ଖାପ୍‌ ପଞ୍ଚାୟତରେ ତାଲିବାନୀ ଶାସନ: ପ୍ରେମୀଯୁଗଳଙ୍କୁ ମୂତ୍ର, ଗୋବର ଖାଇବାକୁ ନିର୍ଦ୍ଦେଶ

ଝାନ୍ସି,୮ା୨: ଉତ୍ତରତପ୍ରଦେଶରେ ଖାପ୍‌ ପଞ୍ଚାୟତର ତାଲିବାନୀ ଶାସନ ଥମିବାର ନାଁ ଧରୁନି। ଦୈନିକ ଅଜବ ଅଜବ ଘଟଣା ସାମ୍ନାକୁ ଆସୁଛି। ଖାପ୍‌ ପଞ୍ଚାୟତ ନେଉଥିବା ନିଷ୍ପତ୍ତିକୁ ଦେଖିଲେ ଲାଗୁଛି ଯେଭଳି ଆମ ଦେଶର ଆଇନ ବ୍ୟବସ୍ଥା ଦୁର୍ବଳ ହୋଇପଡ଼ିଛି। କିଛି ଏଭଳି ବିଚିତ୍ର ଦୃଶ୍ୟ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ଝାନ୍ସିରେ। ସୂଚନାଯୋଗ୍ୟ, ଝାନ୍ସିର ଗୁଆଲଟୋଲିରେ ରହୁଥିବା ଭୂପେଶ ପାଲ ୫ ବର୍ଷ ତଳେ ଅର୍ଥାତ୍‌ ୨୦୧୫ରେ ପ୍ରେମ ବିବାହ କରିଥିଲେ। ଯୁବତୀ ଜଣକ ଭିନ୍ନ ସମ୍ପ୍ରଦାୟର ହୋଇଥିଲେ ମଧ୍ୟ ୨ ପରିବାରର ସହମତିରେ ଏହି ବିବାହ ହୋଇଥିଲା। ଭିନ୍ନ ଜାତିରେ ବିବାହ କରିଥିବାରୁ ୫ ବର୍ଷ ପରେ ଉକ୍ତ ଗାଁର ଖାପ୍‌ ପଞ୍ଚାୟତ ଭୂପେଶଙ୍କ ପରିବାରକୁ ସାମାଜିକ ବାସନ୍ଦ କରିଛନ୍ତି। ତେବେ ଯଦି ସେମାନେ ଜାତିରେ ସାମିଲ ହେବେ, ତେବେ ପ୍ରଥମେ ଯୁବତୀଙ୍କୁ ଗୋମୂତ୍ର ପିଇବାକୁ ଓ ଗୋବର ଖାଇବାକୁ ପଡ଼ିବ। ଶୁକ୍ରବାର ଏଭଳି ଅଜବ ନିର୍ଦ୍ଦେଶ ଜାରି କରିଛନ୍ତି ଖାପ୍‌ ପଞ୍ଚାୟତର ସଦସ୍ୟମାନେ। ଏତଦ୍‌ବ୍ୟତୀତ ସେମାନଙ୍କ ଉପରେ ୫ ଲକ୍ଷ ଟଙ୍କାର ଜରିମାନା ମଧ୍ୟ ଲଗାଇଛନ୍ତି। ଖାପ୍‌ ପଞ୍ଚାୟତର ଏହି ନିଷ୍ପତ୍ତିରୁ ଅତିଷ୍ଠ ହୋଇ ଭୂପେଶ ଜିଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି। ଜିଲାପାଳ ମଧ୍ୟ ଏହି ସମସ୍ୟାକୁ ଗମ୍ଭୀରତାର ନେଇ ଉକ୍ତ ପୀଡ଼ିତ ଦମ୍ପତିଙ୍କ ଘରକୁ ସିଟି ମାଜିଷ୍ଟ୍ରେଟଙ୍କୁ ପଠାଇଥିଲେ। ଆଉ ଏହି ମାମଲାର ଯାଞ୍ଚ କରି ଏକ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅପରପକ୍ଷେ ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଖାପ୍‌ ପଞ୍ଚାୟତର ସଦସ୍ୟଙ୍କ ବିରୋଧରେ ମାମଲା ଦାଏର କରିଛି। ଏଥିସହ ଉକ୍ତ ଦମ୍ପତି ପରିବାରଙ୍କୁ ସମ୍ପୂର୍ଣ୍ଣ ସୁରକ୍ଷା ପ୍ରଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟା କ୍ଷୟକ୍ଷତି, କାହାକୁ କେତେ ଟଙ୍କା ମିଳିବ ଘୋଷଣା କଲେ ରାଜସ୍ବ ମନ୍ତ୍ରୀ

ଭୁବନେଶ୍ୱର,୩ା୮: ବନ୍ୟା ପାଣି କମିଯାଇଥିଲେ ସୁଦ୍ଧା ବଢ଼ିଯାଇଛି ଦୁର୍ଦ୍ଦଶା । ବନ୍ୟାରେ ସାତ ଜିଲା ପ୍ରଭାବିତ ହୋଇଥିବା ବେଳେ ଅନେକ କ୍ଷୟକ୍ଷତି ହୋଇଥିବା ରେକର୍ଡ କରାଯାଇଛି ।…

ରାଜଧାନୀରେ ଭଙ୍ଗାଯିବ ସମସ୍ତ ବେଆଇନ ନିର୍ମାଣ: ସୁପ୍ରିମକୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି ପରେ…

ଭୁବନେଶ୍ୱର,୩ା୮(ରବିନାରାୟଣ ଜେନା): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅଞ୍ଚଳରେ ଶତାଧିକ ଆବାସିକ ଘରେ ବେଆଇନ ଭାବେ ବ୍ୟବସାୟ କେନ୍ଦ୍ର ଚାଲିଛି। ଏହାସହିତ ରାଜଧାନୀର ବିଭିନ୍ନ ସ୍ଥାନରେ ବେଆଇନ…

IND vs SL: ବୁମରା OUT; ଶ୍ରୀଲଙ୍କା ଗସ୍ତ ପୂର୍ବରୁ BCCIର ବଡ଼ ନିଷ୍ପତ୍ତି, ଏହି ଖେଳାଳିଙ୍କୁ ସୁଯୋଗ

ନୂଆଦିଲ୍ଲୀ,୩ା୮: ଶ୍ରୀଲଙ୍କା ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ଟେଷ୍ଟ ସିରିଜ୍ ପୂର୍ବରୁ ଟିମ୍ ଇଣ୍ଡିଆର ସମସ୍ୟା ବଢ଼ିଚାଲିଛି । ନୀତିଶ କୁମାର ରେଡ୍ଡୀ ଓ ହର୍ଷିତ ରାଣା ଆହତ ହୋଇ…

କୋଠାବାଡ଼ି ନିର୍ମାତାଙ୍କୁ ମିଳିବ ୪ମାସର ରିହାତି

ଭୁବନେଶ୍ୱର,୩ା୮(ରବିନାରାୟଣ ଜେନା): ମଧ୍ୟପ୍ରାଚ୍ୟରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତିକୁ ନେଇ କେନ୍ଦ୍ର ନଗର ଉନ୍ନୟନ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ରିଅଲ ଇଷ୍ଟେଟ୍‌ ଓ ବିଲ୍ଡର୍ସ(କୋଠାବାଡ଼ି ନିର୍ମାତା)ଙ୍କୁ ୪ମାସର…

ବାଇକକୁ ଧକ୍କା ଦେଇ ରାସ୍ତା ତଳକୁ ଖସିଲା ବସ, ଦୁଇ ବାଇକ ଆରୋହୀ ସମେତ ୭ ଯାତ୍ରୀ ଆହତ

ମୋହନା,୩।୮( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ଥାନା ରାଇଗଣ୍ଡା ଗାଁ ନିକଟସ୍ଥ ବୁଲାଣି ରାସ୍ତାରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ସୋମବାର…

ଶ୍ରାବଣ ସୋମବାରରେ ଜଳାଭିଷେକ ପାଇଁ କାଉଡ଼ିଆଙ୍କ ପ୍ରବଳ ଭିଡ଼

କେନ୍ଦୁଝର,୩ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): ଆଜି ଶ୍ରାବଣ ମାସର ପ୍ରଥମ ସୋମବାର। ଏଣୁ ବିଭିନ୍ନ ଶୈବପୀଠରେ ସକାଳୁ ଭକ୍ତ ଙ୍କ ଭିଡ଼ ଦେଖିବାକୁ ମିଳିଛି। ବିଶେଷ କରି କାଉଡ଼ିଆମାନେ…

ଶ୍ରାବଣ ମାସର ପ୍ରଥମ ସୋମବାର; ଏହି ରାଶି ଉପରେ ରହିବ ମହାଦେବଙ୍କ କୃପା, ହେବ ଧନବର୍ଷା

ଶ୍ରାବଣ ମାସର ଏହି ପ୍ରଥମ ସୋମବାରରେ, ଚନ୍ଦ୍ର କୁମ୍ଭ ରାଶିରୁ ମୀନ ରାଶିକୁ ଗୋଚର କରିଛନ୍ତି । ମଙ୍ଗଳ ବୃଷ ରାଶିରୁ ମିଥୁନ ରାଶିକୁ ସ୍ଥାନାନ୍ତରିତ ହୋଇଛନ୍ତି…

ବୀମା ଟଙ୍କା ଲୋଭରେ ସ୍ତ୍ରୀ ଉପରେ ଗାଡ଼ି ଚଢାଇ ଦେଲେ ସ୍ବାମୀ

ହମ୍ମିରପୁର, ୩ା୮ (ଉତ୍ତର ପ୍ରଦେଶ): ୪୪ ଲକ୍ଷ ଟଙ୍କାର ବୀମା ରାଶି ହଡ଼ପ କରିବା ଲୋଭରେ ଜଣେ ସ୍ବାମୀ ନିଜ ସ୍ତ୍ରୀଙ୍କୁ ପିଟି ପିଟି ହତ୍ୟା କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri