ନୂଆ ଦୁଇଚକିଆ ଗାଡ଼ି ପାଇଁ ୫ ବର୍ଷର ପ୍ରିମିୟମ ହାର ଆଦାୟ କରିବାକୁ ପ୍ରସ୍ତାବ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିମାନ ଚଳାଚଳ କ୍ଷେତ୍ରର ୨୯ ଲକ୍ଷ ଚାକିରି ବିପଦରେ

ନୂଆଦିଲ୍ଲୀ,୨୫।୪: ଭାରତୀୟ ବିମାନ ଚଳାଚଳ କ୍ଷେତ୍ର ଏବଂ ଏହାର ଆନୁଷଙ୍ଗିକ କ୍ଷେତ୍ର ଗୁଡିକ କରୋନା ମହାମାରୀ ଯୋଗୁ ଏବେ ଚାପରେ ରହିଛନ୍ତି। ଏହି କ୍ଷେତ୍ରଗୁଡିକରେ ପ୍ରାୟ...

ଏସିଆ ପାସିଫିକ୍‌ ଗଲ୍ଫ ହଲ୍‌ ଅଫ୍‌ ଫେମ୍‌ରେ ସ୍ଥାନୀତ ହେଲେ ପଓ୍ବନ ମୁଞ୍ଜଲ

ନୂଆଦିଲ୍ଲୀ,୧୦-୧୧: ଏସିଆ ପାସିଫିକ୍‌ ଗଲ୍ଫ ହଲ୍‌ ଅଫ୍‌ ଫେମ୍‌ରେ ହିରୋମୋଟୋକର୍ପ ଅଧ୍ୟକ୍ଷ ପଓ୍ବନ କୁମାର ମୁଞ୍ଜଲଙ୍କୁ ଔପଚାରିକ ଭାବେ ସ୍ଥାନୀତ କରାଯାଇଛି। ଗଲ୍ଫ କ୍ରୀଡାର ବିକାଶ...

୨୦୨୩ ସୁଦ୍ଧା କାର୍ଯ୍ୟକ୍ଷମ ହେବ ତାଳଚେର ସାର କାରଖାନା

ନୂଆଦିଲ୍ଲୀ,୮-୨: ୨୦୨୩ ସେପ୍ଟେମ୍ବର ସୁଦ୍ଧା ତାଳଚେର ଫର୍ଟିଲାଇଜର୍ସ ଲିମିଟେଡ(ଟିଏଫ୍‌ଏଲ୍‌) କାର୍ଯ୍ୟକ୍ଷମ ହେବ। କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ଡି.ଭି.ସଦାନନ୍ଦ ଗୌଡା ଶୁକ୍ରବାର ରାଜ୍ୟ ସଭାରେ...

ଉତ୍ତମ ସ୍ବାସ୍ଥ୍ୟ ସେବାକୁ ଗୁରୁତ୍ୱ

ଭୁବନେଶ୍ୱର,୯।୫: ଦେଶର ପ୍ରମୁଖ ଘରୋଇ ଶିଳ୍ପ ସଂସ୍ଥା ଆର୍ସେଲରମିତ୍ତଲ ନିପ୍ପନ ଷ୍ଟିଲ୍‌ (ଏଏମ୍‌ଏନ୍‌ଏସ୍‌) ଇଣ୍ଡିଆ ପକ୍ଷରୁ ନିଃଶୁଳ୍କ ଭ୍ରାମ୍ୟମାଣ ସ୍ବାସ୍ଥ୍ୟ ସେବାର ଶୁଭାରମ୍ଭ କରାଯାଇଛି। ବିଶେଷ...

ଗହମ ଆମଦାନୀର ଆବଶ୍ୟକତା ନାହିଁ, ଭାରତ ପାଖରେ ରହିଛି ପର୍ଯ୍ୟାପ୍ତ ଷ୍ଟକ୍‌…

ନୂଆଦିଲ୍ଲୀ, ୨୧।୮ : ଗହମ ଆମଦାନୀ ରିପୋର୍ଟକୁ କେନ୍ଦ୍ର ସରକାର ଖଣ୍ଡନ କରିଛନ୍ତି। ଖାଦ୍ୟ ଏବଂ ସାଧାରଣ ବଣ୍ଟନ ବିଭାଗ କହିଛି, ଭାରତ ଗହମ ଆମଦାନୀ...

ଷ୍ଟାର୍ଟଅପ୍‌ଗୁଡିକୁ ମିଳିବ ପ୍ରୋତ୍ସାହନ

ନୂଆଦିଲ୍ଲୀ,୬-୭: ଦେଶ ମଧ୍ୟରେ ଷ୍ଟାର୍ଟଅପଗୁଡିକୁ ସରକାର ପ୍ରୋତ୍ସାହିତ କରିବେ ବୋଲି ବଜେଟରେ ଘୋଷଣା କରିଛନ୍ତି। ଏଥି ଲାଗି ବିଭିନ୍ନ ପ୍ରୋତ୍ସାହନ ଯୋଜନା ଗ୍ରହଣ କରାଯିବାର କାର୍ଯ୍ୟକ୍ରମ...

ବିକାଶରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକର ଭୂମିକା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର, ୨୦-୭(ବ୍ୟୁରୋ): ବର୍ତ୍ତମାନ ସାରା ଦେଶରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଶାଖା ୧.୪୧ ଲକ୍ଷ ଛୁଇଁଛି। ବ୍ୟାଙ୍କଗୁଡିକ ଦେଶର ୯୫% ଲୋକଙ୍କ ନିକଟରେ ପହଞ୍ଚି ପାରିଛନ୍ତି। ଦେଶର...

ମୁଦ୍ରାସ୍ଫୀତି ଜୁନ୍‌ରେ ୩.୧୮%କୁ ବୃଦ୍ଧି

ନୂଆଦିଲ୍ଲୀ,୧୩।୭: ଖାଦ୍ୟଶସ୍ୟ, ଡାଲି, ମାଂସ, ମାଛ ଆଦି ପ୍ରୋଟିନଯୁକ୍ତ ଖାଦ୍ୟପଦାର୍ଥର ଦର ବୃଦ୍ଧି ଯୋଗୁ ଜୁନ୍‌ରେ ଖୁଚୁରା ମୁଦ୍ରାସ୍ଫୀତି ୩.୧୮ ପ୍ରତିଶତକୁ ବୃଦ୍ଧି ପାଇଛି। ସରକାରୀ...

Advertisement
Archives

Model This Week