ଖାପ୍‌ ପଞ୍ଚାୟତରେ ତାଲିବାନୀ ଶାସନ: ପ୍ରେମୀଯୁଗଳଙ୍କୁ ମୂତ୍ର, ଗୋବର ଖାଇବାକୁ ନିର୍ଦ୍ଦେଶ

ଝାନ୍ସି,୮ା୨: ଉତ୍ତରତପ୍ରଦେଶରେ ଖାପ୍‌ ପଞ୍ଚାୟତର ତାଲିବାନୀ ଶାସନ ଥମିବାର ନାଁ ଧରୁନି। ଦୈନିକ ଅଜବ ଅଜବ ଘଟଣା ସାମ୍ନାକୁ ଆସୁଛି। ଖାପ୍‌ ପଞ୍ଚାୟତ ନେଉଥିବା ନିଷ୍ପତ୍ତିକୁ ଦେଖିଲେ ଲାଗୁଛି ଯେଭଳି ଆମ ଦେଶର ଆଇନ ବ୍ୟବସ୍ଥା ଦୁର୍ବଳ ହୋଇପଡ଼ିଛି। କିଛି ଏଭଳି ବିଚିତ୍ର ଦୃଶ୍ୟ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ଝାନ୍ସିରେ। ସୂଚନାଯୋଗ୍ୟ, ଝାନ୍ସିର ଗୁଆଲଟୋଲିରେ ରହୁଥିବା ଭୂପେଶ ପାଲ ୫ ବର୍ଷ ତଳେ ଅର୍ଥାତ୍‌ ୨୦୧୫ରେ ପ୍ରେମ ବିବାହ କରିଥିଲେ। ଯୁବତୀ ଜଣକ ଭିନ୍ନ ସମ୍ପ୍ରଦାୟର ହୋଇଥିଲେ ମଧ୍ୟ ୨ ପରିବାରର ସହମତିରେ ଏହି ବିବାହ ହୋଇଥିଲା। ଭିନ୍ନ ଜାତିରେ ବିବାହ କରିଥିବାରୁ ୫ ବର୍ଷ ପରେ ଉକ୍ତ ଗାଁର ଖାପ୍‌ ପଞ୍ଚାୟତ ଭୂପେଶଙ୍କ ପରିବାରକୁ ସାମାଜିକ ବାସନ୍ଦ କରିଛନ୍ତି। ତେବେ ଯଦି ସେମାନେ ଜାତିରେ ସାମିଲ ହେବେ, ତେବେ ପ୍ରଥମେ ଯୁବତୀଙ୍କୁ ଗୋମୂତ୍ର ପିଇବାକୁ ଓ ଗୋବର ଖାଇବାକୁ ପଡ଼ିବ। ଶୁକ୍ରବାର ଏଭଳି ଅଜବ ନିର୍ଦ୍ଦେଶ ଜାରି କରିଛନ୍ତି ଖାପ୍‌ ପଞ୍ଚାୟତର ସଦସ୍ୟମାନେ। ଏତଦ୍‌ବ୍ୟତୀତ ସେମାନଙ୍କ ଉପରେ ୫ ଲକ୍ଷ ଟଙ୍କାର ଜରିମାନା ମଧ୍ୟ ଲଗାଇଛନ୍ତି। ଖାପ୍‌ ପଞ୍ଚାୟତର ଏହି ନିଷ୍ପତ୍ତିରୁ ଅତିଷ୍ଠ ହୋଇ ଭୂପେଶ ଜିଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି। ଜିଲାପାଳ ମଧ୍ୟ ଏହି ସମସ୍ୟାକୁ ଗମ୍ଭୀରତାର ନେଇ ଉକ୍ତ ପୀଡ଼ିତ ଦମ୍ପତିଙ୍କ ଘରକୁ ସିଟି ମାଜିଷ୍ଟ୍ରେଟଙ୍କୁ ପଠାଇଥିଲେ। ଆଉ ଏହି ମାମଲାର ଯାଞ୍ଚ କରି ଏକ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅପରପକ୍ଷେ ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଖାପ୍‌ ପଞ୍ଚାୟତର ସଦସ୍ୟଙ୍କ ବିରୋଧରେ ମାମଲା ଦାଏର କରିଛି। ଏଥିସହ ଉକ୍ତ ଦମ୍ପତି ପରିବାରଙ୍କୁ ସମ୍ପୂର୍ଣ୍ଣ ସୁରକ୍ଷା ପ୍ରଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଇଡି କାର୍ଯ୍ୟାଳୟରେ ୟେସ୍‌ ବ୍ୟାଙ୍କର ଫାଉଣ୍ଡର

ମୁମ୍ବାଇ,୭।୩: ୟସ୍‌ ବ୍ୟାଙ୍କ ଏବେ ସଙ୍କଟରେ। ୨୦୦୪ରେ ଆରମ୍ଭ କରାଯାଇଥିବା ଏହି ବ୍ୟାଙ୍କ ଏବେ ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଥିବା ବେଳେ ଏବେ ଏହାର ଗ୍ରାହକଙ୍କ...

ଜେଟଲୀଙ୍କୁ କ୍ଷମା ମାଗିଥିଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୨୪।୮: ପୂର୍ବତନ ଅର୍ଥମନ୍ତ୍ରୀ ତଥା ଭାଜପାର ବରିଷ୍ଠ ନେତା ଅରୁଣ ଜେଟଲୀ ଆଉ ଆମ ଗହଣରେ ନାହାଁନ୍ତି ସତ। ହେଲେ ତାଙ୍କର କିଛି କାର୍ଯ୍ୟ ଏବେବି...

ଜମ୍ମୁ ବସ୍‌ଷ୍ଟାଣ୍ଡ୍‌ ନିକଟରୁ ୭ କିଲୋଗ୍ରାମ୍‌ ଆର୍‌ଡିଏକ୍ସ ଜବତ

ଶ୍ରୀନଗର,୧୪।୨: ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ ଘଟଣାକୁ ରବିବାର ୨ ବର୍ଷ ପୂରଣ ହୋଇଛି। ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା କଡ଼ିକଡ଼ି ରହିଛି। ତେବେ ଜମ୍ମୁ ବସ୍‌ଷ୍ଟାଣ୍ଡ୍‌ ନିକଟରୁ...

କରୋନାର ନୂଆ ଭାରିଆଣ୍ଟ୍‌ ପାଇଁ ବୁଷ୍ଟର ଡୋଜ୍‌ ଆଣିପାରେ ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌

ନୂଆଦିଲ୍ଲୀ,୧।୧୨: କରୋନାର ଓମିକ୍ରନ ଭାରିଆଣ୍ଟ ପାଇଁ ଏକ ବୁଷ୍ଟର୍‌ ଡୋଜ ଆଣିବାକୁ ପ୍ରସ୍ତୁତ ହେଉଛି ସେରମ ଇନଷ୍ଟିଚ୍ୟୁଟ। ତଥାପି, ଏହି ନୂତନ ପ୍ରକାର ବିଷୟରେ ଅଧ୍ୟୟନ...

ମରାଠା କୋଟା ଆଇନ ଖାରଜ

ନୂଆଦିଲ୍ଲୀ, ୬।୫: ମରାଠାମାନଙ୍କ ପାଇଁ ସରକାରୀ ଚାକିରି ଏବଂ ଶିକ୍ଷାନୁଷ୍ଠାନରେ ସଂରକ୍ଷଣ ନିମନ୍ତେ ମହାରାଷ୍ଟ୍ର ସରକାର ଆଣିଥିବା ଆଇନକୁ ସୁପ୍ରିମକୋର୍ଟ ବୁଧବାର ଖାରଜ କରିଦେଇଛନ୍ତି। ସଂରକ୍ଷଣକୁ...

ଲୋକତନ୍ତ୍ରକୁ ମଜଭୁତ କରିବାକୁ ଭୋଟ ଦିଅନ୍ତୁ: ଓୱାସି

ହାଇଦ୍ରାବାଦ,୧ ।୧୨: ବୃହତ ହାଇଦ୍ରାବାଦ ନଗର ନିଗମ(ଜିଏଚ୍‌ଏମ୍‌ସି) ନିର୍ବାଚନ ଏବେ ରାଷ୍ଟ୍ରୀୟ ରାଜନୀତିର କେନ୍ଦ୍ର ପାଲଟି ଯାଇଛି । ଏବେ ସମସ୍ତଙ୍କ ନଜର ଏହି ନିର୍ବାଚନ...

ଝୁଲନ୍ତା ଅବସ୍ଥାରେ ମିଳିଲା ଗୋଟିଏ ପରିବାରର ୫ ସଦସ୍ୟଙ୍କ ମୃତଦେହ

ଭୋପାଳ, ୨୩।୮: ମଧ୍ୟପ୍ରଦେଶର ଟିକମଗଡ଼ ଜିଲାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ଅବସରପ୍ରାପ୍ତ କର୍ମଚାରୀଙ୍କ ସମେତ ତାଙ୍କ ପରିବାରର ୫ ଜଣ ସଦସ୍ୟଙ୍କ...

ପଲିଟିକ୍ସ୍‌ ଫିଜିକ୍ସ୍‌ ନୁହେଁ କେମେଷ୍ଟ୍ରି, କହିଲେ ସ୍ବରାଷ୍ଟ୍ରମନ୍ତ୍ରୀ…

ନୂଆଦିଲ୍ଲୀ,୪।୧୨: ଉତ୍ତରପ୍ରଦେଶରେ ୨୦୨୨ରେ ହେବାକୁଥିବା ବିଧାନସଭା ନିର୍ବାଚନ ନେଇ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏକ ନୂଆ ପ୍ରକାରର ମନ୍ତବ୍ୟ ଦେଇଛନ୍ତି। ଶାହାଙ୍କ ରାଜନୀତିର ବିଜ୍ଞାନ ପାଠ...

Advertisement
Archives

Model This Week