ଗରିବ ପିଲାଙ୍କ ପାଇଁ ଝୁମ୍ପୁଡି ବସ୍ତିରେ ସ୍କୁଲ ଖୋଲିରେ ୧୨ ବର୍ଷର ଛାତ୍ର

ଆର୍ଜେଣ୍ଟିନାର ସାନ୍‌ଜୁଆନ୍‌ ସ୍ଥିତ ୧୨ ବର୍ଷୀୟ ଲିଓନାର୍ଡୋ ନିକାନୋର୍‌ ନିଜେ ପଢ଼ିବା ସହ ଗରିବ, ଅସହାୟ, ନିରାଶ୍ରୟ ପିଲାଙ୍କୁ ପଢ଼ାଇବାର ଏକ ଗୁରୁଦାୟିତ୍ୱ ବହନ କରିଛନ୍ତି। ପିଲାଦିନୁ ସେ ଖୁବ୍‌ ପଢ଼ାପ୍ରିୟ। ବର୍ତ୍ତମାନ ଏକ ସେକେଣ୍ଡାରୀ ସ୍କୁଲ୍‌ର ଛାତ୍ର ମଧ୍ୟ। କିନ୍ତୁ ଆଶ୍ଚର୍ଯ୍ୟ କଥା ଯେ ଖେଳକୁଦ କରିବା ବୟସରେ ସେ ନିଜ ଉଦ୍ୟମରେ ଝୁମ୍ପୁଡି ବସ୍ତିରେ ଏକ ମାଗଣା ବେସରକାରୀ ସ୍କୁଲ୍‌ ଖୋଲି ସେଠାରେ ପିଲାଙ୍କୁ ପାଠ ପଢ଼ାଉଛନ୍ତି। ତାଙ୍କର ଏହି ପ୍ରୟାସକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଉଛି। ତେବେ ଏ ପ୍ରୟାସ ଆରମ୍ଭ କରିବା ପୂର୍ବରୁ ସେ କିଛି ବ୍ୟତିକ୍ରମ ଦେଖିଥିଲେ, ଯାହା ତାଙ୍କ ଚପଳ ମନକୁ ଦୋହଲାଇ ଦେଇଥିଲା ଏବଂ ମାଗଣା ସ୍କୁଲ୍‌ଟିଏ ତିଆରି କରିବାକୁ ପଥ ପରିଷ୍କାର କରିଥିଲା। ପ୍ରକୃତରେ ଯେଉଁ ସ୍କୁଲ୍‌ରେ ସେ ପଢ଼ନ୍ତି, ସେଠାରେ ଅନେକ ପିଲା ପଢ଼ିବାକୁ ଇଚ୍ଛା କରି ମଧ୍ୟ ଅର୍ଥାଭାବ ଯୋଗୁଁ ପଛଘୁଞ୍ଚା ଦେଉଥିଲେ। ଆହୁରି ଅନେକ ପିଲା ପଢ଼ା ଛାଡ଼ି ଖେଳକୁଦରେ ସମୟ ନଷ୍ଟ କରୁଥିଲେ। ଶିକ୍ଷାର ଉପଯୋଗିତା ମଣିଷ ଜୀବନରେ କେତେ ଦରକାରୀ, ତାହାକୁ ସେ ଏ ପିଲାଙ୍କ ମନରେ ଭରିବାକୁ ଚାହୁଁଥିଲେ। ଏଣୁ ନିଜ ଜେଜେମା’ଙ୍କ ସହାୟତାରେ ଘରଟିଏ ନେଇ ତାକୁ ସ୍କୁଲ୍‌ ଆକାର ଦେଲେ। ପିଲାମାନଙ୍କୁ ଏକାଠି କରି ଅପରାହ୍ଣ ୪ଟାରୁ ସନ୍ଧ୍ୟା ୭ଟା ଯାଏ ଦୈନନ୍ଦିନ ପଢ଼ାଇଲେ। ଖରା, ବର୍ଷାକୁ ଖାତିର୍‌ ନକରି ସେ ନିଜ ଭବିଷ୍ୟତ ସାଙ୍ଗକୁ ଏହି ପିଲାଙ୍କ ଭବିଷ୍ୟତ ଗଢ଼ିବାରେ ଲାଗିଛନ୍ତି। ଏବେ ତାଙ୍କ ସ୍କୁଲ୍‌ରେ ପ୍ରାୟ ୪୦ ଜଣ ଛାତ୍ରଛାତ୍ରୀ ଅଧ୍ୟୟନରତ ଅଛନ୍ତି। ସବୁଠୁ ଆଶ୍ଚର୍ଯ୍ୟର ବିଷୟ, ପାଠ ପଢ଼ୁଥିବା ପିଲାଙ୍କ ମଧ୍ୟରେ ପ୍ରାୟ ୩୦ଜଣ ଲିଓନାର୍ଡୋଙ୍କଠୁ ବୟସରେ ବଡ଼।


Enter your email to get our daily news in your inbox.

All Right Reserved By Dharitri.Com

ଧରିତ୍ରୀ ପ୍ରଭାବ: ସାହୁ ଜଙ୍ଗଲ ରାସ୍ତାରୁ ହଟିଲା ବିପଦପୂର୍ଣ୍ଣ ଗଛ

ଥୁଆମୂଳ ରାମପୁର,୧୦।୬(ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର – କାଶୀପୁର ମୁଖ୍ୟ ପିଡବ୍ଲୁଡି ରାସ୍ତାର ସାହୁ ଜଙ୍ଗଲ ନିକଟରେ ଥିବା ବିପଦସଙ୍କୁଳ ଶୁଖିଲା ଗଛ ସମ୍ପର୍କରେ ‘ଧରିତ୍ରୀ’ରେ ଖବର…

କୁଲାଡ ରଥଯାତ୍ରା; ୧୨ରେ ପ୍ରସ୍ତୁତି ବୈଠକ, ରଥ ମରାମତି ପାଇଁ କାଠ ଚୟନ….

ଭଞ୍ଜନଗର,୧୦।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ନିକଟସ୍ଥ କୁଲାଡ ଜଗନ୍ନାଥ ମନ୍ଦିର ୧୭୬୦ ମସିହାରେ ପ୍ରତିଷ୍ଠା ହୋଇଥିଲା। କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ରାଜବଂଶ ପକ୍ଷରୁ ଉକ୍ତ ମନ୍ଦିର…

ନବୀନ ଡାକିଲେ ବଡ଼ ବୈଠକ, ଆଉ କିଛି ସମୟରେ ବଡ଼ ଘୋଷଣା!

ଭୁବନେଶ୍ୱର,୧୦।୬: ରାଜ୍ୟ ରାଜନୀତିରେ ଏବେ ହଲଚଲ ଜୋର ଧରିଛି। ବିଶେଷ କରି ସାଧାରଣ ନିର୍ୱାଚନ ପରେ ବିଜେଡି ଶିବିରରେ ତତ୍ପରତା ପ୍ରକାଶ ପାଇଛି। ଦିଲ୍ଲୀ ଗସ୍ତରୁ ଫେରିବା…

କେସିଙ୍ଗା ମେଡିକାଲ ଉପରେ ପଡ଼ିଲା ଗଛ, ଭାଙ୍ଗିଗଲା….

କେସିଙ୍ଗା,୧୦।୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ବର୍ହିବିଭାଗ ସମ୍ମୁଖରେ ପଡ଼ିଗଲା ବିରାଟକାୟ ଗଛ । ଅଳ୍ପକେ ଦୁର୍ଘଟଣା ବର୍ତ୍ତିଯାଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ…

କଂଗ୍ରେସରେ ମିଶିବେ ମମତା? ମୁହଁ ଖୋଲିଲା TMC, ରାଜନୀତିରେ ଚହଳ

କୋଲକାତା,୧୦।୬: ତୃଣମୂଳ କଂଗ୍ରେସ (ଟିଏମସି) ମୁଖ୍ୟ ମମତା ବାନାର୍ଜୀଙ୍କ ପାଇଁ ସମସ୍ୟା ବଢ଼ିବାରେ ଲାଗିଛି। ଦଳର ବିଧାୟକମାନଙ୍କ ବିଦାୟ ପରେ, ଏମପିମାନେ ମଧ୍ୟ ଦଳ ଛାଡିବାକୁ ପ୍ରସ୍ତୁତ…

ମମତାଙ୍କ ଠୁ ୬ଗୁଣା ଅଧିକ ଧନୀ ସାୟନି ଘୋଷ, ଏତେ ଟଙ୍କାର ମାଲିକାଣୀ…

କୋଲକାତା,୧୦।୬: ପଶ୍ଚିମବଙ୍ଗ ବିଧାନସଭା ନିର୍ୱାଚନ ଫଳାଫଳ ଏବଂ ରାଜ୍ୟରେ ଭାଜପା ସରକାର ଗଠନ ପରେ, ୧୫ ବର୍ଷ ଧରି ବଙ୍ଗଳାରେ ଶାସନ କରିଥିବା ତୃଣମୂଳ କଂଗ୍ରେସ (ଟିଏମସି)…

ଉଡ଼ାଣ ଭରିବା ସମୟରେ କ୍ରାଶ ହେଲା ହେଲିକପ୍ଟର, ୨୦ ଯବାନ ମୃତ!

ଇସଲାମବାଦ,୧୦।୬: ପାକିସ୍ତାନରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଏକ ପାକିସ୍ତାନ ସେନା ଆଭିଏସନ୍ Mi-17 ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଯାହା ଫଳରେ ଏଥିରେ…

ଧାନ ଚୋରି କରି ନେଇଯାଉଥିବା ବେଳେ ଦୁର୍ଘଟଣା ହେଲା ଟ୍ରକ, ଚାଳକ….

ଅତାବିରା,୧୦।୬(ଯୁଧିଷ୍ଠିର ମହାପାତ୍ର): ରାଜ୍ୟରେ ରବି ଧାନ କିଣାବିକା ଅବଧି ଯେତେ ବିତୁଛି, ସେତିକି ଚାଷୀ ସମସ୍ୟା ବଢ଼ିବାରେ ଲାଗିଛି । କେତେବେଳେ ଟୋକନ ତ ଆଉ କେତେବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri