Advertisement

ଖୁଚୁରା ମୁଦ୍ରାସ୍ଫୀତି ୭.୫୯% ସ୍ତରକୁ ବୃଦ୍ଧି

ନୂଆଦିଲ୍ଲୀ,୧୩-୨: ଜାନୁୟାରୀ ମାସରେ ଖୁଚୁରା ମୁଦ୍ରାସ୍ଫୀତି ୭.୫୯% ସ୍ତରକୁ ବୃଦ୍ଧି ଘଟିଛି। ଖାଦ୍ୟ ସାମଗ୍ରୀ ଦର ଉଚ୍ଚରେ ରହିବା ଯୋଗୁ ଏଭଳି ସ୍ଥିତି ଉପୁଜିଥିବା ବୁଧବାର ସରକାର ଜାରି କରିଥିବା ଡାଟାରୁ ଜଣାପଡିଛି। ଖାଉଟି ମୂଲ୍ୟ ସୂଚୀ( ସିପିଆଇ) ଭିତ୍ତିକ ମୁଦ୍ରାସ୍ଫୀତି ୨୦୧୯ ଡିସେମ୍ବରରେ ୭.୩୫% ସ୍ତରରେ ରହିଥିଲା। ଗତ ବର୍ଷ ଜାନୁୟାରୀରେ ଏହା ୧.୯୭% ଥିଲା। ମୁଦ୍ରାସ୍ଫୀତିକୁ ମଧ୍ୟମ ମିଆଦି ଭିତ୍ତିରେ ୪% ସ୍ତରରେ ରଖିବା ନେଇ ରିଜର୍ଭ ବ୍ୟାଙ୍କ ଲକ୍ଷ୍ୟ ରଖିଛି। ହେଲେ ଲଗାତର ଲାଗି ୪ ମାସ ହେବ କେନ୍ଦ୍ରୀୟ ବ୍ୟାଙ୍କ ଆକଳନକୁ ଏହା ଟପିଥିବା ଜଣାପଡିଛି। ଚଳିତ ବର୍ଷ ଜାନୁୟାରୀର ଏହି ମୁଦ୍ରାସ୍ଫୀତି ୬ ବର୍ଷର ସର୍ବୋଚ୍ଚ ସ୍ତର। ଏହା ପୂର୍ବରୁ ୨୦୧୪ ଜୁଲାଇରେ ମୁଦ୍ରାସ୍ଫୀତି ରେକର୍ଡ ସ୍ତର ୭.୩୯% ସ୍ତରରେ ରହିଥିଲା।
ଗତ ମାସରେ ଖାଦ୍ୟ ମୁଦ୍ରାସ୍ଫୀତି ୧୩.୬୩% ସ୍ତର ଛୁଇଁଛି। ଗତ ବର୍ଷ ଜାନୁୟାରୀରେ (-) ୨.୨୪% ସ୍ତରରେ ଥିଲା। ମାତ୍ର ଡିସେମ୍ବରର ୧୪.୧୯% ସ୍ତରଠାରୁ ଏହା ନିମ୍ନରେ ରହିଛି। ଦରଦାମକୁ ନଜରରେ ରଖି ରିଜର୍ଭ ବ୍ୟାଙ୍କ ରେପୋ ରେଟକୁ ଅପରିବର୍ତ୍ତିତ ରଖିଛି। ଏହି ସମୟରେ ରେପୋ ରେଟ୍‌ ୫.୧୫ ସ୍ତରରେ ରହିଛି। ଏହା ବାଦ ଦେଶର ଅଭିବୃଦ୍ଧି ମନ୍ଥର ସ୍ଥିତିରେ ମଧ୍ୟ ରହିଛି। ଆସନ୍ତା ଆର୍ଥତ୍କ ବର୍ଷର ପ୍ରଥମାର୍ଦ୍ଧରେ ମୁଦ୍ରାସ୍ଫୀତି ଆକଳନକୁ ରିଜର୍ଭ ବ୍ୟାଙ୍କ ପରିବର୍ତ୍ତନ କରି ୫ ଏବଂ ୫.୪% ସ୍ତରରେ ରଖିଛି। ଦ୍ୱିମାସିକ ମୁଦ୍ରାନୀତି ସମୀକ୍ଷା ବୈଠକରେ ରିଜର୍ଭ ବ୍ୟାଙ୍କ ଖୁଚୁରା ମୁଦ୍ରାସ୍ଫୀତିକୁ ବିଚାର କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଡିସେମ୍ବର ପରେ ଆସିପାରେ ନୀରବଙ୍କ ପ୍ରତ୍ୟର୍ପଣ ମାମଲା ରାୟ

ନୂଆଦିଲ୍ଲୀ,୨୮।୮: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି)ର ୧୩,୫୦୦ କୋଟି ଋଣ ଠକେଇ ମାମଲାରେ ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ନୀରବ ମୋଦିଙ୍କ ପ୍ରତ୍ୟପଣ ମାମଲାର ରାୟ ଡିସେମ୍ବରରେ ଆସିପାରେ।...

ଏୟାର ଇଣ୍ଡିଆ ବିକ୍ରି: ବିଦେଶୀ ନିୟନ୍ତ୍ରଣ ନିୟମ ସଂଶୋଧନ ଉପରେ ବିଚାର

ନୂଆଦିଲ୍ଲୀ, ୪-୧୨: ଏୟାର ଇଣ୍ଡିଆ ବିକ୍ରି ନେଇ ସରକାର ବର୍ତ୍ତମାନ ଯୋଜନା ରଖିଥିବା ବେଳେ ଏକ୍ଷେତ୍ରରେ ବିଦେଶୀ ନିୟନ୍ତ୍ରଣ ନିୟମ ସଂଶୋଧନ କରିବା ଉପରେ ବିଚାର...

୪.୭%କୁ ଖସିପାରେ ଜିଡିପି ଅଭିବୃଦ୍ଧି

ନୂଆଦିଲ୍ଲୀ,୨୯-୧୧: ଦେଶର ଜିଡିପି ଅଭିବୃଦ୍ଧି ସେପ୍ଟେମ୍ବର ତ୍ରୈମାସରେ ୪.୭%କୁ ଖସିପାରେ ବୋଲି ରଏଟର୍ସ ପୋଲ୍‌ ପକ୍ଷରୁ ହୋଇଥିବା ଏକ ସର୍ଭେରେ ଉଲ୍ଲେଖ କରାଯାଇଛି। ଏବେ ଦେଶରେ...

ଅନନ୍ତ ନାଗେଶ୍ୱରନ୍‌ ହେଲେ ଦେଶର ନୂଆ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା

ନୂଆଦିଲ୍ଲୀ,୨୮।୧: ବଜେଟ ଅଧିବେଶନ ଆରମ୍ଭ ହେବାର ଠିକ୍‌ ପୂର୍ବରୁ ସରକାର ଦେଶର ନୂଆ ମୁଖ୍ୟ ଅର୍ଥନୀତିକ ପରାମର୍ଶଦାତା ଭାବେ ଡ. ଭେଙ୍କଟରମନ ଅନନ୍ତ ନାଗେଶ୍ୱରନଙ୍କୁ ନିଯୁକ୍ତି...

ମୁକେଶ ଅମ୍ବାନୀଙ୍କ ଏହି ଅଭ୍ୟାସକୁ ପସନ୍ଦ କରନ୍ତିନି ସ୍ତ୍ରୀ ନୀତା

ରିଲାଏନ୍ସ ଇଣ୍ଡଷ୍ଟ୍ରିର ମୁଖ୍ୟ ମୁକେଶ ଅମ୍ବାନୀ ୧୯୮୫ ମସିହାରେ ନୀତା ଅମ୍ବାନୀଙ୍କୁ ବିବାହ କରିଥିଲେ। ମୁକେଶଙ୍କ ପାଇଁ ନୀତାଙ୍କୁ ବାପା ଧୀରୁଭାଇ ଅମ୍ବାନୀ ପସନ୍ଦ କରିଥିଲେ।...

୫-ଜି ସ୍ପେକ୍ଟ୍ରମ ନିଲାମୀକୁ ମଞ୍ଜୁରୀ, ଦୀପାବଳି ସୁଦ୍ଧା ସେବା ମିଳିବା ସମ୍ଭାବନା…

ନୂଆଦିଲ୍ଲୀ, ୧୫।୬ : ଦେଶରେ ୫-ଜି ଟେଲିକମ ସେବା ଆରମ୍ଭ କରିବା ନେଇ କେନ୍ଦ୍ର କ୍ୟାବିନେଟ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ୫-ଜି...

ଅଗଷ୍ଟରେ ୧୭ ଦିନ ବନ୍ଦ ରହିବ ବ୍ୟାଙ୍କ, ଜାଣନ୍ତୁ କାହିଁକି

ଆପଣଙ୍କର ଯଦି ବ୍ୟାଙ୍କରେ ଜରୁରୀ କାମ ଥାଏ ତେବେ ଆଜି ହିଁ ସାରିଦିଅନ୍ତୁ। କାରଣ ଅଗଷ୍ଟ ମାସରେ ପ୍ରାୟ ୧୭ ଦିନ ବ୍ୟାଙ୍କ ବନ୍ଦ ରହିବ।...

ପୂର୍ବତଟ ରେଳପଥ ପକ୍ଷରୁ ସମ୍ବିଧାନ ଦିବସ

ଭୁବନେଶ୍ୱର,୨୭।୧୧: ପୂର୍ବତଟ ରେଳପଥ ପକ୍ଷରୁ ଶନିବାର ସ୍ଥାନୀୟ ରେଳସଦନଠାରେ ସମ୍ବିଧାନ ଦିବସ ପାଳନ କରାଯାଇଥିଲା। ଏହି ଅବସରରେ ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ଶରଦ କୁମାର ଶ୍ରୀବାସ୍ତବଙ୍କ...

Advertisement
Archives

Model This Week