ଖର୍ଚ୍ଚ ହୋଇପାରୁନାହିଁ ବିଜୁ କେବିକେ ଅର୍ଥ : ବିଧାୟକ ପାଣ୍ଠିରୁ ଖର୍ଚ୍ଚ ହୋଇଛି ମାତ୍ର ୬୫ ପ୍ରତିଶତ

ଭୁବନେଶ୍ୱର,୨୨ା୭(ବ୍ୟୁରୋ) : ରାଜ୍ୟର ପଛୁଆ ଜିଲାଗୁଡ଼ିକର ବିକାଶ ପାଇଁ ଅନେକ ଯୋଜନା ହୋଇଛି। ଏଥିପାଇଁ ପ୍ରତି ଆର୍ଥିକ ବର୍ଷରେ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ଭାବେ ଅନୁଦାନ ବ୍ୟବସ୍ଥା ମଧ୍ୟ ରହୁଛି। ହେଲେ ଆଶ୍ଚର୍ଯ୍ୟର ବିଷୟ, କୌଣସି ବର୍ଷରେ ଅନୁଦାନ ଅର୍ଥ ସମ୍ପୂର୍ଣ୍ଣ ଖର୍ଚ୍ଚ ହୋଇପାରୁନାହିଁ। ଅବିଭକ୍ତ କୋରାପୁଟ, ବଲାଙ୍ଗୀର, କଳାହାଣ୍ଡିର ଉନ୍ନତି ପାଇଁ କରାଯାଇଥିବା ବିଜୁ କେବିକେ ଯୋଜନା ଅର୍ଥ ଶତପ୍ରତିଶତ ଖର୍ଚ୍ଚ ହୋଇପାରୁନାହିଁ ବୋଲି ଖୋଦ୍‌ ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଉତ୍ତରରୁ ଏହା ସ୍ପଷ୍ଟ ହୋଇଛି।
ଯୋଜନା ଓ ସଂଯୋଜନା ମନ୍ତ୍ରୀ ପଦ୍ମନାଭ ବେହେରା ଗତ ୧୮ ତାରିଖରେ କଂଗ୍ରେସ ସଭ୍ୟ ସନ୍ତୋଷ ସିଂ ସାଲୁଜାଙ୍କ ଅଣତାରକା ପ୍ରଶ୍ନ ନଂ.୧୧୦୯ର ଉତ୍ତରରେ ଏ ନେଇ ତଥ୍ୟ ପ୍ରଦାନ କରିଛନ୍ତି। ୨୦୧୪-୧୫ରୁ ୨୦୧୮-୧୯ ଆର୍ଥିକ ବର୍ଷ ଯାଏ ସରକାର ମୋଟ ୬୦,୦୦୦ ଲକ୍ଷ ଟଙ୍କା ଅନୁଦାନ ଦେଇଛନ୍ତି। ସମାନ ସମୟରେ ତନ୍ମଧ୍ୟରୁ ୩୫,୪୬୫.୯୭ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ଅବଶିଷ୍ଟ ୨୪,୫୩୪.୦୩ ଲକ୍ଷ ଖର୍ଚ୍ଚ ନ ହୋଇ ବଳକା ରହିଛି। ସେଥିମଧ୍ୟରୁ ବଲାଙ୍ଗୀର ଜିଲାରେ ୪୨୪୦.୯୮ ଲକ୍ଷ ଟଙ୍କା, କଳାହାଣ୍ଡିରେ ୪୦୫୯.୦୧ ଲକ୍ଷ, ରାୟଗଡ଼ାରେ ୩୬୯୮.୭୮ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ନ ଥିବା ଜଣାପଡିଛି। ଅନୁରୂପ ଭାବେ କୋରାପୁଟରେ ୩୨୬୯ ଲକ୍ଷ, ସୁବର୍ଣ୍ଣପୁରରେ ୨୮୨୯.୯୩ ଲକ୍ଷ, ନୂଆପଡ଼ାରେ ୨୨୮୮.୪୧ ଲକ୍ଷ ଏବଂ ନବରଙ୍ଗପୁର ଜିଲାରେ ୨୨୨୨.୬୬ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇନାହିଁ। ଏହି ସମୟରେ କୋରାପୁଟ ଓ ବଲାଙ୍ଗୀର ଜିଲାକୁ ସର୍ବାଧିକ ୧୦,୫୦୦ ଲକ୍ଷ ଟଙ୍କାର ଅନୁଦାନ ମିଳିଛି। ସେହିପରି ମାଲକାନଗିରିକୁ ୫୨୫୦ ଲକ୍ଷ, ନବରଙ୍ଗପୁରକୁ ୭୫୦୦ ଲକ୍ଷ, ରାୟଗଡ଼ାକୁ ୮,୨୫୦ ଲକ୍ଷ, ସୁବର୍ଣ୍ଣପୁରକୁ ୪,୫୦୦ ଲକ୍ଷ, କଳାହାଣ୍ଡିକୁ ୯,୭୫୦ ଲକ୍ଷ ଏବଂ ନୂଆପଡ଼ାକୁ ୩,୭୫୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା।
ସେହିପରି ବିଧାୟକ ପାଣ୍ଠି ଯୋଜନା ଅଧୀନରେ ୨୦୧୪-୧୫ ଆର୍ଥିକ ବର୍ଷରୁ ୨୦୧୮-୧୯ ମଧ୍ୟରେ ରାଜ୍ୟର ୩୦ଟି ଜିଲାକୁ ୭୩,୫୦୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ହେଲେ ତନ୍ମଧ୍ୟରୁ ୪୮,୩୬୨ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି। ଯାହାକି ମଞ୍ଜୁର ଅର୍ଥର ୬୫ ପ୍ରତିଶତ। ୨୫,୧୩୮ ଲକ୍ଷ ଟଙ୍କା ଖର୍ଚ୍ଚ ହେବାକୁ ବାକି ରହିଛି। ରାଜଧାନୀ ଭୁବନେଶ୍ୱର ଆସୁଥିବା ଖୋର୍ଦ୍ଧା ଜିଲାରେ ସର୍ବାଧିକ ୨୪୬୩.୫୩ ଲକ୍ଷ ଟଙ୍କା ଖର୍ଚ୍ଚ ହେବାକୁ ବାକି ରହିଛି। ହେଲେ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲାରେ ସର୍ବନିମ୍ନ ୮୧.୫୫ ଲକ୍ଷ ଟଙ୍କା ଖର୍ଚ୍ଚ ହେବାକୁ ବାକି ରହିଛି। ବିଜୁ କେବିକେ ଯୋଜନାରେ ବ୍ଲକ ପିଛା ୧.୫ କୋଟି ହିସାବରେ ୮ କେବିକେ ଜିଲାକୁ ବାର୍ଷିକ ୧୨୦ କୋଟି ଏବଂ ବିଧାୟକ ପାଣ୍ଠି ବାବଦକୁ ପ୍ରତି ନିର୍ବାଚନ ମଣ୍ଡଳୀକୁ ବାର୍ଷିକ ଏକ କୋଟି ଟଙ୍କା ଅନୁଦାନ ଦିଆଯାଇଥାଏ ବୋଲି ମନ୍ତ୍ରୀ ପଦ୍ମନାଭ ଉଲ୍ଲେଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷାରେ ବେହାଲ ବରଗଡ଼ ସହର, ତଳି ଅଞ୍ଚଳ ଜଳମଗ୍ନ

ବରଗଡ଼,୬।୭,(ପ୍ରେମାନନ୍ଦ ଖମାରୀ): ବିିକଶିତ ବରଗଡ଼ ଲକ୍ଷ୍ୟ ନେଇ ରାସ୍ତାପାର୍ଶ୍ୱରୁ ଜବରଦଖଲ ଉଚ୍ଛେଦ ହୋଇଛି। ସେଠାରେ ଡ୍ରେନ ନିର୍ମାଣ କରାଯାଇଛି। କେଉଁଠି ଡ୍ରେନ ନିର୍ମାଣ ସରିଛି ତ ଆଉ…

ବରଗଡ଼ ଜିଲାରେ ଆଜି ସ୍କୁଲ ଛୁଟି

ବରଗଡ଼,୬ା୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବର୍ଷା ଲାଗି ରହିଛି। ଭାରତୀୟ ପାଣିପାଗ ବିଭାଗ ମଧ୍ୟ ବରଗଡ଼ ଜିଲାରେ ସୋମବାର ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ…

ଚାକିରି ଛାଡ଼ିବା ପରେ ବଡ଼ କଥା କହିଦେଲେ ଭୁବନେଶ୍ୱର ଡିସିପି, ଓଡ଼ିଶାର ଲୋକେ…

ଭୁବନେଶ୍ୱର,୬ା୭: ଚାକିରି ଛାଡ଼ିବା ପରେ ଭୁବନେଶ୍ୱର ଡିସିପି ଜଗମୋହନ ମୀନା ଓଡ଼ିଶାବାସୀଙ୍କ ପାଇଁ ଏକ ବଡ଼ କଥା କହିଛନ୍ତି। ସେ କହିଛନ୍ତି, ଓଡ଼ିଶାର ଲୋକେ ବହୁତ ଭଲ।…

ସମ୍ବଲପୁରରେ ପ୍ରବଳ ବର୍ଷା: ଜଣେ ଭାସିଗଲେ, ଜଣେ ଉଦ୍ଧାର

ସମ୍ବଲପୁର,୬ା୭(ପ୍ରମୋଦ ବହିଦାର): ସମ୍ବଲପୁରରେ ଗତ ୪ ଦିନ ଧରି ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିଥିବା ବେଳେ ଗତ ରାତ୍ରି ତମାମ ଅବିଶ୍ରାନ୍ତ ବର୍ଷା ଫଳରେ…

ହତ୍ୟା କରି ନଦୀରେ ଫିଙ୍ଗିଦେଲେ, ଗାଁରେ ଉତ୍ତେଜନା

ନୟାଗଡ଼,୬ା୭(ଲୋକନାଥ ମିଶ୍ର): ନୟାଗଡ଼ ସଦର ଥାନା ଡାଳିଆମଡ଼ା ଗାଁରେ ଏକ ଅଭାବନୀୟ କାଣ୍ଡ ଘଟିଚି। ଅଭି ସାହୁ ନାମକ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରି ରବିବାର ରାତିରେ…

କନ୍ଧମାଳରେ ସବୁ ବିଦ୍ୟାଳୟ ଛୁଟି: ମୋବାଇଲ ନେଟ୍‌ଓ୍ବର୍କ୍‌ ନ ଥିବାରୁ ଶିକ୍ଷକଙ୍କ ନିକଟରେ ପହଞ୍ଚିପାରୁନି ନିର୍ଦ୍ଦେଶନାମା

ଦାରିଙ୍ଗବାଡ଼ି,୬ା୭(ଅରୁଣ ସାହୁ): କନ୍ଧମାଳ ଜିଲାରେ ଗୁରୁବାର ବିଳମ୍ବିତ ରାତିରୁ ଲଗାଣ ବର୍ଷା ଜାରି ରହିଛି। ଏଥିପାଇଁ ସୋମବାର ବାଟିକାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟକୁ ଛୁଟି ରଖିବା…

ଦାରିଙ୍ଗବାଡ଼ି ଅଞ୍ଚଳରେ ଲଗାଣ ବର୍ଷା: ୩ ଦିନ ହେଲା ଅନ୍ଧାରରେ ଏକାଧିକ ପଞ୍ଚାୟତ, ଲୋକଙ୍କୁ ଡିବି-ଲଣ୍ଠନ ଭରସା

ଦାରିଙ୍ଗବାଡ଼ି,୬ା୭(ଅରୁଣ ସାହୁ): କନ୍ଧମାଳ ଜିଲାରେ ଗୁରୁବାର ବିଳମ୍ବିତ ରାତିରୁ ଲଗାଣବର୍ଷା ଜାରି ରହିଛି। ଫଳରେ ଅଞ୍ଚଳରେ ଏକ ପ୍ରକାର ଅଚଳାବସ୍ଥା ଦେଖାଯାଇଛି। ବର୍ଷା ପରଠାରୁ ବିଦ୍ୟୁତ୍‌ ବାରମ୍ବାର…

ଏଇ ଭାରତରେ

ରକ୍ତଦାନ ମହାପୁଣ୍ୟ, ଏହି ଉକ୍ତିର ଯଥାର୍ଥତା ପ୍ରତିପାଦନ କରିଛନ୍ତି ତେଲଙ୍ଗାନାର ଭି. ରାମକୃଷ୍ଣ ରେଡ୍ଡୀ। ସେ ୩୦ ବର୍ଷ ଧରି ରକ୍ତଦାନ କାର୍ଯ୍ୟକ୍ରମକୁ ସଫଳତାର ସହ ସଞ୍ଚାଳନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri