ଖୋର୍ଦ୍ଧା ଜିଲା ମହୋତ୍ସବରେ ଧରିତ୍ରୀ ଏବଂ ଓଡ଼ିଶାପୋଷ୍ଟ ସ୍ବତନ୍ତ୍ର ବିଶେଷାଙ୍କ ଷ୍ଟଲ ଉଦ୍‌ଘାଟିତ

ଖୋର୍ଦ୍ଧା,୨୧।୨(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜିଲା ପ୍ରଶାସନ ଏବଂ ଓର୍‌ମାସ ଆନୁକୂଲ୍ୟରେ ଗୁରୁବାରଠାରୁ ଜିଲା ମହୋତ୍ସବ, ପୁସ୍ତକ ମେଳା ଓ ପଲ୍ଲିଶ୍ରୀ ମେଳା ଆରମ୍ଭ ହୋଇଛି। ଏହି ମେଳାରେ ଧରିତ୍ରୀ ଏବଂ ଓଡ଼ିଶାପୋଷ୍ଟ ସ୍ବତନ୍ତ୍ର ବିଶେଷାଙ୍କ ଷ୍ଟଲ ଉଦ୍‌ଘାଟିତ ହୋଇଯାଇଛି। ଖୋର୍ଦ୍ଧା ଅତିରିକ୍ତ ଜିଲାପାଳ ପ୍ରତାପ ଚନ୍ଦ୍ର ବେଉରା ମୁଖ୍ୟ ଅତିଥିଭାବେ ଯୋଗଦେଇ ଷ୍ଟଲ ଉଦ୍‌ଘାଟନ କରି କହିଥିଲେ, ଧରିତ୍ରୀ ୫୦ବର୍ଷ ଅତିକ୍ରାନ୍ତ କରି ୫୧ ବର୍ଷରେ ପହଞ୍ଚତ୍ବାବେଳେ ତା’ର ସ୍ବତନ୍ତ୍ରତା ବଜାୟ ରଖିଛି।

ଏହାର ବାର୍ଷିକ ବିଶେଷାଙ୍କ ନବକଳେବର, ସୂତାଖିଅରେ ବିଶ୍ବ, ଅକଳରେ ଅର୍ଥନୀତି ଆଦି ବେଶ୍‌ ଉଚ୍ଚକୋଟୀର ହୋଇଛି ବୋଲି ବେଉରା କହିଥିଲେ। ସମ୍ମାନିତ ଅତିଥିଭାବେ ଖୋର୍ଦ୍ଧା ବାର୍‌ ସଂଘ ସଭାପତି ଜୀବନ ଜ୍ୟୋତି ମିଶ୍ର ଯୋଗଦେଇ ଯୁବପିଢ଼ି ସାହିତ୍ୟନୁରାଗୀ ହେବାକୁ ପରାମର୍ଶ ଦେଇଥିଲେ। ଯୁବ ସମାଜ ପୁସ୍ତକ ପଠନ ଅଭ୍ୟାସ କରନ୍ତୁ। ସେହିପରି ଶିକ୍ଷାବିତ୍‌ ସତ୍ୟବାଦୀ ବଳିୟାରସିଂହ କହିଥିଲେ, ଆଜିର ଯୁବପିଢ଼ି ହେଉଛନ୍ତି ଦେଶର ଆଗାମୀ ଭବିଷ୍ୟତ। ଯୁବକମାନେ ଅସୀମ ଶକ୍ତିର ଉତ୍ସ।

ଅନ୍ତନିର୍ହିତ ପ୍ରତିଭା, ଜ୍ଞାନ ପରିସୀମା ବୃଦ୍ଧି କରନ୍ତୁ। ଓୟୁଜେ ଜିଲା ସଭାପତି ତପନ ନାୟକ କହିଥିଲେ, ଧରିତ୍ରୀ ସମ୍ପାଦକଙ୍କ ବଳିଷ୍ଠ ସମ୍ପାଦକୀୟ, ନିର୍ଭୀକତା, ସତ୍ୟ ଓ ତଥ୍ୟଭିତ୍ତିକ ଖବର ପରିବେଷଣ ଦିଗରେ ସ୍ବତନ୍ତ୍ରତା ରହିଛି। ଧରିତ୍ରୀର ଉତ୍ତୋରତ୍ତର କାମନା ସହ ଯୁବ ସାମ୍ବାଦିକମାନଙ୍କ ପାଇଁ ଏହା ପ୍ରେରଣାର ଉତ୍ସ ହେଉ ବୋଲି କହିଥିଲେ। ଜିଲା ପ୍ରେସ୍‌ କ୍ଲବ ସଭାପତି ଶୁଭ୍ରାଂଶୁ ସାମନ୍ତରାୟ କହିଥିଲେ, ଭବିଷ୍ୟତ ଭାରତର କଣ୍ଣର୍ର୍ଧାର ହେଉଛନ୍ତି ଯୁବପିଢ଼ି। ସେବା ଓ ସମର୍ପଣ ଭାବେ ସମାଜର ପ୍ରଗତିପଥରେ ଅଗ୍ରସର ହେବାକୁ ପରାମର୍ଶ ଦେଇଥିଲେ। ବ୍ଲକ ଉପାଧ୍ୟକ୍ଷ ପ୍ରକାଶ ସାମନ୍ତରାୟ କହିଥିଲେ, ପୁସ୍ତକକୁ ବନ୍ଧୁ ଭାବେ ଗ୍ରହଣ କଲେ ଉଜ୍ଜ୍ବଳ ଭବିଷ୍ୟତ ହେବ।

ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ସଂଘ ସଭାପତି ପ୍ରକାଶ ହାତୀ ଧରିତ୍ରୀକୁ ଶୁଭେଚ୍ଛା ଜଣାଇବା ସହ ସାମ୍ବାଦିକତା କ୍ଷେତ୍ରରେ ମାଇଲଖୁଣ୍ଟ ହେଉ। ଗଠନମୂଳକ ଖବର ପରିବେଷଣ ଦିଗରେ ଖବରଦାତାମାନେ ବ୍ରତୀ ହୁଅନ୍ତୁ ବୋଲି କହିଥିଲେ। କଳିଙ୍ଗ ପାଇକ ସଙ୍ଗଠନର କୃଷ୍ଣଚନ୍ଦ୍ର ହରିଚନ୍ଦନ କହିଥିଲେ, ସକାଳ ଆରମ୍ଭ ଧରିତ୍ରୀ ଖବରକାଗଜରୁ ହୋଇଥାଏ। ଯେତେ ଖବରକାଗଜ ପଢିଲେ ମଧ୍ୟ ଧରିତ୍ରୀ ନ ପଢ଼ିଲେ ଭଲ ଲାଗେନି। ଧରିତ୍ରୀ ଅନେକଙ୍କ ମଧ୍ୟରେ ଏକତା ବଜାୟ ରଖିଛି।

ନାଇଜର କୁଳସଚିବ ଅଭୟ ନାୟକ, ଉପଜିଲାପାଳ କିଶୋର ଚନ୍ଦ୍ର ପଣ୍ଡା, ବିଡିଓ କ୍ଷୀରାବ୍ଧି ତନୟା ସାହୁ, ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଜ୍ୟୋତ୍ସ୍ନାମୟୀ ଆଚାର୍ଯ୍ୟ, ଜିଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ, ସାମାଜିକର୍ମୀ ଶୋଭନ ଘୋଷ, ବିଶିଷ୍ଟ କବି ତଥା ଲେଖକ ଶଙ୍କର ସାହୁ, ଓୟୁଜେ ଜିଲା ସଭାପତି ତପନ ନାୟକ, ଧରିତ୍ରୀ ଉପବାର୍ତ୍ତା ସମ୍ପାଦକ ଲାଲା ସୁନିଲ ରଥ ପ୍ରମୁଖ ଅତିଥିଭାବେ ଉପସ୍ଥିତ ଥିଲେ। ଧରିତ୍ରୀ ଖୋର୍ଦ୍ଧା ଜିଲା ପ୍ରତିନିଧି ପ୍ରଭାତ ପାଣିଗ୍ରାହୀ ସଂଯୋଜନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?