ଗଞ୍ଜାମ ଜିଲାର ୨୬୮କ୍ୱାରାଣ୍ଟାଇନ ସେଣ୍ଟରରେ ଦୈନିକ ଚାଲିଛି ମନିଟରିଂ

ଛତ୍ରପୁର, ୬।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ବିଭିନ୍ନ ଥାନା ଅଞ୍ଚଳରେ ଥିବା ୨୬୮ଟି କ୍ୱାରାଣ୍ଟାଇନ ସେଣ୍ଟରରେ ୧୭ ହଜାର ୨୪୪ ଜଣ ରହିଛନ୍ତି। ଦୈନିକ ସ୍ଥାନୀୟ ଥାନା ପୋଲିସ କ୍ୱାରାଣ୍ଟାଇନ ସେଣ୍ଟରରର ମନିଟରିଂ କରୁଛନ୍ତି। ଏହାର ଦୈନିକ ରିପୋର୍ଟ ଥାନା ପକ୍ଷରୁ ଗଞ୍ଜାମ ଏସ୍‌ପିଙ୍କ କାର୍ଯ୍ୟାଳୟକୁ ପଠାଯାଉଛି। ଏହାର ଅନୁଧ୍ୟାନ କରାଯାଇ ଆବଶ୍ୟକୀୟ ପଦକ୍ଷେପ ନିଆଯାଉଥିବା ଏସ୍‌ପି ବ୍ରିଜେଶ କୁମାର ରୟ କହିଛନ୍ତି। କ୍ୱାରାଣ୍ଟାଇନ ସେଣ୍ଟର ବାହାରେ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ନିଜେ ଏସ୍‌ପି ରୟ ବିଭିନ୍ନ କ୍ୱାରାଣ୍ଟାଇନ ସେଣ୍ଟରକୁ ଯାଇ ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରିବା ସହ ପ୍ରବାସୀଙ୍କ ସହ ଆଲୋଚନା କରି ଶୃଙ୍ଖଳା ରକ୍ଷା କରିବା ସହ ସୁରକ୍ଷିତ ରହିବାକୁ ପରାମର୍ଶ ଦେଉଛନ୍ତି। ଜଗନ୍ନାଥପୁର ଷ୍ଟେଶନକୁ ସୁରଟ ଓ କେରଳରୁ ପ୍ରବାସୀମାନେ ଟ୍ରେନରେ ଆସୁଛନ୍ତି। ସେଠାରେ ପ୍ରବାସୀଙ୍କୁ ସାମାଜିକ ଦୂରତ୍ୱ ରକ୍ଷା କରିବା ନେଇ ପୋଲିସ ପକ୍ଷରୁ ସଚେତନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରୁ ଆଜି ଆଉ ୧୪ ଜୀବନ ନେଲା କରୋନା, ୭୯୭ରେ ପହଞ୍ଚଲା ମୃତ୍ୟୁସଂଖ୍ୟା

ଭୁବନେଶ୍ୱର,୨୭ା୯(ବ୍ୟୁରୋ): ରବିବାର ରାଜ୍ୟରୁ ଆଉ ୧୪ ଜୀବନ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୭୯୭କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ...

ମିଳୁନି ପୋଲିଓ ଟିକା, କାମ କରୁନି ଲିଫ୍ଟ

ଚମ୍ପୁଆ,୨୪।୫(ଡି.ଏନ୍‌.ଏ.):କେନ୍ଦୁଝର ଜିଲା ଉପାନ୍ତ ଅଞ୍ଚଳ ଚମ୍ପୁଆ ସଦର ମହକୁମାରେ ଥିବା ଉପଖଣ୍ଡ ଚିକିତ୍ସାଳୟରେ ଅବ୍ୟବସ୍ଥା ଦେଖାଦେଇଛି। ୧୯୧୦ରେ ପ୍ରତିଷ୍ଠା ହୋଇଥିବା ଏହି ଚିକିତ୍ସାଳୟର ଗରିମା ଦିନକୁ...

ମା’ ସମ୍ମୁଖରେ ପୁଅଙ୍କୁ ଖଣ୍ଡାରେ ହାଣି ହତ୍ୟା ଘଟଣା: ପୋଲିସକୁ ଚାଞ୍ଚଲ୍ୟକର ତଥ୍ୟ ଦେଲେ ଅଭିଯୁକ୍ତ, ୪ ଗିରଫ

ବଲାଙ୍ଗୀର ଅଫିସ,୧୯ା୮: ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ କ୍ୟାମ୍ପସ ପରିସରରେ ମଙ୍ଗଳବାର ସକାଳୁ ସୁଦପଡ଼ା ନିବାସୀ ଅଜୁ ଦୋରା (୨୫)ଙ୍କୁ ଖଣ୍ଡାରେ ହାଣି ହତ୍ୟା କରାଯାଇଥିଲା...

ବିସିିସି ବ୍ୟାଙ୍କ କୃଷି ଋଣ ଦେବ ୨୪୫ କୋଟି

ବ୍ରହ୍ମପୁର ଅଫିସ,୨ା୭-ଚଳିତ ବର୍ଷର ଖରିଫ ଧାନ ଫସଲ ପାଇଁ ବ୍ରହ୍ମପୁର ସମବାୟ କେନ୍ଦ୍ର (ବିସିସି) ବ୍ୟାଙ୍କ ଗଞ୍ଜାମ ଓ ଗଜପତି ଜିଲାର ଚାଷୀଙ୍କୁ ୨୪୫ କୋଟି...

ନୟାଗଡ଼ ଜିଲା ପରିଷଦ ଅଧ୍ୟକ୍ଷ ଆସନ: ଅନୁସୂଚିତ ଜନଜାତି ମହିଳାଙ୍କ ଉପରେ ଭରସା

ନୟାଗଡ଼ ଅଫିସ,୧୭।୧୦: ନୟାଗଡ଼ ଜିଲା ପରିଷଦ ଅଧ୍ୟକ୍ଷ ଆସନ ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ସଂରକ୍ଷଣ କରାଯାଇଛି । ୨୦୧୭ ନିର୍ବାଚନରେ ଏହା ମହିଳାଙ୍କ ପାଇଁ...

କରୋନା ପ୍ରଥମେ ଯେଭଳି ଘାତକ ଥିଲା ଏବେ ବି ରହିଛି ସେଭଳି: ମୋଦି

ନୂଆଦିଲ୍ଲୀ, ୨୬।୭: ଭାରତରେ କରୋନା ସଂକ୍ରମଣ ଥମିବାର ନାଁ ଧରୁନି। ପ୍ରତିଦିନ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

ଡବେରୀ ଅଙ୍ଗନାୱାଡି କେନ୍ଦ୍ରରେ ଅବ୍ୟବସ୍ଥା: ୧୧ଟା ପର୍ଯ୍ୟନ୍ତ ବାହାରେ ଠିଆ ହେଲେ ଶିଶୁ

ଦାରିଙ୍ଗବାଡ଼ି,୧।୧(ଡି.ଏନ.ଏ) -ଦାରିଙ୍ଗବାଡ଼ି ବ୍ଲକ ଡବେରୀଠାରେ ଥିବା ଅଙ୍ଗନାୱାଡ଼ି କେନ୍ଦ୍ରରେ ବହୁ ଅବ୍ୟବସ୍ଥା ଦେଖାଦେଇଛି। ମଙ୍ଗଳବାର ଶିଶୁମାନେ ସକାଳ ୯ଟାରୁ ଆସି କେନ୍ଦ୍ର ସମ୍ମୁଖରେ ବହୁ ସମୟ...

ବାୟୁରେ କରୋନାର ଆନୁବଂଶିକ ଉପାଦାନ

ବେଜିଂ,୨୮ା୪(ପି.ଟି.): କରୋନା ଭୂତାଣୁର ଆନୁବଂଶିକ ଉପାଦାନ ବାୟୁରେ ଥିବା ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି। ଏହି ଭୂତାଣୁ ଉପାଦାନରୁ ସଂକ୍ରମଣ ହେବ କି ନାହିଁ ତାହା ସ୍ପଷ୍ଟ...

Advertisement
Archives

Model This Week