ଖୋର୍ଦ୍ଧା ଜେଲ୍‌ରେ ବେଧଡ଼କ ଚାଲିଛି ଧଳା ଜହର କାରବାର: ଭିଡିଓ ଭାଇରାଲ

ଖୋର୍ଦ୍ଧା ଅଫିସ,୬।୬ : ଖୋର୍ଦ୍ଧା ଜେଲ ପାଲଟିଛି ଧଳା ଜହର କାରବାରର ପେଣ୍ଠସ୍ଥଳୀ। ଜେଲ କର୍ତ୍ତୃପକ୍ଷଙ୍କ ଜାଣତରେ ଚାଲିଛି ଏହି କାରବାର। ଏନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଖୋର୍ଦ୍ଧା ଜେଲ କର୍ତ୍ତୃପକ୍ଷଙ୍କ ସଂପୃୃୃକ୍ତି ନେଇ ଉଠିିିଛି ପ୍ରଶ୍ନବାଚୀ। ଅନ୍ତେବାସୀ ସେବନ କରୁଛନ୍ତି ବ୍ରାଉନସୁଗାର। ଜେଲ ଭିତରେ ଚାଲିଛି ଖୁଲମଖୁଲା କାରବାର। ଜେଲ ଭିତରକୁ ବେଧଡକ ଭାବେ ଯାଉଛି ଧଳା ଜହର। ଜେଲ କର୍ତ୍ତୃପକ୍ଷଙ୍କ ଜାଣତରେ ହେଉଛି କାରବାର। ଭାଇରାଲ ଭିଡିଓରେ ଜଣେ ବିଚାରଧୀନ କଏଦୀ କହୁଥିବା ଶୁଣାଯାଉଛି ଯେ, ଜେଲ ଅଧୀକ୍ଷକ ଭଲ ଲୋକ । ତମେ ଗେଟ୍‌ ପାଖରେ ଆଣି ପହଞ୍ଚାଇ ଦେବ। ତପନ ବାବୁଙ୍କୁ କହିବୁ ମାଲ ଭଲ ଅଛି। ଆଉ ୧୦ଗ୍ରାମ ପଠାଇବେ। ତାଙ୍କୁ ୩ହଜାର ଟଙ୍କା ଦେଇ ଦେବୁ। ତେବେ କାହାକୁ କେତେ ଦିଆଯିବ, କେତେ ପରିମାଣ, କେତେ ଟଙ୍କା ଆଣିବ ଏସବୁ ଡିଲ୍‌ ହେଉଛି ଜେଲ ଭିତରୁ। ଜେଲର ଚାରି କାନ୍ଥ ମଧ୍ୟରେ ଚାଲିଛି ଏଭଳି ନିଶା କାରବାର। ଅନ୍ତେବାସୀ କାହାରିକୁ ଭୟ କରୁନାହାନ୍ତି। କେତେ ଜଣ ଅସାଧୁ ପୋଲିସ, ଅବକାରୀ ଏବଂ ଜେଲ କର୍ମଚାରୀ ଏବଂ ନିଶା କାରବାର ମାଫିଆଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁ ଜେଲ ପରିସର ଏବେ ନିଶା ବେପାରୀଙ୍କ ଲାଗି ସୁରକ୍ଷିତ ସ୍ଥାନ ପାଲଟିଛି। ଏଥିରେ ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । ଏନେଇ ଜେଲ ଅଧିକ୍ଷକଙ୍କ ମତାମତ ନେବାକୁ ଚେଷ୍ଟା କରାଯାଇଥିଲେ ସୁଦ୍ଧା ମିଳି ପାରିନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ୟାସ୍‌ ସହାୟତା : ଓଡ଼ିଶା ପାଇଁ ୫୦୦ କୋଟି

ଭୁବନେଶ୍ୱର,୨୮।୫(ବ୍ୟୁରୋ): ବାତ୍ୟା ‘ୟାସ୍‌’ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୋଟ ୧ ହଜାର କୋଟି ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି। ସେଥିରୁ ଓଡ଼ିଶା ପାଇଁ...

ତାରାତାରିଣୀ କଲେଜରେ ସିଟ୍‌ ସଂଖ୍ୟା ବୃଦ୍ଧି ଦାବି

ପୁରୁଷୋତ୍ତମପୁର,୧୪ା୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସ୍ଥିତ ତାରାତାରିଣୀ କଲେଜରେ ଛାତ୍ରୀଛାତ୍ରଙ୍କ ନାମଲେଖା ଲାଗି ଆବଶ୍ୟକ ପରିମାଣର ସିଟ୍‌ ନ ଥିବା ହେତୁ ବହୁ ଗରିବ ଶ୍ରେଣୀର...

ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କଲେ ଦିବ୍ୟାଙ୍ଗ ଛାତ୍ରୀଛାତ୍ର

ପାଟଣା,୩।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଶନିବାର ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଭିନ୍ନକ୍ଷମ...

‘କାଳିଆ ଯୋଜନା’ରେ ୨ ଲକ୍ଷ ୬୬ ହଜାର ଅଯୋଗ୍ୟ ହିତାଧିକାରୀ ଚିହ୍ନଟ: ଅରୁଣ ସାହୁ

ଭୁବନେଶ୍ୱର,୨୨।୮(ବ୍ୟୁରୋ): ‘କାଳିଆ ଯୋଜନା’ରେ ଅଯୋଗ୍ୟ ହିତାଧିକାରୀଙ୍କ ଯାଞ୍ଚ ସରିଛି। ଇତିମଧ୍ୟରେ ୨ ଲକ୍ଷ ୬୬ ହଜାର ଅଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଛି। ୨୭ ତାରିଖ ସୁଦ୍ଧା...

୨୫୮ କିଲୋ ଗଞ୍ଜେଇ ଜବତ

ମାଲକାନଗିରି, ୩।୭(ଡି.ଏନ୍‌.ଏ.): ମାଲକାନଗିରିର ବିଭିନ୍ନ ଅଞ୍ଚଳରୁ ମଙ୍ଗଳବାର ରାତିରେ ପୋଲିସ ୨୫୮ କିଲୋ ଗଞ୍ଜେଇ ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଛି। ଏଥିସହ...

ବେଢ଼ାବନ୍ଧ ବିକାଶ ଅପେକ୍ଷା ରାଜନୀତି ବେଶି

ବ୍ରହ୍ମପୁର ଅଫିସ,୧୫।୫: ବ୍ରହ୍ମପୁର ମହାନଗର ନିଗମ (ବିଏମସି)ର ଚଳିତ ୨୦୨୨-୨୩ ଆର୍ଥିକ ବର୍ଷର ୪୬୨.୮୪ କୋଟି ଟଙ୍କାର ବୃହତ୍‌ ବଜେଟ ଅନୁମୋଦିତ ହୋଇଛି। ନିଜସ୍ବ ଆୟ ନ...

୧୫ ମେଣ୍ଢା ମାରିଲା ଅଜଣା ଜନ୍ତୁ, ୮ ଗୁରୁତର

କର୍ଲାମୁଣ୍ଡା/ମ.ରାମପୁର/କେସିଙ୍ଗା(ଡି.ଏନ.ଏ) ୬।୨: କଳାହାଣ୍ଡି ଜିଲା ମ.ରାମପୁର ବ୍ଲକ ମୁଡିଙ୍ଗ ପଞ୍ଚାୟତ ଡଙ୍ଗାପଡା ଗାଁରେ ବୁଧବାର ରାତିରେ ଅଜଣା ଜନ୍ତୁ ଆକ୍ରମଣରେ ୧୫ ମେଣ୍ଢାଙ୍କ ମୃତ୍ୟୁ ଘଟିଥିବା...

ପଡ଼ିଆ ଆଶାକର୍ମୀଙ୍କୁ ନେଇ ଚିନ୍ତାରେ ଗ୍ରାମବାସୀ

ପଡ଼ିଆ,୨୫ା୫(ଡି.ଏନ୍‌.ଏ.)-ମାଲକାନଗିରି ଜିଲାରେ କରୋନା ଦିନକୁ ଦିନ କାୟା ବିସ୍ତାର କରୁଛି। ଫଳରେ ଲୋକଙ୍କ ମନରେ ଭୟ ପ୍ରକାଶ ପାଇଛି। ବ୍ଲକ ପ୍ରଶାସନର ନିଦ ହଜାଇଦେଇଛି କରୋନା।...

Advertisement
Archives

Model This Week