Posted inଜାତୀୟ

ଖାଦ୍ୟ ନଷ୍ଟ ନ କଲେ ମିଳୁଛି ୫ ଟଙ୍କିଆ କଏନ୍‌

କୋଏମ୍ବାଟୁର,୩୦।୮: ହୋଟେଲରେ ଖାଇବା ପରେ ଗ୍ରାହକଙ୍କୁ ମିଳୁଛି ଏକ ୫ ଟଙ୍କିଆ କଏନ୍‌। ହଁ ତାମିଲନାଡୁ କୋଏମ୍ବାଟୁରର ଏକ ପୁରୁଣା ହୋଟେଲ ଖାଦ୍ୟ ନଷ୍ଟ ନ କରିବା ପାଇଁ ଭିନ୍ନ ପଦକ୍ଷେପ ନେଇଛି। ଗ୍ରାହକଙ୍କ ମଧ୍ୟରେ ଖାଦ୍ୟ ନଷ୍ଟ ନ କରିବାକୁ ନେଇ ସଚେତନା ସୃଷ୍ଟି ଉଦ୍ଦେଶ୍ୟରେ ଏମିତି କରାଯାଇଥିବା ହୋଟେଲ ମାଲିକ କୁହନ୍ତି। ତେବେ ଯେଉଁମାନେ ଖାଦ୍ୟ ନଷ୍ଟ ନ କରୁଛନ୍ତିି ସେମାନେ ବିଲ୍‌ ପଇଠ କରିବା ପରେ ହୋଟେଲ ମାଲିକ ତାଙ୍କୁ ଏକ ୫ ଟଙ୍କିଆ କଏନ୍‌ ଦେଇ ତାଙ୍କ ସହ ହ୍ୟାଣ୍ଡସେକ୍‌ ମଧ୍ୟ କରୁଛନ୍ତି। ଏହାଦ୍ୱାରା ଲୋକଙ୍କ ମଧ୍ୟରେ ଖାଦ୍ୟ ନଷ୍ଟ ନ କରିବାକୁ ନେଇ ସଚେତନତା ସୃଷ୍ଟି ହେଉଥିବା ସେ କହିଛନ୍ତି। ଏବେ ସେ ଦିନକୁ ପ୍ରାୟ ଶହେଟି ୫ ଟଙ୍କିଆ କଏନ୍‌ ପ୍ରଦାନ କରୁଥିବା ପ୍ରକାଶ କରିଛନ୍ତି। ଲୋକେ ଏବେ ଖାଦ୍ୟର ମହତ୍ୱ ବୁଝି ପାରୁଛନ୍ତି ବୋଲି ସେ କୁହନ୍ତି। ଏହା ଏକ ସକରାତ୍ମକ ପଦକ୍ଷେପ ବୋଲି ସେଠାରେ ଉପସ୍ଥିତ ଥିବା ଗ୍ରାହକମାନେ ମଧ୍ୟ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡବ୍ଲ୍ୟୁଏଚ୍‌ଓର ସତର୍କ ସୂଚନା, ଭାରତକୁ କରୋନା ନେଇ ଚେତାବନୀ…

ଜେନେଭା/ନୂଆଦିଲ୍ଲୀ,୧୭।୩ : ଗତ ଦୁଇ ବର୍ଷ ଧରି କରୋନା ମହାମାରୀ ସମଗ୍ର ପୃଥିବୀରେ ଆତଙ୍କ ସୃଷ୍ଟି କରିଛି। ଅବଶ୍ୟ, ଗତ କିଛି ସପ୍ତାହ ଧରି ଭାତରରେ...

୮ ଜଣଙ୍କୁ ଜାଳିଦେଲେ

କୋଲକାତା,୨୩ା୩: ପଶ୍ଚିମବଙ୍ଗର ବୀରଭୂମ ଜିଲାସ୍ଥିତ ରାମପୁରହାଟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ବୋଗ୍‌ତୁଇ ଗ୍ରାମରେ ମଙ୍ଗଳବାର ଭୋର ସମୟରେ ଏକ ଭସ୍ମୀଭୂତ ଘରୁ ୨...

ମୋଦିଙ୍କୁ କମଲ ହାସନଙ୍କ ପ୍ରଶ୍ନ: ଅଧା ଜନସଂଖ୍ୟା ଭୋକିଲା ଥିବାବେଳେ ନୂଆ ସଂସଦ ଭବନ ପାଇଁ ଖର୍ଚ୍ଚ କରାଯିବା କେତେ ଦୂର ଯୁକ୍ତିଯୁକ୍ତ

ଚେନ୍ନାଇ,୧୩।୧୨: ନୂଆ ସଂସଦ ଭବନ ନିର୍ମାଣ ନେଇ ଦକ୍ଷିଣ ଫିଲ୍ମ ଅଭିନେତା କମଲ ହାସନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି ଯେ,...

ସ୍ମାର୍ଟ ସିଟିର ଶୀର୍ଷରେ ଥିବା ଇନ୍ଦୋର ବି କରୋନା କବଳରେ

ଇନ୍ଦୋର,୨।୪: କରୋନା ଭାଇରସ ଏବେ ସାରା ବିଶ୍ୱକୁ ଥରାଇ ଦେଇଛି। ଭାରତରେ ଏହାର ଉପସ୍ଥିତି ଧୀରେ ଧୀରେ ବ୍ୟାପକ ହେବାରେ ଲାଗିଛି। ମହାରାଷ୍ଟ୍ରରେ ବେଳକୁ ବେଳ...

ଭାଜପା ଶାସନ ହିଟ୍‌ଲର, ଷ୍ଟାଲିନ୍‌ଙ୍କଠାରୁ ଖରାପ

କୋଲକାତା,୨୩।୫: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ଅଧ୍ୟକ୍ଷା ମମତା ବାନାର୍ଜୀ ସୋମବାର କେନ୍ଦ୍ରର ଭାଜପା ନେତୃତ୍ୱାଧୀନ ସରକାରଙ୍କୁ ସମାଲୋଚନା କରିଛନ୍ତି। ଏହି ସରକାର କେନ୍ଦ୍ରୀୟ...

ବିଜୟ ମୁହାଁ ଏଏପି …

ଚଣ୍ଡିଗଡ଼,୧୦।୩ : ପଞ୍ଜାବରେ କଂଗ୍ରେସକୁ ପଛରେ ପକାଇ ଆମ୍‌ ଆଦ୍‌ମୀ ପାର୍ଟି(ଏଏପି) ବିଜୟ ମୁହାଁ ହୋଇଛି। ୧୧୭ ଆସନ ବିଶିଷ୍ଟ ପଞ୍ଜାବ ବିଧାନସଭା ଆସନ ମଧ୍ୟରୁ...

ସବୁବେଳେ ସୋନିଆଙ୍କୁ ସାକ୍ଷାତ୍‌ କରିବା କ’ଣ ଜରୁରୀ, ଦିଦିଙ୍କ ପ୍ରଶ୍ନ…

କୋଲକାତା,୨୫।୧୧: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଜାତୀୟସ୍ତରରେ ତାଙ୍କ ଦଳ ତୃଣମୂଳ କଂଗ୍ରେସ(ଟିଏମସ)କୁ ବିସ୍ତାର କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ଏଥି ଲାଗି ଅନ୍ୟ...

ସହଜ ନୁହେଁ ୨୦୨୨ ନିର୍ବାଚନ

ନୂଆଦିଲ୍ଲୀ/ଲକ୍ଷ୍ନୌ,୫ା୬ କରୋନା ମହାମାରୀ ମୁକାବିଲାରେ ଉତ୍ତରପ୍ରଦେଶ(ୟୁପି)ର ଯୋଗୀ ଆଦିତ୍ୟନାଥ ସରକାରଙ୍କ ବିଫଳତାକୁ ନେଇ ଭାଜପା ଚିନ୍ତିତ। ୨୦୨୨ ବିଧାନସଭା ନିର୍ବାଚନକୁ ଆଉ କିଛି ମାସ ବାକି...

Advertisement
Archives

Model This Week