ଖୋଲିଲା ଦେଶର ପ୍ରଥମ ମହିଳା ଥାନା ‘ଦିଶା’

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶ ସରକାର ମହିଳାଙ୍କ ସୁରକ୍ଷା ପାଇଁ ରାଜମୁନ୍ଦରୀରେ ଦେଶର ପ୍ରଥମ ମହିଳା ଥାନା ‘ଦିଶା’ ଖୋଲିଛନ୍ତି। ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଶନିବାର ଏହାର ଉଦ୍‌ଘାଟନ କରିଛନ୍ତି। ରାଜ୍ୟରେ ଏପରି ୧୮ଟି ଥାନା ଖୋଲିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଏହି ପୋଲିସ ଷ୍ଟେଶନ ୨୪ ଘଣ୍ଟା ଖୋଲା ରହିବ। ଏଥିରେ ୫୨ ଜଣ ପୋଲିସ କର୍ମଚାରୀ ନିୟୋଜିତ ରହିବେ। ଡିଜିପି ଗୌତମ ସଓ୍ବାଙ୍ଗ କହିଛନ୍ତି, ତେଲେଙ୍ଗାନାରେ ଡିସେମ୍ବରରେ ହୋଇଥିବା ‘ଦିଶା’ ବଳାତ୍କାର ଏବଂ ହତ୍ୟା ମାମଲା ପରେ ମୁଖ୍ୟମନ୍ତ୍ରୀ ଦିଶା ଆକ୍ଟ ଆଣିବା ପାଇଁ ରାଷ୍ଟ୍ରପତିଙ୍କ ନିକଟକୁ ପ୍ରସ୍ତାବ ପଠାଇଥିଲେ। ଦିଶା ଥାନାରେ ବଳାତ୍କାର ମାମଲାର ଯାଞ୍ଚ କରାଯିବା ସହ ଫରେନ୍‌ସିକ୍‌ ଲ୍ୟାବ୍‌ ଏବଂ ବିଶେଷ ଅଦାଲତ ରହିବ। ଏହି କୋର୍ଟରେ ୨୧ ଦିନ ମଧ୍ୟରେ ମାମଲାର ଶୁଣାଣି କରାଯିବ। ଅଭିଯୁକ୍ତଙ୍କୁ ଦିଶା ଆଇନ ଅନୁଯାୟୀ ଦଣ୍ଡିତ କରାଯିବ। ଏହାବ୍ୟତୀତ ଦିଶା ଆପ୍‌ ଏବଂ ମହିଳାଙ୍କ ସୁରକ୍ଷା ପାଇଁ ବିଶେଷ କଣ୍ଟ୍ରୋଲ ରୁମ୍‌ ସ୍ଥାପନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ସପ୍ତାହେ ପର୍ଯ୍ୟନ୍ତ ଲୋକେ ଘରେ ବନ୍ଦୀ…

ନୂଆଦିଲ୍ଲୀ,୧୯।୪: ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ଅଣାୟତ୍ତ ହେବାରେ ଲାଗିଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ସରକାର ପକ୍ଷରୁ ଏଠାରେ ସାତ ଦିନିଆ...

୯ କର୍ମଚାରୀଙ୍କୁ କରୋନା, ୪୮ ଘଣ୍ଟା ପାଇଁ ସିଲ୍‌ ହେଲା ହୋଟେଲ

ଲକ୍ଷ୍ନୌ,୩।୩: ଉତ୍ତରପ୍ରଦେଶର ଲକ୍ଷ୍ନୌସ୍ଥିତ ଏକ ହୋଟେଲର ୯ ଜଣ କର୍ମଚାରୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହି ସମସ୍ତ କର୍ମଚାରୀଙ୍କୁ କ୍ୱାରାଣ୍ଟାଇନ୍‌ରେ ରଖାଯାଇଛି। ଅନ୍ୟପକ୍ଷରେ ହୋଟେଲକୁ...

କରୋନାରେ ବାପାଙ୍କୁ ହରାଇଲେ ସ୍ବାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୨।୫: ଦେଶର ରାଜଧାନୀ ନୂଆଦିଲ୍ଲୀରେ କରୋନା ପରିସ୍ଥିତି ଅଣାୟତ୍ତ ହୋଇପଡିଛି। କରୋନା ଦ୍ୱାରା କେବଳ ସାଧାରଣ ଲୋକ ନୁହେଁ, ଅନେକ ବଡ ବଡ ସେଲିବ୍ରିଟି ମଧ୍ୟ...

ସୁପ୍ରିମକୋର୍ଟର ଜଣେ କର୍ମଚାରୀ କରୋନା ପଜିଟିଭ

ନୂଆଦିଲ୍ଲୀ,୨୮।୪: କରୋନା ସଂକ୍ରମଣ ଦିନକୁ ଦିନ ବଢିବାରେ ଲାଗିଛି। ସୁପ୍ରିମକୋର୍ଟର ଜଣେ କର୍ମଚାରୀ କରୋନାରେ ପୀଡ଼ିତ ଥିବା ଜଣାପଡିବା ପରେ ଏବେ ଚିନ୍ତା ବଢି ଯାଇଛି।...

କେବେ ନାରଙ୍ଗୀ ରଙ୍ଗର ଟୋପି ତ କେବେ କଳା ଚଷମା, ୨୦୧୯ରେ ଚର୍ଚ୍ଚାରେ ଥିଲା ମୋଦିଙ୍କ ଏହି ଲୁକ୍‌

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲାଗି ବର୍ଷ ୨୦୧୯ ସ୍ମରଣୀୟ ରହିଥିଲା। ସାଧାରଣ ନିର୍ବାଚନରେ ଭାଜପାର ସଫଳତା ଯୋଗୁ ଉକ୍ତ ବର୍ଷ ସେ ଦ୍ୱିତୀୟ ଥର ଲାଗି...

ମୁଖ୍ୟମନ୍ତ୍ରୀ ଜଗନମୋହନଙ୍କ ବାସ ଭବନ ସୁରକ୍ଷା ପାଇଁ ୨୫ ଲକ୍ଷ ଖର୍ଚ୍ଚ କରିବେ ରାଜ୍ୟ ସରକାର

ହାଇଦ୍ରାବାଦ୍‌,୨୩।୭: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇ.ଏସ୍‌. ଜଗନମୋହନ ରେଡ୍ଡୀଙ୍କ ବାସ ଭବନ ସୁରକ୍ଷା ପାଇଁ ୨୪ ଲକ୍ଷ ୫୦ ହଜାର ଟଙ୍କା ମଞ୍ଜୁର କରାଯାଇଛି। ରାଜ୍ୟ ସରକାରଙ୍କ...

ତାମିଲନାଡୁର ୬ ରାଜ୍ୟ ସଭା ଆସନ: ଜୁଲାଇ ୧୮ରେ ନିର୍ବାଚନ

ନୂଆଦିଲ୍ଲୀ,୨୬ା୬(ପି.ଟି.): ତାମିଲନାଡୁର ୬ ରାଜ୍ୟ ସଭା ଆସନ ପାଇଁ ନିର୍ବାଚନ ଆସନ୍ତା ୧୮ ତାରିଖରେ ଅନୁଷ୍ଠିତ ହେବ। ଏଥିଲାଗି ଜୁଲାଇ ୧ରେ ବିଜ୍ଞପ୍ତି ପ୍ରକାଶ ପାଇବ...

ଚାଇନାର ଷଡ଼ଯନ୍ତ୍ର: ଅରୁଣାଚଳ ସୀମାରେ ସ୍ଥାପନ କରିଛି ୩ ଗାଁ

ନୂଆଦିଲ୍ଲୀ, ୬।୧୨: ଭାରତ ସହିତ ଚାଇନା ସୀମା ବିବାଦ ବଢ଼ାଇବାରେ ଲାଗିଛି। ଭାରତର ଜମିକୁ ଜୋର୍‌ ଜବରଦସ୍ତ ନିଜର ବୋଲି କହି ଚାଇନା ଅରୁଣାଚଳ ସୀମାରେ...

Advertisement


Archives

Model This Week