ଗତ୨୪ ଘଣ୍ଟାରେ ୩୩୯୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ: ଦେଶରେ ୫୬୦୦୦ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ,୮।୫: ଦେଶରେ କରୋନା ଭାଇରସ୍‌ ପ୍ରକୋପ ଜାରି ରହିଥିବା ବେଳେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ତୀବ୍ରଗତିରେ ବଢ଼ିବାରେ ଲାଗିଛି। ଯାହା ଏବେ ସରକାରଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି। ଗତ ୨୪ ଘଣ୍ଟାରେ ଦେଶରେ ୩୩୯୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଦେଶରେ ଏପର୍ଯ୍ୟନ୍ତ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୬୩୪୨କୁ ପହଞ୍ଚିଛି। ସେଥିମଧ୍ୟରୁ ୧୬୫୩୯ ଲୋକ ସୁସ୍ଥ ହୋଇଥିବା ବେଳେ ୧୮୮୬ ଲୋକଙ୍କ ମୃତ୍ୟୁ ଘଟିଛି। ସେହିପରି ଦେଶରେ ଏବେ ୩୭୯୧୬ଜଣ କରୋନା ସଂକ୍ରମିତ ରୋଗୀ ଚିକିତ୍ସିତ ହେଉଛନ୍ତି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଦେଶର ୪ଟି ରାଜ୍ୟରେ କରୋନା ସ୍ଥିତି ସବୁଠାରୁ ଖରାପ୍‌ ରହିଛି। ମହାରାଷ୍ଟ୍ରରେ ସର୍ବାଧିକ ଲୋକ କରୋନା ଆକ୍ରାନ୍ତ ହୋଇଥିବା ବେଳେ ଏହାପରେ ଗୁଜରାଟ, ଦିଲ୍ଲୀ ଓ ତାମିଲନାଡୁ ରହିଛି। ଏହି ରାଜ୍ୟରେ ସବୁଠାରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଚ୍‌ଆଇଭି ପଜିଟିଭ ସତ୍ତ୍ୱେ ବିବାହ କଲେ ଯୁବକ: ସ୍ତ୍ରୀ ଆକ୍ରାନ୍ତ ହେବାରୁ ନେଲେ ଏଭଳି ପଦକ୍ଷେପ

ଚଣ୍ଡିଗଡ଼, ୧।୯: ହରିୟାଣାର ଜିନ୍ଦର ଜଣେ ଯୁବକ ଏଚ୍‌ଆଇଭି ସଂକ୍ରମିତ ହୋଇଥିଲେ। ଏହାକୁ ଲୁଚାଇ ସେ ବିବାହ କଲେ। ପରେ ତାଙ୍କ ସ୍ତ୍ରୀ ମଧ୍ୟ ଏଥିରେ...

ତେଲେଙ୍ଗାନା-ଆନ୍ଧ୍ର ପ୍ରଦେଶରେ ଗଡିଲା ବନ୍ଦେ ଭାରତ ଏକ୍ସପ୍ରେସ, ସବୁଜ ପତାକା ଦେଖାଇ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୫ ।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଅର୍ଥାତ୍ ୧୫ ଜାନୁୟାରୀରେ ଦେଶକୁ ୮ମ ବନ୍ଦେ ଭାରତ ଏକ୍ସପ୍ରେସ ଉପହାର ଦେଇଛନ୍ତି । ଭିଡିଓ କନଫରନସିଂ...

ଦିଲ୍ଲୀ-ମିରଟ ଏକ୍ସପ୍ରେସ୍‌ ଓ୍ବେର ଦୁଇ କଡରେ ଲାଗିବ ଏକ ଲକ୍ଷ ଗଛ

ନୂଆଦିଲ୍ଲୀ,୨।୯: ଦିଲ୍ଲୀ-ମିରଟ ଏକ୍ସପ୍ରେସ୍‌ ଓ୍ବେର ଦୁଇ କଡରେ ଏବେ ପାଖାପାଖି ୧ ଲକ୍ଷ ଗଛ ଲାଗିବ ବୋଲି ଜଣାପଡିଛି। ନ୍ୟାଶନାଲ ହାଇଓ୍ବେ ଅଥରିଟଇ ଅଫ୍‌ ଇଣ୍ଡିଆ(ଏନ୍‌ଏଚ୍‌ଏଆଇ)...

୩ ଜୈଶ୍‌ ଆତଙ୍କବାଦୀ ନିପାତ

ଶ୍ରୀନଗର,୧୭।୫(ପି.ଟି.):ଜମ୍ମୁ-କଶ୍ମୀରର ପୁଲଓ୍ବାମା ଜିଲାରେ ଗୁରୁବାର ସୁରକ୍ଷା ବଳର ଏନ୍‌କାଉଣ୍ଟରରେ ଜୈଶ୍‌-ଇ-ମହମ୍ମଦ(ଜେଇଏମ୍‌)ର ୩ ଆତଙ୍କବାଦୀ ନିହତ ହୋଇଛନ୍ତି। ଗୁଳି ବିନିମୟ ବେଳେ ଜଣେ ଯବାନ ଶହୀଦ ହୋଇଥିବାବେଳେ...

ଅଗଷ୍ଟ ୨୦ ସୁଦ୍ଧା ଚନ୍ଦ୍ର କକ୍ଷରେ ପହଞ୍ଚତ୍ବ ଚନ୍ଦ୍ରୟାନ-୨

ଶ୍ରୀହରିକୋଟା,୨୫ା୭(ପି.ଟି.): ଚନ୍ଦ୍ରୟାନ-୨ ଜୁଲାଇ ୨୨ରେ ପୃଥିବୀ କକ୍ଷପଥରେ ଅବସ୍ଥାପିତ ହୋଇଥିବାବେଳେ ଏହା ଅଗଷ୍ଟ ୨୦ ସୁଦ୍ଧା ଚନ୍ଦ୍ରର କକ୍ଷପଥରେ ପହଞ୍ଚତ୍ବ ବୋଲି ଭାରତୀୟ ମହାକାଶ ଗବେଷଣା...

ବାତ୍ୟା ଚିହ୍ନଟ ପ୍ରଯୁକ୍ତି ବିକଶିତ କଲେ ଓଡ଼ିଆ ବୈଜ୍ଞାନିକ

ନୂଆଦିଲ୍ଲୀ, ୧୦।୬: ଜଣେ ଓଡ଼ିଆଙ୍କ ସମେତ ୩ ଭାରତୀୟ ବୈଜ୍ଞାନିକ ଏକ ନୂଆ ପ୍ରଯୁକ୍ତି ବିକଶିତ କରିଛନ୍ତି, ଯାହା ଭାରତ ମହାସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼କୁ...

ରାଷ୍ଟ୍ରପତି ନିର୍ବାଚନ, ଭୋଟ୍‌ ଗଣତି ଆରମ୍ଭ

ନୂଆଦିଲ୍ଲୀ,୨୧ା୭: କଡ଼ା ସୁରକ୍ଷା ମଧ୍ୟରେ ପାର୍ଲାମେଣ୍ଟ ହାଉସର ୬୩ ନଂ ରୁମ୍‌ରେ ରାଷ୍ଟ୍ରପତି ନିର୍ବାଚନର ଭୋଟ୍‌ ଗଣତି ଆରମ୍ଭ ହୋଇଛି। ପୂର୍ବାହ୍ନ ୧୧ଟାରେ ଏହି ଗଣତି...

ଅଜାନ୍‌ ପରେ ମୂର୍ତ୍ତି, ଆମ୍ବ

ବେଙ୍ଗାଲୁରୁ,୮ା୪:ଭାଜପା ଶାସିତ କର୍ନାଟକରେ ବିଧାନସଭା ନିର୍ବାଚନକୁ ବର୍ଷେ ବାକି ଥିବାବେଳେ ହିନ୍ଦୁ ସଙ୍ଗଠନଗୁଡ଼ିକ ଗୋଟିଏ ପରେ ଗୋଟିଏ ଧ୍ରୁବୀକରଣର ଅସ୍ତ୍ର ପ୍ରୟୋଗ କରିଚାଲିଛନ୍ତି। ସେମାନେ ହିଜାବ,...

Advertisement
Archives

Model This Week