ଖଣ୍ଡଗିରିରେ ହେବ ବସ୍‌ ଡିପୋ ନିର୍ମାଣ: ଖର୍ଚ୍ଚହେବ ୧୬୦.୬୬ କୋଟି, ୨୪ ମାସରେ ପ୍ରକଳ୍ପ ନିର୍ମାଣ ପାଇଁ ଦିନ ଧାର୍ଯ୍ୟ

ଭୁବନେଶ୍ୱର,୨୬।୯(ବ୍ୟୁରୋ): ବରମୁଣ୍ଡା ବସ୍‌ଷ୍ଟାଣ୍ଡର ଆଧୁନିକୀକରଣ କରାଯିବ। ଏହାକୁ ଅତ୍ୟାଧୁନିକ ଆନ୍ତଃରାଜ୍ୟ ବସ୍‌ ଟର୍ମିନାଲରେ ପରିଣତ କରାଯିବ। ଏଥିସହିତ ବରମୁଣ୍ଡାଠାରେ ଥିବା ରାଜ୍ୟ ସଡ଼କ ପରିବହନ ନିଗମର ବସ୍‌ ଡିପୋକୁ ଖଣ୍ଡଗିରିକୁ ସ୍ଥାନାନ୍ତର କରାଯିବ। ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଦ୍ୱାରା ଦିଆଯାଇଥିବା ଏହି ୨ ପ୍ରସ୍ତାବକୁ ଗୁରୁବାର କ୍ୟାବିନେଟ ମଞ୍ଜୁରୀ ଦେଇଛି। ବରମୁଣ୍ଡାଠାରେ ବସ୍‌ ଓ ଯାତ୍ରୀମାନଙ୍କ ପାଇଁ ୧ ଲକ୍ଷ ୩୧ ହଜାର ୭୩୦ ବର୍ଗଫୁଟର ଟର୍ମିନାଲ ନିର୍ମାଣ କରାଯିବା ସହିତ ୧ଲକ୍ଷ ୭୦ ହଜାର ୯୧୨ ବର୍ଗଫୁଟ ବ୍ୟବସାୟିକ ପ୍ରତିଷ୍ଠାନ, ୩୫ଟି ବସ୍‌ ବେ ଏବଂ ୧୯୦ଟି ବସ୍‌ ପାର୍କିଂ କରିବା ପାଇଁ ବ୍ୟବସ୍ଥା କରାଯିବ। ଏଥିସହିତ ଜନସାଧାରଣଙ୍କ ସୁବିଧା ପାଇଁ ୨୫୦ରୁ ଊର୍ଦ୍ଧ୍ୱ ଚାରିଚକିଆ ଯାନ ଏବଂ ୧୭୫ ଦୁଇ ଚକିଆ ଯାନ ରଖିବା ପାଇଁ ପାର୍କିଂ ବ୍ୟବସ୍ଥା ହେବ। ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷଙ୍କ ଦ୍ୱାରା କରାଯାଇଥିବା ଟେଣ୍ଡର ମାଧ୍ୟମରେ ଏହାର ନିର୍ମାଣ ଦାୟିତ୍ୱ ବ୍ରିଜ୍‌ ଆଣ୍ଡ୍‌ ରୁଫ୍‌ କମ୍ପାନୀ, ଇଣ୍ଡିଆ ନାମକ ଏକ ସଂସ୍ଥାକୁ ଦିଆଯାଇଛି। ଏହି ୨ଟି ପ୍ରକଳ୍ପ ନିର୍ମାଣ ପାଇଁ ୧୬୦ କୋଟି ୬୬ ଲକ୍ଷ ୫୪ ହଜାର ଟଙ୍କା ଖର୍ଚ୍ଚ ହେବ। ଏହାକୁ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛି। ଏହା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ୨ ବର୍ଷ ମଧ୍ୟରେ ଶେଷ ହେବ। ଏହାଛଡ଼ା ଉକ୍ତ ସଂସ୍ଥା ଉଭୟ ବସ୍‌ ଟର୍ମିନାଲ ଓ ବସ୍‌ ଡିପୋର ୫ ବର୍ଷ ପାଇଁ ରକ୍ଷଣାବେକ୍ଷଣା ଦାୟିତ୍ୱ ତୁଲାଇବେ। ଏହି ଆନ୍ତଃରାଜ୍ୟ ବସ୍‌ ଟର୍ମିନାଲରେ ଯାତ୍ରୀମାନଙ୍କୁ ସମସ୍ତ ପ୍ରକାର ଅତ୍ୟାଧୁନିକ ତଥା ଓ୍ବାଇଫାଇ, ପାନୀୟ ଜଳ, ଇ-ଟିକେଟିଂ ଓ ଅନ୍ୟାନ୍ୟ ସୁବିଧା ଉପଲବ୍ଧ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଆସୁଛନ୍ତି ଉପରାଷ୍ଟ୍ରପତି: ସୁରକ୍ଷା ଦାୟିତ୍ୱରେ ୧୫ ପ୍ଲାଟୁନ ଫୋର୍ସ

ଭୁବନେଶ୍ୱର (ବ୍ୟୁରୋ)/ କଟକ ଅଫିସ,୬।୧୦: ଉପରାଷ୍ଟ୍ରପତି ଏମ୍‌. ଭେଙ୍କାୟା ନାଇଡ଼ୁ ରବିବାର ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି। ସେ ପୂର୍ବାହ୍ନ ୧୦ଟା ୧୫ରେ ଏକ ସ୍ବତନ୍ତ୍ର...

ମହାପ୍ରଭୁଙ୍କ ଟଙ୍କାରେ ମଉଜ

ପୁରୀ ଅଫିସ, ୮।୩: ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ) ୟେସ୍‌ ବ୍ୟାଙ୍କ କାରବାର ଉପରେ ଜାରି କରିଛି କଟକଣା। ଏହି ବ୍ୟାଙ୍କର ଦୁର୍ବଳ ଆର୍ଥତ୍କ ସ୍ଥିତି...

ପୁଣି ଶ୍ରଦ୍ଧାଞ୍ଜଳିଙ୍କୁ ଜେରା, ଚନ୍ଦନ ମୁହଁରେ ଅର୍ଚ୍ଚନା ଚରିତ

ଭୁବନେଶ୍ୱର,୨୬।୧୧(ବ୍ୟୁରୋ): ବହୁଚର୍ଚ୍ଚିତ ମହିଳା ବ୍ଲାକ୍‌ମେଲର୍‌ ଅର୍ଚ୍ଚନା ନାଗଙ୍କ ବେଆଇନ ଆର୍ଥିକ କାରବାର ଓ କଳା ସାମ୍ରାଜ୍ୟର ଗୋପନ ପେଡ଼ି ଖୋଲୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ୧୫ଜଣଙ୍କ...

ରାଜ୍ୟର ଏସବୁ ଜିଲାରେ ବର୍ଷା ସହ ବଜ୍ରପାତ ସମ୍ଭାବନା

ଭୁବନେଶ୍ୱର,୭ା୮(ବ୍ୟୁରୋ): ଆସନ୍ତା ତିନି ଘଣ୍ଟା ମଧ୍ୟରେ କଟକ ଏବଂ ଭୁବନେଶ୍ୱରର ସମେତ ରାଜ୍ୟର ୧୩ଟି ଜିଲାର କେତେକ ସ୍ଥାନରେ ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା...

୨୯ରେ ଲଘୁଚାପ

ଭୁବନେଶ୍ୱର,୨୬ା୧୧(ବ୍ୟୁରୋ): ଦକ୍ଷିଣ ଆଣ୍ଡାମାନ ସାଗରରେ ଆଉ ଏକ ଲଘୁଚାପ ଦାନ ବାନ୍ଧୁଛି। ଆସନ୍ତା ୨୯ ତାରିଖ ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ବୋଲି ପାଣିପାଗ...

ସୂର୍ଯ୍ୟମନ୍ଦିର ସ୍ଥିତି ଅନୁଧ୍ୟାନ କଲେ ଆମିକସ୍‌କ୍ୟୁରି

କୋଣାର୍କ,୧୬।୯(ଡି.ଏନ୍‌.ଏ.)- ବିଶ୍ୱ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ଗର୍ଭଗୃହରେ ଦୀର୍ଘ ବର୍ଷ ଧରି ଭର୍ତ୍ତି ହୋଇଥିବା ବାଲିକୁ ବାହାର କରିବା ପାଇଁ ନିକଟରେ ଭାରତୀୟ ପ୍ରତ୍ନତାତ୍ତ୍ୱିକ...

ପ୍ରଧାନମନ୍ତ୍ରୀଙ୍କ ନଁ।ରେ କରୋନା ଗୁଜବ, ୪ ଗିରଫ

କେନ୍ଦ୍ରାପଡା ଅଫିସ, ୧୮ା୩: କରୋନା ସମ୍ପର୍କରେ ଗୁଜବ ସୃଷ୍ଟି ନ କରିବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ଆଡଭାଇଜରି ଜାରି କରିଛନ୍ତି। ତେବେ ଏହାକୁ...

ନିର୍ବାଚନ ପାଇଁ ରିକ୍ୟୁଜିଶନ ହେଲା ଦୁଇ ଚକିଆ ଯାନ: ଥାନାକୁ ବାଇକ୍‌ ଟାଣି ଆଣିଲା ପୋଲିସ

ଅନୁଗୋଳ ଅଫିସ, ୨୦।୪- ନିର୍ବାଚନ ପାଇଁ ଦୁଇ ଚକିଆ ଯାନ ରିକ୍ୟୁଜିଶନ ଯୋଗୁ ଅନୁଗୋଳ ପୋଲିସ ଲୋକଙ୍କଠାରୁ ବାଇକ୍‌ ସଂଗ୍ରହ କରିଛି। ତେବେ ପୋଲିସ ବିନା...

Advertisement
Archives

Model This Week