ଖଟିଆରେ ବୁହାହେଲେ ଗର୍ଭବତୀ: ସାଧାରଣରେ ଅସନ୍ତୋଷ

ବିଜେପୁର,୧୯।୧(ଡି.ଏନ୍‌.ଏ.): ବରଗଡ଼ ଜିଲା ବିଜେପୁର ବ୍ଲକ ଅନ୍ତର୍ଗତ କନଡିହି ଗ୍ରାମକୁ ସଂଯୋଗ କରୁଥିବା ଏକମାତ୍ର ରାସ୍ତାରେ କଲଭର୍ଟ କାମ ଚାଲିଥିବାରୁ ରବିବାର ଜଣେ ଗର୍ଭବତୀଙ୍କୁ ଖଟିଆରେ ବୋହିନେବାକୁ ପଡ଼ିଥିବା ଅଭିଯୋଗ ହୋଇଛି। ଫଳରେ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ସୂଚନାଯୋଗ୍ୟ, କନଡିହି ଗ୍ରାମର ସୁଶାନ୍ତ ପଟେଲଙ୍କ ସ୍ତ୍ରୀ ରେବତୀଙ୍କ ରବିବାର ଭୋର୍‌ରୁ ପ୍ରସବ ଯନ୍ତ୍ରଣା ହେବାରୁ ପରିବାର ଲୋକେ ୧୦୨ ଆମ୍ବୁଲାନ୍ସକୁ ଫୋନ୍‌ କରିଥିଲେ। ତୁରନ୍ତ ଉକ୍ତ ଗାଡ଼ି ମଧ୍ୟ ଆସିଥିଲା। ମାତ୍ର କଲଭର୍ଟ କାମ ଯୋଗୁ ରାସ୍ତା ଖୋଲା ଯାଇଥିବା ବେଳେ ଡାଇଭର୍‌ସନ ରାସ୍ତା ଦିଆଯାଇ ନାହିଁ। ଫଳରେ ଉକ୍ତ ଗାଡ଼ି ଗାଁ ଭିତରକୁ ଯାଇପାରି ନ ଥିଲା। ଏହା ଦ୍ବାରା ବାଧ୍ୟ ହୋଇ ପରିବାର ଲୋକେ ରେବତୀଙ୍କୁ ଖଟିଆରେ ୫୦୦ମିଟର ବୋହି ନେଇଥିଲେ। ପରେ ତାଙ୍କୁ ବିଜେପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା। ସେଠାରେ ତାଙ୍କର ଏକ କନ୍ୟାସନ୍ତାନ ଜନ୍ମ ହୋଇଥିବା ଜଣାପଡ଼ିଛି। ରାସ୍ତା କାର୍ଯ୍ୟ କାହିଁକି ବିଳମ୍ବ ହେଉଛି ସେନେଇ ତଦନ୍ତ କରାଯିବାକୁ ଗ୍ରାମବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁଇଟି ସ୍ଥାନରେ ହାଟ ଚାଲିବା ନେଇ ରାସ୍ତା ଅବରୋଧ

ରାଇକିଆ,୯।୧୨(ଡି.ଏନ୍‌.ଏ.): କନ୍ଧମାଳ ଜିଲା ରାଇକିଆ ସାପ୍ତାହିକୀ ହାଟକୁ ଆସୁଥିବା ବ୍ୟବସାୟୀମାନେ ସୋମବାର ଦୁଇଟି ସ୍ଥାନରେ ଏକାଥରେ ହାଟ ଚାଲିବାକୁ ବିରୋଧ କରି ରାସ୍ତା ଅବରୋଧ କରିଛନ୍ତି।...

ବ୍ରହ୍ମବରଦାରେ ୧୨କୁ ବଢ଼ିଲା ଶଟ୍‌ଡାଉନ ଅବଧି

ରସୁଲପୁର,୮।୪(ଡିଏନଏ): ଯାଜପୁର ଜିଲା ରସୁଲପୁର ବ୍ଲକ ବ୍ରହ୍ମବରଦା ଅଞ୍ଚଳର ଜଣେ ମୌଲବୀ କରୋନା ଆକ୍ରାନ୍ତଭାବେ ଚିହ୍ନଟ ହେବା ପରେ ପ୍ରଶାସନର ଚିନ୍ତା ବଢ଼ିଯାଇଛି। ଗତ ଶନିବାରଠାରୁ...

ଲଗାଣ ବର୍ଷାରେ ପ୍ରଭାବିତ ସିଂହପୁର

ସିଂହପୁର,୨୪।୧୦(ଡିଏନଏ)- ଲଘୁଚାପଜନିତ ବର୍ଷାରେ ଯାଜପୁର ଜିଲା ବିଞ୍ଝାରପୁର ବ୍ଲକର ସିଂହପୁର ସମେତ ସମଗ୍ର ବ୍ଲକରେ ବ୍ୟାପକ ପ୍ରଭାବିତ ହୋଇଛି। ଦୁଇଦିନ ଧରି ଲଗାଣ ବର୍ଷା ଯୋଗୁ...

ବଣବୁଦା ସଫେଇ ନଁ। ରେ ଗଛ କଟା

ଚମ୍ପୁଆ, ୭ା୧୨(ଡି.ଏନ୍‌.ଏ.)- କେନ୍ଦୁଝର ଜିଲା ଚମ୍ପୁଆ ସେକ୍ସନରେ ବନ ବିଭାଗ ପକ୍ଷରୁ ବଣବୁଦା ସଫା ନାମରେ ଶାଳ ଆଦି ଗଛ କଟାଯାଉଥିବାରୁ ଏହାକୁ ଅଞ୍ଚଳବାସୀ ବିରୋଧ...

ଅଟୋ ରିକ୍ସା ଧୋଇବାକୁ ନେବାବେଳେ ଦୁର୍ଘଟଣା; ଖସି ପଡି ଶିଶୁ ମୃତ, ଚଳାଉଥିବା ଛାତ୍ରଙ୍କ ଆତ୍ମହତ୍ୟା ଉଦ୍ୟମ

କେନ୍ଦୁଝର, ୧୨ା୮(ଡି.ଏନ.ଏ.): କେନ୍ଦୁଝର ସଦର ଥାନା ଅନ୍ତର୍ଗତ କେରୀ ଗ୍ରାମରେ ପିଉସା ଘରେ ରହି ପାଠ ପଢ଼ୁଥିବା ରାଜା ମହାନ୍ତ ନାମକ ଜଣେ ୧୦ମ ଶ୍ରେଣୀର...

କଳାକୃତିରେ କରୋନାର ବାସ୍ତବତା ପ୍ରତିଫଳିତ

ବରଗଡ଼ ଅଫିସ୍‌,୧୬।୫: କରୋନା (କୋଭିଡ୍‌-୧୯) ଭୂତାଣୁ ସଂକ୍ରମଣ ନେଇ ସମଗ୍ର ମାନବ ସମାଜ ଆଜି ଆତଙ୍କିତ । ଏହାର ସଫଳ ସମାଧାନର ବାଟ ଏପର୍ଯ୍ୟନ୍ତ ଫିଟି...

ଗ୍ରୀନ୍‌ ଜୋନ୍‌ରେ ନୂଆପଡ଼ା, ତଥାପି ଛାଡ଼ୁନି ଭୟ

ନୂଆପଡ଼ା ଅଫିସ,୨୨ା୫-ମହାମାରୀ କରୋନା ସମଗ୍ର ବିଶ୍ୱକୁ ଗ୍ରାସିଛି। ଭାରତରେ ଏହାର ମୁକାବିଲା ଲାଗି କେତେକ କଟକଣା ଜାରି କରାଯାଇଛି। ସମଗ୍ର ଦେଶ ଲକ୍‌ଡାଉନ୍‌ ରହିଛି। ଲକ୍‌ଡାଉନ୍‌...

ସନ୍ଦେହଜନକ ଭାବେ ବୁଲୁଥିବା ୪ ଯୁବକଙ୍କୁ ପୋଲିସ ଜିମା ଦେଲେ ଗ୍ରାମବାସୀ

ପଦ୍ମପୁର,୨।୧୨(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଆରୁହା ନଇଛଣପୁରଠାରେ ବିଳମ୍ବିତ ରାତିରେ ସନ୍ଦେହଜନକ ଭାବେ ବୁଲୁଥିବା ୪ ଜଣ ଯୁବକଙ୍କୁ ଗ୍ରାମବାସୀ ଅଟକ ରଖିଥିଲେ।...

Coronavirus Update


Archives

Model This Week

Why Dharitri