କ୍ୱିକ୍‌ ହିଲ୍‌ ପକ୍ଷରୁ ସୁରକ୍ଷା ପଦକ୍ଷେପ

ଭୁବନେଶ୍ୱର,୧୬।୨: ଆଇଟି ସୁରକ୍ଷା ଏବଂ ଡାଟା ସଂରକ୍ଷଣ ସୁବିଧା ପ୍ରଦାନ କରୁଥିବା କମ୍ପାନୀ କ୍ୱିକ ହିଲ୍‌ ଟେକ୍ନୋଲୋଜି ପକ୍ଷରୁ ଆନୁଆଲ ଥ୍ରେଟ୍‌ ରିପୋର୍ଟ ୨୦୨୦ ପ୍ରକାଶ ପାଇଛି। ଭାରତୀୟ ଉପଭୋକ୍ତାମାନେ ଅନଲାଇନରେ ସାଇବର ଅପରାଧୀଙ୍କ ଦ୍ୱାରା ସବୁଠାରୁ ସହଜ ଉପାୟରେ ଠକେଇର ଶିକାର ହେଉଥିବା ଏହି ରିପୋର୍ଟରେ କୁହାଯାଇଛି। କ୍ୟାଲେଣ୍ଡର ବର୍ଷର ଥ୍ରେଟ ଡାଟାକୁ ନେଇ କ୍ୱିକ୍‌ ହିଲ ପକ୍ଷରୁ ଏଭଳି ଅଧ୍ୟୟନ କରାଯାଇଛି। ୨୦୧୯ରେ ଜ୍ଞାତ ବା ଅଜ୍ଞାତରେ ଭାରତୀୟଙ୍କ ଲାଗି ଆସିଥିବା ପ୍ରାୟ ୧ ବିଲିୟନ ବିପଦକୁ କ୍ୱିକ ହିଲ ଠାବ କରିବା ସହ ଅଟକାଇ ପାରିଛି ବୋଲି କହିଛି। ଦୈନିକ ଭିତ୍ତିରେ ଏଭଳି ୨.୯ ନିୟୁତ ମାମଲା ସାମ୍ନାକୁ ଆସିଛି। ଦିଲ୍ଲୀ ଏନ୍‌ସିଆର୍‌ ଏବଂ ମହାରାଷ୍ଟ୍ରର ଗ୍ରାହକମାନେ ସବୁଠାରୁ ଅଧିକ ଟାର୍ଗେଟରେ ଏହି ସମୟରେ ରହିଛନ୍ତି। ଉଭୟ ସହରରେ ଯଥାକ୍ରମେ ୩୮ ନିୟୁତ ଏବଂ ୨୫ ନିୟୁତ ମାମଲା ସାମ୍ନାକୁ ଆସିଛି। ଅଧିକ ଅନଲାଇନ ବିପଦ ରହିଥିବା ଅନ୍ୟ ରାଜ୍ୟଗୁଡିକ ମଧ୍ୟରେ ପଶ୍ଚିମବଙ୍ଗ, କର୍ନାଟକ ଏବଂ ଗୁଜରାଟ ରହିଛନ୍ତି। ଦିଲ୍ଲୀରେ ୨୪ ଲକ୍ଷ ଥ୍ରେଟ ମାମଲା ସାମ୍ନାକୁ ଆସିଛି। ଏହାବାଦ ମୁମ୍ବାଇ, ବେଙ୍ଗାଲୁରୁ, କୋଲକାତା ଏବଂ ପୁଣେ ଭଳି ସ୍ଥାନରେ ସାଇବର ଅପରାଧ ଘଟିବାର ଅଧିକ ସମ୍ଭାବନା ରହିଥିବା ରିପୋର୍ଟରେ କୁହାଯାଇଛି। ସାଇବର ଠକେଇ ଲାଗି ଅପରାଧୀମାନେ ଏବେ ବିଭିନ୍ନ ଉପାୟ ଅବଲମ୍ବନ କରିଛନ୍ତି। ଏହା ବିରୋଧରେ ସଚେତନତା ଏବଂ ରୋକିବା ଦିଗରେ ପଦକ୍ଷେପ ଗ୍ରହଣ କରାଯାଉଥିବା କ୍ୱିକ ହିଲ ଟେକ୍ନୋଲୋଜିର ଯୁଗ୍ମ ପରିଚାଳନା ନିର୍ଦ୍ଦେଶକ ଏବଂ ସିଟିଓ ସଞ୍ଜୟ କାଟକର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିବେଶ ଫେରାଇ ନେଉଛନ୍ତି ଏଫ୍‌ଆଇଆଇ

ନୂଆଦିଲ୍ଲୀ, ୧୮ା୬: ଫରେନ୍‌ ଇନ୍‌ଷ୍ଟିଚ୍ୟୁଶନାଲ ଇନ୍‌ଭେଷ୍ଟର୍ସ (ଏଫ୍‌ଆଇଆଇ)ମାନେ ଚଳିତ ବର୍ଷ ଅର୍ଥାତ୍‌ ୨୦୨୨ କ୍ୟାଲେଣ୍ଡର ଇୟରରେ ବର୍ତ୍ତମାନ ସୁଦ୍ଧା ଭାରତୀୟ ବଜାରରୁ ୨ଲକ୍ଷ କୋଟି ଟଙ୍କା...

ତୈଳ ରାଜନୀତି, ଭାଜପା ଶାସିତ ରାଜ୍ୟରେ କମିଲା ପେଟ୍ରୋଲ-ଡିଜେଲ ଦାମ…

ନୂଆଦିଲ୍ଲୀ,୪।୧୧: ଦେଶରେ ଏବେ ଆରମ୍ଭ ହୋଇଛି ତୈଳ ରାଜନୀତି। ଦେଶର ଭାଜପା ଶାସିତ ୧୦ ରାଜ୍ୟରେ ପେଟ୍ରୋଲ-ଡିଜେଲ ଦାମ୍‌ କମିଛି। ଆସାମ, ତ୍ରିପୁରା, ମଣିପୁର, କର୍ନାଟକ,...

୨୦ରେ ଜିଏସ୍‌ଟି ପରିଷଦ ବୈଠକ; ଟିକସ ହ୍ରାସ ନେଇ ନେଇ ହୋଇ ପାରେ ନିଷ୍ପତ୍ତି

ନୂଆଦିଲ୍ଲୀ,୧୫-୯: ଜିଏସ୍‌ଟି ପରିଷଦ ବୈଠକ ଚଳିତ ମାସ ୨୦ରେ ଗୋଆରେ ଅନୁଷ୍ଠିତ ହେବ। କାର ଏବଂ ବିସ୍କୁଟ ଉପରେ ଲାଗୁ ହେଉଥିବା ଜିଏସ୍‌ଟି ହ୍ରାସ କରିବା...

ମୋଦି ୨.୦ର ପ୍ରସ୍ତୁତି; ଉଜ୍ଜ୍ୱଳାରେ ୫ କେଜିର ସିଲିଣ୍ଡର ହେବ ବାଧ୍ୟତାମୂଳକ

ନୂଆଦିଲ୍ଲୀ,୨୯-୫: ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଯୋଗୁ ଗ୍ରାମାଞ୍ଚଳର ମହିଳାମାନଙ୍କ ଭୋଟ୍‌ ହାତେଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଏନ୍‌ଡିଏ ସରକାର ଦ୍ୱିତୀୟ କାର୍ଯ୍ୟକାଳରେ ଆଉ ଏକ...

ଗ୍ରାହକଙ୍କ ୪୧ ବର୍ଷର ବିଶ୍ୱାସ ସହ ବଢୁଛୁ

ଆସିଛି ପାର୍ବଣ ଋତୁ। ଏହି ସମୟରେ ବିଭିନ୍ନ ପ୍ରଡକ୍ଟ କ୍ରୟ କଲେ ଶୁଭ ବୋଲି ସାଧାରଣରେ ବିଶ୍ୱାସ ରହିଛି। ବିଭିନ୍ନ ପ୍ରଡକ୍ଟ ମଧ୍ୟରେ କଞ୍ଜ୍ୟୁମର ଡ୍ୟୁରେବଲ୍‌ର...

ସଙ୍କଟରେ ପାକିସ୍ତାନୀ ମୁଦ୍ରା;ଭାରତ ତୁଳନାରେ ମୂଲ୍ୟ ଅଧା

ନୂଆଦିଲ୍ଲୀ,୧୯-୫: ଭାରତୀୟ ମୁଦ୍ରା ଟଙ୍କା ଏବେ ପଡ଼ୋଶୀ ପାକିସ୍ତାନର ମୁଦ୍ରାଠାରୁ ଅଧିକ ମୂଲ୍ୟବାନ ହୋଇଛି। ଶୁକ୍ରବାର ଭାରତୀୟ ଟଙ୍କା ଡଲାର ତୁଳନାରେ ୭୦ ସ୍ତରରେ ଥିଲା...

ପ୍ରଥମ ତ୍ରୈମାସ ଅଭିବୃଦ୍ଧି ୧୧.୫% ରହିପାରେ

ନୂଆଦିଲ୍ଲୀ: ଚଳିତ ଆର୍ଥତ୍କବର୍ଷ ପ୍ରଥମ ତ୍ରୈମାସରେ ଭାରତର ମୋଟ ଘରୋଇ ଉତ୍ପାଦ(ଜିଡିପି) ଅଭିବୃଦ୍ଧି ୧୧.୫% ରହିପାରେ। ସେହିଭଳି ଚଳିତ ଆର୍ଥତ୍କ ବର୍ଷରେ ଜିଡିପି ୮.୪%ରୁ ୧୦.୧% ରହିପାରେ...

୧୩୭୫ ପଏଣ୍ଟ ଖସିଲା ସେନ୍‌ସେକ୍ସ

  ମୁମ୍ବାଇ,୩୧। ୩: ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜର ସେନ୍‌ସେକ୍ସ ସୋମବାର ୧୩୭୫ ପଏଣ୍ଟ ଖସିଛି। କରୋନା ଯୋଗୁ ବଜାର ସ୍ଥିତି ଏବେ ଠିକ୍‌ ନ ଥିବାରୁ...

Advertisement
Archives

Model This Week