ଗରିବଙ୍କ ଆକାଉଣ୍ଟକୁ ଟଙ୍କା ପଠାଅ: ନିରଞ୍ଜନ

ଭୁବନେଶ୍ୱର,୧୬ା୫ (ବ୍ୟୁରୋ): ‘ଆତ୍ମନିର୍ଭର ଭାରତ’ ପାଇଁ କେନ୍ଦ୍ର ସରକାର ପ୍ରତିଦିନ ପ୍ୟାକେଜ ଘୋଷଣା କରୁଛନ୍ତି। ହେଲେ ଏହା ଏକ ଋଣ ବିକ୍ରି ବିଜ୍ଞାପନ କହିଲେ ଅତ୍ୟୁକ୍ତି ହେବ ନାହିଁ ବୋଲି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି।
ଶୁକ୍ରବାର ଏକ ପ୍ରେସ୍‌ ବିଜ୍ଞପ୍ତି ଜରିଆରେ ନିରଞ୍ଜନ କହିଛନ୍ତି ଯେ, ପ୍ରତିଦିନ କିଛି ପ୍ରଚାର କରିବା ହେଲା କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ। ଯେତିକି ପ୍ୟାକେଜ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଘୋଷଣା କରିଛନ୍ତି ସେଥିରୁ ମନେହେଉଛି ୯୦ରୁ ୯୫ ପ୍ରତିଶତ ଋଣ ଏବଂ ୫ ରୁ ୧୦ ପ୍ରତିଶତ ସାହାଯ୍ୟ। ସରକାର ନିଜେ କହିଛନ୍ତି, ଦେଶରେ ୮କୋଟି ପ୍ରବାସୀ ଶ୍ରମିକ ଅଛନ୍ତି। ଏତଦ୍‌ବ୍ୟତୀତ ସହର ଓ ଗଁ। ଗଣ୍ଡାରେ କିଛି ବିନା ରାଶନ କାର୍ଡଧାରୀ ଅଛନ୍ତି। ଏପରି ବ୍ୟକ୍ତିଙ୍କର ୧୦ କେଜି ଚାଉଳ ଓ ୨ କେଜି ଡାଲିରେ ଦୁଃଖ ଯିବକି ବୋଲି ନିରଞ୍ଜନ ପ୍ରଶ୍ନ କରିଛନ୍ତି। ସେହିପରି ରାସ୍ତାକଡର ଛୋଟ ଦୋକାନୀମାନଙ୍କ ରୋଜଗାର ୨ ମାସ ହେଲା ନାହିଁ। ଯଦି ସାହାଯ୍ୟ ମନୋବୃତ୍ତି ଅଛି ସେମାନଙ୍କ ଆକାଉଣ୍ଟକୁ ସିଧାସଳଖ ୫୦୦୦ରୁ ୭,୫୦୦ ଟଙ୍କା ପଠାନ୍ତୁ। ତା’ହେଲେ ସେମାନେ ଚଳିବେ, ବ୍ୟବସାୟ କରିବେ ଏବଂ ଟଙ୍କା ବଜାରକୁ ଆସିବ। ଏହା ନ ହେଲେ ଆଗକୁ ସେମାନଙ୍କ ଅବସ୍ଥା ଆହୁରି ଭୟାନକ ହେବ ବୋଲି ନିରଞ୍ଜନ କହିଛନ୍ତି। ସେହିପରି ଖବରଦାତାମାନେ ଯେଉଁଭଳି ନିଜ ଜୀବନକୁ ବାଜି ଲଗାଇ ଦିନରାତି କୋଭିଡ୍‌-୧୯ ଖବର ପରିବେଷଣ କରୁଛନ୍ତି, ତାହାକୁ ଯେତେ ପ୍ରଶଂସା କଲେ ବି ଊଣା ପଡ଼ିବ। ତେଣୁ ଖବରଦାତାମାନଙ୍କ ପାଇଁ ୧୫ ଲକ୍ଷ ନୁହେଁ ବରଂ ୫୦ ଲକ୍ଷ ଟଙ୍କାର ବୀମା ସହାୟତା ପ୍ରଦାନ କରାଯାଉ ବୋଲି ନିରଞ୍ଜନ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜଟିଳ ସ୍ଥିତିରେ ଜୀବିକା

ଭୁବନ, ୨୩।୪(ଡି.ଏନ୍‌.ଏ.) ବଦଳିଯାଉଛି ମଣିଷର ଜୀବନଶୈଳୀ। ଅତ୍ୟାଧୁନିକ ସୁବିଧା ସୁଯୋଗ ସହିତ ଆଗକୁ ବଢୁଛି ଜୀବନ। ଏସବୁ ଭିତରେ ପଛରେ ପଡ଼ିଯାଉଛି ପାରମ୍ପରିକ ହସ୍ତଶିଳ୍ପ। ଆବଶ୍ୟକତା...

ଅଳ୍ପ ବୟସ୍କା ଯୁବତୀଙ୍କୁ ନଚାଇବା ସଂସ୍କୃତି ବିରୋଧୀ

ଭୁବନେଶ୍ୱର,୧୪।୫(ବ୍ୟୁରୋ): ଭୁବନେଶ୍ୱରରେ ବିଳମ୍ବିତ ରାତି ଯାଏଁ ଡ୍ୟାନ୍ସ ବାର୍‌ ଖୋଲିବା ନିଷ୍ପତ୍ତିକୁ ଭୁବନେଶ୍ୱର ଜିଲା ଭାଜପା ପକ୍ଷରୁ ବିରୋଧ କରାଯାଇଛି। ରାଜ୍ୟ ସରକାର ନିଶାଦ୍ରବ୍ୟ ସେବନ...

ସ୍ବଚ୍ଛ ସର୍ବେକ୍ଷଣ ୨୦୨୦: ଓଡିଶାକୁ ୨ ପୁରସ୍କାର

ଭୁବନେଶ୍ୱର,୨୦।୮(ବ୍ୟୁରୋ)-କେନ୍ଦ୍ର ସହରାଞ୍ଚଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ଗୁରୁବାର ‘ସ୍ବଚ୍ଛ ସର୍ବେକ୍ଷଣ ୨୦୨୦’ ଫଳାଫଳ ପ୍ରକାଶ ପାଇଛି। ନୂଆଦିଲ୍ଲୀ ଠାରେ ଆୟୋଜିତ ସ୍ବଚ୍ଛ ମହୋତ୍ସବ ଅବସରରେ କେନ୍ଦ୍ର...

ଫୁଲ୍‌ ଡ୍ରେସ୍‌ ପରେଡ୍‌ ଅଭ୍ୟାସ ନିରୀକ୍ଷଣ କଲେ ଡିଜିପି

ଭୁବନେଶ୍ୱର,୨୫।୧(ବ୍ୟୁରୋ): ମହାତ୍ମାଗାନ୍ଧୀ ମାର୍ଗରେ ବୁଧବାର ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ହେବ। ଏଥିପାଇଁ ଶନିବାରଠାରୁ ପରେଡ଼ ଅଭ୍ୟାସ କରାଯାଉଛି। ସୋମବାର ଫୁଲ୍‌ଡ୍ରେସ୍‌ ପରେଡ଼ ଅନୁଷ୍ଠିତ ହୋଇଥିଲା।...

‘ମୋ କଲେଜ ଅଭିଯାନ’ ଶୁଭାରମ୍ଭ

ଭୁବନେଶ୍ୱର, ୨୨।୩(ବ୍ୟୁରୋ):‘ମୋ ସ୍କୁଲ୍‌’ର ସଫଳତା ପରେ ରାଜ୍ୟ ସରକାର ‘ମୋ କଲେଜ ଅଭିଯାନ’ ଆରମ୍ଭ କରିଛନ୍ତି। ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅଭିଯାନକୁ ଭିଡିଓ...

‘ସବ୍ୟସାଚୀ ବ୍ରାଇଡ୍‌’ ହେଲେ ଓଡ଼ିଆ ଝିଅ ଅଙ୍କିତା

ଭୁବନେଶ୍ୱର,୧୪।୭(ବ୍ୟୁରୋ): ଏନ୍‌ଡି ଟିଭି ଗୁଡ୍‌ଟାଇମ୍‌ସରେ ପ୍ରସାରିତ ଦେଶର ଖ୍ୟାତନାମା ଫ୍ୟାଶନ ଡିଜାଇନର ସବ୍ୟସାଚୀ ମୁଖାର୍ଜୀଙ୍କ ବହୁଚର୍ଚ୍ଚିତ ଶୋ ‘ବ୍ୟାଣ୍ଡ୍‌ ବାଜା ବ୍ରାଇଡ୍‌’ରେ ସ୍ଥାନ ପାଇଛନ୍ତି ଓଡ଼ିଆ...

ଘାରିଲାଣି ଷ୍ଟ୍ରଙ୍ଗ୍‌ରୁମ୍‌ ସୁରକ୍ଷା ଚିନ୍ତା

ଭୁବନେଶ୍ୱର, ୨୩ା୨(ବ୍ୟୁରୋ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ୨୦୨୨ ପାଇଁ ରାଜ୍ୟରେ ହେଉଥିବା ୫ ପର୍ଯ୍ୟାୟ ନିର୍ବାଚନର ୪ଟି ପର୍ଯ୍ୟାୟ ପାଇଁ ଭୋଟିଂ ଶେଷ ହୋଇଯାଇଛି। ଏହି...

ଏପ୍ରିଲ ୧୭ରେ ବିଜୁ ଶ୍ରାଦ୍ଧ ଦିବସ

ଭୁବନେଶ୍ୱର,୧୪ା୪(ବ୍ୟୁରୋ): ଆସନ୍ତା ୧୭ ତାରିଖରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ପାଳିତ ହେବ। ବିଜୁବାବୁଙ୍କ ଶ୍ରାଦ୍ଧ ଦିବସ ରାଜ୍ୟସ୍ତରରେ ତଥା...

Advertisement
Archives

Model This Week