ଖୁଲୁଡି ହେବ ଅଗ୍ରଣୀ ପର୍ଯ୍ୟଟନୀ ସ୍ଥଳୀ; ଭିତ୍ତିଭୂମି ବିକାଶ ପାଇଁ ଖର୍ଚ୍ଚ ହେବ ୫ କୋଟି: ବିଧାୟକ

ପାଲଲହଡା,୨୯।୧୦(ଡି.ଏନ.ଏ.)- ଅନୁଗୋଳ ଜିଲା ପାଲଲହଡା ଉପଖଣ୍ଡର ପ୍ରସିଦ୍ଧ ଶୈବପୀଠ ଝାରବେଡାସ୍ଥିତ ଖୁଲୁଡି ଗିରିଶ୍ୱର ମନ୍ଦିରର ବିକାଶ ପାଇଁ ଆଗାମୀ ୫ ବର୍ଷରେ ୫ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରାଯିବ। ଏହାସହ ରାଜ୍ୟ ପର୍ଯ୍ୟଟନ ବିଭାଗ ସହାୟତାରେ ଏହି ଶୈବପୀଠକୁ ଜିଲାର ଏକ ଅଗ୍ରଣୀ ପର୍ଯ୍ୟଟନୀ ସ୍ଥଳୀରେ ପରିଣତ କରାଯିବ ବୋଲି ପାଲଲହଡା ବିଧାୟକ ମୁକେଶ କୁମାର ପାଲ କହିଛନ୍ତି । ମଙ୍ଗଳବାର ହାଇଦ୍ରାବାଦର ବିଶିଷ୍ଟ ଆର୍କିଟେକ୍ଚର ଜଗନ୍ନାଥ ବିଶ୍ୱାଳ ନିଜ ଟିମ୍‌ ସହ ଖୁଲୁଡି ଶୈବପୀଠ ବୁଲି ଦେଖିବା ସହ ସ୍ଥାନୀୟ ପ୍ରଶାସନ ସହ ଆଲୋଚନା କରିଛନ୍ତି। ପର୍ଯ୍ୟଟନ ସ୍ଥଳକୁ ଗମନାଗମନ, ଯାତ୍ରୀ ଆଶ୍ରୟସ୍ଥଳ, ଶୌଚାଳୟ, ପାର୍କ ଏବଂ ଅନ୍ୟାନ୍ୟ ଭିତ୍ତିଭୂମିର ବିକାଶ ପାଇଁ ନକ୍ସା ପ୍ରସ୍ତୁତ ପାଇଁ ହାଇଦ୍ରାବାଦର ଏକ ସଂସ୍ଥାକୁ ଦାୟିତ୍ୱ ଦିଆଯାଇଥିବା ବିଧାୟକ କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ପାଲଲହଡା ଉପଜିଲାପାଳ ଅଜିତ କୁମାର ପ୍ରଧାନ, ବ୍ଲକ ଅଧ୍ୟକ୍ଷ ନବକିଶୋର ନାୟକ, ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ଅକ୍ଷୟ କୁମାର ସାହୁ, ବ୍ଲକ ସହକାରୀ ଯନ୍ତ୍ରୀ ରଞ୍ଜନ କୁମାର ସେଠୀ, ଅକ୍ସଫୋର୍ଡ ଯୁବ ପରିଷଦ ଆବାହକ ଦିଲୀପ ଉଦାବଳ, ବିଧାୟକଙ୍କ ପ୍ରତିନିଧି ନରେନ୍ଦ୍ର କୁମାର ଭୁକ୍ତା ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅବପାତରେ ପରିଣତ ହେଲା ଲଘୁଚାପ: ୨୪ ଘଣ୍ଟାରେ ବାତ୍ୟା ରୂପ ନେବା ସମ୍ଭାବନା

ଭୁବନେଶ୍ୱର, ୫।୧୧(ବ୍ୟୁରୋ): ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରର ଉତ୍ତର ଆଣ୍ଡାମାନ ନିକଟରେ କେନ୍ଦ୍ରଭୂତ ହୋଇଥିବା ଲଘୁଚାପ ଅଧିକ ଘନିଭୂତ ହେବାରେ ଲାଗିଛି। ଏହା ଦକ୍ଷିଣ-ଦକ୍ଷିଣ ପୂର୍ବ ପାରାଦୀପଠାରୁ ୯୫୦...

ଅମାନିଆଙ୍କୁ ରାସ୍ତାରେ ଆଣ୍ଠେଇଲେ ବାହାନଗା ତହସିଲଦାର

ବାହାନଗା, ୧୨।୪(ଡି.ଏନ.ଏ.): କରୋନା ମୁକାବିଲା ଦିଗରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ଲକ୍‌ଡାଉନ୍‌ ହେତୁ ଘରେ ରହିବା ଏବଂ ଅତ୍ୟାବଶ୍ୟକ ସାମଗ୍ରୀ...

ସୁପ୍ରିମକୋର୍ଟଙ୍କ ରାୟ ବିରୋଧରେ ବିକ୍ଷୋଭ

କେନ୍ଦ୍ରାପଡା ଅଫିସ, ୨୪।୨: ସରକାରୀ ଚାକିରି ଓ ପଦୋନ୍ନତି କ୍ଷେତ୍ରରେ ସଂରକ୍ଷଣ ଏକ ମୌଳିକ ଅଧିକାର ନୁହେଁ। ଏହା ରାଜ୍ୟ ସରକାରଙ୍କ ଇଚ୍ଛାଧୀନ ବିଷୟ। ତେଣୁ...

ପୋଲ ତଳକୁ ଖସିଲା ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌ : ଡ୍ରାଇଭର ଆହତ

କୋରୁକୋଣ୍ଡା,୨୫।୮(ଡି.ଏନ୍‌.ଏ.) : ମାଲକାନଗିରି ଜିଲା କୋରୁକୋଣ୍ଡା ପୋଲ ନିକଟରେ ଏକ ଚାଉଳ ବୋଝେଇ ଟ୍ରକ ଖସିପଡ଼ିଥିବା ବେଳେ ଡ୍ରାଇଭର ଆହତ ହୋଇଛନ୍ତି। ମିିଳିଥିବା ସୂଚନା ଅନୁଯାୟୀ,...

ଲୁଚିଯାଉଛି ପ୍ରତ୍ନବିଭବ

ଖଇରା, (ଉତ୍କଳବନ୍ଧୁ ପଣ୍ଡା)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ କୁପାରୀ ଗଁ। ମଝିରେ ରହିଛି ଏଭଳି ଏକ ପ୍ରାଚୀନ ମନ୍ଦିର, ଯାହାକୁ ବେଢ଼ିରହିଛି ଏକ ବରଗଛ।...

ଟକ୍‌ ବାଇକ୍‌ ମୁହାଁମୁହିଁ, ଜଣେ ମୃତ

କାଳିଆପାଣି,୧୨ା୯(ଡି.ଏନ୍‌.ଏ.): କାଳିଆପାଣି ଥାନା ଅନ୍ତର୍ଗତ କଂସ ଛକଠାରେ ବୁଧବାର ସଡ଼କ ଦୁର୍ଘଟଣାରେ ଜଣେ ବାଇକ୍‌ ଚାଳକଙ୍କ ମୃତ୍ୟୁ ହୋଇଛି। ମୃତକ ଜଣଙ୍କ କଂସ ପଞ୍ଚାୟତର ଦୁର୍ଯ୍ୟୋଧନ...

କୁଶଭଦ୍ରାରେ ଚାପ ଖେଳିଲେ ରାଧାମାଧବ

ବାଲିଅନ୍ତା,୧୪ା୫(ଡି.ଏନ୍‌.ଏ.): ଲକଡାଉନ ସତ୍ତ୍ୱେ ସାମାଜିକ ଦୂରତ୍ୱକୁ ମାନି ବାଲିଅନ୍ତାରେ ଚନ୍ଦନ ଯାତ୍ରା ଆରମ୍ଭ ହୋଇଛି। ବୁଧବାର ଦ୍ୱିତୀୟ ଦିବସ ଥିବାବେଳେ କରୋନା କଟକଣା ପାଇଁ ହଂସପାଳ...

ଉପନିର୍ବାଚନ ପାଇଁ ସରିଲା ପ୍ରଚାର: ୩ରେ ମତଦାନ

ଭୁବନେଶ୍ୱର,୧।୧୧(ବ୍ୟୁରୋ)-ରାଜ୍ୟର ୨ ବିଧାନସଭା ନିର୍ବାଚନ ମଣ୍ଡଳୀ ବାଲେଶ୍ୱର ଓ ତିର୍ତ୍ତୋଲରେ ଉପନିର୍ବାଚନ ପାଇଁ ସରିଛି ପ୍ରଚାର। ୩ ତାରିଖରେ ଅନୁଷ୍ଠିତ ହେବ ଭୋଟ ଗ୍ରହଣ। ଯଦି...

Advertisement


Archives

Model This Week

Why Dharitri