ଗମ୍ଭୀର ସ୍ଥିତିରେ ଅର୍ଥ ବ୍ୟବସ୍ଥା:ଆଇଏମ୍‌ଏଫ୍‌

ଓ୍ବାଶିଂଟନ,୨୫-୧୨: ଭାରତୀୟ ଅର୍ଥ ବ୍ୟବସ୍ଥା ଏବେ ଗମ୍ଭୀର ସ୍ଥିତିରେ ରହିଛି। ଏହି ସମୟରେ ସରକାର ନୀତିଗତ ଭାବେ ତ୍ୱରିତ ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ଭାରତ ବିଶ୍ୱ ଅଭିବୃଦ୍ଧିର ପ୍ରମୁଖ ଇଞ୍ଜିନ ହୋଇଥିବାରୁ ସରକାର ଏହାକୁ ଧ୍ୟାନରେ ରଖି ପଦକ୍ଷେପ ନେବାକୁ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି(ଆଇଏମ୍‌ଏଫ୍‌) ମଙ୍ଗଳବାର ପରାମର୍ଶ ଦେଇଛି। ନିବେଶ ଏବଂ ଚାହିଦା କମିବା, ରାଜସ୍ବ ହ୍ରାସ ଭଳି ଅନ୍ୟ ପ୍ରମୁଖ କାରଣ ଯୋଗୁ ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ଭାରତୀୟ ଅର୍ଥ ବ୍ୟବସ୍ଥାରେ ଗତି ମନ୍ଥର ହୋଇଥିବା ଆଇଏମ୍‌ଏଫ୍‌ ଏହାର ବାର୍ଷିକ ସମୀକ୍ଷାରେ ପ୍ରକାଶ କରିଛି।
ନିୟୁତାଧିକ ଲୋକଙ୍କୁ ଦାରିଦ୍ର୍ୟରୁ ବାହାରକୁ ଆଣିବା ପରେ ଭାରତ ଏବେ ମାନ୍ଦାବସ୍ଥା ଦେଇ ଗତି କରୁଥିବା ଆଇଏମ୍‌ଏଫ୍‌ର ଏସିଆ ପାସିଫିକ ବିଭାଗର ମୁଖ୍ୟ ରନିଲ ସାଲଗାଡୋ କହିଛନ୍ତି। ଭାରତ ଦ୍ରୁତ ଅଭିବୃଦ୍ଧି ପଥକୁ ଫେରିବାକୁ ହେଲେ ଜରୁରୀ ଭିତ୍ତିରେ ନୀତିଗତ ପଦକ୍ଷେପ ନେବାକୁ ହେବ। ଏଭଳି ସ୍ଥିତିରେ ଉଚ୍ଚ ହାରର ଋଣ ଏବଂ ଋଣ ଉପରେ ସୁଧ ପ୍ରଦାନ ଯୋଗୁ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ଲାଗି ସରକାରଙ୍କ ପାଖରେ ବହୁତ କମ୍‌ ସୁଯୋଗ ରହିଥିବା ସେ ମତ ରଖିଛନ୍ତି। ଆସନ୍ତା ମାସରେ ଆଇଏମ୍‌ଏଫ୍‌ ଏହାର ଓ୍ବାର୍ଲଡ ଇକୋନୋମିକ ଆଉଟଲୁକ ପ୍ରକାଶ କରିବ। ଏହା ଭାରତର ବିକାଶ ହାରକୁ କମ୍‌ କରିବା ନେଇ ପୂର୍ବରୁ ଆଇଏମ୍‌ଏଫ୍‌ ମୁଖ୍ୟ ଅର୍ଥନୀତିଜ୍ଞ ଗୀତା ଗୋପିନାଥ ନିକଟରେ ଆଭାସ ଦେଇଥିଲେ। ଭାରତର ବିକାଶ ହାର ଲଗାତାର ଭାବେ ଖସୁଥିବାରୁ ରେଟିଂ କମିବା ନେଇ ଆଇଏମ୍‌ଏଫ୍‌ ପକ୍ଷରୁ କୁହାଯାଇଛି।
ଚଳିତ ବର୍ଷ ଅକ୍ଟୋବରରେ ଭାରତର ବିକାଶ ହାରକୁ ଆଇଏମ୍‌ଏଫ୍‌ ୬.୧%କୁ କମାଇଛି। ସେହିଭଳି ୨୦୨୦ରେ ଭାରତର ଅଭିବୃଦ୍ଧି ହାର ୭.୦% ରହିବା ନେଇ ଏହା ପୂର୍ବାନୁମାନ କରିଛି। ଯଦି ମାନ୍ଦାବସ୍ଥା ଲାଗି ରହେ ତେବେ ଭାରତର କେନ୍ଦ୍ରୀୟ ବ୍ୟାଙ୍କ ପୁଣି ଥରେ ଏହାର ରେପୋ ହାରକୁ କମାଇପାରେ ବୋଲି ସାଲଗାଡୋ ମତ ରଖିଛନ୍ତି। ଚଳିତ ବର୍ଷ ରିଜର୍ଭ ବ୍ୟାଙ୍କ ଲଗାତାର ଭାବେ ୫ମ ଥର ଲାଗି ରେପୋ ହ୍ରାସ କରିଥିଲା। ହେଲେ ଦରଦାମ ବଢିବା ଯୋଗୁ ଏହା ରେପୋ ହ୍ରାସ ଧାରାରେ ବିରତି ଦେଇଛି। ଚାହିଦା ଏବଂ ମାନୁଫାକଚରିଂ କାର୍ଯ୍ୟକଳାପ କମିବା ଯୋଗୁ ଦେଶର ବିକାଶ ହାର ପୂର୍ବାନୁମାନକୁ ରିଜର୍ଭ ବ୍ୟାଙ୍କ ୬.୧%ରୁ ୫%କୁ କମାଇ ଦେଇଛି। ଚଳିତ ବର୍ଷ ଜୁଲାଇ-ସେପ୍ଟେମ୍ବର ତ୍ରୈମାସରେ ଦେଶର ଅଭିବୃଦ୍ଧି ହାର ୬ ବର୍ଷର ସର୍ବନିମ୍ନ ସ୍ତର ୪.୫%କୁ ଖସିଛି। ଏହା ଗୋଟିଏ ବର୍ଷ ତଳେ ୭% ରହିଥିବା ସରକାରୀ ତଥ୍ୟରୁ ଜଣାପଡିଛି। ସାଲ୍‌ଗାଡୋ କହିଛନ୍ତି, ଭାରତ ସରକାର ସଂସ୍କାର ଧାରା ତ୍ୱରାନ୍ବିତ କରିବା ଆବଶ୍ୟକ। ଅର୍ଥ ବ୍ୟବସ୍ଥାକୁ ଋଣ ଯୋଗାଣ ଲାଗି ଦେଶର ଆର୍ଥତ୍କ କ୍ଷେତ୍ର ସ୍ବାସ୍ଥ୍ୟକୁ ଉନ୍ନତ କରିବା ଦିଗରେ କାର୍ଯ୍ୟ କରିବାକୁ ସେ ସରକାରଙ୍କୁ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ୟେସ୍‌ ବ୍ୟାଙ୍କର ଡିସେମ୍ବର ତ୍ରୈମାସ କ୍ଷତି ୧୮,୫୬୪ କୋଟି

ମୁମ୍ବାଇ,୧୬।୩: ଡିସେମ୍ବର ତ୍ରୈମାସରେ ୟେସ୍‌ ବ୍ୟାଙ୍କ ୧୮,୫୬୪ କୋଟି ଟଙ୍କା କ୍ଷତି ସହିଛି। ଗତ ବର୍ଷ ସମାନ ସମୟରେ ଏହି ବ୍ୟାଙ୍କ ୧୦୦୦ କୋଟି ଟଙ୍କାର...

ଇମ୍ଫାକୁ ଫିକି ସିଏସ୍‌ଆର୍‌ ଆଓ୍ବାର୍ଡ

ନୂଆଦିଲ୍ଲୀ,୧୫।୧୨: ଇଣ୍ଡିଆନ ମେଟାଲ ଆଣ୍ଡ ଫେରୋ ଆଲଏଜ୍‌ (ଇମ୍ପା)କୁ ଆଉ ଏକ ସମ୍ମାନ ଓ ସଫଳତା ମିଳିଥିବା ଜଣାପଡ଼ିଛି। ଏପରିକି କମ୍ପାନୀର କର୍ପୋରେଟ ସାମାଜିକ ଦାୟିତ୍ୱବୋଧ...

ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନିଯୁକ୍ତିରେ ହେବ ପରିବର୍ତ୍ତନ

ନୂଆଦିଲ୍ଲୀ,୩୦।୮: କେନ୍ଦ୍ର ସରକାର ସରକାରୀ ନିଯୁକ୍ତିରେ ପରିବର୍ତ୍ତନ କରିବା ଲାଗି ଯୋଜନା ପ୍ରସ୍ତୁତ କରୁଛନ୍ତି। ସୂଚନା ମୁତାବକ, ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଅଧ୍ୟକ୍ଷ ଏବଂ ଏମ୍‌ଡି ନିଯୁକ୍ତି...

ଭି-ମାର୍ଟର ଗଣେଶ ଚତୁର୍ଥୀ ଆକର୍ଷଣୀୟ ଅଫର

ଭୁବନେଶ୍ୱର,୨୩।୮: ଦେଶର ପ୍ରମୁଖ ଫ୍ୟାସନ ଓମିନି ରିଟେଲ କମ୍ପାନୀ ଭି-ମାର୍ଟ ପକ୍ଷରୁ ଚଳିତ ବର୍ଷର ଶ୍ରୀଗଣେଶ ଚତୁର୍ଥୀ ଉପଲକ୍ଷେ ଆକର୍ଷଣୀୟ ଅଫର ସମ୍ପର୍କରେ ଘୋଷଣା କରାଯାଇଛି।...

୬,୧୦୫ ରେଳଷ୍ଟେଶନରେ ରେଲଟେଲର ହାଇ ସ୍ପିଡ ଓ୍ବାଇଫାଇ ନେଟଓ୍ବାର୍କ ସୁବିଧା…

ନୂଆଦିଲ୍ଲୀ,୧।୧୦ : ବ୍ରଡବ୍ୟାଣ୍ଡ ରେଲୱେୟାରର ଗ୍ରାହକମାନେ ବର୍ତ୍ତମାନ ଦେଶର ୬,୧୦୫ ରେଳଷ୍ଟେଶନରେ ରେଲଟେଲର ହାଇ ସ୍ପିଡ ଓ୍ବାଇଫାଇ ନେଟଓ୍ବାର୍କରେ ନିଜ ଘରର ବ୍ରଡବ୍ୟାଣ୍ଡ ଯୋଜନା ଉପଭୋଗ...

ସରକାରୀ କର୍ମଚାରୀଙ୍କୁ ଜିପିଏଫ୍‌ ଝଟକା

ନୂଆଦିଲ୍ଲୀ,୧୭।୭: ମୋଦି ସରକାର ସରକାରୀ କର୍ମଚାରୀଙ୍କୁ ଝଟକା ଦେଇ ଜେନେରାଲ ପ୍ରୋଭିଡେଣ୍ଟ ଫଣ୍ଡ(ଜିପିଏଫ୍‌) ଓ ଏଥିସହିତ ଜଡ଼ିତ ଅନ୍ୟ ଫଣ୍ଡ ଉପରେ ମିଳୁଥିବା ସୁଧ ହାରରେ...

ବାଲ୍‌କୋ ମେଡିକାଲ ସେଣ୍ଟରର ୫ମ ପୂର୍ତ୍ତି ଉତ୍ସବ

ଭୁବନେଶ୍ୱର,୨୮।୩: ବାଲ୍‌କୋ ମେଡିକାଲ୍‌ ସେଣ୍ଟର (ବିଏମ୍‌ସି)ର ୫ମ ପୂର୍ତ୍ତି ଉତ୍ସବ ନିକଟରେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବିଏମ୍‌ସିରେ ଏକ ଅତ୍ୟାଧୁନିକ ହାଲିକେୟନ୍‌ ରେଡିଓଥେରାପି ମେଶିନର...

ସୁନା ଅଳଙ୍କାରରେ ହଲ୍‌ମାର୍କ ହେବ ବାଧ୍ୟତାମୂଳକ

ନୂଆଦିଲ୍ଲୀ,୧୫-୧: ଏଣିକି ଦେଶ ମଧ୍ୟରେ ସୁନା ଅଳଙ୍କାର ଏବଂ କଳାକୃତିର ହଲ୍‌ମାର୍କକୁ ବାଧ୍ୟତାମୂଳକ କରାଯିବ। ୧୫ ଜାନୁୟାରୀ ୨୦୨୦ଠାରୁ ହଲ୍‌ମାର୍କିଂ ବାଧ୍ୟତାମୂଳକ ଲାଗି କେନ୍ଦ୍ର ଖାଉଟି...

Advertisement
Archives

Model This Week