ଖାଶୋଗୀ ହତ୍ୟା ମାମଲା: ୫ ଜଣଙ୍କୁ ମୃତ୍ୟୁ ଦଣ୍ଡାଦେଶ

ରିୟାଧ,୨୪ା୧୨(ଏଏଫ୍‌ପି): ଓ୍ବାଶିଂଟନ ପୋଷ୍ଟର ସ୍ତମ୍ଭକାର ଜମାଲ ଖାଶୋଗୀ ହତ୍ୟା ମାମଲାରେ ସୌଦି ଆରବର ଏକ ଅଦାଲତ ସୋମବାର ୫ ଜଣଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଇଛନ୍ତି। ସୌଦି ଏଜେଣ୍ଟମାନଙ୍କର ଏକ ଟିମ୍‌ ଗତବର୍ଷ ଇସ୍ତାନବୁଲରେ ଥିବା ଏହାର ବାଣିଜି୍ୟକ ଦୂତାବାସରେ ଖାଶୋଗୀଙ୍କୁ ହତ୍ୟା କରିଥିଲେ। ଏହି ମାମଲାରେ ଅନ୍ୟ ୩ ଜଣଙ୍କୁ ମୋଟ ୨୪ ବର୍ଷ ଜେଲ୍‌ଦଣ୍ଡାଦେଶ ହୋଇଥିବା ଜଣାପଡିଛି। ତେବେ ପ୍ରମାଣ ଅଭାବରୁ ୨ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ଏହି ମାମଲାରେ ଦୋଷମୁକ୍ତ କରାଯାଇଥିବା ସୌଦି ଆରବର ସରକାରୀ ଓକିଲ କହିଛନ୍ତି। ଖାଶୋଗୀ ହତ୍ୟା ମାମଲାରେ ସୌଦି କ୍ରାଉନ୍‌ ପ୍ରିନ୍ସ ମହମ୍ମଦ ବିନ୍‌ ସଲମାନ ଅନ୍ତର୍ଜାତୀୟସ୍ତରରେ ସମାଲୋଚିତ ହୋଇଥିଲେ। କାରଣ ସୌଦିର ଅଧିକାଂଶ ଏଜେଣ୍ଟ ସିଧାସଳଖ ତାଙ୍କ ପାଇଁ କାମ କରୁଥିଲେ। ତେବେ ଖାଶୋଗୀ ହତ୍ୟା ସହ ମହମ୍ମଦଙ୍କ ସମ୍ପୃକ୍ତିକୁ ସରକାରଙ୍କ ପକ୍ଷରୁ ଖଣ୍ଡନ କରାଯାଇଥିଲା। ସେହିପରି ହତ୍ୟାକାଣ୍ଡରେ କ୍ରାଉନ୍‌ ପ୍ରିନ୍ସଙ୍କ ପୂର୍ବତନ ମୁଖ୍ୟ ଉପଦେଷ୍ଟା ସୌଦ୍‌ ଅଲ୍‌-କାହତାନିଙ୍କର ସମ୍ପୃକ୍ତି ମଧ୍ୟ ପ୍ରମାଣିତ ହୋଇପାରି ନାହିଁ। ହତ୍ୟାକାଣ୍ଡ ବେଳେ ଇସ୍ତାନବୁଲ୍‌ରେ ସୌଦି କନ୍‌ସଲ-ଜେନେରାଲ ଥିବା ମହମ୍ମଦ ଅଲ୍‌-ଓଟାଇବିଙ୍କୁ କୋର୍ଟ ନିର୍ଦ୍ଦୋଷ ଘୋଷଣା କରିବା ପରେ ତାଙ୍କୁ ଜେଲ୍‌ରୁ ମୁକ୍ତ କରିଦିଆଯାଇଛି। ତେବେ ଯେଉଁମାନେ ଦୋଷୀସାବ୍ୟସ୍ତ ହୋଇଛନ୍ତି ସେମାନଙ୍କର ହତ୍ୟା କରିବାର ପୂର୍ବରୁ କୌଣସି ଉଦ୍ଦେଶ୍ୟ ନ ଥିଲା ବୋଲି ଅଦାଲତ କହିଛନ୍ତି। ବିଚାରବେଳେ ତୁର୍କୀର କେତେଜଣ କୂଟନୀତିଜ୍ଞ ଓ ଖାଶୋଗୀଙ୍କ ପରିବାର ସଦସ୍ୟ ଉପସ୍ଥିତ ଥିଲେ। ମୋଟ ୧୧ ଜଣଙ୍କ ବିରୋଧରେ ବିଚାର ଚାଲିଥିଲା। ଖବରଦାତା ଖାଶୋଗୀ ହତ୍ୟାକାଣ୍ଡ ସାରା ବିଶ୍ୱକୁ ସ୍ତବ୍ଧ କରିଦେଇଥିଲା। ଏହି ଘଟଣାକୁ ଜାତିସଂଘ ସମେତ ବିଭିନ୍ନ ଦେଶ ନିନ୍ଦା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପ୍‌ଙ୍କୁ ଝଟ୍‌କା, ୨ ବର୍ଷ ପାଇଁ ସିନେଟ ବାଇଡେନଙ୍କ ପାର୍ଟି ଦଖଲରେ…

ଓ୍ବାଶିଂଟନ,୧୩।୧୧ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକାର ସିନେଟରେ ଆଉ ଏକ ପରାଜୟର ସମ୍ମୁଖୀନ ହୋଇଛି। କାରଣ ତାଙ୍କର ଅନ୍ୟ ଜଣେ ପ୍ରାର୍ଥୀ...

୮୦ ବର୍ଷରେ ବି ବାଇଡେନ ଫିଟ୍‌

ଓ୍ବାଶିଂଟନ,୧୭ା୨: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ (୮୦) ସମ୍ପୂର୍ଣ୍ଣ ସୁସ୍ଥ ଏବଂ ଡ୍ୟୁଟି ପାଇଁ ଫିଟ୍‌ ଅଟନ୍ତି। ତାଙ୍କୁ ପରୀକ୍ଷା କରୁଥିବା ଡାକ୍ତରମାନେ ଏହା କହିଛନ୍ତି।...

ଇସ୍ରାଏଲ୍‌ ନିର୍ବାଚନରେ ମୋଦି ପୋଷ୍ଟର

ତେଲ୍‌ ଆଭିଭ୍‌,୨୯ା୭(ପି.ଟି.): ସେପ୍ଟେମ୍ବର ୧୭ରେ ଇସ୍ରାଏଲ୍‌ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଭୋଟରଙ୍କୁ ପ୍ରଭାବିତ କରିବା ଲାଗି ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ଲିକୁଡ୍‌ ପାର୍ଟି ତେଲ୍‌...

ଘୋଡାର ବାରିକ ସାଜିଛନ୍ତି ମେଲୋଡି ହାମ୍ସ

୩୦ ବର୍ଷୀୟା ମେଲୋଡି ହାମ୍ସ ଏବେ ଅଶ୍ୱଙ୍କର କେଶ କାଟିବାକୁ ନେଇ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ପଶୁଙ୍କ କେଶକୁ କାଟି ତାଙ୍କ ଶରୀରରେ ସେ ସୁନ୍ଦର...

ଆଖିବୁଜା ଗୁଳି ମାଡ଼: ୧୦୦ରୁ ଅଧିକ ମୃତ, ଭୟରେ ଗାଁ ଛାଡୁଛନ୍ତି ଗ୍ରାମବାସୀ

ଆଦିସ୍‌ ଅବା,୨୪।୧୨: ଆଫ୍ରିକାର ଇଥୋପିଆରେ ବନ୍ଧୁକଧାରୀଙ୍କ ଆଖିବୁଜା ଗୁଳି ମାଡ଼ରେ ୧୦୦ରୁ ଅଧିକ ଜଣଙ୍କ ମୃତ୍ୟୁ ଘଟିଛି। ବୁଲେନ କାଉଣ୍ଟିର ବେକୋଜି ଗାଁରେ ଏଭଳି ଅଭାବନୀୟ...

ଶ୍ରୀଲଙ୍କାରେ ଚକ-ଅଖ ବନ୍ଦ: ଶ୍ରମିକ ସଂଠନର ଧର୍ମଘଟ…

କଲମ୍ବୋ,୧୪।୩ : ଶ୍ରୀଲଙ୍କାରେ ସରକାରଙ୍କ ବିରୋଧର ଏକ ନୂଆ ଜନ ଆନ୍ଦୋଳନ ଆରମ୍ଭ ହୋଇଛି। ମଙ୍ଗଳବାର ମଧ୍ୟରାତ୍ରିରୁ ସମଗ୍ର ଦେଶରେ ଚକ-ଅଖ ବନ୍ଦ କରିବାକୁ ଟ୍ରେଡ...

ଆର୍ଟିଫିସିଆଲ ଇଣ୍ଟଲିଜେନ୍ସର ସୁବର୍ଣ୍ଣ ଯୁଗ, ମାନବତା ପାଇଁ ଭଲ: ସତ୍ୟ ନାଡେଲା

ଦାବୋସ,୧୯ ।୧: ମାଇକ୍ରୋସଫ୍ଟର ମୁଖ୍ୟ ସତ୍ୟ ନାଡେଲା ବୁଧବାର କହିଛନ୍ତି, ବିଶ୍ୱ ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ(କୃତ୍ରିମ ବୁଦ୍ଧିମତା)ର ସୁବର୍ଣ୍ଣ ଯୁଗରେ ପ୍ରବେଶ କରୁଛି । ସେ ବିଶ୍ୱ...

ଏପ୍ରିଲ୍‌ ୧୮ ପର୍ଯ୍ୟନ୍ତ ଲକ୍‌ଡାଉନ୍‌

ବର୍ଲିନ୍‌,୨୩।୩: ଜର୍ମାନୀରେ କରୋନ ସଂକ୍ରମଣ ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଦେଶରେ ଏପ୍ରିଲ୍‌ ୧୮ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ବୃଦ୍ଧି କରାଯିବା ସମ୍ପର୍କରେ...

Advertisement
Archives

Model This Week