Posted inଜାତୀୟ

ଖୁବ୍‌ଶୀଘ୍ର ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରେ ବସିପାରନ୍ତି ନଡ୍ଡା

ନୂଆଦିଲ୍ଲୀ,୧୨।୧: ଭାରତୀୟ ଜନତା ପାର୍ଟି(ଭାଜପା)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରେ ଖୁବ୍‌ଶୀଘ୍ର ଜେ.ପି ନଡ୍ଡା ବସିପାରନ୍ତି ବୋଲି ଶୁଣିବାକୁ ମିଳିଛି। ଆସନ୍ତା ୧୯ କିମ୍ବା ୨୦ ଜାନୁୟାରୀରେ ତାଙ୍କୁ ଏହି ପଦ ମିଳିପାରେ। ଆଲୋଚନା ହେଉଛି କି ୧୯ ଜାନୁୟାରୀରେ ୮୦ ପ୍ରତିଶତରୁ ଉର୍ଦ୍ଧ୍ୱ ରାଜ୍ୟରେ ହେଉଥିବା ନିର୍ବାଚନ ଶେଷ ହୋଇଯିବ। ଆଉ ଏହାପରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଲାଗି ନିର୍ବାଚନ ହେବ। ତେବେ ନଡ୍ଡାଙ୍କୁ ଏହି ପଦ ମିଳିବ ବୋଲି ବିଶେଷ ସୂତ୍ରରୁ ମିଳିଥିବା ସୂଚନାରୁ ଜଣାପଡିଛି। ଯଦି ଏହା ହେଲା ତେବେ ନଡ୍ଡା ୧୧ତମ ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ କାର୍ଯ୍ୟକରିବେ। ଏବେ ଭାଜପା ସଙ୍ଗଠନର ନିର୍ବାଚନ ଚାଲିଛି। ୫୦ ପ୍ରତିଶତରୁ ଊର୍ଦ୍ଧ୍ୱ ରାଜ୍ୟରେ ନିର୍ବାଚନ ସରିଲେ ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ଲାଗି ନିର୍ବାଚନ ହେବ। ଏବେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ସମ୍ଭାଳିଛନ୍ତି। ସୂଚନାଯୋଗ୍ୟ, ୨୦୧୯ରେ ନଡ୍ଡାଙ୍କୁ ଭାଜପାର କାର୍ଯ୍ୟକାରୀ ଅଧ୍ୟକ୍ଷ ପଦ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀରୁ ଖୁସି ଖବର: ୨ ରୁ ୧୮ବର୍ଷ ପର୍ଯ୍ୟନ୍ତ ପିଲାଙ୍କଠାରେ ଟିକା ପରୀକ୍ଷା କରିବ ଭାରତ ବାୟୋଟେକ୍‌…

ନୂଆଦିଲ୍ଲୀ,୧୨।୫: କରୋନା ମହାମାରୀ ସଂକ୍ରମଣ ଯୋଗୁ ଦେଶରେ ସ୍ଥିତି ସଙ୍କଟ ଜନକ ହୋଇଛି। କରୋନା ଲଢ଼େଇ ବିରୋଧରେ ଟିକା ଏକମାତ୍ର ଅସ୍ତ୍ର ବୋଲି ବିଶ୍ୱସ୍ବାସ୍ଥ୍ୟ ସଂଗଠନ...

ଖରାପ ପାଗ ଯୋଗୁ ପ୍ରଧାନମନ୍ତ୍ରୀଙ୍କ ବିଜନୌର ଗସ୍ତ ବାତିଲ…

ଲକ୍ଷ୍ନୌ, ୭।୨ : ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପ୍ରଚାର ପାଇଁ ସୋମବାର ବିଜନୌରରେ ହେବାକୁ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତକୁ ବାତିଲ କରାଯାଇଛି। ଖରାପ...

ଓଏନ୍‌ଜିସି ପ୍ଲାଣ୍ଟରେ ଅଗ୍ନିକାଣ୍ଡ: ୪ ମୃତ

ମୁମ୍ବାଇ, ୪ା୯: ମୁମ୍ବାଇଠାରୁ ୪୫ କି.ମି. ଦୂର ଉରାନ୍‌ସ୍ଥିତ ରାଷ୍ଟ୍ରାୟତ୍ତ ତୈଳ ଓ ଗ୍ୟାସ୍‌ ପ୍ରୋସେସିଂ ପ୍ଲାଣ୍ଟ ଓଏନ୍‌ଜିସିରେ ମଙ୍ଗଳବାର ସକାଳେ ହଠାତ୍‌ ଅଗ୍ନିକାଣ୍ଡ ଘଟିବାରୁ...

ରଞ୍ଜିତ ବଚ୍ଚନ ହତ୍ୟାକାଣ୍ଡ: ସନ୍ଦିଗ୍ଧଙ୍କ ସ୍କେଚ୍‌ ଜାରି କଲା ପୋଲିସ

ଲକ୍ଷ୍ନୌ,୨।୨: ଅନ୍ତର୍ଜାତୀୟ ହିନ୍ଦୁ ମହାସଭା ଅଧ୍ୟକ୍ଷ ରଞ୍ଜିତ ବଚ୍ଚନ ହତ୍ୟାକାଣ୍ଡ ଘଟଣାରେ ପୋଲିସ ରବିବାର ସନ୍ଦିଗ୍ଧଙ୍କ ସ୍କେଚ୍‌ ଜାରି କରିଛି। ଉକ୍ତ ଘଟଣାରେ ଅଭିଯୁକ୍ତଙ୍କ ବିଷୟରେ...

୭୦ ବର୍ଷୀୟ ବୃଦ୍ଧ ପିତାଙ୍କୁ ରାସ୍ତାରେ ଟାଣି ଟାଣି ନେଲେ ଦୁଇପୁଅ, ଭିଡିଓ ଭାଇରାଲ

ଗ୍ରେଟର ନୋଏଡା,୨୪।୯: ଉତ୍ତର ପ୍ରଦେଶର ଗ୍ରେଟର ନୋଏଡାରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଦୁଇ ପୁଅ ୭୦ ବର୍ଷୀୟ ବୃଦ୍ଧ ପିତାଙ୍କୁ ରାସ୍ତାରେ ଟାଣି...

ଜମ୍ମୁ-କଶ୍ମୀରରେ ଦେଶଦ୍ରୋହ-ଆତଙ୍କବାଦ ବିରୋଧୀ ଆଇନର ହୋଇଛି ଅପବ୍ୟବହାର,ଅବସରପ୍ରାପ୍ତ ବିଚାରପତି-ସରକାରୀ କର୍ମଚାରୀଙ୍କ ଅଭିଯୋଗ…

ନୂଆଦିଲ୍ଲୀ, ୮।୮ : ଉପରାଜ୍ୟପାଳଙ୍କ ଶାସନ ଅଧୀନରେ ଜମ୍ମୁ-କଶ୍ମୀରରେ ନାଗରିକଙ୍କ ଅବସ୍ଥା ଦିନକୁ ଦିନ ବିଗିଡିବାରେ ଲାଗିଛି। ବିଚାରପତି ତଥା ପୂର୍ବତନ ସରକାରୀ କର୍ମଚାରୀଙ୍କ ପକ୍ଷରୁ...

ଇମରଜେନ୍ସି ଲାଇଟ୍‌ ଭିତରେ ସୁନାଇଟା ଚୋରା ଚାଲାଣ

ଜୟପୁର, ୪।୭: ରାଜସ୍ଥାନର ଜୟପୁରରେ ଏକ ବଡ଼ ଧରଣର ସୁନାଇଟା କାରବାର ଧରା ପଡ଼ିଛି। ୩୧.୯୯ କିଲୋଗ୍ରାମ୍‌ର ସୁନାଇଟା ଚୋରା ଚାଲାଣ ହେଉଥିବାବେଳେ କଷ୍ଟମ ଅଫିସର...

ଟିଏମ୍‌ସି ଛାଡି ଭାଜପାରେ ଯୋଗଦେଲେ ୩ ବିଧାୟକ ୫୦ କାଉନସିଲର୍‌

ନୂଆଦିଲ୍ଲୀ,୨୮।୫: : ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ପୁଣି ଥରେ ଲାଗିଛି ଝଟକା। ମଙ୍ଗଳବାର ତ୍ରୁଣମୂଳ କଂଗ୍ରେସର ୩ ବିଧାୟକ ଓ ୫୦ କାଉନସିଲର...

Advertisement
Archives

Model This Week