ଗଛରେ ପିଟିହେଲା କାର୍‌, ଜଣଙ୍କ ଜୀବନଗଲା, ୨ ଗୁରୁତର

ବଅଁରପାଳ,୮ା୫(ଡି.ଏନ୍‌.ଏ.) : ଅନୁଗୋଳ ଜିଲା ବଅଁରପାଳ ଥାନା ଅନ୍ତର୍ଗତ ବଉଳିଗଡ଼ ବ୍ରିଜ୍‌ ନିକଟରେ ଗୁରୁବାର ବିଳମ୍ବିତ ରାତିରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ କାର୍‌ ସମ୍ମୁଖରେ ବସିଥିବା ଯତୀନ୍‌ ସାହୁଙ୍କ ମୃତ୍ୟୁ ଘଟିଥିବା ବେଳେ ଚାଳକ ତ୍ରିଲୋଚନ କୁମାର ଓ ପଛରେ ବସିଥିବା ଅନ୍ୟଜଣେ ଗୁରୁତର ହୋଇଛନ୍ତି।
ପୋଲିସ ସୂତ୍ରରୁ ପ୍ରକାଶ ଯେ, ଗୁରୁବାର ରାତିରେ କାର୍‌ ମହୀଧରପୁରରୁ ବଅଁରପାଳ ଅଭିମୁଖେ ଆସୁଥିବା ବେଳେ ବଉଳିଗଡ଼ ରାସ୍ତାର ବାଙ୍କରେ ଥିବା ଏକ ଗଛରେ ପିଟି ହୋଇଯାଇଥିଲା। ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଅନୁଗୋଳ ଚିକିତ୍ସାଳୟକୁ ପଠାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ଯତୀନଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣ ଚିକିତ୍ସିତ ହେଉଛନ୍ତି। ଏନେଇ ପୋଲିସ କେସ ନଂ. ୧୧୬ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ତାଳଚେର ଉପନଗରପାଳଙ୍କ ବିରୋଧରେ ଅନାସ୍ଥା

ତାଳଚେର,୮ା୫(ମନୋଜ ନନ୍ଦ): ତାଳଚେର ଉପନଗରପାଳ ଶୁଭଶ୍ରୀ ଶୁଭସ୍ମିତା ପ୍ରଧାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଛି। ପୌରପାଳିକାର ୧୬ କାଉନସିଲର ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି। ଆଜି…

ସୌମ୍ୟରଞ୍ଜନ ହତ୍ୟା ମାମଲା: ରାସ୍ତା ଅବରୋଧ କଲେ ଗ୍ରାମବାସୀ

ନିଆଳି,୮।୫: ଭୁବନେଶ୍ୱର ଉପକଣ୍ଠସ୍ଥ ବାଲିଅନ୍ତାରେ ସୌମ୍ୟରଞ୍ଜନ ସ୍ବାଇଁଙ୍କୁ ପିଟିପିଟି ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏହାରେ ପ୍ରତିବାଦରେ ଶୁକ୍ରବାର ମୌଜପୁର ଗ୍ରାମବାସୀ ଫୁଲନଖରା-ନିଆଳି ରାସ୍ତା ଅବରୋଧ…

ସ୍କୁଟିକୁ ଧକ୍କାଦେଲା ‘ଆମ ବସ୍‌’

ସମ୍ବଲପୁର,୮ା୫(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲା ଥାନା ଅନ୍ତର୍ଗତ ପିସି ବ୍ରିଜ୍‌ ନିକଟରେ ଜାତୀୟ ରାଜପଥ(୫୩) ଉପରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଦୁର୍ଘଟଣାରେ ବୁର୍ଲାର…

କରଣଙ୍କ ଚମତ୍କାର ଡେବ୍ୟୁ: ଏମିତି ଡ୍ରେସ୍‌ ପିନ୍ଧିଲେ ଚାହିଁ ରହିଗଲେ ସମସ୍ତେ

ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ମାତା କରଣ ଜୋହର ୨୦୨୬ ମେଟ ଗାଲାରେ ଏକ ଚମତ୍କାର ଡେବ୍ୟୁ କରିଥିଲେ। ଏହି ବିଶେଷ ଅବସର ପାଇଁ ସେ ପ୍ରଖ୍ୟାତ ଚିତ୍ରକର ରାଜା…

ବାଣ୍ଟିଲେ ନାହିଁ, ବର୍ଷାପାଣିରେ ଭିଜିଲା ଛାତ୍ରୀଛାତ୍ରଙ୍କ ପାଠ୍ୟପୁସ୍ତକ

କଣାସ,୮ା୫(ବିଭୂତି ଭୂଷଣ ତ୍ରିପାଠୀ): କେନ୍ଦ୍ର ଓ ରାଜ୍ୟ ସରକାର ୧ମ ଶ୍ରେଣୀରୁ ୮ମ ଶ୍ରେଣୀ ପିଲାଙ୍କ ପାଇଁ ମାଗଣାରେ ପାଠ୍ୟପୁସ୍ତକ, ପୋଷାକ ଆଦି ଯୋଗାଇ ଦେଉଥିବାବେଳେ ମଧ୍ୟାହ୍ନଭୋଜନ…

ଆସିଲା ବଡ଼ ଅପଡେଟ୍, କେରଳ ପାଇଁ କଂଗ୍ରେସର ମୁଖ୍ୟମନ୍ତ୍ରୀ ଚୂଡ଼ାନ୍ତ!

ଥିରୁଭାନନ୍ତପୁରମ,୮ା୫: ପାଞ୍ଚଟି ରାଜ୍ୟର ନିର୍ବାଚନ ଫଳାଫଳ ଘୋଷଣା କରାଯାଇଛି। ଆସାମ ଏବଂ ପଶ୍ଚିମବଙ୍ଗରେ ଭାଜପା ଏକ ବଡ଼ ବିଜୟ ହାସଲ କରିଥିବା ବେଳେ, କେରଳରେ କଂଗ୍ରେସ ନେତୃତ୍ୱାଧୀନ…

ଶ୍ୱଶୁରଘର ପିଣ୍ଡାରେ ଝୁଲୁଛି ଜ୍ୱାଇଁଙ୍କ ମୃତଦେହ, ସ୍ତ୍ରୀ-ଝିଅଙ୍କୁ ନେବାକୁ ଆସି…

ବାସୁଦେବପୁର,୮ା୫(କାଳୀପଦ ରାୟ): ଭଦ୍ରକ ସଦର ବ୍ଲକ ଅଧୀନ ସାବରଙ୍ଗ ପଞ୍ଚାୟତର ରାଉତ ସାହିରେ ଶ୍ୱଶୁର ଘର ପିଣ୍ଡାରେ ସନ୍ଦେହ ଜନକ ଅବସ୍ଥାରେ ଝୁଲୁଥିବାର ଦେଖିବାକୁ ମିଳିଛି। ସେ…

ବଲାଙ୍ଗୀରରେ ଜିତୁ ମୁଣ୍ଡା ଭଳି ଘଟଣା, ସ୍ତ୍ରୀର ମୃତ୍ୟୁ ପରେ ଟଙ୍କା ଉଠାଇ ପାରୁ ନାହାନ୍ତି ସ୍ବାମୀ

ଲାଠୋର,୮।୫(ଭୁବନେଶ୍ୱର ବାରିକ): କେନ୍ଦୁଝର ଜିଲାର ଜିତୁ ମୁଣ୍ଡା ଘଟଣା ସାରା ଦେଶରେ ହଇଚଇ ସୃଷ୍ଟି କରିଥିଲା । ବ୍ୟାଙ୍କରୁ ଟଙ୍କା ଉଠାଣ ପାଇଁ ନିଜ ମୃତା ଭଉଣୀଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri