ଖରିଫ୍‌ରେ ଚାଷୀଙ୍କୁ ଉନ୍ନତ ମାନର ବିହନ ଯୋଗାଇବାକୁ ମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର, ୧୫।୫(ବ୍ୟୁରୋ): କରୋନା ଓ ଲକ୍‌ଡାଉନ୍‌ ପାଇଁ କୃଷି କାର୍ଯ୍ୟ ପ୍ରଭାତିତ ହୋଇଛି। ତେଣୁ ଚଳିତ ଖରିଫ୍‌ରେ ଚାଷୀମାନଙ୍କୁ ସୁବିଧାରେ ଅଧିକ ଉତ୍ପାଦନକ୍ଷମ ଓ ଉନ୍ନତ ମାନର ବିହନ ଯୋଗାଇ ଦେବା ପାଇଁ ଓଡ଼ିଶା ରାଜ୍ୟ ବିହନ ନିଗମକୁ କୃଷି ମନ୍ତ୍ରୀ ଅରୁଣ କୁମାର ସାହୁ ନିର୍ଦ୍ଦେଶ ଦେଇଛନ୍ତି। ଶୁକ୍ରବାର ମନ୍ତ୍ରୀ ନିଗମ ଦ୍ୱାରା ପରିଚାଳିତ ସାମନ୍ତପୁରସ୍ଥିତ ବିହନ ପ୍ରକ୍ରିୟାକରଣ କେନ୍ଦ୍ର, ରାଜ୍ୟ ବିହନ ପରୀକ୍ଷାଗାର, ଜିନ୍‌ ବ୍ୟାଙ୍କ୍‌ ଏବଂ ଚନ୍ଦକାସ୍ଥିତ ବିହନ ପ୍ରକ୍ରିୟାକରଣ ପ୍ଲାଣ୍ଟ୍‌ ପରିଦର୍ଶନ କରିଥିଲେ। ବିହନ ପ୍ରକ୍ରିୟାକରଣ କେନ୍ଦ୍ରରେ ମନ୍ତ୍ରୀ ବିହନର ପ୍ରକ୍ରିୟାକରଣ, ନମୁନା ସଂଗ୍ରହ ଏବଂ ପ୍ୟାକିଂ ଆଦି ହେଉଥିବା କାର୍ଯ୍ୟକୁ ଅନୁଧ୍ୟାନ କରିଥିଲେ। ବିହନ ପରୀକ୍ଷାଗାରରେ ବିହନର ଗୁଣାତ୍ମକ ମାନ କିପରି ପରୀକ୍ଷା କରାଯାଇଛି ସେ ସମ୍ପର୍କରେ ପଚାରି ବୁଝିଥିଲେ ଏବଂ ସର୍ବଦା ବିହନର ଗୁଣାତ୍ମକ ମାନ ବଜାୟ ରଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏଥିସହିତ ସେଠାରେ ଥିବା ବିହନ ଜିନ୍‌ ବ୍ୟାଙ୍କରେ ସାଇତି ରଖାଯାଇଥିବା ପ୍ରାୟ ୧୨୦୦ରୁ ୧୩୦୦ ପ୍ରକାରର ବିହନ ଦେଖିଥିଲେ। ଏହାପରେ ମନ୍ତ୍ରୀ ଚନ୍ଦକାସ୍ଥିତ ବିହନ ପ୍ରକ୍ରିୟାକରଣ ପ୍ଲାଣ୍ଟକୁ ଯାଇ ସେଠାରେ ବିହନର ପ୍ରକ୍ରିୟାକରଣ, ନମୁନା ସଂଗ୍ରହ ଏବଂ ଗୋଦାମରେ ବିହନ କିପରି ସୁରକ୍ଷିତ ଭାବେ ରଖାଯାଉଛି ସେ ସବୁକୁ ବୁଲି ଦେଖିଥିଲେ। ବିହନ ନିଗମର ପରିଚାଳନା ନିର୍ଦ୍ଦେଶକ ଜ୍ୟୋତି ପ୍ରକାଶ ମିଶ୍ର ଏବଂ ଅନ୍ୟ ଅଧିକାରୀ ଓ କର୍ମଚାରୀଙ୍କ ସହ ଆଲୋଚନା କରିବା ଅବସରରେ ରାଜ୍ୟରେ କୋଭିଡ୍‌-୧୯ ପରିସ୍ଥିତିରେ ଚାଷୀମାନଙ୍କୁ ବିହନ ଯୋଗାଣ ଦିଗରେ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ପଚାରି ବୁଝିଥିଲେ। ଚାଷୀମାନେ ଯେପରି ଠିକଣା ସମୟରେ ଉନ୍ନତ ମାନର ବିହନ ସହଜରେ ପାଇପାରିବେ ସେଥି ନିମନ୍ତେ ସମସ୍ତ ପ୍ରକାରର ପ୍ରସ୍ତୁତି କରିବା ନିମନ୍ତେ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବୁଡ଼ିଗଲେ ୨ ସାଙ୍ଗ

ରାୟଗଡ଼ା ଅଫିସ,୨୪ା୪: ପ୍ରବଳ ଗରମରୁ ସାମାନ୍ୟ ନିସ୍ତାର ପାଇବା ପାଇଁ ସାଙ୍ଗମାନଙ୍କ ସହ ସନ୍ଧ୍ୟାରେ ନାଗାବଳୀ ନଦୀକୁ ଗାଧୋଇବାକୁ ଯାଇଥିଲେ। ହେଲେ ଗଭୀର ଜଳରେ ବୁଡ଼ିଯାଇ...

ସୁରକ୍ଷା ପାଚେରି ଭାଙ୍ଗି ପଶିଲା ଜଙ୍ଗଲୀ ହାତୀ

ବାରଙ୍ଗ,୧୨।୨(ଡି.ଏନ୍‌.ଏ.): ନନ୍ଦନକାନନରେ ପୁଣି ସୁରକ୍ଷା ପାଚେରି ଭାଙ୍ଗି ଭିତରକୁ ପଶିଛନ୍ତି ଚନ୍ଦକା ଜଙ୍ଗଲର ଦୁଇଟି ହାତୀ। ପରିସରରେ ପଶି ଏଣେତେଣେ ବୁଲି ବୋଟ୍‌ ଘାଟ ପାଖ...

୨୪ରୁ ଶୀତ କମିବ

ଭୁବନେଶ୍ୱର,୨୦ା୧୨(ବ୍ୟୁରୋ): ଉତ୍ତର-ପୂର୍ବ ଦିଗରୁ ରାଜ୍ୟକୁ ଥଣ୍ଡା ବାୟୁ ପ୍ରବାହିତ ହେଉଛି। ଏହାର ପ୍ରଭାବରେ ରାଜ୍ୟରେ ଗତ କିଛିଦିନ ହେବ ପାରଦ ତଳମୁହାଁ ରହିଛି। ବିଶେଷ କରି...

୩୧ରୁ ବଢ଼ିବ ଶୀତ

ଭୁବନେଶ୍ୱର,୩୦।୧୨(ବ୍ୟୁରୋ): ରାଜ୍ୟରେ ଶୀତ କମିଯାଇଛି। ଗୋଟିଏ ଦୁଇଟି ସ୍ଥାନକୁ ବାଦ୍‌ ଦେଲେ ଅଧିକାଂଶ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ସେଲ୍‌ସିୟସ ଉପରେ ରହିଛି। ଆଞ୍ଚଳିକ...

ଅର୍ଚ୍ଚନା ଏବଂ ଅଧିକାରୀ

ଭୁବନେଶ୍ବର,୧୦ା୧୦(ବ୍ୟୁରୋ): ରାଜ୍ୟର ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ଗିରଫ ଘଟଣାକୁ ନେଇ ବର୍ତ୍ତମାନ ଗୋଟିଏ ପରେ ଗୋଟିଏ କଥା ସାମ୍ନାକୁ ଆସିବାରେ ଲାଗିଛି। ବଡ଼ବଡ଼ିଆଙ୍କୁ ପ୍ରେମ ଜାଲରେ...

ସୁସ୍ଥ ଅଛନ୍ତି ବିଜୟ ମହାନ୍ତି: ସବ୍ୟସାଚୀ କହିଲେ, ଗୁଜବ ସୃଷ୍ଟିକାରୀ ମାଗନ୍ତୁ କ୍ଷମା

ଭୁବନେଶ୍ୱର,୭।୭(ବ୍ୟୁରୋ): ବରିଷ୍ଠ ଓଡ଼ିଆ ଅଭିନେତା ବିଜୟ ମହାନ୍ତି ସୁସ୍ଥ ଅଛନ୍ତି। ତାଙ୍କୁ ନେଇ ଅନେକ ଗୁଜବ ତଥ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସେ...

ପୋଖରୀରେ ବୁଡ଼ିଗଲେ ୨ ଶିଶୁ

ବୈପାରିଗୁଡ଼ା,୫ା୧୧ (ଡି.ଏନ୍‌.ଏ.): କୋରାପୁଟ ଜିଲା ବୈପାରିଗୁଡା ଥାନା ଅଧୀନ ରାମଗିରି ଫାଣ୍ଡି ମାଠପଡା ପଞ୍ଚାୟତର ଗଇପଦର ଗ୍ରାମରେ ଶୁକ୍ରବାର ପୋଖରୀରେ ବୁଡ଼ି ୨ ଶିଶୁଙ୍କ ମୃତ୍ୟୁ...

ବିନା ଅନୁମତି ପତ୍ରରେ କର୍ମଚାରୀଙ୍କୁ ଛାଡ଼ିବନି ପୋଲିସ

ଭୁବନେଶ୍ୱର,୧୮।୭(ବ୍ୟୁରୋ): କର୍ତ୍ତୃପକ୍ଷଙ୍କ ଅନୁମତି ପତ୍ର ନ ଥିଲେ କର୍ମଚାରୀମାନେ ଅଫିସ ଯାଇପାରିବେନାହିଁ। ଏଣିକି ବିନା ଅନୁମତି ପତ୍ରରେ ଛାଡ଼ିବନି ପୋଲିସ। କର୍ମଚାରୀଙ୍କ ନାଁ କର୍ତ୍ତୃପକ୍ଷଙ୍କ ଅନୁମତି...

Advertisement
Archives

Model This Week