ଖର୍ଚ୍ଚ ନ ହୋଇ ପଡ଼ି ରହିଛି ରାଉରକେଲା ସ୍ମାର୍ଟ ସିଟି ପ୍ରକଳ୍ପ ଅର୍ଥ: ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ି ଧର୍ମେନ୍ଦ୍ରଙ୍କ ଚିଠି

ଭୁବନେଶ୍ୱର,୨୬।୯(ବ୍ୟୁରୋ)- ଖର୍ଚ୍ଚ ନ ହୋଇ ପଡ଼ି ରହିରହିଛି ରାଉରକେଲା ସ୍ମାର୍ଟ ସିଟି ପ୍ରକଳ୍ପ ଲାଗି ମଞ୍ଜୁର ହୋଇଥିବା ଅର୍ଥ। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ର ନଗର ଉନ୍ନୟନ ମନ୍ତ୍ରୀ ହରଦୀପ ସିଂଙ୍କୁ ପୃଥକ ପୃଥମ ଭାବେ ଚିଠି ଲେଖିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି କାମ ତ୍ୱରାନ୍ବିତ କରିବା ଲାଗି ଧର୍ମେନ୍ଦ୍ର ଉଭୟଙ୍କର ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡ଼ିଛନ୍ତି।

ଚିଠିରେ ଧର୍ମେନ୍ଦ୍ର ଉଲ୍ଲେଖ କରିଛନ୍ତି ଯେ, ୨୦୧୫-୧୬ରୁ ୨୦୧୭-୧୮ ଆର୍ଥିକ ବର୍ଷରେ ରାଉରକେଲାର ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ୩୭୬ କୋଟି ଟଙ୍କା ଅନୁଦାନ ଦେଇଛନ୍ତି। ଏଥିରୁ ମାତ୍ର ୨୨.୨୩ କୋଟି ଟଙ୍କା ଖର୍ଚ୍ଚ ହୋଇପାରିଛି, ଯେଉଁଥିରୁ କେବଳ କନ୍‌ସଲଟାନ୍ସି ବାବଦରେ ୧୬ କୋଟି ୩୭ଲକ୍ଷ ଟଙ୍କା ବିନିଯୋଗ ହୋଇଥିବା ସୂଚନା ଅଧିକାରରେ ମିଳିଥିବା ତଥ୍ୟରେ ଉଲ୍ଲେଖ ରହିଥିବା ଦର୍ଶାଇ ଧର୍ମେନ୍ଦ୍ର ଚିନ୍ତାବ୍ୟକ୍ତ କରିଛନ୍ତି । ପ୍ରଚୂର ଅର୍ଥ ବ୍ୟୟବରାଦ ସତ୍ତ୍ୱେ ରାଉରକେଲା ସ୍ମାର୍ଟ ସିଟି ପ୍ରକଳ୍ପର ଉଦ୍ଦିଷ୍ଟ ଅର୍ଥକୁ ଖର୍ଚ୍ଚ ନ କରିବା ଚିନ୍ତାର ବିଷୟ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଖାଇଥିଲେ ପାଇଲଟ: ଏୟାର ଇଣ୍ଡିଆ ବିମାନ ୩୦୦ ଫୁଟ୍‌ ଖସିବା ଘଟଣାରେ ଚାଞ୍ଚଲ୍ୟକର ଖୁଲାସା

ନୂଆଦିଲ୍ଲୀ,୧୨ା୮:ଏୟାର ଟର୍ବୁଲାନ୍ସ ଯୋଗୁ ଗତ ୪ ତାରିଖରେ ଫୁକେଟ୍‌ରୁ ଦିଲ୍ଲୀ ଯାଉଥିବା ଏୟାର ଇଣ୍ଡିଆ ବିମାନ ହଠାତ୍‌ ୩୦୦ ଫୁଟ୍‌ ତଳକୁ ଖସିବାରୁ ୧୭ ଜଣ ଯାତ୍ରୀ…

ଦିନ ଦ୍ୱିପ୍ରହରରେ ପ୍ରଧାନଶିକ୍ଷକଙ୍କ ଘରୁ ଚୋରି ଉଦ୍ୟମ: ଗାଡ଼ି ଗ୍ଲାସ ଭାଙ୍ଗିଲା ମାତ୍ରେ ବାଜିଲା ସାଇରନ୍‌, ଆଉ ତା’ପରେ…

ମୋହନା,୧୨।୮( ମନ୍ମଥ ମିଶ୍ର ): ଦ୍ୱିପ୍ରହରରେ ଚୋରି ଉଦ୍ୟମ। ଘରେ କେହି ନଥିବାର ସୁଯୋଗ ନେଇ ଚୋରି ପାଇଁ ଘରେ ପଶିବାକୁ ଉଦ୍ୟମ କରିଥିଲେ ଚୋର। ହେଲେ…

ସମ୍ଭାବନାର ଉପପାଦ୍ୟ

ବହୁତ ଦିନ ତଳର କଥା। ଥରେ ହରିଣଟିଏ ବାଣୁଆଠାରୁ ନିଜକୁ ରକ୍ଷା କରିବାକୁ ପ୍ରାଣ ବିକଳରେ ଖୁବ୍‌ ଜୋର୍‌ରେ ଦୌଡୁଥାଏ। ବାଣୁଆ ମଧ୍ୟ ହରିଣକୁ ଶିକାର କରିବାକୁ…

ହାତୀ ବଞ୍ଚିଲେ ଜଙ୍ଗଲ ରହିବ: ଘାତକ ସାଜୁଛି ବିଦ୍ୟୁତ୍‌ ତାର

ପରିବେଶ ସନ୍ତୁଳନ ରକ୍ଷା ଏବଂ ଜଙ୍ଗଲ ସୃଷ୍ଟିରେ ହାତୀଙ୍କର ରହିଛି ପ୍ରମୁଖ ଭୂମିକା। କିନ୍ତୁ ହାତୀ-ମଣିଷ ସଂଘର୍ଷ, ଆବାସସ୍ଥଳୀର କ୍ଷୟ ଏବଂ ହାତୀଙ୍କର ସୁରକ୍ଷିତ ଚଳପ୍ରଚଳ ଏବେ…

ଧବଳେଶ୍ୱରଙ୍କୁ ଖୋଜୁଛନ୍ତି ମା’ବାପା: ପୋଲିସ କହୁଛି କିନ୍ନରଙ୍କ ସହ ରହୁଛନ୍ତି…

ଭୁବନେଶ୍ୱର, ୧୨ା୮(ପ୍ରସନଜିତ୍‌ ସାହୁ):ବରମୁଣ୍ଡାର ଦଶମ ଶ୍ରେଣୀ ଛାତ୍ର ପ୍ରିୟାଂଶୁ ବେହେରାଙ୍କ ନିଖୋଜ ଘଟଣାକୁ ଏକ ମାସରୁ ଅଧିକ ଦିନ ବିତିଥିବା ବେଳେ ପୁଣି ଜଣେ ନାବାଳକ ନିଖୋଜ…

ଝଡ଼ବର୍ଷା ପ୍ରଭାବିତଙ୍କୁ ମିଳିନି କ୍ଷତିପୂରଣ: ଜିଲାପାଳଙ୍କୁ ପଡ଼ାବାସୀ ଫେରାଦ

ବରଗଡ଼,୧୨।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଗତ ଜୁଲାଇ ୨୮ତାରିଖରେ ହୋଇଥିବା ଝଡ଼ବର୍ଷା ଜିଲାବାସୀଙ୍କ ନିଦ ହଜାଇ ଦେଇଥିଲା। ଏଥିରେ ବରଗଡ଼ ବ୍ଲକ ଅନ୍ତର୍ଗତ ଚକରକେନ୍ଦ ସର୍ବାଧିକ ପ୍ରଭାବିତ ହୋଇଥିଲା।…

ଆଜି ଅମାବାସ୍ୟାରେ ସୂର୍ଯ୍ୟଗ୍ରହଣ: ୫ ରାଶିଙ୍କୁ ମିଳିବ ବଡ଼ ସୁଯୋଗ, ଏହି ରାଶି ଉପରେ ମାଡିଆସୁଛି ବିପଦ!

୧୨ ଅଗଷ୍ଟ, ୨୦୨୬ ରେ ଶ୍ରାବଣ ମାସର କୃଷ୍ଣ ପକ୍ଷର ଅମାବାସ୍ୟା ତିଥି ଏବଂ ବାର ବୁଧବାର ଅଟେ। ଏହା ଚାତୁର୍ମାସର ୧୯ ତମ ଦିନ, ଯାହାକି…

ହୀରାପୁର ଛକରେ ହେବ ଇଞ୍ଜିନିୟରିଂ କଲେଜ: ଲୋଇସିଂହା ଅଞ୍ଚଳବାସୀଙ୍କ ପାଇଁ ବଡ ଖୁସି ଖବର

ଲୋଇସିଂହା,୧୨।୮(ସୁଶାନ୍ତ ବାରିକ):ସ୍ବାଧୀନତା ଦିବସ ପୂର୍ବରୁ ବଲାଙ୍ଗୀର ଜିଲା ଲୋଇସିଂହା ଅଞ୍ଚଳବାସୀଙ୍କ ପାଇଁ ବଡ ଖୁସି ଖବର ଆସିଛି। ଲୋଇସିଂହା ଥାନା ହୀରାପୁର ଛକ ଅଞ୍ଚଳରେ ଚିହ୍ନଟ ଜାଗାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri