Advertisement

ଗରିବଙ୍କୁ ଶୁଖିଲା ଖାଦ୍ୟ, ମାସ୍କ ବଣ୍ଟନ

କୋଣାର୍କ,୪।୫(ଡି.ଏନ.ଏ.): କୋଣାର୍କ ଏନଏଏସି ଅଧିନସ୍ଥ ୧୧ନଂ ୱାର୍ଡ ନଳକଣ କେଳା ସାହିଠାରେ କୋଣାର୍କ ସାମ୍ବାଦିକ ସଂଘ ଓ ଗୋପ ମହିଳା ମହାସଂଘ ମିଳିତ ଆନୁକୂଲ୍ୟରେ ଗରିବଙ୍କୁ ମାସ୍କ ସହ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି। ଲକଡାଉନ ଯୋଗୁ ଖାଦ୍ୟ ପାଉ ନ ଥିବା ଗରିବଙ୍କୁ କୋଣାର୍କ ସାମ୍ବାଦିକ ମହାସଂଘର ସଭାପତି ଜ୍ୟୋତିରାଜ ମହାନ୍ତି ଓ ମହିଳା ମହାସଂଘ ସଭାନେତ୍ରୀ ମୀନାକ୍ଷି ପୃଷ୍ଟିଙ୍କ ନେତୃତ୍ୱରେ ଏହି ସାହିର ୬୦ ପରିବାରଙ୍କୁ ୨୦୦ଟି ମାକ୍ସ, ୨୦୦ଟି ସାବୁନ, ସାନିଟାଇଜର ସହ ଚୁଡା, ଗୁଡ, ବିସ୍କୁଟ ଓ ଡାଲି ଆଦି ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି। ଏହାସହ ଘର ଘର ବୁଲି ଲୋକଙ୍କୁ କରୋନା ସଚେତନତା କରାଯାଇଛି। ଏଥିରେ ସାମାଜିକ କର୍ମୀ ରାଜେଶ ମହାନ୍ତି, ସମ୍ପାଦକ ମନୋରଞ୍ଜନ ପଣ୍ଡା, ଉପସଭାପତି ଭାଗୀରଥି ସ୍ବାଇଁ, ସୁକାନ୍ତ ବିଶ୍ୱାଳ, ଗଣେଶ ବେହେରା ପ୍ରମୁଖ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସାଲେପୁର ବିଧାୟକ କରୋନା ପଜିଟିଭ

ଭୁବନେଶ୍ୱର, ୮।୭(ବ୍ୟୁରୋ): ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ତାଙ୍କ ସହ ତାଙ୍କ ଡ୍ରାଇଭର ଏବଂ ପିଏସ୍‌ଓ ମଧ୍ୟ କରୋନା ଆକ୍ରାନ୍ତ...

ରାଜସ୍ଥାନରେ ଫସିଛନ୍ତି କଳାହାଣ୍ଡିର ୨ଶହରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର: ଫେରାଇ ଆଣିବାକୁ ନିବେଦନ

ଭବାନୀପାଟଣା, ୨୮ା୪(ସ୍ବ.ପ୍ର): ଲକ୍‌ଡାଉନ ଯୋଗୁ କଳାହାଣ୍ଡି ଜିଲାର ୨ଶହରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ରାଜସ୍ଥାନର କୋଟାକୁ ପଢିବାକୁ ଯାଇ ସେଠାରେ ଫସିରହିଛନ୍ତି। ସେଠାରେ କରୋନା ସଂକ୍ରମଣ ଅଧିଜ...

ବିଜେପୁର ଉପନିର୍ବାଚନ ଏଥର ନିଶ୍ଚୟ ଜିତିବୁ: ଅରୁଣ ସିଂ

ବରଗଡ଼ ଅଫିସ,୧୬।୧୦: ପୂର୍ବ ଉପନିର୍ବାଚନ ଏବଂ ଏଥର ଉପନିର୍ବାଚନ ମଧ୍ୟରେ ବହୁତ ପାର୍ଥକ୍ୟ ରହିଛି। ପୂର୍ବରୁ ସମବେଦନା ଭୋଟ ଥିଲା, କିନ୍ତୁ ଏଥର ଆଉ ତାହା...

ଜଣକୁ ହେଲେ ୧୦ ଜଣଙ୍କୁ ସଂକ୍ରମିତ ଆଶଙ୍କା

ଫୁଲବାଣୀ ଅଫିସ,୨୭ା୪- କନ୍ଧମାଳ ଜିଲା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷରେ ଶୁକ୍ରବାର ବିଶ୍ୱ ମ୍ୟାଲେରିଆ ଦିବସ ପାଳିତ ହୋଇଯାଇଛି। ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡ. ସମୀର...

କରଜ ଟଙ୍କା ଆଦାୟକୁ ନେଇ ଆକ୍ରମଣ, ଜଣେ ଆହତ

ଆର.ଉଦୟଗିରି,୧।୫: ମୋହନା ଥାନା ଅନ୍ତର୍ଗତ ଡିମ୍ବିରିପଙ୍କାଳ ଗ୍ରାମରୁ ମୋହନା ସହରକୁ ଆସିବା ସମୟରେ କେନ୍ଦୁପଦା ଗ୍ରାମରେ କରଜ ଟଙ୍କା ଆଦାୟକୁ ନେଇ ଦୁଇ ବ୍ୟକ୍ତିଙ୍କ ମଧ୍ୟରେ...

ପ୍ରଶାସନିକ ଅବହେଳା: ବ୍ଲକ ଘେରାଉ

ଟିଟିଲାଗଡ,୨୮ା୧୦(ଡି.ଏନ.ଏ.): ଟିଟିଲାଗଡ ବ୍ଲକ ପ୍ରଶାସନ ସାଧାରଣ ଜନତାଙ୍କ ସମସ୍ୟା ପ୍ରତି ଆଖି ବୁଜି ଦେଇଥିବା ଅଭିଯୋଗ କରି ଗରିବ ସେନା ଟିଟିଲାଗଡ଼ ପକ୍ଷରୁ ଶୁକ୍ରବାର ବ୍ଲକ...

ରାସ୍ତାରେ ପାଣି, ଘରୁ ବାହାରି ପାରୁନାହାନ୍ତି ଲୋକେ

ବରୀ,୨୧ା୭(ଡି.ଏନ.ଏ.): ବରୀ ବ୍ଲକ୍‌ ଅଧୀନ ଚନ୍ଦନପୁର ପଞ୍ଚାୟତ ଶୁକଳ ଗ୍ରାମରେ ଲଗାଣ ବର୍ଷା ଯୋଗୁ ରାସ୍ତା ଉପରେ ପାଣି ଜମି ରହୁଛି। ଫଳରେ ଯାତାୟାତ ବାଧାପ୍ରାପ୍ତ...

ମାଲ୍‌ ପରିବହନରେ ବାଧା ହଟାଅ

ଅନୁଗୋଳ ଅଫିସ, ୧।୫ – ଲକ୍‌ଡାଉନ୍‌ ସମୟରେ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ସଫଳତାର ସହିତ କାର୍ଯ୍ୟକାରୀ କରିବାକୁ ନେଇ ଗୁରୁବାର ଜିଲାପାଳ ମନୋଜ କୁମାର...

Advertisement
Archives

Model This Week