ଖିଲାପକାରୀଙ୍କ ୬୮ ହଜାର କୋଟିର ଋଣ ରାଇଟଅଫ୍‌

ନୂଆଦିଲ୍ଲୀ,୨୮।୪: ମେହୁଲ ଚୋକ୍‌ସୀଙ୍କ ସମେତ ୫୦ ପ୍ରମୁଖ ଇଚ୍ଛାକୃତ ଖଲାପକାରୀଙ୍କ ୬୮ ହଜାର କୋଟି ଟଙ୍କାର ଋଣ ରାଇଟଅଫ୍‌ କରାଯାଇଛି। ଏହି ଖଲାପକାରୀଙ୍କ ଉପରେ ରହିଥିବା ୬୮,୬୦୭ କୋଟି ଟଙ୍କା ବ୍ୟାଙ୍କଗୁଡିକ ସେମାନଙ୍କ ଋଣ ଖାତାରୁ ବହିର୍ଭୂତ କରିଥିବା ରିଜର୍ଭ ବ୍ୟାଙ୍କ ମାନିଛି। ସୂଚନା ଅଧିକାର ଆଇନରେ ମଗାଯାଇଥିବା ତଥ୍ୟରୁ ଏଭଳି ପ୍ରସଙ୍ଗ ସାମ୍ନାକୁ ଆସିଛି। ବ୍ୟାଙ୍କଗୁଡିକ ଚଳିତ ବର୍ଷ ଫେବୃୟାରୀ ସୁଦ୍ଧା ଏହି ଅର୍ଥ ରାଇଟ ଅଫ୍‌ କରିଛନ୍ତି। ବ୍ୟାଙ୍କ ପ୍ରଦାନ କରିଥିବା ଋଣ ମଧ୍ୟରୁ ଯାହାର ଫେରିବା ଆଶା କମ୍‌ ତାକୁ ସାଧାରଣତଃ ବ୍ୟାଙ୍କର ହିସାବ ଖାତାରୁ ବାଦ ଦିଆଯାଇଥାଏ। ଏହି ଋଣ ମଧ୍ୟରେ ମେହୁଲ ଚୋକ୍‌ସୀଙ୍କ ଗୀତାଞ୍ଜଳୀ ଜେମସ୍‌ ଲିମିଟେଡ ଉପରେ ୫୪୯୨ କୋଟି ଟଙ୍କାର ଋଣ ରହିଛି। ସେହିଭଳି ଗିନି ଇଣ୍ଡିଆ ଲିମିଟେଡ ଏବଂ ନକ୍ଷତ୍ର ବ୍ରାଣ୍ଡ ଯଥାକ୍ରମେ ୧୪୪୭ କୋଟି ଏବଂ ୧୧୦୯ କୋଟି ଟଙ୍କା ଖିଲାପ କରିଛନ୍ତି। ରେଇ ଆଗ୍ରୋ ଗ୍ରୁପ ଉପରେ ୪୩୧୪ କୋଟି, ଜତୀନ ମେହେଟା ୪ ହଜାର କୋଟି, ରୋଟୋମାକ ଲିମିଟେଡ ୨ ହଜାର କୋଟି, କୁଡୁସ କେମି ୨୩୨୬ କୋଟି ଖିଲାପ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଶାଠାରୁ ଅଧିକ ବ୍ୟବସାୟ

ଭୁବନେଶ୍ୱର,୨୪।୪: ଗତବର୍ଷର ଅକ୍ଷୟ ତୃତୀୟା ପରିସ୍ଥିତି ଅପେକ୍ଷା ଚଳିତ ବର୍ଷର ଅକ୍ଷୟ ତୃତୀୟାର ପରିସ୍ଥିତି ବେଶ୍‌ ଭଲ ରହିଥିଲା। କାରଣ ଗତବର୍ଷ ଅକ୍ଷୟ ତୃତୀୟା ସମୟରେ...

ଆସୋଚାମ ପକ୍ଷରୁ ଦିନିକିଆ ଶିଳ୍ପ ସମ୍ମିଳନୀ

ଭୁବନେଶ୍ୱର,୧।୧୦: ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଓଏସ୍‌ପିସିବି)ର ମିଳିତ ସହଯୋଗରେ ଆସୋସିଏଟେଡ୍‌ ଚାମ୍ବର ଅ୍‌ଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (ଆସୋଚାମ) ଏବଂ ଓଡ଼ିଶା ସରକାର...

୨.୯୪ ଲକ୍ଷ କୋଟି ଟଙ୍କାର ସବ୍‌ସିଡି

ନୂଆଦିଲ୍ଲୀ,୧୪।୪: ଗତ ଆର୍ଥିକ ବର୍ଷରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଭାରତୀୟ ଖାଦ୍ୟ ନିଗମ(ଏଫ୍‌ସିଆଇ) ଏବଂ ରାଜ୍ୟଗୁଡ଼ିକୁ ଖାଦ୍ୟ ସବ୍‌ସିଡି ଆକାରରେ ୨,୯୪,୭୧୮କୋଟି ଟଙ୍କା ଜାରି କରାଯାଇଛି। ୨୦୨୧-୨୨...

ସପ୍‌ସିର ରାଖୀ ପୂର୍ଣ୍ଣିମା ଅଫର

ନୂଆଦିଲ୍ଲୀ,୯।୮: ଚଳିତ ରାଖୀ ପୂର୍ଣ୍ଣିମାରେ ଫ୍ଲିପ୍‌କାର୍ଟର ସପ୍‌ସି ପକ୍ଷରୁ ରାଖୀ ଓ କମ୍ବୋ ଅଫର୍‌ ଘୋଷଣା କରାଯାଇଛି । ସୁଲଭଠାରୁ ଆରମ୍ଭ କରି ଫ୍ୟାନ୍ସି, ଦାମୀଠାରୁ...

ଗୋଟିଏ ଦିନରେ ଦାଖଲ ହେଲା ୧୫.୪୯ ଲକ୍ଷ ଆଇଟିଆର୍‌

ନୂଆଦିଲ୍ଲୀ,୨୯ା୧୨: ୨୦୨୦-୨୦୨୧ ଆର୍ଥିକ ବର୍ଷ ପାଇଁ ସୋମବାର ସୁଦ୍ଧା ୪ କୋଟି ୬୭ ଲକ୍ଷ ୪୫ ହଜାର ୨୪୯ଟି ଆୟକର ରିଟର୍ନ (ଆଇଟିଆର୍‌) ଦାଖଲ ହୋଇଛି।...

ଲଗାତାର ୨୦ ଦିନ ପାଇଁ ବଢ଼ିଲା ତେଲଦର

ନୂଆଦିଲ୍ଲୀ,୨୬।୬: କରୋନା ସଂକ୍ରମଣ ଜନିତ ସମସ୍ୟା ମଧ୍ୟରେ ଦେଶରେ କ୍ରମାଗତ ଭାବେ ତୈଳଦର ବୃଦ୍ଧି ପାଇବାରେ ଲାଗିଛି। ଶୁକ୍ରବାର ଲଗାତାର ୨୦ ଦିନ ପାଇଁ ତେଲ...

ଦୁର୍ବଳ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକୁ ସହାୟତା ଦେବେ ସରକାର

ନୂଆଦିଲ୍ଲୀ,୨୮ା୨: ଦେଶର କିଛି ପ୍ରମୁଖ ଦୁର୍ବଳ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକୁ କେନ୍ଦ୍ର ସରକାର ଖୁବ୍‌ ଶିଘ୍ର ସହାୟତା ରାଶି ପ୍ରଦାନ କରିବେ ବୋଲି ସୂଚନା ମିଳିଛି। ସେଥିମଧ୍ୟରୁ ସେଣ୍ଟ୍ରାଲ...

କ୍ଷତିଗ୍ରସ୍ତ ହେବେ ଜି-୨୦ ଦେଶ

କରୋନା ସଂକ୍ରମଣକୁ ରୋକିବା ଲାଗି ବିଭିନ୍ନ ଦେଶ ଏବେ କଟକଣା ଜାରି କରିଛନ୍ତି। ଏହା ଦ୍ୱାରା ସାରା ବିଶ୍ୱର ଅର୍ଥ ବ୍ୟବସ୍ଥା ଏବେ କ୍ଷତିଗ୍ରସ୍ତ ହୋଇଛି।...

Advertisement
Archives

Model This Week