ଖରାପ ପରୀକ୍ଷା ଫଳକୁ ନେଇ ଗଣଶିକ୍ଷା ବିଭାଗର କଡ଼ା ଆଭିମୁଖ୍ୟ:ଶୂନ, ୫୦%ରୁ କମ୍‌ ଫଳ କରିଥିବା ହାଇସ୍କୁଲ ଶିକ୍ଷକଙ୍କ ଦରମା ବନ୍ଦ ହେବ

ଭୁବନେଶ୍ୱର,୨୮ା୮(ବ୍ୟୁରୋ):ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ହାଇସ୍କୁଲର ଖରାପ ପରୀକ୍ଷା ଫଳକୁ ନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ୨୦୧୯ ହାଇସ୍କୁଲ ସାର୍ଟିଫିକେଟ୍‌ ପରୀକ୍ଷାରେ କୌଣସି ଛାତ୍ରୀଛାତ୍ର ପାସ୍‌ କରି ନ ଥିବା ଅର୍ଥାତ୍‌ ଶୂନ ଫଳ କରିଥିବା ୮୨ଟି ହାଇସ୍କୁଲ ଏବଂ ୫୦ ପ୍ରତିଶତରୁ କମ୍‌ ପାସ୍‌ କରିଥିବା ହାଇସ୍କୁଲଗୁଡିକର ପ୍ରଧାନଶିକ୍ଷକଙ୍କ ଦରମା ଓ ବାର୍ଷିକ ଇନ୍‌କ୍ରିମେଣ୍ଟ ବନ୍ଦ ହେବ। ଏପରି କି ଅନୁଦାନକୁ ମଧ୍ୟ ବନ୍ଦ କରାଯିବ। ସେହି ଶିକ୍ଷକମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏ ନେଇ ତୁରନ୍ତ ପଦକ୍ଷେପ ନେବାକୁ ମାଧ୍ୟମିକ ସ୍କୁଲ ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ଜିଲାର ଶିକ୍ଷା ଅଧିକାରୀମାନଙ୍କୁ ମଙ୍ଗଳବାର ନିର୍ଦ୍ଦେଶ ଦିଆଯାଇଛି। ଶୂନ ଫଳ କରିଥିବା ୮୨ଟି ସ୍କୁଲକୁ ନିର୍ଦ୍ଦେଶାଳୟ ପକ୍ଷରୁ ୨୦୧୯ ଜୁନ ୭ ତାରିଖରେ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା। ନିମ୍ନମାନର ପରୀକ୍ଷା ଫଳ ପାଇଁ ସମ୍ପୃକ୍ତ ସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ଓ ଶିକ୍ଷକଙ୍କୁ କାହିଁକି ନିଲମ୍ବିତ କରା ନ ଯିବ ଏବଂ ସରକାର ଦେଉଥିବା ଅନୁଦାନ କାହିଁକି ବନ୍ଦ କରା ନ ଯିବ ବୋଲି କାରଣ ଦର୍ଶାଅ ନୋଟିସରେ କୁହାଯାଇଥିଲା। ସେହିପରି ୫୦ ପ୍ରତିଶତରୁ କମ୍‌ ଫଳ କରିଥିବା ହାଇସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ଏବଂ ପ୍ରାଧାନ ଶିକ୍ଷକଙ୍କୁ ମଧ୍ୟ ଏ ନେଇ ଜୁନ ୧୦ ତାରିଖରେ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା। ସପ୍ତାହ ମଧ୍ୟରେ ଏହାର ଜବାବ ଦେବାକୁ କୁହାଯାଇଥିଲା। ମାତ୍ର କୌଣସି ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ କିମ୍ବା ଶିକ୍ଷକ ଏହାର ଉତ୍ତର ଦେଲେ ନାହିଁ। ସ୍କୁଲଗୁଡିକର ଏଭଳି ବେଖାତିର ମନୋଭାବକୁ ନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ କ୍ଷୁବ୍ଧ ହୋଇଛି। ତୁରନ୍ତ ସମ୍ପୃକ୍ତ ସ୍କୁଲର ପ୍ରଧାନଶିକ୍ଷକଙ୍କ ବାର୍ଷିକ ଇନ୍‌କ୍ରିମେଣ୍ଟ ବନ୍ଦ କରିବା ସହ ଦଶମ ଶ୍ରେଣୀ ପିଲାଙ୍କୁ ପଢ଼ାଉଥିବା ଶିକ୍ଷକଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲା ଶିକ୍ଷାଧିକାରୀମାନଙ୍କୁ କଡା ନିର୍ଦ୍ଦେଶ ଦିଆଯାଇଛି। ଏ ନେଇ ରିପୋର୍ଟ ନିର୍ଦ୍ଦେଶାଳୟକୁ ଆସନ୍ତା ସପ୍ତାହ ମଧ୍ୟରେ ଦେବାକୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚର୍ଚ୍ଚିତ ଟୁଇଟ୍‌ : ମୁଖ୍ୟମନ୍ତ୍ରୀ, ସିଏମ୍‌ଙ୍କ ବ୍ୟକ୍ତିଗତ ସଚିବଙ୍କ ଫଟୋ ଭାଇରାଲ

ଭୁବନେଶ୍ୱର,୧ା୬(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ତାଙ୍କ ବ୍ୟକ୍ତିଗତ ସଚିବ ଭି.କାର୍ତ୍ତିକେୟନ ପାଣ୍ଡିଆନ। ଜଣେ ରାଜ୍ୟ ତଥା ଦେଶ ରାଜନୀତିରେ ଚର୍ଚ୍ଚିତ ନାମ। ଅନ୍ୟ ଜଣେ...

ମହିଳା ଆଇନଜୀବୀ ଦୀପାଳି ଆତ୍ମହତ୍ୟା ମାମଲା: ଖୋର୍ଦ୍ଧା ଜିଲା ଦୌରାଜଜ୍‌ କୋର୍ଟରେ ପୁରୁଷ ବନ୍ଧୁଙ୍କ ଆତ୍ମସମର୍ପଣ

ଭୁବନେଶ୍ୱର,୨୯ା୧(ବ୍ୟୁରୋ):ମହିଳା ଆଇନଜୀବୀ ଦୀପାଳି ପ୍ରିୟଦର୍ଶନୀ ଜେନା ଆତ୍ମହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ କୁହାଯାଇଥିବା ପୁରୁଷ ବନ୍ଧୁ ବିକ୍ରମ ମିଶ୍ର ମଙ୍ଗଳବାର ଖୋର୍ଦ୍ଧା ଦୌରାଜଜ୍‌ କୋର୍ଟରେ ଆତ୍ମସମର୍ପଣ...

ମଦ ନିଶାରେ ସ୍ତ୍ରୀଙ୍କ ସହ ବଚସା; ରାଗରେ କଅଁଳ ୩ ଛୁଆଙ୍କୁ କୂଅରେ ଫିଙ୍ଗି ହତ୍ୟା କଲେ ବାପା

ଟେନସା/ବଣାଇଁ,୧।୫(ଡି.ଏନ୍‌.ଏ./ସ୍ବ.ପ୍ର.): ମଦ ନିଶାରେ କଅଁଳ ୩ଶିଶୁକୁ କୂଅରେ ଫିଙ୍ଗି ହତ୍ୟା କରିଛି ବାପା। ଶନିବାର ରାତିରେ ସୁନ୍ଦରଗଡ଼ ଜିଲା କୋଇଡା ଥାନା ଅନ୍ତର୍ଗତ କୁଲା ଗ୍ରାମରେ...

୩ ଦିନ ଶୀତ ଲହରି: ୪ରୁ ୫ ଡିଗ୍ରୀ ଖସିବ ପାରଦ

ଭୁବନେଶ୍ୱର,୧ା୨(ବ୍ୟୁରୋ): ପୁଣି ଶୀତ ଲେଉଟିଛି। ରାଜ୍ୟର ଅଧିକାଂଶ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ ସେଲ୍‌ସିୟସ ତଳକୁ ଖସିଯାଇଛି। ଆସନ୍ତା ୩ ଦିନ ଯାଏ କେତେକ...

ଭାରତୀୟ ଟାଏକୋଣ୍ଡୋ ପ୍ରଶିକ୍ଷକ ତାଲିକାରେ ଚିନ୍ମୟ

ଭଦ୍ରକ ଅଫିସ,୪।୫-ଭାରତୀୟ ଟାଏକୋଣ୍ଡୋ ଦଳରେ ପ୍ରଶିକ୍ଷକ ତାଲିକାରେ ଦଳରେ ଭଦ୍ରକର ଚିନ୍ମୟ ବେହେରାଙ୍କ ନାମ ସ୍ଥାନ ପାଇଛି। ଚଳିତ ମାସ ୧୫ରୁ ୩୦ ତାରିଖ ପର୍ଯ୍ୟନ୍ତ...

ଅଙ୍ଗାରକାମ୍ଳ ଗ୍ୟାସ୍‌ ଲିକ୍‌: ଲୋକେ ଅଣନିଃଶ୍ୱାସୀ

ନୟାଗଡ଼ ଅଫିସ/ରଣପୁର,୬ା୫(ସ୍ବ.ପ୍ର.): ବଲାଙ୍ଗୀର-ଖୋର୍ଦ୍ଧା ୫୭ନଂ. ଜାତୀୟ ରାଜପଥର ନୟାଗଡ଼ ଜିଲା ରଣପୁର ଥାନା ଅନ୍ତର୍ଗତ ରାଜସୁନାଖଳା ନିକଟ ବିନୋଦପଡ଼ା ଛକରେ ଗୁରୁବାର ରାତି ପ୍ରାୟ ସାଢ଼େ...

‘୩୦ ସୁଦ୍ଧା ଆସିପାରେ ଟିକା’

ଭୁବନେଶ୍ୱର, ୫।୧(ବ୍ୟୁରୋ): ଚଳିତ ମାସରେ ଓଡ଼ିଶାକୁ କରୋନା ଟିକା ଆସିଯାଇପାରେ। ଏନେଇ ସୋମବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ ଦାସ ସୋମବାର ସୂଚନା...

ଭୁବନେଶ୍ୱରରେ ନମୂନା ସଂଗ୍ରହ ଆରମ୍ଭ: ଦୁଇଟି ପର୍ଯ୍ୟାୟରେ ହେବ ପରୀକ୍ଷା, ସକାଳ ୮ରୁ ୧୧ ଏବଂ ଅପରାହ୍ନ ୪ରୁ ୬ଟା ଯାଏ ହେବ ନମୂନା ସଂଗ୍ରହ

ଭୁବନେଶ୍ୱର, ୧୮।୪(ବ୍ୟୁରୋ): କରୋନା ମୁକାବିଲା ନିମେନ୍ତ ହଟ୍‌ସ୍ପଟ୍‌ ସାଜିଥିବା ଭୁବନେଶ୍ୱରରୁ ନମୂନା ସଂଗ୍ରହ ପ୍ରକ୍ରିୟା ଶନିବାରଠାରୁ ଆରମ୍ଭ ହୋଇଛି। ଏଥିପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)...

Advertisement
Archives

Model This Week