Posted inଜାତୀୟ

ଗଣେଶ ବିସର୍ଜନବେଳେ ଅଘଟଣ:ବୁଡିଲା ଡଙ୍ଗା,୧୧ ମୃତ

ଭୋପାଳ,୧୩।୯: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳର ଖଟଲାପୁରା ମନ୍ଦିର ଘାଟରେ ଏକ ଅଘଟଣ ଘଟିଛି। ଶୁକ୍ରବାର ଭୋର ପ୍ରାୟ ସାଢେ ଚାରିଟା ସମୟରେ ଏହି ଘଟଣା ଘଟିଛି। ବେଳେ ଡଙ୍ଗା ଓଲଟି ପଡ଼ିବାରୁ ନଈରେ ଭାସିଯାଇ ୧୧ଜଣଙ୍କ ମୃତ୍ୟୁ ଘଟିଛି। ଏବେ ୪ଜଣ ବ୍ୟକ୍ତି ନିଖୋଜ ଅଛନ୍ତି। ଉଦ୍ଧାରକାରୀ ଦଳ ପହଞ୍ଚି ୧୧ଟି ମୃତଦେହ ବାହାର କରିବା ସହ ୫ ଜଣଙ୍କୁ ଉଦ୍ଧାର କରିଛନ୍ତି। ସୂଚନାଯୋଗ୍ୟ, ଏକ ଛୋଟ ଡଙ୍ଗାରେ ଗଣେଶ ମୂର୍ତ୍ତି ନେଇ ପାଖାପାଖି ୨୦ ଊର୍ଦ୍ଧ୍ୱ ଜଣ ଲୋକ ବିସର୍ଜନ କରିବାକୁ ଯାଉଥିଲେ। ମୂର୍ତ୍ତିଟିକୁ ବିସର୍ଜନ କରିବାବେଳେ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଫଳରେ ଡଙ୍ଗାରେ ଥିବା ଲୋକ ତଳେ ଚାପିହୋଇଯାଇଥିଲେ। ଖବର ପାଇ ପୋଲିସ ଓ ପ୍ରଶାସନ ଅଧିକାରୀ, ଏନଡିଆରଏଫ ଟିମ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ମଧ୍ୟପ୍ରଦେଶର ସରକାର ମୃତକଙ୍କ ପରିବାରକୁ ଚାରି ଲକ୍ଷ ଟଙ୍କା ଲେଖାଏ ସହାୟତା ଘୋଷଣା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାର୍ଚ୍ଚ ଶେଷ ପର୍ଯ୍ୟନ୍ତ ସମସ୍ତ ବାର୍‌ ବନ୍ଦ ଲାଗି ପୁଡୁଚେରୀ ସରକାରଙ୍କ ନିର୍ଦ୍ଦେଶ

ପୁଡୁଚେରୀ,୧୮।୩: ଦେଶରେ କ୍ରମାଗତ ଭାବରେ କରୋନା ଭାଇରସ୍‌ କାୟା ବିସ୍ତାର କରିଥିବାରୁ ସମସ୍ତ ରାଜ୍ୟ ସତର୍କ ହୋଇପଡ଼ିଛନ୍ତି। ଅଧିକାଂଶ ରାଜ୍ୟରେ ସତର୍କତା ଅନୁଯାୟୀ, କର୍ମଚାରୀମାନଙ୍କୁ ଘରେ...

ଶ୍ରମ ଆଇନ ସମ୍ପୂର୍ଣ୍ଣ ଉଚ୍ଛେଦ ହେବନି: ରାଜୀବ କୁମାର

ନୂଆଦିଲ୍ଲୀ,୨୫।୫: ବିଭିନ୍ନ ରାଜ୍ୟ ଦ୍ୱାରା ଶ୍ରମ ଆଇନରେ କରାଯାଉଥିବା ପରିବର୍ତ୍ତନକୁ ନେଇ ଚିନ୍ତା ପ୍ରକଟ ହେଉଛି। ଏହି ପ୍ରସଙ୍ଗ ଉପରେ ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ...

ଗୁଜରାଟ ଦଙ୍ଗା ମାମଲାର ଅଭିଯୁକ୍ତଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ,୨୮।୧: ଗୁଜରାଟ ଦଙ୍ଗା ମାମଲାରେ ମଙ୍ଗଳବାର ସୁପ୍ରିମକୋର୍ଟ ସରଦାରପୁରା ଗ୍ରାମର ୧୭ ଦୋଷୀଙ୍କୁ ଜାମିନ ପ୍ରଦାନ କରିଛନ୍ତି। ମୁଖ୍ୟ ବିଚାରପତି ଏସ୍‌ଏ ବୋବଡେଙ୍କ ନେତୃତ୍ୱ ସେ...

ଦେଶର ଅର୍ଥ ବ୍ୟବସ୍ଥାକୁ ଖରାପ କରିବା ପାଇଁ ମଧ୍ୟ ବୁଦ୍ଧି ଆବଶ୍ୟକ: ସୁବ୍ରମଣ୍ୟମ୍‌ ସ୍ବାମୀ

ନୂଆଦିଲ୍ଲୀ,୧୯।୧: ଦେଶର ଅର୍ଥବ୍ୟବସ୍ଥା ନେଇ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ କଡ଼ା ସମାଲୋଚନା ଜାରି ରହିଛି। ତେବେ ଭାଜପା ସଦସ୍ୟ ସୁବ୍ରମଣ୍ୟମ୍‌...

ବନ୍ୟା ପ୍ରପୀଡିତଙ୍କ ପାଇଁ ମୋଦିଙ୍କୁ ସହାୟତା ମାଗିଲେ ରାହୁଲ

ନୂଆଦିଲ୍ଲୀ, ୯।୮: କେରଳରେ ବନ୍ୟା ପରିସ୍ଥିତି ଗମ୍ଭୀର ହୋଇପଡିଛି। ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ବାୟନାଡ ଜିଲା। ଏଠାରୁ ଏମ୍‌ପି ଥିବା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ...

ବିବାହିତ ପ୍ରେମିକାଙ୍କୁ ଧରି ପ୍ରେମିକ ଫେରାର, ପଞ୍ଚାୟତରେ ୭୧ ମେଣ୍ଢା ଜରିମାନା

ଲକ୍ଷ୍ନୌ, ୧୮।୮: ଉତ୍ତର ପ୍ରଦେଶର ଗୋରଖପୁରରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ଯୁବକ ବିବାହିତ ପ୍ରେମିକାଙ୍କୁ ଧରି ଫେରାର ହୋଇଯାଇଛନ୍ତି। ଫଳସ୍ବରୂପ...

ମହିଳା ଡାକ୍ତରଙ୍କ ଅଢେଇ ବର୍ଷର ଶିଶୁ କରୋନା ପଜିଟିଭ

ଲକ୍ଷ୍ନୌ,୬ ।୪: ଉତ୍ତରପ୍ରଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ଏବେ ଏମିତି ଏକ ଖବର ଆସିଛି ଯାହା ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି...

ଜନସାଧାରଣଙ୍କ ସହ ସମ୍ପର୍କ ବଢ଼ାଇବାକୁ ଯୁବ କଂଗ୍ରେସକୁ ପ୍ରିୟଙ୍କାଙ୍କ ଆହ୍ବାନ

ନୂଆଦିଲ୍ଲୀ,୨୨।୬: ଜନସାଧାରଣଙ୍କ ସହ ସମ୍ପର୍କ ବଢ଼ାଇବାକୁ କଂଗ୍ରେସ ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଯୁବକର୍ମୀଙ୍କୁ ଆହ୍ବାନ ଦେଇଛନ୍ତି। ଏହାଦ୍ୱାରା ତୃଣମୂଳସ୍ତରରେ ସଂଗଠନ ମଜବୁତ ହୋଇପାରିବ...

Coronavirus Update

Archives

Model This Week

Why Dharitri