ଖାଦ୍ୟଡବା, ପ୍ୟାକେଟରେ ଦର୍ଶାଇବାକୁ ହେବ ଚିନି, ଚର୍ବି, ଲୁଣ ମାତ୍ରା

ନୂଆଦିଲ୍ଲୀ,୨୮-୬: ଖାଦ୍ୟପଦାର୍ଥ ନିର୍ମାତା ପ୍ରସ୍ତୁତ ଖାଦ୍ୟକୁ ପ୍ୟାକେଟ ଓ ଡବାରେ ବିକ୍ରି କରିବା ବେଳେ ଏଣିକି ନୂଆ ନିୟମ ପାଳନ କରିବାକୁ ବାଧ୍ୟ ରହିବେ। ଏଣିକି ପ୍ୟାକେଟ, ଡବାରେ ଚିପ୍‌, ସୁପ୍‌, ବିସ୍କୁଟ୍‌, ଜୁସ୍‌ ଆଦିକୁ ବିକ୍ରି କରିବା ପୂର୍ବରୁ ଏଥିରେ ଚର୍ବି, ଚିନି, ଲୁଣର ମାତ୍ରା କେତେ ରହିଛି, ତାହାକୁ ନାଲି ରଙ୍ଗର କୋଡ୍‌ରେ ଦର୍ଶାଇବାକୁ ବାଧ୍ୟତାମୂଳକ କରାଯିବ। ଖାଦ୍ୟ ନିୟାମକ ଏଫ୍‌ଏସ୍‌ଏସ୍‌ଏଆଇ ଦ୍ୱାରା ପ୍ରସ୍ତୁତ ନୂଆ ନିୟମର ଚିଠାରେ ଏ ସମ୍ପର୍କରେ ଉଲ୍ଲେଖ କରାଯାଇଛି। ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନଦଣ୍ଡ ପ୍ରାଧିକରଣ ପକ୍ଷରୁ ଏହି ଚିଠା ଜାରି କରାଯାଇଛି। ନୂଆ ନିୟମ ଖାଦ୍ୟ ସୁରକ୍ଷା ଏବଂ ମାନଦଣ୍ଡ(ପ୍ୟାକେଜିଂ ଏବଂ ଲେବେଲିଂ) ନିୟମ, ୨୦୧୧ର ସ୍ଥାନ ନେବ। ଡବା ଅଥବା ପ୍ୟାକେଟରେ ଥିବା ଖାଦ୍ୟରେ କେତେ ମାତ୍ରାରେ କେଉଁ ପଦାର୍ଥକୁ ମିଶାଯାଇଛି, ସେ ସମ୍ପର୍କରେ ଖାଉଟିଙ୍କୁ ସୂଚନା ଦେବା ପାଇଁ ଏହି ନୂଆ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ଏକ ବିବୃତିରେ ଏଫ୍‌ଏସ୍‌ଏସ୍‌ଏଆଇ କହିଛି। ନୂଆ ଚିଠା ପ୍ରସ୍ତାବ ଅନୁଯାୟୀ, ଖାଦ୍ୟପଦାର୍ଥ ତିଆରି କରି ବିକ୍ରି କରୁଥିବା କମ୍ପାନୀ କ୍ୟାଲୋରୀ(ଶକ୍ତି), ଚର୍ବି, ଚିନି ଓ ସୋଡିୟମ(ଲୁଣ)ର ମାତ୍ରା ସହ ଜଡ଼ିତ ସୂଚନାକୁ ପ୍ୟାକେଟ କିମ୍ବା ଡବା ଉପରେ ଉଲ୍ଲେଖ କରିବାକୁ ପଡିବ। ଏହାଛଡ଼ା କମ୍ପାନୀଗୁଡ଼ିକ ରେକମେଣ୍ଡେଡ ଡାଏଟାରି ଆଲାଉନ୍ସ(ଆର୍‌ଡିଏ)ର ଅଂଶ ମଧ୍ୟ ଜଣାଇବାକୁ ବାଧ୍ୟ ରହିବେ। ନାଲି ରଙ୍ଗରେ ଏହିସବୁ ସୂଚନା ଦେବାକୁ ହେବ। ଏହି ନୂଆ ନିୟମକୁ ଆସନ୍ତା ୩ ବର୍ଷ ଭିତରେ ପର୍ଯ୍ୟାୟକ୍ରମେ ଲାଗୁ କରାଯିବ। ଚିଠା ଜାରି ହେବାର ୩୦ ଦିନ ଭିତରେ ଅଂଶୀଦାରମାନେ ନିଜ ନିଜର ମତାମତ ଦେଇପାରିବେ ବୋଲି ଏଫ୍‌ଏସ୍‌ଏସ୍‌ଏଆଇ ପକ୍ଷରୁ ବିବୃତିରେ ସ୍ପଷ୍ଟ କରାଯାଇଛି। ଏଥିରେ କୁହାଯାଇଛି ଯେ, ବର୍ତ୍ତମାନ କମ୍ପାନୀଗୁଡ଼ିକ ଉତ୍ପାଦର ନିର୍ମାଣ ଏବଂ ଖରାପ ହେବାର ତାରିଖକୁ ଭିନ୍ନ ଭାବେ ଦର୍ଶାଇଥାନ୍ତି। ଗ୍ରାହକଙ୍କୁ ଏହା ଖୋଜିବା ଓ ଦେଖିବାରେ ଅସୁବିଧା ହେଉଛି। ଏଣିକି ନୂଆ ନିୟମ ଅନୁଯାୟୀ, ଖାଦ୍ୟପଦାର୍ଥ ତିଆରି ହେବା ଓ ଖରାପ ହେବାର ତାରିଖ ଗୋଟିଏ ସ୍ଥାନରେ ଉଲ୍ଲେଖ କରିବାକୁ ବାଧ୍ୟତାମୂଳକ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହର୍ମୁଜ ଖୋଲିବା ମାତ୍ରେ କମିଗଲା ପେଟ୍ରୋଲ-ଗ୍ୟାସ ଦର, ଦାମ୍‌ ଜାଣିଲେ…

ନୂଆଦିଲ୍ଲୀ,୧୭।୪: ଇରାନର ବୈଦେଶିକ ମନ୍ତ୍ରୀ ୪୯ ଦିନର ବନ୍ଦ ପରେ ବାଣିଜ୍ୟିକ ଜାହାଜ ପାଇଁ ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବା ଘୋଷଣା କରିବାର କିଛି ସମୟ ପରେ…

ଇରାନ ହର୍ମୁଜ ଖୋଲୁ ଖୋଲୁ ଭାରତ ପାଇଁ ଆସିଲା ଖୁସି ଖବର! ରାତାରାତି ପଲଟିଗଲା ବାଜି

ନୂଆଦିଲ୍ଲୀ,୧୭।୪: ଗତ ଦେଢ଼ ମାସ ଧରି ସମଗ୍ର ବିଶ୍ୱ ନିଶ୍ୱାସ ବନ୍ଦ କରି ରଖିଛି। ଫେବୃଆରୀ 28 ତାରିଖରେ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଯେଉଁ ସଂଘର୍ଷ…

୧୧ବର୍ଷରେ ପ୍ରଥମ ଥର ମୋଦି ସରକାରଙ୍କୁ ଜୋରଦାର ଝଟ୍‌କା, ପାସ୍‌ ପରିପାରିଲେନି ଗୋଟିଏ ବି ବିଲ୍‌

ନୂଆଦିଲ୍ଲୀ,୧୭।୪: ସଂସଦର ତିନି ଦିନିଆ ସ୍ୱତନ୍ତ୍ର ଅଧିବେଶନର ଦ୍ୱିତୀୟ ଶୁକ୍ରବାର ସଂଧ୍ୟାରେ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଭିଭାଷଣ ପରେ, ମହିଳା ସଂରକ୍ଷଣ ବିଲ (ସମ୍ୱିଧାନ ୧୩୧ତମ…

ସିବିଏସ୍‌ଇ ମାଟ୍ରିକ ପରୀକ୍ଷାରେ ସ୍ମିତାରାଣୀଙ୍କ କୃତିତ୍ୱ

ବଲାଙ୍ଗୀର,୧୭ା୪(ସୁନିଲ କୁମାର ମହାନ୍ତି): ସିବିଏସ୍‌ଇ ମାଟ୍ରିକ ପରୀକ୍ଷାରେ ସେମଫୋର୍ଡ ଫ୍ୟୁଚରିଷ୍ଟିକ ବିଦ୍ୟାଳୟର ଛାତ୍ରୀଛାତ୍ର ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ସ୍ମିତାରାଣୀ ସାହୁ ୯୭.୨ ପ୍ରତିଶତ ସହ ସ୍କୁଲ…

ଜୀବିତ ବ୍ୟକ୍ତିଙ୍କୁ ମୃତ ଦର୍ଶାଉଛି ଆଧାରକାର୍ଡ ତଥ୍ୟ, ସଂଶୋଧନ ପାଇଁ ୪ ମାସ ହେଲା ଦୌଡୁଛନ୍ତି ଡାକସେବକ

ଦିଗପହଣ୍ଡି,୧୭ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସାହାସପୁର ଗ୍ରାମର କେ.ରକି ଦୋରା(୨୪) ଯୁକ୍ତ ୩ (ସ୍ନାତକ) ପାସ କରିବା ପରେ ଗତ ୨୦୨୩ରୁ ଦିଗପହଣ୍ଡି…

ମହିଳା ସଂରକ୍ଷଣ ବିଲ୍‌ କାଟ୍‌ ଖାଇବା ପରେ ରାହୁଲଙ୍କ ବଡ଼ ବୟାନ, ରାଜନୀତିରେ ହଲଚଲ…

ନୂଆଦିଲ୍ଲୀ,୧୭।୪: ଲୋକ ସଭାରେ ମହିଳା ସଂରକ୍ଷଣ ବିଲ ପାସ ହୋଇପାରି ନାହିଁ। ଏନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି ଯେ ଏହା ସମ୍ୱିଧାନ ଉପରେ ଆକ୍ରମଣ…

ମୋଦି ସରକାରଙ୍କୁ ଝଟ୍‌କା, ଲୋକ ସଭାରେ କାଟ୍‌ ଖାଇଲା ମହିଳା ସଂରକ୍ଷଣ ବିଲ୍‌

ନୂଆଦିଲ୍ଲୀ,୧୭।୪: କାଟ୍‌ ଖାଇଲା ମହିଳା ସଂରକ୍ଷଣ ବିଲ୍‌ । ଲୋକ ସଭାର ସ୍ବତନ୍ତ୍ର ଅଧିବେଶନରେ ମହିଳା ସଂରକ୍ଷଣ ବିଲକୁ ନେଇ ଭୋଟିଂ ହୋଇଥିଲା । ଯେଉଁଥିରେ କାଟ୍‌…

ଏବେ ପାଇପ୍‌ ଖୋଲିଲେ ଆସିବ LPG, ଓଡ଼ିଶାର ଏହି ରୁଟ୍‌ରେ ଆସିବ ପାଇପ୍‌ଲାଇନ

ନୂଆଦିଲ୍ଲୀ,୧୭।୪: ଭାରତ ସରକାର ଦେଶର ତରଳ ପେଟ୍ରୋଲିୟମ ଗ୍ୟାସ (LPG) ଯୋଗାଣ ଶୃଙ୍ଖଳକୁ ସମ୍ପୂର୍ଣ୍ଣ ରୂପାନ୍ତରିତ କରିବା ଏବଂ ଏହାର ସୁରକ୍ଷା ବୃଦ୍ଧି କରିବା ଦିଗରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri