ଖୁବ୍‌ଶୀଘ୍ର ଦ୍ୱିତୀୟ ପାଳି ଆରମ୍ଭ କରିବେ କ୍ରିକେଟର୍‌ ହରଭଜନ ସିଂ

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଫ୍‌ସ୍ପିନର୍‌ ହରଭଜନ ସିଂ ଦ୍ୱିତୀୟ ପାଳି ଆରମ୍ଭ କରିବାକୁ ଯାଉଛନ୍ତି। କ୍ରିକେଟରେ ସଫଳ ହେବା ପରେ ସେ ଏବେ ବଲିଉଡ୍‌ ମୁହାଁ ହୋଇଛନ୍ତି। ଜେପିଆର ଏବଂ ଶ୍ୟାମ ସୂର୍ଯ୍ୟାଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଫେଣ୍ଡ୍‌ସିପ୍‌’ରେ ହରଭଜନ ଲିଡ୍‌ ରୋଲ୍‌ରେ ନଜର ଆସିବେ। ଫିଲ୍ମର ପ୍ରଥମ ଲୁକ୍‌ ଜାରି ହୋଇଛି। ଯଦିଓ ପୋଷ୍ଟରରେ ହରଭଜନ ନଜର ଆସିନାହାନ୍ତି, କିନ୍ତୁ କ୍ରିକେଟ ମୈଦାନରେ ହାତକଡି ପିନ୍ଧିଥିବା ଦୁଇ ହାତ ଦେଖାଯାଇଛି। ସୂଚନାଯୋଗ୍ୟ, ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିୟରରେ ହରଭଜନ ୧୦୩ଟି ଟେଷ୍ଟ ଖେଲି ୪୧୭ଟି ଉଇକେଟ, ୨୩୬ଟି ଏକଦିବସୀୟ ମ୍ୟାଚରୁ ୨୬୯ଟି ଉଇକେଟ୍‌ ଏବଂ ୨୮ଟି ଟି୨୦ ମ୍ୟାଚରୁ ୨୫ଟି ଉଇକେଟ୍‌ ହାସଲ କରିଛନ୍ତି। ପୂର୍ବରୁ ସୁନୀଲ ଗାଭାସ୍କର, କପିଳ ଦେବ, ଅଜୟ ଜାଡେଜା, ସଚିନ ତେନ୍ଦୁଲକର ଏବଂ ବ୍ରେଟ୍‌ ଲି ପ୍ରମୁଖ କ୍ରିକେଟରମାନେ ପରଦାରେ ଛୋଟ ଭୂମିକାରେ ଅଭିନୟ କରିସାରିଛନ୍ତି। ହରଭଜନ ପ୍ରଥମ କ୍ରିକେଟର ଭାବେ କୌଣସି ଫିଲ୍ମରେ ଲିଡ୍‌ ରୋଲରେ ନଜର ଆସିବେ।


Enter your email to get our daily news in your inbox.

All Right Reserved By Dharitri.Com

ସଲମାନ୍‌ଙ୍କ ସହ କାମ କରିବା ପାଇଁ ୪ଗୁଣା ଫିସ୍‌ ବଢ଼ାଇଲେ ପୂଜା

ତାମିଲ ତଥା ବଲିଉଡ୍‌ ଅଭିନେତ୍ରୀ ପୂଜା ହେଗଡେଙ୍କ ଚାହିଦା ଏବେ ଆକାଣ ଛୁଁଆ। ‘ହାଉସଫୁଲ-୪’ ଏବଂ ଆଲୁ ଅର୍ଜୁନଙ୍କ ସହ ‘ଅଲ୍ଲା ବୈକୁଣ୍ଠପୁରାମୁଲୁ’ ରେ କାମ...

ସୋନୁ ସୁଦଙ୍କୁ ପ୍ରତିଦିନ ଏତିକି ଲୋକ କରନ୍ତି ସାହାଯ୍ୟ ପାଇଁ ନିବେଦନ: ପ୍ରଥମ ଥର ଶେୟାର କଲେ ତଥ୍ୟ

ଲକ୍‌ଡାଉନ୍‌ ସମୟରେ ପ୍ରବାସୀ ଶ୍ରମିକଙ୍କୁ ସାହାଯ୍ୟ କରି ଭଗବାନ ପାଲଟିଥିବା ବଲିଉଡ୍‌ ଅଭିନେତା ସୋନୁ ସୁଦ ଆଉ ପଛକୁ ଫେରି ଚାହିଁ ନାହାନ୍ତି। ଏହି ସାହାଯ୍ୟ...

ଏହି ଖେଳାଳିଙ୍କ ସହ ମସ୍ତିକଲେ ବଲିଉଡ୍‌ର ବାଜିରାଓ: ଫଟୋ ଶେୟାର କରି କହିଲେ…

ଗୋଟିଏ ପଟେ ଆଇପିଏଲ୍‌ ୨୦୨୧ କୁ ନେଇ ଲୋକଙ୍କ ମଧ୍ୟରେ ଉତ୍ସୁକତା ଭରିରହିଥିବା ବେଳେ ଅନ୍ୟପଟେ ବଲିଉଡ୍‌ କଳାକାରମାନେ ନିଜର ଫିଲ୍ମ ମାଧ୍ୟମରେ ପ୍ରଶଂସକଙ୍କ ମନୋରଞ୍ଜନ...

କଟିଲା ଅଷ୍ଟ୍ରେଲିଆ ଖେଳାଳିଙ୍କ ମ୍ୟାଚ୍‌ ଫି’

ମେଲବୋର୍ନ,୨୯।୧୨: ଏଠାରେ ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଧିମା ବୋଲିଂ ପାଇଁ ଅଷ୍ଟ୍ରେଲିଆ ଦଳକୁ ଦଣ୍ଡିତ କରାଯାଇଛି। ଏଥି ଯୋଗୁ ଦଳୀୟ ଖେଳାଳିଙ୍କ ୪୦ ପ୍ରତିଶତ...

ଛକାରେ ଗେଲ୍‌ଙ୍କ ରେକର୍ଡ

ନଟିଂହାମ୍‌, ୧।୬- ଓ୍ବେଷ୍ଟଇଣ୍ଡିଜ୍‌ ବିସ୍ଫୋରକ ଓପନର କ୍ରିସ୍‌ ଗେଲ ଆଉ ଏକ ରେକର୍ଡ ହାସଲ କରିଛନ୍ତି। ବିଶ୍ୱକପ୍‌ ଇତିହାସରେ ସେ ସର୍ବାଧିକ ଛକା ମାରିବାର ଗୌରବ...

ଫୁଟବଲ ଖେଳାଳି ଇଟୋଙ୍କ ଅବସର

ପ୍ୟାରିସ, ୭ା୯ (ଏଏଫ୍‌ପି)-କାମେରୁନ୍‌ର ୪ଥର ଆଫ୍ରିକାନ ପ୍ଲେୟର ଅଫ୍‌ ଦି ଇୟର ସାମୁଏଲ ଇଟୋ ଶନିବାର ଫୁଟ୍‌ବଲରୁ ଅବସର ଘୋଷଣା କରିଛନ୍ତି। ୩୮ବର୍ଷୀୟ ଏହି ଷ୍ଟ୍ରାଇକର...

ର଼୍ୟାମ୍ପରେ ଚାଲିଲେ ବଢ଼େ ଆତ୍ମବିଶ୍ୱାସ

ସୁରମୟୀ ମହାପାତ୍ର। ଓଡ଼ିଆ ସିନେ ଜଗତର ଏବେ ଜଣାଶୁଣା ଚେହେରା। ମଡେଲିଂରୁ କ୍ୟାରିୟର ଆରମ୍ଭ କରି ସେ ନିଜ ଦକ୍ଷତା ବଳରେ ଫିଲ୍ମ ଦୁନିଆରେ ପ୍ରବେଶ...

ମୀରାବାଙ୍କୁ ଦ୍ୱିତୀୟ ଟାଇଟଲ

ଢାକା, ୨୨ା୧୨ (ପି.ଟି.)- ଭାରତର ମୀରାବା ଲୁଓ୍ବାଙ୍ଗ ବିଡବ୍ଲ୍ୟୁଏଫ୍‌ ବାଂଲାଦେଶ ଜୁନିୟର ଇଣ୍ଟରନ୍ୟାଶନାଲ ବ୍ୟାଡ୍‌ମିଣ୍ଟନ ସିରିଜ ୨୦୧୯ ଜିତିଛନ୍ତି। ମଣିପୁରର ତଥା ଟପ୍‌ ସିଡ୍‌ ମୀରାବା...

Advertisement
Archives

Model This Week