Posted inଜାତୀୟ

ଗଲ୍‌ଓ୍ବାନକୁ ନେଇ ଟଣାଓଟରା

ନୂଆଦିଲ୍ଲୀ, ୨୧ା୬: ପୂର୍ବ ଲଦାଖର ଗଲଓ୍ବାନ ଉପତ୍ୟକାକୁ ନେଇ ବିବାଦ ଥମିବାର ନାଁ ନେଉନାହିଁ। ଚାଇନା ଏହାକୁ ନିଜ ଅଞ୍ଚଳ କହି ଭାରତକୁ ଅନୁପ୍ରବେଶ ଲାଗି ଉଦ୍ୟମ କରୁଛି ବୋଲି ଦୋଷ ଲଦୁଥିବା ବେଳେ ଭାରତ ଏଭଳି ଦାବିକୁ ପ୍ରତ୍ୟାଖ୍ୟାନ କରିଛି। ବହିର୍ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି, ଗଲଓ୍ବାନ ଉପତ୍ୟକା ଚାଇନାର ନ ଥିଲା। ଏବେ ସେ ଆଶ୍ଚର୍ଯ୍ୟଜନକ ଭାବେ ନିଜର ବୋଲି ଦାବିକରୁଛି। ଚାଇନାର ଏହି ଅତିରଞ୍ଜିତ ଦାବି କେବେହେଲେ ଗ୍ରହଣଯୋଗ୍ୟ ନୁହେଁ । ଚାଇନା ସେନାର ଅନୁପ୍ରବେଶକୁ କେବେହେଲେ ବରଦାସ୍ତ କରାଯିବ ନାହିଁ ବୋଲି ସେ କହିଛନ୍ତି। ଏଲ୍‌ଏସି ନେଇ ଭାରତୀୟ ସେନା ଭଲଭାବେ ଜଡ଼ିତ। ଭାରତ-ଚାଇନା ସୀମାର ଗଲଓ୍ବାନ ଉପତ୍ୟକା ସହ ପ୍ରତିଟି ସେକ୍ଟରକୁ ସେମାନେ ଭଲଭାବେ ଜାଣନ୍ତି। ଭାରତୀୟ ସେନା କାହାର ଭୂଖଣ୍ଡରେ ପ୍ରବେଶ କରନ୍ତି ନାହିଁ। କେବଳ ସେମାନେ ସୀମାରେ ପାଟ୍ରୋଲିଂ କରିଥାନ୍ତି। ଚାଇନା ସେନା ଗତ ମେ ମାସରୁ ଏଲଏସି ଅତିକ୍ରମ କରି ଗଲଓ୍ବାନ ଘାଟି ଉପରେ ଜବରଦଖଲ କରିବାକୁ ଉଦ୍ୟମ କରୁଛି। ଚାଇନା ଦୁଇଦେଶର ବୈଦେଶିକ ମନ୍ତ୍ରୀସ୍ତରୀୟ ଆଲୋଚନାରେ ସୀମା ଶାନ୍ତି ଫେରାଇ ଆଣିବା ଲାଗି ହୋଇଥିବା ଆଲୋଚନାକୁ ସମ୍ମାନ ଜଣାଇବା ଉଚିତ ବୋଲି ଶ୍ରୀବାସ୍ତବ କହିଛନ୍ତି। ଗତ ୧୫ରେ ଭାରତ-ଚାଇନା ସେନା ମଧ୍ୟରେ ଗଲଓ୍ବାନ ଉପତ୍ୟକାରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା। ଏଥିରେ ଭାରତର ୨୦ ଯବାନ ଶହୀଦ ହୋଇଥିଲେ। ସମସ୍ୟାର ସମାଧାନ ଲାଗି ଦ୍ୱିପାକ୍ଷିକ ଆଲୋଚନା ଜାରି ରହିଥିବା ବେଳେ ଚାଇନା ଗଲଓ୍ବାନକୁ ନିଜର ବୋଲି ଦାବି କରିଆସୁଛି।

ବିବାଦୀୟ କରାଉଛନ୍ତି ବିରୋଧୀ

ଭାରତୀୟ ଅଞ୍ଚଳ ମଧ୍ୟରେ କେହି ପ୍ରବେଶ କରିନାହାନ୍ତି କିମ୍ବା କୌଣସି ସାମରିକ ଘାଟିକୁ ଅକ୍ତିଆର କରିନାହାନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ସର୍ବଦଳୀୟ ବୈଠକରେ ପୂର୍ବ ଲଦାଖର ଗଲଓ୍ବାନ ଉପତ୍ୟକାକୁ ଲକ୍ଷ୍ୟ କରି କହିଥିଲେ। ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟକୁ କେତେଜଣ ସମାଲୋଚନା କରିଥିବାବେଳେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ) ଶନିବାର ତାହାକୁ ହାସ୍ୟାସ୍ପଦ ବ୍ୟାଖ୍ୟା ବୋଲି କହିଛି। ଜୁନ୍‌ ୧୫ ଗଲଓ୍ବାନ ସଂଘର୍ଷକୁ ନେଇ ପ୍ରଧାନମନ୍ତ୍ରୀ ଉପରୋକ୍ତ ମନ୍ତବ୍ୟ ଦେଇଥିଲେ। ଆମ ସଶସ୍ତ୍ର ବଳର ସାହସିକତାକୁ ପ୍ରଶଂସା କରି ସେ କହିଥିଲେ, ପ୍ରକୃତ ନିୟନ୍ତ୍ରଣ ରେଖା (ଏଲଏସି) ଏପଟେ ଚାଇନାର ଉପସ୍ଥିତି ନାହିଁ। ଏହାକୁ ନେଇ କଂଗ୍ରେସ ସମେତ ଅନ୍ୟ ରଣନୀତି ବ୍ୟାପାର ବିଶେଷଜ୍ଞମାନେ ପ୍ରଶ୍ନ ଉଠାଇଥିଲେ। ଯଦି ଚାଇନା ସୈନ୍ୟ ଗଲଓ୍ବାନ ଉପତ୍ୟକାରେ ପ୍ରବେଶ କରିନାହିଁ ତେବେ ଭାରତୀୟ ଯବାନ କେଉଁଠି ଶହୀଦ ହେଲେ ବୋଲି ସେମାନେ ଜାଣିବାକୁ ଚାହିଁଛନ୍ତି। ମୋଦି ଚାଇନାକୁ କ୍ଲିନ୍‌ଚିଟ୍‌ ଦେଉଛନ୍ତି କି ବୋଲି ସେମାନେ ବିସ୍ମୟ ପ୍ରକଟ କରିଛନ୍ତି।
ଅନ୍ୟପକ୍ଷରେ ପିଏମ୍‌ଓ ପକ୍ଷରୁ କୁହାଯାଇଛି, ୧୬ ବିହାର ରେଜିମେଣ୍ଟର ଯବାନଙ୍କ ବଳିଦାନ ଚାଇନା ପକ୍ଷର ନିର୍ମାଣ ଯୋଜନାକୁ ପଣ୍ଡ କରିବା ସହ ଏଲ୍‌ଏସିରେ ସେମାନଙ୍କ ପ୍ରବେଶ ଉଦ୍ୟମକୁ ବିଫଳ କରିଛି। ଆମ ଭୂମିରେ ପ୍ରବେଶ ଉଦ୍ୟମ କରୁଥିବା ଚାଇନାକୁ ଆମ ସାହସୀ ଯୋଦ୍ଧାମାନେ ଉପଯୁକ୍ତ ଶିକ୍ଷା ଦେଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ, ଯାହା ଆମ ସଶସ୍ତ୍ର ବାହିନୀର ସ୍ବଭାବ ଓ ମୂଲ୍ୟବୋଧକୁ ଏକତ୍ର କରିବା ପାଇଁ ଉଦ୍ଦିଷ୍ଟ ଥିଲା ବୋଲି ପିଏମ୍‌ଓ କହିଛି। ସୀମା ସୁରକ୍ଷା କ୍ଷେତ୍ରରେ ଭାରତୀୟ ସେନା କୌଣସି ସୁଯୋଗ ହାତଛଡ଼ା କରି ନ ଥିବା ମୋଦି କହିଥିଲେ। କେତେକ ମହଲ ଏହାର କୌତୂହଳପୂର୍ଣ୍ଣ ବ୍ୟାଖ୍ୟା କରୁଥିବା ପିଏମ୍‌ଓ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ତାଜମହଲ ବୁଲିଲେ ମଙ୍ଗୋଲିଆ ରାଷ୍ଟ୍ରପତି

ଆଗ୍ରା,୨୧।୯: ମଙ୍ଗୋଲିଆ ରାଷ୍ଟ୍ରପତି ଖଲ୍ଟମାଗିନ ବଟୁଲଗା ୫ ଦିନିଆ ଭାରତ ଗସ୍ତରେ ଆସିଛନ୍ତି। ଶନିବାର ସେ ଓ ତାଙ୍କ ସ୍ତ୍ରୀ ଆଗ୍ରାର ତାଜମହଲ ବୁଲି ଦେଖିଛନ୍ତି।...

ଶସ୍ତା ତୈଳ ପାଇଁ ଭାରତ ରୁଷିଆକୁ ସମର୍ଥନ ନ କରୁ, ଆମେରିକାର ବିବୃତି…

ଓ୍ବାଶିଂଟନ, ୧୬।୩ : ରୁଷିଆ ଭାରତକୁ ରିହାତି ମୂଲ୍ୟରେ ଅଶୋଧିତ ତୈଳ ଦେବାକୁ କହିବା ପରେ ଅନ୍ତର୍ଜାତୀୟସ୍ତରରେ ଏବେ ସମସ୍ତଙ୍କର ଦୃଷ୍ଟି ଭାରତ ଉପରେ ରହିଛି।...

ଶ୍ରମିକଙ୍କ ସ୍ଥିତି ଦୟନୀୟ ହୋଇପଡ଼ିଛି

ପ୍ରାୟ ସବୁ ଦେଶରେ ମେ’ ୧ ତାରିଖରେ ପାଳିତ ହେଉଛି ବିଶ୍ୱ ଶ୍ରମିକ ଦିବସ। ଏହାକୁ ମେ’ ଦିବସ ବା ଆନ୍ତର୍ଜାତିକ ଶ୍ରମିକ ଦିବସ ଭାବେ...

ଦେଶର ସୁରକ୍ଷା ବ୍ୟବସ୍ଥା ତ୍ରୁଟିର ପର୍ଦ୍ଦାଫାଶ, ଗୋଳାବାରୁଦ କାରଖାନା କର୍ମଚାରୀ ଚୋରି କରୁଥିଲେ ବୋମା ଉପକରଣ …

ଜବଲପୁର, ୨୨।୯ : ଦେଶର ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟିର ପର୍ଦ୍ଦାଫାଶ ହୋଇଛି। ଜବଲପୁରର ଖାମରିଆରେ ଅବସ୍ଥିତଗୋଳାବାରୁଦ କାରଖାନାରେ ବୋମା ଉପକରଣ ଚୋରି ନେଇ ଏକ ବଡ...

ତେଜ ପ୍ରତାପଙ୍କ ବିରୋଧରେ ନିର୍ବାଚନ ଲଢିବେ ଐଶ୍ୱର୍ଯ୍ୟା !

ପାଟନା,୨୧।୮: ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ସମୁଦି ତଥା ତେଜ ପ୍ରତାପ ଯାଦବଙ୍କ ଶ୍ୱଶୁର ବିଧାୟକ ଚନ୍ଦ୍ରିକା ରାୟ ଗୁରୁବାର ଜନତା ଦଳ ୟୁନାଇଟେଡ(ଜେଡିୟୁ)ରେ...

ଦ୍ୱିତୀୟଥର କରୋନା ଆକ୍ରାନ୍ତ ହେଲେ ବାବୁଲ ସୁପ୍ରିୟୋ: ଦେଇପାରିବେ ନାହିଁ ଭୋଟ

ନୂଆଦିଲ୍ଲୀ,୨୫।୪: ମୋଦି ସରକାରର ମନ୍ତ୍ରୀ ତଥା ପଶ୍ଚିମବଙ୍ଗର ଟଲିଗଞ୍ଜର ଭାଜପା ପ୍ରାର୍ଥୀ ବାବୁଲ ସୁପ୍ରିୟୋ ଦ୍ୱିତୀୟଥର କରୋନା ଆକ୍ରାନ୍ତ ହୋଇଛନ୍ତି। ସେ ନିଜେ ଏହା ବିଷୟରେ...

ନିର୍ବାଚନ ଲଢିିବେ ପି.ଭି. ସିନ୍ଧୁ !

ନୂଆଦିଲ୍ଲୀ,୨୩।୧୧: ଅଲିମ୍ପିକ୍ସ ପଦକ ବିଜେତା ପି.ଭି. ସିନ୍ଧୁ ନିିର୍ବାଚନ ଲଢିିବେ। ଡିସେମ୍ବର ୧୭ ତାରିଖରେ ସ୍ପେନରେ ହେବାକୁ ଥିବା ବିଶ୍ୱ ଚାମ୍ପିୟନଶିପରେ ବିଡବ୍ଲ୍ୟୁଏଫ୍‌ ଆଥଲେଟ କମିଶନର...

ଶିବସେନା ପାଖରେ ୧୭୦ରୁ ଅଧିକ ବିଧାୟକ: ସଞ୍ଜୟ ରାଉତ

ମୁମ୍ବାଇ,୩।୧୧: ମହାରାଷ୍ଟ୍ରରେ ସରକାର ଗଠନ ନେଇ ଅଚଳାବସ୍ଥା ଜାରି ରହିଛି। ଏପରିସ୍ଥଳେ ଶିବସେନା ପାଖରେ ୧୭୦ରୁ ଅଧିକ ବିଧାୟକ ଥିବା ସଞ୍ଜୟ ରାଉତ କହିଛନ୍ତି। ରାଜ୍ୟରେ...

Advertisement
Archives

Model This Week