ଖାଇବା କମାଇଦେଲେଣି ଗ୍ରାମାଞ୍ଚଳର ୫୦% ପରିବାର

ନୂଆଦିଲ୍ଲୀ,୧୪ା୫(ପି.ଟି.): କରୋନା ମହାମାରୀ ଜନିତ ଲକ୍‌ଡାଉନ ଯୋଗୁ ଗ୍ରାମାଞ୍ଚଳ ଜନସାଧାରଣ ଖାଇବା କମାଇଦେଇଥିବା ଏକ ସର୍ଭେରୁ ଜଣାପଡ଼ିଛି। ଲକ୍‌ଡାଉନ ସମୟରେ ୧୨ଟି ରାଜ୍ୟରୁ ୫୦୦୦ରୁ ଊର୍ଦ୍ଧ୍ୱ ଗ୍ରାମୀଣ ପରିବାର ଉପରେ ଏକ ସର୍ଭେ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଅଧା ପରିବାର ଲକ୍‌ଡାଉନ ବେଳେ ଖାଇବା କମାଇଦେଇଥିବା କହିଛନ୍ତି। ସେହିପରି ୬୮ ପ୍ରତିଶତ ପରିବାର ବ୍ୟଞ୍ଜନ ସଂଖ୍ୟା କମାଇଥିବା ସର୍ଭେରୁ ଜଣାପଡିଛି। ସାଧାରଣ ବଣ୍ଟନ ବ୍ୟବସ୍ଥା ଜରିଆରେ ୮୪ ପ୍ରତିଶତ ପରିବାରକୁ ଖାଦ୍ୟଶସ୍ୟ ମିଳିଥିବାବେଳେ ୩୭%ଙ୍କ ଘରେ ରାଶନ ସାମଗ୍ରୀ ପହଞ୍ଚୁଛି। ୨୪ ପ୍ରତିଶତ ଖାଦ୍ୟଶସ୍ୟ ଗାଁର ଅନ୍ୟ ଲୋକଙ୍କଠାରୁ ଉଧାର ନେଉଥିବାବେଳେ ୧୨%ଙ୍କୁ ମାଗଣା ଖାଦ୍ୟ ମିଳୁଛି। ବୁଧବାର ଏକ ଇଣ୍ଟରନେଟ ସେମିନାରରେ ଏହି ରିପୋର୍ଟ ପ୍ରକାଶ ପାଇଛି।
ସର୍ଭେ ଅନୁଯାୟୀ ପରିବାରଗୁଡ଼ିକ ରବି ଅପେକ୍ଷା ଖରିଫ୍‌ ଶସ୍ୟ ଉପରେ ଅଧିକ ନିର୍ଭର କରିଥିଲେ। ଏବେ ସେମାନଙ୍କ ପାଖରେ ଗଚ୍ଛିତ ଶସ୍ୟ ସରି ସରି ଆସିଲାଣି। ତେଣୁ ସେମାନେ ଦିନକୁ କମ୍‌ ଥର ଖାଇବା ସହ ଅଳ୍ପ ଖାଇବାକୁ ବାଧ୍ୟ ହେଉଛନ୍ତି। ଅଧିକାଂଶ ପିଡିଏସ୍‌ ଉପରେ ନିର୍ଭର କରୁଛନ୍ତି। ଚଳିତ ବର୍ଷ ଲକ୍‌ଡାଉନ ଯୋଗୁ ଖରିଫ ଚାଷ ପାଇଁ ପ୍ରସ୍ତୁତି କମିଯାଇଛି। ଏଥିପାଇଁ ଚାଷୀଙ୍କୁ ସରକାରଙ୍କ ପକ୍ଷରୁ ବିହନ, ସାର ଓ କୃଷିଋଣ ଯୋଗାଇଦିଆଯିବା ଜରୁରୀ। ବହୁସଂଖ୍ୟାରେ ପ୍ରବାସୀ ଶ୍ରମିକ ନିଜ ରାଜ୍ୟକୁ ଫେରୁଥିବାରୁ ଗ୍ରାମାଞ୍ଚଳ ସ୍ଥିତି ଆହୁରି ଖରାପ ହେବ। ବାହାରେ କଳକାରଖାନାରେ କାମ କରୁଥିବା ଏହି ଲୋକମାନେ ଗାଁରେ କାମଧନ୍ଦା ନ ପାଇଁ ବେରୋଜଗାର ହେବେ। ଲକ୍‌ଡାଉନ ଏବଂ ଗୁଜବ ଗୋପାଳନ ଓ କୁକୁଡ଼ା ଚାଷକୁ ଗୁରୁତର ପ୍ରଭାବିତ କରିଛି। ଖର୍ଚ୍ଚ କମାଇବା ଲାଗି ଲୋକେ ଖାଦ୍ୟ ଅଭ୍ୟାସ ବଦଳାଇବାକୁ ବାଧ୍ୟ ହୋଇଛନ୍ତି। ଓଡ଼ିଶା ସମେତ ଆସାମ, ବିହାର, ଛତିଶଗଡ଼, ଗୁଜରାଟ, ଝାଡ଼ଖଣ୍ଡ, କର୍ନାଟକ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ରାଜସ୍ଥାନ, ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗରେ ଏହି ସର୍ଭେ କରାଯାଇଥିଲା। ସିଭିଲ୍‌ ସୋସାଇଟି ସଂଗଠନ ପିଆର୍‌ଏଡିଏଏନ୍‌, ଆକ୍ସନ ଫର ସୋସିଆଲ ଆଡଭାନ୍ସମେଣ୍ଟ, ବିଏଆଇଏଫ୍‌, ଟ୍ରାନ୍ସଫର୍ମ ରୁରାଲ ଇଣ୍ଡିଆ ଫାଉଣ୍ଡେଶନ, ଗ୍ରାମୀଣ ସହର, ଏସ୍‌ଏଏଟିଏଚ୍‌ଆଇ-ୟୁୂପି ଏବଂ ଆଗା ଖାନ୍‌ ରୁରାଲ ସପୋର୍ଟ ପ୍ରୋଗ୍ରାମ ମିଳିତ ଭାବେ ଏହି ସର୍ଭେ କରିଥିବାବେଳେ ବିକାଶ ଅନଭେଶ ଫାଉଣ୍ଡେଶନ ଓ ସମ୍ବୋଧୀ ତରଫରୁ ଗବେଷଣାତ୍ମକ ସହାୟତା ଯୋଗାଇଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ବିବାଦରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ

ଡେରାଡୁନ,୨୧।୩: ଉତ୍ତରାଖଣ୍ଡ ସିଏମ ତିରଥ ସିଂ ରାୱତଙ୍କ ଆଉ ଏକ ବିବାଦୀୟ ମନ୍ତବ୍ୟ ସାମ୍ନାକୁ ଆସିଛି। ରବିବାର ଏକ ସରକାରୀ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ପାଇଁ...

ମିସ୍‌ ଡିଭା ୟୁନିଭର୍ସ ଦିବିତା ରାୟ

ନୂଆଦିଲ୍ଳୀ,୨୯।୮: ଚଳିତବର୍ଷର ମିସ୍‌ ଡିଭା ୟୁନିଭର୍ସ ପ୍ରତିଯୋଗିତାରେ କର୍ନାଟକର ଦିବିତା ରାୟ ବିଜୟିନୀ ହୋଇଛନ୍ତି। ୧୦ମ ଡିଭା ୟୁନିଭର୍ସ ପ୍ରତିଯୋଗିତାରେ ମୁଖ୍ୟ ଅତିଥି ଭାବେ ଯୋଗ...

ଦୁର୍ଘଟଣାରେ ୨୦ ଯାତ୍ରୀ ଜଳିଗଲେ

କନୌଜ,୧୧ା୧: ଉତ୍ତରପ୍ରଦେଶର କନୌଜ ଜିଲାରେ ଶୁକ୍ରବାର ଏକ ଘରୋଇ ଡବଲ ଡେକର ବସ୍‌ ସହ ଟ୍ରକ ମୁହାଁମୁହିଁ ଧକ୍କାଖାଇବା ପରେ ଗାଡ଼ି ଦୁଇଟିରେ ନିଆଁ ଲାଗିଯିବାରୁ...

ଚଳିତ ବର୍ଷ ଶିଶୁଙ୍କୁ ଦିଆଯାଇ ପାରିବ ନାହିଁ କରୋନା ଟିକା

ନୂଆଦିଲ୍ଲୀ,୧୩ ।୮: ଚଳିତ ବର୍ଷ କରୋନା ମହାମାରୀଠାରୁ ଦୂରେଇ ରହିବାକୁ ଶିଶୁମାନଙ୍କୁ ଟିକା ଦିଆଯାଇ ପାରିବ ନାହିଁ ବୋଲି ଜଣାପଡିଛି । କୋଭିଡ ଟାସ୍କ ଫୋର୍ସର...

ଲାଲୁଙ୍କୁ ମିଳିଲା ନାହିଁ ଜାମିନ

ରାଞ୍ଚି,୨୭ ।୧୧: ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ଜାମିନ ଆବେଦନର ଶୁଣାଣି ଶୁକ୍ରବାର ହାଇକୋର୍ଟରେ ହୋଇଛି । ଏହି ସମୟରେ ଲାଲୁଙ୍କ ଓକିଲ ସିବିଆଇର...

ତପୋବନ ସୁଡ଼ଙ୍ଗ ଖୋଲିବାରେ ଉଦ୍ଧାରକାରୀ ଦଳ ଅସଫଳ: ଅନ୍ୟ ରାସ୍ତାର ସନ୍ଧାନ ଜାରି

ଡେରାଡୁନ୍‌,୯।୨: ଉତ୍ତରାଖଣ୍ଡ ଚାମୋଲିରେ ଘଟିଥିବା ହିମସ୍ଖଳନ ବିତ୍ପାତ ଦେଶବାସୀଙ୍କୁ ସ୍ତବ୍ଧ କରିଦେଇଛି। ଉଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିିରେ ଜାରି ରହିଛି। ତେବେ ତପୋବନ ଟନେଲରେ ଅଟକିଥିବା...

କମଲନାଥଙ୍କ ପରେ ଏବେ ଅଭଦ୍ର ଟିପ୍ପଣି ଦେଇ ଚର୍ଚ୍ଚାରେ ଶିବରାଜଙ୍କ ମନ୍ତ୍ରୀ

ଭୋପାଳ,୨୦ ।୧୦: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ବୟାନ ପରେ ଏବେ ବିବାଦ ଥମିନାହିଁ । କନ୍ତୁ ଏହାରି ଭିତରେ ଭାରତୀୟ ଜନତା ପାର୍ଟି(ଭାଜପା)ର ଜଣେ...

ଉଚ୍ଚରକ୍ତଚାପରୁ ଦୂରେଇ ରହିବା ପାଇଁ ଆପଣାନ୍ତୁ ଏହି ଉପାୟ…

ପରିବର୍ତ୍ତିତ ଜୀବନ ଶୈଳୀରେ ବିଭିନ୍ନ କାରଣରୁ କେତେକଙ୍କ କ୍ଷେତ୍ରରେ ରକ୍ତଚାପ ଦେଖାଯାଇଥାଏ। ଆୟୁର୍ବେଦରେ ରକ୍ତଚାପରୁ ଦୂରେଇ ରହିବା ପାଇଁ ଅନେକ ସହଜ ଘରୋଇ ଉପଚାର ସମ୍ପର୍କରେ...

Advertisement
Archives

Model This Week