Posted inଜାତୀୟ

ଛିଡୁନି ଗଣିତ: ଭାଜପା ସହ ମେଣ୍ଟ ଭାଙ୍ଗିପାରେ ଶିବସେନା

ମୁମ୍ବାଇ,୮।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଳ ଗତ ମାସଠାରୁ ଆସି ସାରିଥିବା ବେଳେ ଏପର୍ଯ୍ୟନ୍ତ କିନ୍ତୁ ଭାରତୀୟ ଜନତା ପାର୍ଟି(ଭାଜପା) ଓ ଶିବସେନା ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଛିଡି ପାରୁନି ଗଣିତ। ଶୁକ୍ରବାର ସୁଦ୍ଧା ଯଦି ଏହାର ସମାଧାନ ନ ହେଲା ତେବେ ଶିବସେନା ଭାଜପା ମେଣ୍ଟକୁ ଭାଙ୍ଗି ଦେଇପାରେ ବୋଲି ଆଲୋଚନା ହେଉଛି। ଯଦି ଏପରି ହେଲା ତେବେ ମହାରାଷ୍ଟ୍ର ସରକାରରେ ଶିବସେନାର ଏହା ଏକ ବଡ ନିଷ୍ପତ୍ତି ହେବ ବୋଲି କୁହାଯାଉଛି। ଏବେ ଶିବସେନାର ବିଧାୟକମାନେ ହୋଟେଲରେ ରହିଥିବା ବେଳେ ଦଳ ମଧ୍ୟରେ ଚାଲିଛି ବିଚାର ବିମର୍ଷ। ଏପଟେ ଶିବସେନା ନେତା ସଞ୍ଜୟ ରାଉତ କହିଛନ୍ତି ଭାଜପା ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ପାଇଁ ସଜବାଜ ହେଉଛି। ହେଲେ ମହାରାଷ୍ଟ୍ରରେ ଶିବସେନା ଶାସନ କରିବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ଭାଜପ-ଶିବସେନା ମଧ୍ୟରେ ମେଣ୍ଟ ହୋଇ ବିଧାନସଭା ନିର୍ବାଚନ ଲଢିଥିଲେ। ଆଉ ଏବେ ୫୦-୫୦ ଅଙ୍କକୁ ନେଇ ଉଭୟ ଦଳ ଅଢେଇ ବର୍ଷ ଲେଖାଏଁ ମୁଖ୍ୟମନ୍ତ୍ରୀ ଆସନରେ ବସିବାକୁ ଶିବସେନା ଚାହୁଁଥିବା ବେଳେ ଭାଜପା ଏଥିରେ ଅରାଜି ହେଉଛି। ଯାହାକୁ ନେଇ ଏପର୍ଯ୍ୟନ୍ତ ମହାରାଷ୍ଟ୍ରରେ ରାଜନୀତି ଗଣିତର ସମାଧାନ ହୋଇପାରୁ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

୨ ମିନିଟ୍‌ର ସୂର୍ଯ୍ୟପରାଗ ଦେଖିବାକୁ ଲକ୍ଷେଟଙ୍କା ଟିକେଟ, ଉଡ଼ିବ ସ୍ୱତନ୍ତ୍ର ବିମାନ

ନୂଆଦିଲ୍ଲୀ,୧୨ା୮: ମାତ୍ର ୨ ମିନିଟ୍ ୧୮ ସେକେଣ୍ଡର ଅନ୍ଧାର ଦେଖିବା ପାଇଁ ଲୋକମାନେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରୁଛନ୍ତି । ଆଜି ଅର୍ଥାତ୍ ଅଗଷ୍ଟ…

ମଧ୍ୟାହ୍ନଭୋଜନ ଖାଇବା ପରେ ଅସୁସ୍ଥ ହୋଇପଡ଼ିଲେ ୪ ଛାତ୍ରୀ, ଛାତିରେ ଯନ୍ତ୍ରଣା ସହ…

ଦେବଗଡ଼,୧୨ା୮(ଶଶାଙ୍କ ଶେଖର ଝାଙ୍କର): ରାଜ୍ୟରେ ବିଦ୍ୟାଳୟଗୁଡ଼ିକରେ ମଧ୍ୟାହ୍ନଭୋଜନ ବ୍ୟବସ୍ଥାକୁ ନେଇ ବାରମ୍ବାର ପ୍ରଶ୍ନବାଚୀ ସୃଷ୍ଟି ହେଉଥିବାବେଳେ, ପୁଣି ଏକ ଅଘଟଣ ସାମ୍ନାକୁ ଆସିଛି। ଦେବଗଡ଼ ଜିଲା ନଈକୂଳ…

ଛାତ୍ରୀଙ୍କୁ ପ୍ରଧାନଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ, ଅଭିଭାବକଙ୍କୁ ଫୋନ୍‌ କରି କହିଲେ ସାର୍‌ ମୋତେ…

ମହାକାଳପଡ଼ା,୧୨ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା ଅଞ୍ଚଳରେ ଏକ ପ୍ରମୁଖ ଶିକ୍ଷାନୁଷ୍ଠାନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକଙ୍କ ବିରୋଧରେ ଏକ ସଙ୍ଗୀନ ଅଭିଯୋଗ କରିଛନ୍ତି…

ମୋଦି-ପ୍ରିୟଙ୍କାଙ୍କ ବାର୍ତ୍ତାଳପ ମଝିରେ ଏପରି କହିଦେଲେ ଖାର୍ଗେ, ସବୁ ହସି କହିଲେ….

ନୂଆଦିଲ୍ଲୀ,୧୨ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀଙ୍କ ମଧ୍ୟରେ ବାର୍ତ୍ତାଳପ ସମୟରେ ଏପରି ଏକ ଘଟଣା ଘଟିଛି, ଯାହା ସାଧାରଣତଃ ବହୁତ କମ୍…

ତ୍ରିରଙ୍ଗା ଆମ ଗର୍ବ ଗୌରବ: ଦେଶାତ୍ମବୋଧକ ନାରା ଦେଇ ପଦଯାତ୍ରାରେ ବାହାରିଲେ ଛାତ୍ରୀଛାତ୍ର

ତୁମୁଡ଼ିବନ୍ଧ,୧୨ା୮(ଦୀପକ କୁମାର ପରାସେଠ୍‌): ତ୍ରିରଙ୍ଗା ଆମ ଗର୍ବ ଗୌରବ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ କନ୍ଧମାଳ ଜିଲା ତୁମଡ଼ିବନ୍ଧ ନେତାଜୀ ସୁଭାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତରଫରୁ…

ପାକିସ୍ତାନ ରାଜନୀତିରେ ହଇଚଇ! ଜେଲରେ ଇମ୍ରାନ ଖାନଙ୍କ ମୃତ୍ୟୁ ନେଇ ସାମ୍ବାଦିକଙ୍କ ଦାବି, ଜାଣନ୍ତୁ ସତ

ଇସଲାମବାଦ,୧୨ା୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ (Imran Khan)ଙ୍କୁ ନେଇ ଏକ ବଡ଼ ଏବଂ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି । ପାକିସ୍ତାନର ଜଣେ ସାମ୍ବାଦିକ…

ସକାଳେ ସ୍ତ୍ରୀଙ୍କ ସହ କଥା ହେଲେ ରାତିରେ ଆସିଲା ମୃତ୍ୟୁଖବର, ହାଇଦ୍ରାବାଦରେ କାମ କରୁକରୁ ଶିବା…

ଥୁଆମୂଳ ରାମପୁର,୧୨ା୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ଦାଦନ ସମସ୍ୟା ଗମ୍ଭୀର ରୂପ ନେଇଛି। ପରିବାର ଚଳାଇବା ପାଇଁ ଭିଟାମାଟି ଛାଡ଼ି ବାହାର ରାଜ୍ୟକୁ…

୧୫ ବର୍ଷୀୟା ନାବାଳିକାଙ୍କୁ ଯୌନଶୋଷଣ, ଜେଲ୍ ଗଲେ ଏହି କ୍ରିକେଟର୍

କାନବେରା,୧୨।୮: ଅଷ୍ଟ୍ରେଲିଆ କ୍ରିକେଟର ଆରନ୍ ସମର୍ସ (Aaron Summers) ୧୫ ବର୍ଷର ଜଣେ ନାବାଳିକା ସହ ଯୌନ ଶୋଷଣ କରିଥିବା ଅଭିଯୋଗରେ ୧୦ ମାସର ଜେଲ୍ ଦଣ୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri