ଖୁଚୁରା ମୁଦ୍ରାସ୍ଫୀତି ୩.୯୯%କୁ ବଢିଲା

ନୂଆଦିଲ୍ଲୀ,୧୫-୧୦: ଚଳିତ ବର୍ଷ ସେପ୍ଟେମ୍ବରରେ ଖୁଚୁରା ମୁଦ୍ରାସ୍ଫୀତି ୩.୯୯%କୁ ବୃଦ୍ଧି ଘଟିଛି। ଘରୋଇ ବଜାରରେ ଖାଦ୍ୟ ସାମଗ୍ରୀ ଦରଦାମ ବଢିବାରୁ ଏଭଳି ସ୍ଥିତି ଉପୁଜିଥିବା ସରକାରଙ୍କ ଡାଟାରୁ ଜଣାପଡିଛି। ଖାଉଟି ମୂଲ୍ୟ ସୂଚୀ(ସିପିଆଇ) ଭିତ୍ତିକ ମୁଦ୍ରାସ୍ଫୀତି ଅଗଷ୍ଟରେ ୩.୨୮% ରହିଥିଲା। ୨୦୧୮ ସେପ୍ଟେମ୍ବରରେ ମୁଦ୍ରାସ୍ଫୀତି ୩.୭୦% ଥିଲା। ଚଳିତ ବର୍ଷ ସେପ୍ଟେମ୍ବରରେ ଖାଦ୍ୟ ସାମଗ୍ରୀ ବର୍ଗରେ ମୁଦ୍ରାସ୍ଫୀତି ୫.୧୧% ବଢିଛି। ଏହା ଅଗଷ୍ଟରେ ୨.୯୯% ରହିଥିବା ରହିଥିବା ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ ରୂପାୟନ ବିଭାଗ ପକ୍ଷରୁ ସୂଚନା ରହିଛି। ସେପ୍ଟେମ୍ବରରେ ପନିପରିବା କ୍ଷେତ୍ରରେ ମୁଦ୍ରାସ୍ଫୀତି ୧୫.୪୦% ବଢିଛି। ମୁଦ୍ରାସ୍ପୀତି ବଢିଥିଲେ ମଧ୍ୟ ସରକାରଙ୍କ ଲାଗି ଏହା ଚିନ୍ତାର କାରଣ ପାଲଟିବ ନାହିଁ। ରିଜର୍ଭ ବ୍ୟାଙ୍କର ଧାର୍ଯ୍ୟ ଲକ୍ଷ୍ୟଠାରୁ ଏହା ବହୁ ନିମ୍ନରେ ରହିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ସପ୍ତାହରେ ୨୨୭୯ ପଏଣ୍ଟ ବଢିଲା ସେନ୍‌ସେକ୍ସ

ନୂଆଦିଲ୍ଲୀ: ବିଶ୍ୱ ବଜାରର ଦୃଢ ସ୍ଥିତି ଯୋଗୁ ଭାରତୀୟ ଶେୟାର ବଜାର କାରବାର ଉନ୍ନତ ରହିଛି। ଗତ ଗୋଟିଏ ସପ୍ତାହ ମଧ୍ୟରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜର...

ଜିଡ଼ିପିି ପୂର୍ବାନୁମାନ କମାଇଲେ ମୁଡିସ୍‌,ଡିବିଏସ୍‌

ନୂଆଦିଲ୍ଲୀ,୧୪-୧୨: ମୁଡିସ ଇନଭେଷ୍ଟର୍ସ ସର୍ଭିସ ଶୁକ୍ରବାର ଚଳିତ ଆର୍ଥତ୍କ ବର୍ଷ ଲାଗି ଭାରତର ଜିଡ଼ିପି ଅଭିବୃଦ୍ଧି ପୂର୍ବାନୁମାନକୁ ୫.୬%କୁ ଖସାଇଛି। ନିବେଶ ଏବଂ ନିଯୁକ୍ତି ହାର...

୫ ଲକ୍ଷ କୋଟି ଡଲାର ଅର୍ଥନୀତି ନେଇ ପ୍ରଣବଙ୍କ ମନ୍ତବ୍ୟ; ହାସଲ ହୋଇପାରେ ସରକାରଙ୍କ ଲକ୍ଷ୍ୟ

ନୂଆଦିଲ୍ଲୀ,୨୬-୮: ଭାରତକୁ ୨୦୨୪-୨୫ ସୁଦ୍ଧା ୫ ଲକ୍ଷ କୋଟି ଡଲାର ଅର୍ଥନୀତିରେ ପରିଣତ କରିବା ଲାଗି ଏନ୍‌ଡିଏ ସରକାର ଧାର୍ଯ୍ୟ କରିଥିବା ଉଚ୍ଚାଭିଳାଷୀ ଲକ୍ଷ୍ୟ ହାସଲ...

ଭାରତର ଅର୍ଥନୈତିକ ଢାଞ୍ଚା ସୁଦୃଢ: ସିଇଏ

ନୂଆଦିଲ୍ଲୀ,୧୭-୧୦: ଦେଶର ଅର୍ଥ ବ୍ୟବସ୍ଥାର ମୌଳିକ ଢାଞ୍ଚା ବହୁତ ସୁଦୃଢ। ଶିଳ୍ପ ଏ ନେଇ ବେଶି ଚିନ୍ତିତ ନ ହୋଇ ନିବେଶ ଦିଗରେ ମନୋନିବେଶ କରିବା...

ଜିଏସ୍‌ଟି ଠକେଇ ରୋକିବାକୁ ଉଦ୍ୟମ: ନୂଆ ଡିଲରଙ୍କ ପାଇଁ ଆଧାର ଯାଞ୍ଚ ହେବ ବାଧ୍ୟତାମୂଳକ

ବାଙ୍ଗାଲୋର,୧୫-୯: ସାମଗ୍ରୀ ଏବଂ ସେବା ଟିକସ (ଜିଏସ୍‌ଟି) ବ୍ୟବସ୍ଥାରେ ହେଉଥିବା ଟିକସ ଠକେଇ ରୋକିବା ଦିଗରେ ସରକାର ନୂଆ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି ଧାରାରେ...

ସୁନ୍ଦର ପିଚାଇଙ୍କୁ ସବୁଠାରୁ ଅଧିକ ବେତନ

ନୂଆଦିଲ୍ଲୀ,୨୬।୪:ଗୁଗଲର ମୂଳ କମ୍ପାନୀ ଆଲ୍‌ଫାବେଟ୍‌ ସିଇଓ ସୁନ୍ଦର ପିଚାଇଙ୍କୁ ସବୁଠାରୁ ଅଧିକ ବେତନ ମିଳିଛି। ୨୦୧୯ରେ କମ୍ପାନୀ ତାଙ୍କୁ କମ୍ପେନଶେସନ ଭାବେ ୨୮୧ ନିୟୁତ ଡଲାର...

ଜିଡିପି ହ୍ରାସକୁ ନେଇ ଚିନ୍ତିତ ନୁହେଁ:ପ୍ରଣବ ମୁଖାର୍ଜୀ

ନୂଆଦିଲ୍ଲୀ,୧୩-୧୨: ଆର୍ଥିକ ମାନ୍ଦାବସ୍ଥାର ପ୍ରଭାବ ଯୋଗୁ ଦେଶର ଜିଡିପି ଅଭିବୃଦ୍ଧି ଏବେ ହ୍ରାସ ଘଟିଛି। ହେଲେ ଏହାକୁ ନେଇ ବିଶେଷ ଚିନ୍ତିତ ନୁହେଁ ବୋଲି ପୂର୍ବତନ...

ରିଟେଲ ବିଜ୍‌ନେସ ପୁନଃ ଆରମ୍ଭ କଲା ହିରୋ

ନୂଆଦିଲ୍ଲୀ,୧୨।୫: ହିରୋ ମୋଟୋକର୍ପ ଲିମିଟେଡ୍‌ ପକ୍ଷରୁ ଏହାର ରିଟେଲ ବିଜ୍‌ନେସକୁ ପୁଣି ଥରେ ଶୁଭାରମ୍ଭ କରାଯାଇଛି। ବର୍ତ୍ତମାନ ସୁଦ୍ଧା କମ୍ପାନୀ ପକ୍ଷରୁ ୧୫୦୦ ରିଟେଲ ଆଉଟଲେଟ...

Advertisement


Archives

Model This Week