ଗଛ ଲଗାଇଥିଲେ ଏବେ କାଟିଦେଲେ: ୫୭ ନଂ. ଜାତୀୟ ରାଜପଥ କଡ଼ ବୃକ୍ଷଶୂନ୍ୟ

ଖୋର୍ଦ୍ଧା ଅଫିସ/ବୋଲଗଡ, ୨୧ା୧୨ (ଡି.ଏନ.ଏ.): ରାସ୍ତା ପ୍ରଶସ୍ତୀକରଣର ଆଳ ଦେଖାଇ ବଲାଙ୍ଗୀର-ଖୋର୍ଦ୍ଧା ୫୭ ନଂ. ଜାତୀୟ ରାଜପଥ(ଏନଏଚ୍‌) କଡରୁ କଟା ଚାଲିଛି ଗଛ। ତେବେ ରାସ୍ତା ପ୍ରଶସ୍ତୀକରଣକୁ ପରିବେଶବିତ ବିରୋଧ କରୁନାହାନ୍ତି। ବିରୋଧ କରୁଛନ୍ତି ବୃକ୍ଷରୋପଣ କରାଯାଉଥିଲା କାହିଁକି। ପୁଣି ମାତ୍ର ୫ରୁ ୭ ବର୍ଷର ବ୍ୟବଧାନ ପରେ ଗଛ କଟା ଯାଉଛି କ’ଣ ପାଇଁ। ବୃକ୍ଷରୋପଣ ଓ ଗଛ କଟା ପାଇଁ ଯେଉଁ ସରକାରୀ ଅର୍ଥ ଅପବ୍ୟୟ ହେଲା, ସେହି ଅର୍ଥ ଭରଣା ହେବ କେମିତି। ରାସ୍ତାକଡରେ ଛାଇ ମିଳିବ କିପରି। ପ୍ରଶାସନର ଗଛ ଲଗା ଓ କଟା ଅଭିଯାନର ରହସ୍ୟର ଗୁମର ଖୋଲିବା ଉଚିତ୍‌। ଏହାକୁ ଦୂରଦୃଷ୍ଟିର ଅଭାବ କହି ଖସାଇ ଦେବା ଠିକ୍‌ ନୁହେଁ। ପୂର୍ବରୁ କିଛି ରାସ୍ତାରେ ଗଛ ଲଗାଯାଇ କଟା ହୋଇଯାଇଛି। କିଛି କର୍ମଚାରୀ, ଅଧିକାରୀଙ୍କର ଲୋଭ ଯୋଗୁ ସରକାରୀ ଅର୍ଥ ଅପବ୍ୟୟ ହେବାରେ ଲାଗିଛି। ଅନ୍ୟପକ୍ଷେ ରାଜପଥ କଡରୁ ରାତିରେ ଗଛ କଟା ଚାଲୁ ରହିଛି। ସନ୍ଧ୍ୟା ହେଲେ ଲୋକେ ଗଛ କଟାରେ ସାମିଲ ହେଉଛନ୍ତି। ସାଧାରଣତଃ ଜଣେ ପଥିକ ଜାଣି ପାରିବନି ରାସ୍ତାକଡରେ ଗଛ ଥିଲା କି ନାହିଁ। କାରଣ ଦିନବେଳା ଗଛକଟା ଅଭିଯାନ ବନ୍ଦ ରହୁଛି। ଏବେ କପାସିଆରୁ ଚୁଡା ରାସ୍ତା କାର୍ଯ୍ୟ ଚାଲୁ ରହିଛି। ରାସ୍ତା ପ୍ରଶସ୍ତୀକରଣ ସହ ଗଛ କଟା ବି ଚାଲିଛି। ସମ୍ପୃକ୍ତ ରାସ୍ତାରେ ୫ରୁ ୭ବର୍ଷ ତଳେ ଗଛ ଲଗାଯାଇଥିଲା। ଉକ୍ତ ଗଛଗୁଡିକ ନ କାଟି ଅନ୍ୟତ୍ର ସ୍ଥାନାନ୍ତର ବି କରାଯାଉନି, ଯଦ୍ଦ୍ବାରା ରାସ୍ତାକଡରୁ ଗଛ ବଳି ପଡୁଛି। ପରିବେଶ୍‌ବିତ୍‌ ବିଭୂତି ଭୂଷଣ ଦାଶ କୁହନ୍ତି, ସରକାରୀ ଟଙ୍କା କିଏ କେତେ ଅଧିକ ଖର୍ଚ୍ଚ କରି ପାରୁଛି ସେଥିପାଇଁ ଚାଲିଛି ପ୍ରତିଯୋଗିତା। ପ୍ରତିଯୋଗିତା ଦୁନିଆରେ ସରକାରୀ ଅର୍ଥ ଅପବ୍ୟୟକୁ କାହାରି ଧ୍ୟାନ ନାହିଁ। ଗଛ ଲଗାଇବା ଓ କାଟିବାର ପ୍ରସ୍ତାବକୁ ସରକାର ମନା କିପରି କରୁଛନ୍ତି ତାହା ୫୭ ରାସ୍ତାପାଶର୍‌ବ ଗଛ କଟା ଓ ରୋପଣ ଅଭିଯାନରୁ ସ୍ପଷ୍ଟ ବାରି ହୋଇପଡୁଛି। ସରକାର ଓ ପ୍ରଶାସନ ଏହାକୁ ଗୁରୁତର ସହ ନେଇ ଆଗକୁ ଯେପରି ସରକାରୀ ଅର୍ଥ ଅପବ୍ୟୟ ହେବନି ସେଥିପ୍ରତି ଦୃଷ୍ଟି ଦିଅନ୍ତୁ। କେଉଁ ରାସ୍ତାରେ ନୂଆ ଚାରାରୋପଣ ହେବ, ପ୍ରଶସ୍ତୀକରଣକୁ ଦୃଷ୍ଟି ଦେଇ ଗଛ ଲଗାନ୍ତୁ। ନଚେତ ଗଛ ଲଗା ଓ କଟାରେ ଅର୍ଥ ଅପବ୍ୟୟକୁ ରୋକି ହେବନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଗାଈ ଚରାଉଛନ୍ତି ଜାତୀୟସ୍ତରର କବାଡ଼ି ଖେଳାଳି

ଜୟପୁର,୨୩ା୨(ନି.ପ୍ର.) ନୁଆଁଣିଆ ଟିଣ ଛପର ଘର ଖଣ୍ଡେ। ଆଉ ଏହାରି ମଧ୍ୟରେ ମା’-ବାପାଙ୍କ ସହ ନିଜ ଭାଗ୍ୟକୁ ଆଦରି ପଡ଼ିରହିଛନ୍ତି ଜଣେ ଯୁବକ। କେତେବେଳେ ଘର...

ଶହେରୁ ଊର୍ଦ୍ଧ୍ବ ଦାଦନ ଫସି ରହିଛନ୍ତି ମହାରାଷ୍ଟ୍ରରେ: ଭୋକ ଉପାସରେ କଟୁଛି ଜୀବନ, ଉଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ

କେସିଙ୍ଗା,୨୯।୩(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ବାଲସି ଗ୍ରାମ ପଞ୍ଚାୟତର ମଶାଣିବନ୍ଧା, କୋକୋଡ଼ମାଲ ଓ ଭବାନୀପାଟଣା ବ୍ଲକର ଭିକାଝରଣ ଗ୍ରାମର ଶତାଧିକ ଦାଦନ ଶ୍ରମିକ...

କରୋନା ସ୍ଥିତି ସମୀକ୍ଷା: ଭୀମସାରରେ ଖୋଲିବ ଦ୍ୱିତୀୟ କୋଭିଡ୍‌ ହସ୍ପିଟାଲ

ସମ୍ବଲପୁର, ୧୪।୪(ବ୍ୟୁରୋ): ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆର୍ୟୁବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ (ଭୀମସାର)ରେ ହେବ ଦ୍ୱିତୀୟ କୋଭିଡ ହସ୍ପିଟାଲ। ଭୀମସାରର ନବନିର୍ମିିତ ମେଡିସିନ ୱାର୍ଡରେ...

ରାଜ୍ୟରେ ପୁଣି ଟିକା ଅଭାବ

ଭୁବନେଶ୍ୱର,୭।୭(ବ୍ୟୁରୋ): ରାଜ୍ୟରେ ପିଛା ଛାଡ଼ୁନି ଟିକା ସମସ୍ୟା। ଲଗାତର ଭାବେ ଟିକାର ଅଭାବ ଦେଖିବାକୁ ମିଳୁଛି। କେନ୍ଦ୍ର ଯୋଗାଉଥିବା ଟିକା କିଛିଦିନ ଯିବା ପରେ ପୁଣି...

ଦାରିଙ୍ଗବାଡ଼ିରେ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକଙ୍କ ଭିଡ଼

ଦାରିଙ୍ଗବାଡ଼ି,୧୭।୧୧(ଡି.ଏନ୍‌.ଏ.): ଓଡ଼ିଶାର କାଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡ଼ିକୁ ଚଳିତ ଶୀତଋତୁରେ ପ୍ରଥମଥର ପାଇଁ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ଆସିଛନ୍ତି। ପୂର୍ବରୁ ପର୍ଯ୍ୟଟକ ଦୈନିକ...

ଶିଶୁକନ୍ୟା ବଳାତ୍କାରୀଙ୍କୁ ୧୦ ବର୍ଷ ଜେଲ

ଭୁବନେଶ୍ୱର,୮।୯ (ବ୍ୟୁରୋ): ଏୟାରଫିଲ୍ଡ ଥାନା ଅଞ୍ଚଳରେ ୨୦୧୭ରେ ଘଟିଥିବା ଶିଶୁକନ୍ୟା ବଳାକତ୍ାର ମାମଲାର ରାୟ ସୋମବାର ଅତିରିକ୍ତ ଜିଲା ଦୌରାଜଜ୍‌ କମ୍‌ ପକ୍‌ସୋ କୋର୍ଟରେ ପ୍ରକାଶ...

ବିଏସ୍‌ଏନ୍‌ଏଲ୍‌ ଅସ୍ଥାୟୀ କର୍ମଚାରୀଙ୍କ ଧାରଣା ସ୍ଥଗିତ

ଭଞ୍ଜନଗର,୧୬।୭(ଡି.ଏନ.ଏ)-କର୍ମଚାରୀଙ୍କ ୬ମାସର ବକେୟା ଦରମା ପ୍ରଦାନ, ଚାକିରି ନିୟମିତ କରିବା ଆଦି ଦାବିନେଇ ରାଜ୍ୟବ୍ୟାପୀ ବିଏସ୍‌ଏନ୍‌ଏଲ୍‌ ଅସ୍ଥାୟୀ କର୍ମଚାରୀମାନେ ସୋମବାରଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଥିଲେ। ସେବା...

ମତ୍ସ୍ୟଜୀବୀଙ୍କୁ ଦଳିଦେଲେ

ବାରଙ୍ଗ,୨୫ା୯(ଡି.ଏନ୍‌.ଏ.) – ମାଛ ମାରିବାକୁ ମହାନଦୀକୁ ଯାଉଥିବାବେଳେ ହାତୀ ଆକ୍ରମଣରେ ନରାଜ କୈବର୍ତସାହିର ମତ୍ସ୍ୟଜୀବୀ ସୁଶାନ୍ତ କୁମାର ବେହେରାଙ୍କ ମୃତ୍ୟୁ ଘଟିଛି। ଆଠଗଡ଼ରୁ ମହାନଦୀ ପାର...

Advertisement
Archives

Model This Week