Posted inଜାତୀୟ

ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ୩୩ ମୃତ

ମୁମ୍ବାଇ/ଭୋପାଳ/ନୂଆଦିଲ୍ଲୀ,୧୪ା୯(ପି.ଟି.): ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଓ ଦିଲ୍ଲୀରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ୩୩ ଜଣଙ୍କ ଜୀବନ ଯାଇଛି। ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ବୟସ ୨୦ ବର୍ଷ ମଧ୍ୟରେ। ଭୋପାଳର ଖଟଲାପୁରା ଘାଟରୁ ଶୁକ୍ରବାର ଗଣେଶ ମୂର୍ତ୍ତି ନେଇ ଯାଉଥିବା ବୋଟ ଲୋୟର ଲେକ୍‌ରେ ଦୁର୍ଘଟଣାଗ୍ରସ୍ତ ହୋଇ ବୁଡ଼ିଯାଇଥିଲା। ସେଥିରେ ଥିବା ୧୮ ଜଣଙ୍କ ମଧ୍ୟରୁ ୫ ଜଣ ଉଦ୍ଧାର ହୋଇଥିବାବେଳେ ୧୩ ଜଣ ବୁଡ଼ିଯାଇଥିଲେ। ସେମାନଙ୍କ ମଧ୍ୟରୁ ୧୧ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି ଓ ଅନ୍ୟ ଦୁଇଜଣ ନିଖୋଜ ଅଛନ୍ତି। ଏସ୍‌ଡିଆର୍‌ଏଫ୍‌ ପକ୍ଷରୁ ଊଦ୍ଧାର କାର୍ଯ୍ୟ ଜାରି ରହିଛି।
ମୃତକମାନଙ୍କ ଘର ପିପ୍‌ଲାନି ଅଞ୍ଚଳରେ। ସେମାନଙ୍କ ମୃତ୍ୟୁ ପାଇଁ ପରିବାର ଲୋକେ ପ୍ରଶାସନକୁ ଦାୟୀ କରିଛନ୍ତି। ଦୁଇ ନାଉରିଆଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୃତକଙ୍କ ପାଇଁ ଶୋକବ୍ୟକ୍ତ କରିଛନ୍ତି। ମୁଖ୍ୟମନ୍ତ୍ରୀ କମଳନାଥ ଦୁର୍ଘଟଣାକୁ ଦୁର୍ଭାଗ୍ୟଜନକ କହିବା ସହିତ ଏହାର ମାଜିଷ୍ଟ୍ରେଟ ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ମୃତକଙ୍କ ପରିବାରକୁ ୧୧ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ଘୋଷଣା କରାଯାଇଛି।
ମହାରାଷ୍ଟ୍ରର ବିଭିନ୍ନ ସ୍ଥାନରେ ଗଣେଶ ମୂର୍ତ୍ତି ଭସାଣି ବେଳେ ୧୮ ଜଣଙ୍କ ମୃତ୍ୟୁ ହୋଇଥିବା ପୋଲିସ କହିଛି। ଅମରାବତୀ ଜିଲାରେ ସର୍ବାଧିକ ୪ ଜଣ, ରତ୍ନଗିରିରେ ୩, ନାଶିକ, ସିନ୍ଧୁଦୁର୍ଗ ଓ ସତାରାରେ ୨ ଜଣ ଲେଖାଏ ଏବଂ ଠାଣେ, ଧୁଲେ, ବୁଲଧନା, ଆକୋଲା ଓ ଭଣ୍ଡାରାରେ ଜଣେ ଲେଖାଏ ପ୍ରାଣ ହରାଇଛନ୍ତି। ନାଶିକ୍‌ରେ ୩ ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ ଜଣେ ନିଖୋଜ ଅଛନ୍ତି।
ଦିଲ୍ଲୀର ଯମୁନା ନଦୀରେ ଗଣେଶ ଭସାଣି ବେଳେ ୨ ଜଣ ଯୁବକ ଓ ୨ ଯୁବତୀ ବୁଡ଼ିଯାଇଛନ୍ତି। ସମସ୍ତଙ୍କ ବୟସ ୨୦ ବର୍ଷ ମଧ୍ୟରେ। ଅଗ୍ନିଶମ କର୍ମଚାରୀମାନେ ମୃତଦେହ ଉଦ୍ଧାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହରିୟାଣାରେ ଏଏପିର ତିରଙ୍ଗା ଯାତ୍ରାରେ ସାମିଲ ହେବେ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୩୦।୫: ଆସନ୍ତା ବର୍ଷ ହରିୟାଣାରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଆମ ଆଦମୀ ପାର୍ଟି (ଏଏପି)...

ମଙ୍କିପକ୍ସକୁ ନେଇ ସତର୍କତା ଜାରି କଲେ ୟୁପି ସରକାର

ଲକ୍ଷ୍ନୌ,୨୭।୫: ମଙ୍କିପକ୍ସ ଭାଇରସ ସାରା ବିଶ୍ବରେ ଚିନ୍ତା ବଢାଇଛି । ଏହି ମାମଲା ବଢିବାରେ ଏବେ ଲାଗିଛି । ୧୫ ଦେଶରେ ୨୧୯ ମାମଲା ଚିହ୍ନଟ...

ମିଡ଼ିଆକୁ ରାହୁଲଙ୍କ ପ୍ରଶ୍ନ: ଭାଜପା କହୁଥିବା କଥା କାହିଁକି କହୁଛନ୍ତି…

ନୂଆଦିଲ୍ଲୀ,୪।୪ : କଂଗ୍ରେସ ନେତା ତଥା ପୂର୍ବତନ ଏମ୍‌ପି ରାହୁଲ ଗାନ୍ଧୀ ମଙ୍ଗଳବାର ମିଡ଼ିଆକୁ ଟାର୍ଗେଟ କରୁଥିବା ଦେଖିବାକୁ ମିଳିଛି। ରାଜଧାନୀ ଦିଲ୍ଲୀର କଂଗ୍ରେସ ମୁଖ୍ୟାଳୟରେ...

ରାଜୀବଙ୍କୁ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ,୨୧।୫: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ରାଜୀବ ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ ଅବସରରେ ଉପା ଅଧ୍ୟକ୍ଷା ସୋନିଆ ଗାନ୍ଧୀ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, କଂଗ୍ରେସ...

ମହନ୍ତ ନୃତ୍ୟ ଗୋପାଳ ଦାସ ଅସୁସ୍ଥ: ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି

ଲକ୍ଷ୍ନୌ,୨୫ ।୪: ଅଯୋଧ୍ୟା ରାମ ମନ୍ଦିର ନିର୍ମାଣର କର୍ତ୍ତା ମହନ୍ତ ନୃତ୍ୟ ଗୋପଳ ଦାସ ରବିବାର ଅସୁସ୍ଥ ହୋଇ ପଡିଛନ୍ତି । ଏବେ ତାଙ୍କୁ ଲକ୍ଷ୍ନୌର...

ପୁଣି ବଢ଼ିଲା ଦୈନିକ ସଂକ୍ରମଣ-ମୃତ୍ୟୁ ସଂଖ୍ୟା…

ନୂଆଦିଲ୍ଲୀ, ୯।୧୧: ଥଣ୍ଡା ବଢ଼ିବା ସହିତ ଦେଶରେ କରୋନା ମହାମାରୀ ସଂକ୍ରମଣର ଆତଙ୍କ ପୁଣି ଆରମ୍ଭ ହୋଇଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି...

ଏଠି ହେଉଛି ପଥର ବର୍ଷା…

ଆକାଶରୁ ସାଧାରଣତଃ ବର୍ଷା ହୋଇଥାଏ। ତେବେ ଆକାଶରୁ ପଥର ବର୍ଷା ହେବା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। ମହାରାଷ୍ଟ୍ର ଗଢ଼ଚିରୋଲିଠାରେ ଥିବା ଆରମୋରିରେ...

ଦୁର୍ଗା ପେଣ୍ଡାଲରେ ଡ୍ୟାନ୍ସ କରି ଚର୍ଚ୍ଚାରେ ମହିଳା ଏମ୍‌ପି

କୋଲକତା,୨୬।୧୦: କରୋନା ସମୟରେ ସାରା ଦେଶରେ ସତର୍କତାର ସହିତ ଦୁର୍ଗା ପୂଜା ପାଳନ କରାଯାଉଛି। ଏଥି ସହ ଅଭିନେତ୍ରୀ ତଥା ତୃଣମୂଳ କଂଗ୍ରେସ ଏମ୍‌ପି ନୁସରତ...

Advertisement
Archives

Model This Week